ଏସ୍‌ଡିିଜେଏମ୍‌ଙ୍କ ରାୟକୁ ଚାଲେଞ୍ଜ

ବ୍ରହ୍ମପୁର ଅଫିସ,୨୩ା୧୨: ବହୁଚର୍ଚ୍ଚିତ ଡା.ସୁମିତ ସାହୁ-ତପସ୍ବିନୀ ଦାଶଙ୍କ ବିବାଦ ଏବେ ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି। ନ୍ୟାୟ ଭିକ୍ଷା କରି ବୋହୂ ତପସ୍ବିନୀ ବ୍ରହ୍ମାନଗର ସ୍ଥିତ ଶାଶୁଘରେ ଧାରଣା ଜାରି ରଖିଛନ୍ତି। ତପସ୍ବିନୀଙ୍କ ଓକିଲ ଏସ୍‌ଡିିଜେଏମ୍‌ଙ୍କ ରାୟକୁ ଚାଲେଞ୍ଜ କରି ବୁଧବାର ଜିଲାଜଜ୍‌ କୋର୍ଟରେ ଏକ ପିଟିଶନ୍‌ ଦାଏର କରିଛନ୍ତି। ଆଇନ ଅନୁସାରେ ତପସ୍ବିନୀଙ୍କୁ ତାଙ୍କ ଶାଶୁଘରେ ରହିବାକୁ ଅନୁମତି ଦେବା ପାଇଁ ଏଥିରେ ଅପିଲ୍‌ କରାଯାଇଛି। ଆସନ୍ତା ୨୭ତାରିଖରେ ଏହାର ଶୁଣାଣି ରହିଥିବା ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି। ଶାଶୁଘରେ ରହିବାକୁ ଅନୁମତି ଦେବାପାଇଁ ତପସ୍ବିନୀଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଗତ ୨୦ ତାରିଖରେ ଏସ୍‌ଡିିଜେଏମ୍‌ ତାହା ଖାରଜ କରି ପୂର୍ବ ନିର୍ଦ୍ଦେଶ ବଳବତ୍ତର ରଖିଥିଲେ। ଏହା ବିରୋଧରେ ତପସ୍ବିନୀଙ୍କ ଓକିଲ ବୁଧବାର ଜିଲା ଜଜ୍‌ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେପଟେ ଲୋକଙ୍କ ଗହଳିକୁ ଦେଖି ଧାରଣାସ୍ଥଳରେ ୧୪୪ ଧାରା ବଳବତ୍ତର ରହିଛି। ସେପଟେ ତପସ୍ବିନୀ ସାମାଜିକକର୍ମୀ ପ୍ରମିଳା ତ୍ରିପାଠୀଙ୍କ ସହିତ ଧାରଣାରେ ବସିଛନ୍ତି। ସେଠାରେ ଏକ ସିସି କ୍ୟାମେରା ଲାଗିଥିବା ବେଳେ ତାହା କପଡ଼ା ଦ୍ୱାରା ଘୋଡ଼ାଇ ଦିଆଯାଇଛି। ଏହାକୁ ନେଇ ତପସ୍ବିନୀଙ୍କ ଶ୍ୱଶୁର ଏକ ଅଡିଓ ଟେପ୍‌ ଜାରି କରି ନିଜେ ଅସୁରକ୍ଷିତ ଥିବା ଏବଂ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହେଉଥିବା ନେଇ ସେହି ଟେପ୍‌ରେ କହିଛନ୍ତି। ଅନ୍ୟପଟେ ତପସ୍ବିନୀ ନିଜର ବ୍ୟକ୍ତିଗତ ସୁରକ୍ଷା ଦୃଷ୍ଟିରୁ ସିସି କ୍ୟାମେରାରେ କପଡ଼ା ଢାଙ୍କି ଥିବା ନେଇ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ବୁଧବାର ସୁମିତଙ୍କ ଦ୍ୱିତୀୟ ପର୍ଯ୍ୟାୟ ୮ଦିନ ଛୁଟି ଶେଷ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri