ଖୁଣ୍ଟୁଣୀ ବନାଞ୍ଚଳରେ ଚନ୍ଦକାର ୨୪ ହାତୀଙ୍କ ଉତ୍ପାତ

ଖୁଣ୍ଟୁଣୀ,୧୦ା୪(ଡି.ଏନ୍‌.ଏ.): ଚନ୍ଦକା ଜଙ୍ଗଲରୁ ଆସିଥିବା ୨୪ ଟିକିଆ ହାତୀପଲ କିଛିଦିନ ହେବ ଖୁଣ୍ଟୁଣୀ ବନାଞ୍ଚଳରେ ପ୍ରବେଶ କରିଛିି। ଏହାକୁ ନେଇ ଧାନ ଓ ପରିବା ଫସଲ କରିଥିବା ଚାଷୀ ଆତଙ୍କିତ ହୋଇପଡିଛନ୍ତି। ହାତୀପଲ ଧାନ ଓ ଆଖୁ ଖାଇବା ସହ ଲୋକଙ୍କ ବଗିଚାରେ ଥିବା କଦଳୀ, ଅମୃତଭଣ୍ଡା ଗଛ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ହେଲେ ଏଥିପାଇଁ ଚାଷୀମାନେ ଭୟଭୀତ ନ ହେବାକୁ ବନ ବିଭାଗ ପକ୍ଷରୁ କୁହାଯିବା ସହ ହାତୀ ଘଉଡାଇବା ପାଇଁ ହାଇମାଷ୍ଟ ଲାଇଟ୍‌ ପ୍ରଦାନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ହାତୀପଲ ଗୁରୁବାର ଚନ୍ଦକାରୁ ଆସି ମହାନଦୀର କନ୍ଦରପୁର ଘାଟ ପାର ହୋଇ ଖୁଣ୍ଟୁଣୀ-ଘଣ୍ଟିଖାଲ ରାସ୍ତାରେ ଯାଇ ହରିପୋଲେଇ ପାହାଡ ତଳେ ରହିଥିଲେ। ପରେ ଶନିବାର ରାତିରେ ସୁନିଅଁାମୁହଁ ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିଲେ। ଏହି ହାତୀପଲରେ ୯ ମାଈହାତୀ, ୬ ଦନ୍ତା ଓ ୯ ଛୁଆ ହାତୀ ଅଛନ୍ତି। ଖାଦ୍ୟ ଓ ପାନୀୟ ଅନ୍ବେଷଣରେ ହାତୀପଲ ଜଙ୍ଗଲରୁ ଆସି କଖଡ଼ି, ନାରଙ୍ଗବସ୍ତ, ସୁନିଅଁାମୁହଁ, ଲିଙ୍ଗାପଦା, ମଞ୍ଚେଶ୍ୱର, ବ୍ରାହ୍ମଣବସ୍ତ ଗ୍ରାମରେ ପଶି ଧାନ, ଆଖୁ ସମେତ ପରିବା ଫସଲ ନଷ୍ଟ କରିଥିବା କେତେଜଣ ଚାଷୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଚାଷୀ ସିଦ ଖଟୁଆ କହିଛନ୍ତି, ହାତୀଙ୍କ ପାଇଁ ଚାଷୀମାନଙ୍କ ନିଦ ହଜିଯାଇଛି। ୩ ଦିନ ମଧ୍ୟରେ କେତେଜଣ ଚାଷୀଙ୍କ ଫସଲ ନଷ୍ଟ ହୋଇଛି। ଅନ୍ୟ ଚାଷୀମାନେ ହାତୀଙ୍କ କବଳରୁ ଫସଲ ରକ୍ଷା କରିବା ପାଇଁ ସଜାଗ ରହିଥିବା ସେ କହିଛନ୍ତି। ଅପରପକ୍ଷରେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ କହିଛନ୍ତି, ଚାଷୀମାନେ ଭୟଭୀତ ହୁଅନ୍ତୁ ନାହିଁ। ବନବିଭାଗ ଚାଷୀମାନଙ୍କ ସହିତ ସଜାଗ ଅଛି। ଗତ ୨ ଦିନ ମଧ୍ୟରେ ଖୁଣ୍ଟୁଣୀ, ରାଧାକିଶୋରପୁର, ଓରନ୍ଦା, କୁସପଙ୍ଗି, ଗୋବରା, କୁମାରପୁର, ଛଅଗଁା, କଣ୍ଡରେଇ, ମଞ୍ଚେଶ୍ୱର, ଗୁରୁଡିଝାଟିଆ ଆଦି ପଞ୍ଚାୟତର ଚାଷୀଙ୍କୁ ୧୨୦ଟି ହାଇମାଷ୍ଟ ଡିଜିଟାଲ ଟର୍ଚ୍ଚ ଲାଇଟ୍‌ ପଞ୍ଚାୟତ ପ୍ରତିନିଧିଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏହି ଟର୍ଚ୍ଚ ଲାଇଟ୍‌ରେ ୩ଟି ସୁଇଚ୍‌ ରହିଛି। ହାତୀଙ୍କ ଆଖି ଉପରେ ଏହି ଲାଇଟ୍‌ ପଡିବା ଦ୍ୱାରା ସେମାନେ ଆଉ ଆଗକୁ ଯାଇପାରିବେ ନାହିଁ। ଅନ୍ୟ ସୁଇଚ୍‌ ମାରିଲେ ଖୁବ୍‌ଜୋରରେ ଲାଇଟ୍‌ ଦପ୍‌ଦପ୍‌ ହେବା ଦ୍ୱାରା ହାତୀ ସେହି ସ୍ଥାନ ଛାଡି ପଳାଇଯିବ। ଆଗାମୀ ଦିନରେ ଅନ୍ୟ ଚାଷୀମାନଙ୍କୁ ଏହି ଟର୍ଚ୍ଚ ଲାଇଟ୍‌ ଯୋଗାଇ ଦିଆଯିବ। ଜଙ୍ଗଲ ବିଭାଗ ପକ୍ଷରୁ ହାତୀ ଘଉଡାଳି, ପାରା ଷ୍ଟାଫ୍‌ଙ୍କୁ ସ୍ବତନ୍ତ୍ର ଭ୍ୟାନ୍‌ ଯୋଗାଇ ଦିଆଯାଇଛି। ହାତୀ ଦ୍ୱାରା ଯେଉଁ ଚାଷୀଙ୍କ ଫସଲ ନଷ୍ଟ ହୋଇଛି, ସେମାନେ ଅଭିଯୋଗ କଲେ ତଦନ୍ତ କରାଯାଇ କ୍ଷତିପୂରଣ ଦିଆଯିବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ (BRICS) ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ; ଆୟୋଜକ ଭାରତ ସମ୍ମୁଖରେ କ’ଣ ରହିଛି ଆହ୍ବାନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରୁଷିଆ ଏବଂ ଇରାନ ଶୁକ୍ରବାର, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା କଟକଣା ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପର ସମାଲୋଚନା କରିଛନ୍ତି। ସେମାନେ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ ପର୍ଯ୍ୟଟକ ଛାନିଆ

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?