Posted inଖେଳ

ଚାମ୍ପିଅନ୍ସ ଟ୍ରଫିର LIVE ମ୍ୟାଚ୍‌ରେ ଯୁଦ୍ଧ ବିମାନ ଉଡ଼ାଇଲା ପାକିସ୍ତାନ, Video ଭାଇରାଲ୍‌

କରାଚି,୧୯।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇଛି। କରାଚୀର ନ୍ୟାସନାଲ ବ୍ୟାଙ୍କ ଷ୍ଟାଡିୟମରେ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଉଦ୍‌ଘାଟନୀ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ସମୟରେ ପାକିସ୍ତାନ ୩ ପ୍ରକାରର ଯୁଦ୍ଧ ବିମାନ ବ୍ୟବହାର କରି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି।
ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ କୌଣସି କ୍ରିକେଟ ଇଭେଣ୍ଟ ପାଇଁ, ପାକିସ୍ତାନ F-୧୬, JF-୧୭ ଏବଂ K-୮ ଭଳି ଲଢ଼ୁଆ ବିମାନ ଉଡ଼ାଇଛି, ଏହାର ଭିଡିଓ ଭାଇରାଲ ହେଉଛି। ଆମେରିକୀୟ ଯୁଦ୍ଧ ବିମାନ F-୧୬ ର ମୂଲ୍ୟ ୬୩ ମିଲିୟନ ଅର୍ଥାତ ପ୍ରାୟ ୫୪୭ କୋଟି ଟଙ୍କା। ଚାଇନାର JF-୧୭ ର ମୂଲ୍ୟ ୩୦ ରୁ ୪୦ ନିୟୁତ ଡଲାର, ଅର୍ଥାତ ପ୍ରାୟ ୨୬୦ ରୁ ୩୪୭ କୋଟି ଟଙ୍କା।

ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ପାଇଁ ଉଭୟ ଦଳର ଅଧିନାୟକ କରାଚୀର ମଇଦାନରେ ପାଦ ରଖିଥିଲେ। ଏହା ପରେ ଟସ୍‌ ପଡ଼ିଥିଲା, ଯେଉଁଥିରେ ପାକିସ୍ତାନୀ ଅଧିନାୟକ ମହମ୍ମଦ ରିଜୱାନ ଜିତିଥିଲେ। ସେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ମିଚେଲ ସାଣ୍ଟନରଙ୍କ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଏହା ପରେ ପାକିସ୍ତାନ ବାୟୁସେନା ଲାଇଭ ମ୍ୟାଚ୍‌ ସମୟରେ ସେମାନଙ୍କର ଯୁଦ୍ଧ ବିମାନ ସହିତ ’ଶେର୍‌ ଦିଲ’ ନାମକ ଏକ ଏୟାର ଶୋ’ ପ୍ରଦର୍ଶନ କରିଥିଲା। ଏହି ସମୟରେ ୭ଟି ଯୁଦ୍ଧ ବିମାନ ଆକାଶରେ ଷ୍ଟଣ୍ଟ ପ୍ରଦର୍ଶନ କରିଥିଲେ।

ଏୟାର ଶୋ’ ପରେ ପାକିସ୍ତାନ ଦଳ ବୋଲିଂ ଆରମ୍ଭ କରିଥିଲା। ପାକିସ୍ତାନୀ ଓପନର ଫଖର ଜମାନ ମ୍ୟାଚ୍‌ର ଦ୍ୱିତୀୟ ବଲ୍‌ରେ ଆହତ ହୋଇଥିଲେ। ଶାହିନ ଆଫ୍ରିଦିଙ୍କ ବଲରେ ୱିଲ୍‌ ୟଙ୍ଗ କଭର ଆଡକୁ ଏକ ସଟ୍‌ ଖେଳିଥିଲେ। ଫଖର ତାକୁ ଧରିବା ପାଇଁ ଦ୍ରୁତ ଗତିରେ ଦୌଡ଼ି ଥିଲେ। ସେ ସୀମାରେ ପହଞ୍ଚି ବଲକୁ ଧରିବା ମାତ୍ରେ ଆଣ୍ଠୁ ମାଡ଼ି ପଡ଼ି ଯାଇଥିଲେ। ଫଳରେ ତାଙ୍କର ଆଣ୍ଠୁରେ ଆଘାତ ଲାଗିଛି। ଆଘାତ ଯନ୍ତ୍ରଣାଦାୟକ ଥିବାରୁ ତାଙ୍କୁ ବାହାରକୁ ଯିବାକୁ ପଡିଥିଲା। ତାଙ୍କ ସ୍ଥାନରେ କାମରାନ ଗୁଲାମ ମଇଦାନକୁ ଆସିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଆଘାତର ଗମ୍ଭୀରତା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri