ଅଭିଯୁକ୍ତ ଟିଉଶନ ସାର୍‌ ଗିରଫ

ଭୁବନେଶ୍ୱର/ ସମ୍ବଲପୁର,୨୩।୧୨(ବ୍ୟୁରୋ): ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରୁ ଦୁଇ ଛାତ୍ରୀଙ୍କୁ ଅପହରଣ କରି ନେଇଥିବା ଟିଉଶନ୍‌ ସାର୍‌ ଗୋପାଳକୃଷ୍ଣ ବାଡ଼ତିଆଙ୍କୁ ପୋଲିସ ସମ୍ବଲପୁର ଅଇଁଠାପାଲି ଅଞ୍ଚଳରୁ ଗିରଫ କରିଛି। ଏଥିସହ ଛାତ୍ରୀଦ୍ୱୟଙ୍କୁ ଉଦ୍ଧାର କରିଛି। ଅଭିଯୁକ୍ତ ଟିଉଶନ ସାର ଏବଂ ଛାତ୍ରୀଦ୍ୱୟଙ୍କୁ ବୁଧବାର ଭୁବନେଶ୍ୱର ଅଣାଯାଇଛି। ଗୁରୁବାର ଅଭିଯୁକ୍ତ ଗୋପାଳକୃଷ୍ଣଙ୍କୁ କୋର୍ଟଚାଲାଣ କରାଯିବ। ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଛାତ୍ରୀଦ୍ୱୟଙ୍କ ସିଆର୍‌ପିସି ୧୬୪ରେ ବୟାନ ରେକର୍ଡ କରାଯିବା ସହ ଡାକ୍ତରୀ ପରୀକ୍ଷା କରାଯିବ ବୋଲି ଜୋନ୍‌-୪ ଏସିପି ରଜତ୍‌ ରାଏ କହିଛନ୍ତି। ଅନ୍ୟପକ୍ଷରେ ଟିଉଶନ୍‌ ସାର୍‌ କେଉଁ କାରଣ ପାଇଁ ଛାତ୍ରୀଦ୍ୱୟଙ୍କୁ ଅପହରଣ କରି ସେଠାରେ ଏକ ଭଡ଼ା ଘରେ ରହୁଥିଲେ, ସେଥିରେ ତାଙ୍କୁ ଆଉ କିଏ ସହଯୋଗ କରିଥିଲେ ସେ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ମା’ବାପାଙ୍କ ବିନା ଅନୁମତିରେ ଦୁଇ ଭଉଣୀଙ୍କୁ ନେଇଯିବା ଘଟଣା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏମିତି ଧରାପଡ଼ିଲେ ଟିଉଶନ ସାର୍‌
ଛାତ୍ରୀଦ୍ୱୟଙ୍କୁ ଟିଉଶନ ସାର୍‌ ଅପହରଣ କରିଥିବା ସମ୍ପର୍କରେ ଥାନାରେ ଅଭିଯୋଗ ହେବାପରେ ପୋଲିସ ତାଙ୍କ ମୋବାଇଲକୁ ବାରମ୍ବାର କଲ୍‌ କରିବା ସହ ଲୋକେଶନ୍‌ ଟ୍ରାପ୍‌ କରିବାକୁ ଚେଷ୍ଟା କରିଥିଲା। ହେଲେ ସେତେବେଳେ ତାଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ ଦେଖାଉଥିଲା। ମଙ୍ଗଳବାର ଅଭିଯୁକ୍ତ ମୋବାଇଲ୍‌ରେ ଆଉ ଏକ ସିମ୍‌ ପକାଇ ଅନ୍‌ କରିଥିଲେ। ପୋଲିସ ତାଙ୍କ ମୋବାଇଲ୍‌କୁ ଟ୍ରାପ୍‌ କରିବାରୁ ସେ ଅଇଁଠାପଲ୍ଲୀ ଥାନା ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ତେଣୁ କମିଶନରେଟ ପୋଲିସ ଅଇଁଠାପାଲୀ ପୋଲିସକୁ ତୁରନ୍ତ ଉକ୍ତ ଅଞ୍ଚଳରେ ଚଢ଼ାଉ କରିିବାକୁ କହିଥିଲା। ବିଳମ୍ବିତ ରାତି ପ୍ରାୟ ୧ଟାରେ ଅଇଁଠାପାଲି ପୋଲିସର ଏକ ଟିମ୍‌ ଅନୁଗୁଲିଆପଡ଼ା ସୁବନ କଲୋନୀସ୍ଥିତ ଏକ ଭଡ଼ାଘରେ ଚଢ଼ଉ କରି ଟିଉଶନ୍‌ ସାର୍‌ ଓ ଛାତ୍ରୀଦ୍ୱୟଙ୍କୁ ଠାବ କରିଥିଲା। ଅଭିଯୁକ୍ତ ସାର୍‌ଙ୍କୁ ଅଟକ ରଖିବା ସହ ଉଦ୍ଧାର ଛାତ୍ରୀ ଦ୍ୱୟଙ୍କୁ ସଖି ସେଣ୍ଟରରେ ରଖିଥିଲା। ପରେ ବୁଧବାର ବଡ଼ଗଡ଼ ଥାନାର ଏକ ଟିମ୍‌ ପହଞ୍ଚତ୍ ସେମାନଙ୍କୁ ଭୁବନେଶ୍ୱର ଆଣିଥିଲା।
ଛାତ୍ରୀଦ୍ୱୟଙ୍କୁ ଭାଣିଜୀ ବୋଲି ପରିଚୟ ଦେଇଥିଲେ
ଅଭିଯୁକ୍ତ ଟିଉଶନ ସାର୍‌ ଜଣେ ସମ୍ପର୍କୀୟଙ୍କ ସହଯୋଗରେ କିଛିଦିନ ପୂର୍ବରୁ ଅଇଁଠାପଲୀ ଅନୁଗୁଲିଆପଡ଼ାରେ ଭଡ଼ା ଘର ନେଇଥିଲେ। ଗତ ୧୫ ତାରିଖରେ ସେ ସେଠାରେ ଯାଇ ରହିବା ପରେ ରବିବାରଠୁ ଛାତ୍ରୀଦ୍ୱୟଙ୍କୁ ନେଇ ରଖିଥିଲେ। ସେମାନେ ପଡ଼ୋଶୀଙ୍କ ସହ ମିଶୁ ନ ଥିଲେ କି କଥାବାର୍ତ୍ତା ମଧ୍ୟ ହେଉ ନ ଥିଲେ। ପଡ଼ୋଶୀମାନେ ପ୍ରଥମେ ଟିଉଶନ୍‌ ସାର୍‌ଙ୍କୁ କ’ଣ କରନ୍ତି ଓ ଏମାନେ କିଏ ବୋଲି ପଚାରିଥିଲେ। ସେ ଟିଉଶନ୍‌ କରୁଛନ୍ତି, ଭାଣିଜୀଦ୍ୱୟଙ୍କୁ ବୁଲେଇବାକୁ ଆଣିଛନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ହୋଇପାରୁନି ଶିଳ୍ପ ବିକାଶ

ବ୍ରହ୍ମପୁର ଅଫିସ,୨୮।୮: ଗଞ୍ଜାମରେ ହୋଇପାରୁନି ଶିଳ୍ପ ବିକାଶ। ୧୯୯୫ରେ ଗୋପାଳପୁର ବନ୍ଦର ପାଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିବା ମେଗା...

ବିଜେଡି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ:୧ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର,୨୮-୮(ବ୍ୟୁରୋ) :ବିଜେଡି ପକ୍ଷରୁ ଆସନ୍ତା ୨ ତାରିଖରେ ସଦସ୍ୟତା ଅଭିଯାନ ଆରମ୍ଭ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି।...

ଏମାନେ ଅଛନ୍ତି ବୋଲି

ମଣିଷ ଜୀବନ ସୁଖଦୁଃଖ, ଭଲମନ୍ଦ ଓ ହସକାନ୍ଦର ଅସରନ୍ତି କଥାଟିଏ। ସେମିତି ପୁଣି ଆମ ସମାଜ। ସତ୍ୟ ଅସତ୍ୟ, ନୀତି ଅନୀତି ବା ଆଚାର ଅନାଚାରର...

ଗୁଣୁପୁର-ରାଉରକେଲା ଏକ୍ସପ୍ରେସ୍‌ ଦୈନିକ ଚାଲିବ: ଗୁରୁବାରଠାରୁ ଓଡ଼ିଆରେ ରେଳ ଟିକଟ ଶୁଭାରମ୍ଭ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ଆସନ୍ତା ଗୁରୁବାରଠାରୁ ଗୁଣୁପୁର-ରାଉରକେଲା(୧୮୧୧୭-୧୮୧୧୮) ଏକ୍ସପ୍ରେସ ଏବେ ଦୈନିକ ଚଳାଚଳ କରିବ। ଏହା ପୂର୍ବରୁ ସପ୍ତାହକୁ ୬ ଦିନ ଚାଲୁଥିଲା। ସେହିପରି ଏହିଦିନ ଓଡ଼ିଆରେ...

ଦୁଇ ଛାତ୍ରଙ୍କ ଦୁଃସାହସ, ବୁଡ଼ିଯାଉଥିବା ଛାତ୍ରଙ୍କୁ ବଞ୍ଚାଇଲେ

କୋରେଇ,୩ା୯(ସ୍ବ.ପ୍ର.)- କୋରେଇ ବ୍ଲକ ଅନ୍ତର୍ଗତ ସାଦକପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ର ସୋମବାର ପୋଖରୀରେ ବୁଡିଯାଉଥିବା ବେଳେ କୋରାଇ ନୋଡାଲ ହାଇସ୍କୁଲର ଦୁଇ ଛାତ୍ର ତାଙ୍କୁ...

ଓଡ଼ିଶାରେ ପୁଣି ହେବ ଆଣ୍ଟିବଡି ଟେଷ୍ଟ

ଭୁବନେଶ୍ୱର, ୨୪।୬(ବ୍ୟୁରୋ) – ଓଡ଼ିଶାରେ ପୁଣି ଆଣ୍ଟିବଡି ଟେଷ୍ଟ ହେବ। କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚତ୍ବ ଆଣ୍ଟିବଡି ଟେଷ୍ଟ କିଟ୍‌। ଇଣ୍ଡିଆନ...

ଓଡ଼ିଶାରେ ୬ଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩।୪(ବ୍ୟୁରୋ): ଓଡ଼ିଶାରେ ୬ଷ୍ଠ କରୋନା ଆକ୍ରାନ୍ତ ଶୁକ୍ରବାର ଚିହ୍ନଟ ହୋଇଛନ୍ତି। ସେ କଟକର ହୋଇଥିବା ବେଳେ ଦିଲ୍ଲୀ ଗସ୍ତ କରିଥିଲେ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ...

ଅରଣ୍ୟା ପକ୍ଷରୁ ଫଗୁଣ ଆସର

ସୁନ୍ଦରଗଡ,୯।୩(ଡି.ଏନ୍‌.ଏ): ସାହିତ୍ୟ ଅନୁଷ୍ଠାନ ଅରଣ୍ୟା ଓ ନବଜୀବନ କ୍ଲବର ମିଳିତ ଆନୁକୂଲ୍ୟରେ ଫଗୁଣ ଆସର ଅନୁଷ୍ଠିତ ହୋଇଯାଇଛି । କବି ସୁବାସ ଦାଶ ଓ କବୟିତ୍ରୀ...

Advertisement
Archives

Model This Week