ଖୁଣ୍ଟୁଣୀ ବନାଞ୍ଚଳରେ ଚନ୍ଦକାର ୨୪ ହାତୀଙ୍କ ଉତ୍ପାତ

ଖୁଣ୍ଟୁଣୀ,୧୦ା୪(ଡି.ଏନ୍‌.ଏ.): ଚନ୍ଦକା ଜଙ୍ଗଲରୁ ଆସିଥିବା ୨୪ ଟିକିଆ ହାତୀପଲ କିଛିଦିନ ହେବ ଖୁଣ୍ଟୁଣୀ ବନାଞ୍ଚଳରେ ପ୍ରବେଶ କରିଛିି। ଏହାକୁ ନେଇ ଧାନ ଓ ପରିବା ଫସଲ କରିଥିବା ଚାଷୀ ଆତଙ୍କିତ ହୋଇପଡିଛନ୍ତି। ହାତୀପଲ ଧାନ ଓ ଆଖୁ ଖାଇବା ସହ ଲୋକଙ୍କ ବଗିଚାରେ ଥିବା କଦଳୀ, ଅମୃତଭଣ୍ଡା ଗଛ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ହେଲେ ଏଥିପାଇଁ ଚାଷୀମାନେ ଭୟଭୀତ ନ ହେବାକୁ ବନ ବିଭାଗ ପକ୍ଷରୁ କୁହାଯିବା ସହ ହାତୀ ଘଉଡାଇବା ପାଇଁ ହାଇମାଷ୍ଟ ଲାଇଟ୍‌ ପ୍ରଦାନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ହାତୀପଲ ଗୁରୁବାର ଚନ୍ଦକାରୁ ଆସି ମହାନଦୀର କନ୍ଦରପୁର ଘାଟ ପାର ହୋଇ ଖୁଣ୍ଟୁଣୀ-ଘଣ୍ଟିଖାଲ ରାସ୍ତାରେ ଯାଇ ହରିପୋଲେଇ ପାହାଡ ତଳେ ରହିଥିଲେ। ପରେ ଶନିବାର ରାତିରେ ସୁନିଅଁାମୁହଁ ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିଲେ। ଏହି ହାତୀପଲରେ ୯ ମାଈହାତୀ, ୬ ଦନ୍ତା ଓ ୯ ଛୁଆ ହାତୀ ଅଛନ୍ତି। ଖାଦ୍ୟ ଓ ପାନୀୟ ଅନ୍ବେଷଣରେ ହାତୀପଲ ଜଙ୍ଗଲରୁ ଆସି କଖଡ଼ି, ନାରଙ୍ଗବସ୍ତ, ସୁନିଅଁାମୁହଁ, ଲିଙ୍ଗାପଦା, ମଞ୍ଚେଶ୍ୱର, ବ୍ରାହ୍ମଣବସ୍ତ ଗ୍ରାମରେ ପଶି ଧାନ, ଆଖୁ ସମେତ ପରିବା ଫସଲ ନଷ୍ଟ କରିଥିବା କେତେଜଣ ଚାଷୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଚାଷୀ ସିଦ ଖଟୁଆ କହିଛନ୍ତି, ହାତୀଙ୍କ ପାଇଁ ଚାଷୀମାନଙ୍କ ନିଦ ହଜିଯାଇଛି। ୩ ଦିନ ମଧ୍ୟରେ କେତେଜଣ ଚାଷୀଙ୍କ ଫସଲ ନଷ୍ଟ ହୋଇଛି। ଅନ୍ୟ ଚାଷୀମାନେ ହାତୀଙ୍କ କବଳରୁ ଫସଲ ରକ୍ଷା କରିବା ପାଇଁ ସଜାଗ ରହିଥିବା ସେ କହିଛନ୍ତି। ଅପରପକ୍ଷରେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ କହିଛନ୍ତି, ଚାଷୀମାନେ ଭୟଭୀତ ହୁଅନ୍ତୁ ନାହିଁ। ବନବିଭାଗ ଚାଷୀମାନଙ୍କ ସହିତ ସଜାଗ ଅଛି। ଗତ ୨ ଦିନ ମଧ୍ୟରେ ଖୁଣ୍ଟୁଣୀ, ରାଧାକିଶୋରପୁର, ଓରନ୍ଦା, କୁସପଙ୍ଗି, ଗୋବରା, କୁମାରପୁର, ଛଅଗଁା, କଣ୍ଡରେଇ, ମଞ୍ଚେଶ୍ୱର, ଗୁରୁଡିଝାଟିଆ ଆଦି ପଞ୍ଚାୟତର ଚାଷୀଙ୍କୁ ୧୨୦ଟି ହାଇମାଷ୍ଟ ଡିଜିଟାଲ ଟର୍ଚ୍ଚ ଲାଇଟ୍‌ ପଞ୍ଚାୟତ ପ୍ରତିନିଧିଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏହି ଟର୍ଚ୍ଚ ଲାଇଟ୍‌ରେ ୩ଟି ସୁଇଚ୍‌ ରହିଛି। ହାତୀଙ୍କ ଆଖି ଉପରେ ଏହି ଲାଇଟ୍‌ ପଡିବା ଦ୍ୱାରା ସେମାନେ ଆଉ ଆଗକୁ ଯାଇପାରିବେ ନାହିଁ। ଅନ୍ୟ ସୁଇଚ୍‌ ମାରିଲେ ଖୁବ୍‌ଜୋରରେ ଲାଇଟ୍‌ ଦପ୍‌ଦପ୍‌ ହେବା ଦ୍ୱାରା ହାତୀ ସେହି ସ୍ଥାନ ଛାଡି ପଳାଇଯିବ। ଆଗାମୀ ଦିନରେ ଅନ୍ୟ ଚାଷୀମାନଙ୍କୁ ଏହି ଟର୍ଚ୍ଚ ଲାଇଟ୍‌ ଯୋଗାଇ ଦିଆଯିବ। ଜଙ୍ଗଲ ବିଭାଗ ପକ୍ଷରୁ ହାତୀ ଘଉଡାଳି, ପାରା ଷ୍ଟାଫ୍‌ଙ୍କୁ ସ୍ବତନ୍ତ୍ର ଭ୍ୟାନ୍‌ ଯୋଗାଇ ଦିଆଯାଇଛି। ହାତୀ ଦ୍ୱାରା ଯେଉଁ ଚାଷୀଙ୍କ ଫସଲ ନଷ୍ଟ ହୋଇଛି, ସେମାନେ ଅଭିଯୋଗ କଲେ ତଦନ୍ତ କରାଯାଇ କ୍ଷତିପୂରଣ ଦିଆଯିବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri