ଏସ୍‌ଡିିଜେଏମ୍‌ଙ୍କ ରାୟକୁ ଚାଲେଞ୍ଜ

ବ୍ରହ୍ମପୁର ଅଫିସ,୨୩ା୧୨: ବହୁଚର୍ଚ୍ଚିତ ଡା.ସୁମିତ ସାହୁ-ତପସ୍ବିନୀ ଦାଶଙ୍କ ବିବାଦ ଏବେ ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି। ନ୍ୟାୟ ଭିକ୍ଷା କରି ବୋହୂ ତପସ୍ବିନୀ ବ୍ରହ୍ମାନଗର ସ୍ଥିତ ଶାଶୁଘରେ ଧାରଣା ଜାରି ରଖିଛନ୍ତି। ତପସ୍ବିନୀଙ୍କ ଓକିଲ ଏସ୍‌ଡିିଜେଏମ୍‌ଙ୍କ ରାୟକୁ ଚାଲେଞ୍ଜ କରି ବୁଧବାର ଜିଲାଜଜ୍‌ କୋର୍ଟରେ ଏକ ପିଟିଶନ୍‌ ଦାଏର କରିଛନ୍ତି। ଆଇନ ଅନୁସାରେ ତପସ୍ବିନୀଙ୍କୁ ତାଙ୍କ ଶାଶୁଘରେ ରହିବାକୁ ଅନୁମତି ଦେବା ପାଇଁ ଏଥିରେ ଅପିଲ୍‌ କରାଯାଇଛି। ଆସନ୍ତା ୨୭ତାରିଖରେ ଏହାର ଶୁଣାଣି ରହିଥିବା ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି। ଶାଶୁଘରେ ରହିବାକୁ ଅନୁମତି ଦେବାପାଇଁ ତପସ୍ବିନୀଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଗତ ୨୦ ତାରିଖରେ ଏସ୍‌ଡିିଜେଏମ୍‌ ତାହା ଖାରଜ କରି ପୂର୍ବ ନିର୍ଦ୍ଦେଶ ବଳବତ୍ତର ରଖିଥିଲେ। ଏହା ବିରୋଧରେ ତପସ୍ବିନୀଙ୍କ ଓକିଲ ବୁଧବାର ଜିଲା ଜଜ୍‌ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେପଟେ ଲୋକଙ୍କ ଗହଳିକୁ ଦେଖି ଧାରଣାସ୍ଥଳରେ ୧୪୪ ଧାରା ବଳବତ୍ତର ରହିଛି। ସେପଟେ ତପସ୍ବିନୀ ସାମାଜିକକର୍ମୀ ପ୍ରମିଳା ତ୍ରିପାଠୀଙ୍କ ସହିତ ଧାରଣାରେ ବସିଛନ୍ତି। ସେଠାରେ ଏକ ସିସି କ୍ୟାମେରା ଲାଗିଥିବା ବେଳେ ତାହା କପଡ଼ା ଦ୍ୱାରା ଘୋଡ଼ାଇ ଦିଆଯାଇଛି। ଏହାକୁ ନେଇ ତପସ୍ବିନୀଙ୍କ ଶ୍ୱଶୁର ଏକ ଅଡିଓ ଟେପ୍‌ ଜାରି କରି ନିଜେ ଅସୁରକ୍ଷିତ ଥିବା ଏବଂ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହେଉଥିବା ନେଇ ସେହି ଟେପ୍‌ରେ କହିଛନ୍ତି। ଅନ୍ୟପଟେ ତପସ୍ବିନୀ ନିଜର ବ୍ୟକ୍ତିଗତ ସୁରକ୍ଷା ଦୃଷ୍ଟିରୁ ସିସି କ୍ୟାମେରାରେ କପଡ଼ା ଢାଙ୍କି ଥିବା ନେଇ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ବୁଧବାର ସୁମିତଙ୍କ ଦ୍ୱିତୀୟ ପର୍ଯ୍ୟାୟ ୮ଦିନ ଛୁଟି ଶେଷ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri