ଟେଣ୍ଡରକୁ ନେଇ ଅଧ୍ୟକ୍ଷା-ପୌର ଅଧିକାରୀ ମୁହାଁମୁହିଁ

ଆନନ୍ଦପୁର,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦର ପିଛା ଛାଡୁନି ବିବାଦ। ପୂର୍ବରୁ ଫାଇଲ ଚୋରିକୁ ନେଇ ମାମଲା ହୋଇଥିବା ବେଳେ ଏବେ କେତେକ ଉନ୍ନୟନ କାର୍ଯ୍ୟ ଟେଣ୍ଡରକୁ ନେଇ ଅଧ୍ୟକ୍ଷ ଓ ପୌର ଅଧିକାରୀ ମୁହାଁମୁହିଁ ହୋଇଛନ୍ତି। କୌଣସି ଆଲୋଚନା କରା ନ ଯାଇ ଟେଣ୍ଡର ହୋଇଥିବାରୁ ବାତିଲ କରିବାକୁ ପୌର ଅଧ୍ୟକ୍ଷା ଦାବି କରିଥିଲେ। ଆଲୋଚନା ପରେ ପୁନର୍ବାର ଟେଣ୍ଡର କରିବାକୁ କହିଥିବା ବେଳେ ପୌର ଅଧିକାରୀ ବିରୋଧ କରିଥିଲେ। ବିବାଦ ମଧ୍ୟରେ ପୌରାଞ୍ଚଳ ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜୁଥିବା କାଉନସିଲରମାନେ କହିଛନ୍ତି। ସମସ୍ୟା ସମାଧାନ ନିମନ୍ତେ ଶୁକ୍ରବାର ଉପଜିଲାପାଳ, ତହସିଲଦାରଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା।
ପ୍ରକାଶ ଯେ, ନିକଟରେ ପୌର ପରିଷଦ ଅଧ୍ୟକ୍ଷାଙ୍କ ଚାମ୍ବରରୁ ଫାଇଲ ଚୋରି ହୋଇଥିଲା। ଏଥିରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କିତ ୭ ଗୋଟି ଫାଇଲ ରହିଥିଲା। ଘଟଣାରେ ପୌର ଅଧିକାରୀଙ୍କ ପକ୍ଷରୁ ଆନନ୍ଦପୁର ଥାନାରେ ମିସିଂ ରିପୋର୍ଟ ଦାଖଲ ହୋଇଥିଲା। ଥାନା ପକ୍ଷରୁ ଷ୍ଟେଶନ ଡାଏରି କରାଯାଇଛି। ଅଫିସରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଆମକୁ ହସ୍ତଗତ ହେବା ପରେ ତଦନ୍ତ ଅଗ୍ରଗତିରେ ସୁବିଧା ହେବ ବୋଲି ଥାନା ଅଧିକାରୀ ଦେବକୀ ନାଇକ କହିଥିଲେ। ଚୋରି ହୋଇଯାଇଥିବା ଉନ୍ନୟନମୂଳକ କାର୍ଯ୍ୟର ପୁନର୍ବାର ଫାଇଲ୍‌ ପ୍ରସ୍ତୁତ କରାଯାଇ ଟେଣ୍ଡର ଡକାଯାଇଥିଲା। ଏଥିରେ ପୌର ପରିଷଦର ସ୍ବାଗତ ଗେଟ୍‌, ଡ୍ରେନେଜ୍‌ ମାଷ୍ଟର ପ୍ଲାନ୍‌, ସାନିଟେଶନ, ଫଗିଂ ମେଶିନ, କେମିକାଲ, ଲେବର, ଡଷ୍ଟବିନ୍‌, ଲାପ୍‌ଟପ୍‌, ମୋବାଇଲ ଟଏଲେଟ୍‌ ଆଦି ଟେଣ୍ଡର ଡକାଯାଇଛି। ଟେଣ୍ଡରକୁ ମଧ୍ୟ ଇଣ୍ଟରନେଟ୍‌ ଜରିଆରେ ଅପ୍‌ଲୋଡ୍‌ କରାଯାଇଥିଲା। ତେବେ ଗତ ବୁଧବାର ଟେଣ୍ଡରକୁ ନେଇ ଆନନ୍ଦପୁର ପୌର ପରିଷଦ ଅଧ୍ୟକ୍ଷା ରଜନୀରାଣୀ ଖଟୁଆ ଏବଂ ପୌର ଅଧିକାରୀ ଅଶୋକ ରାଉତଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଟେଣ୍ଡର ସମ୍ପର୍କରେ ପୌର ଅଧ୍ୟକ୍ଷାଙ୍କ ସହିତ କୌଣସି ଆଲୋଚନା କରାଯାଇ ନ ଥିବାରୁ ଏଗୁଡ଼ିକୁ ବାତିଲ କରିବାକୁ କହିଥିଲେ। ବିନା ଆଲୋଚନାରେ କାହିଁକି ଟେଣ୍ଡର ଡକାଗଲା ବୋଲି ପୌର ଅଧିକାରୀଙ୍କୁ ଏକ୍ସପ୍ଲାନେଶନ ମାଗିଥିଲେ। ସମ୍ପୃକ୍ତ କାର୍ଯ୍ୟର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟେଣ୍ଡର ପ୍ରକ୍ରିୟା ଆଗକୁ ନିଆଯାଇଛି ବୋଲି ପୌର ଅଧିକାରୀ ରାଉତ ପ୍ରକାଶ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।
ଏନେଇ ଶୁକ୍ରବାର ପୁନର୍ବାର ପୌର କାର୍ଯ୍ୟାଳୟ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୌର ଅଧ୍ୟକ୍ଷା, ପୌର ଅଧିକାରୀ, ଆନନ୍ଦପୁର ଉପଜିଲାପାଳ ଅନୀଲ ସେଠୀ, ଆନନ୍ଦପୁର ତହସିଲଦାର ମାନସ ତ୍ରିପାଠୀ, ଉପାଧ୍ୟକ୍ଷ ଦୁର୍ଗାଚରଣ ଦଳେଇ, କାଉନ୍‌ସିଲର ଉପସ୍ଥିତି ରହି ଆଲୋଚନା କରିଥିଲେ। ଅଧ୍ୟକ୍ଷା ବିନା ସୂଚନାରେ ହୋଇଥିବା ଟେଣ୍ଡରକୁ ବାତିଲ କରିବା ଜିଦ୍‌ରେ ଅଟଳ ରହିଥିବା ବେଳେ କାଉନ୍‌ସିଲରମାନେ ଏହାକୁ ସ୍ବାଭାବିକ କରିବାକୁ କହିଥିଲେ। ବୈଠକରେ ସମସ୍ତ ଆଲୋଚନା ପରେ ଡକାଯାଇଥିବା କାର୍ଯ୍ୟର ଟେଣ୍ଡର ମଧ୍ୟରୁ ସ୍ବାଗତ ଗେଟ୍‌ ଟେଣ୍ଡରକୁ ବାତିଲ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାକୁ ଠିକ୍‌ ଭାବେ କରାଯିବାକୁ ପ୍ରସ୍ତାବ ଦିଆଯିବା ସହିତ ଅନ୍ୟ ଉନ୍ନୟନ କାର୍ଯ୍ୟର ଟେଣ୍ଡରକୁ ସ୍ବାଭାବିକ ଭାବେ ପରିଚାଳନା କରାଯିବାକୁ ନିଷ୍ପତ୍ତି ହୋଇଥିବା ଉପଜିଲାପାଳ ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍‌ ଚାଷ୍‌ ଦେଇଛେ ଜୀବ୍‌କା : ପୋରଛାହନ୍‌ ଅଭାବ, ତଥାପି ସଫଲ

ପଦ୍ମପୁର, ୯।୬ (ଡି.ଏନ.ଏ):  ଫଲ ଭିତରେ ରଜା ହେଉଛେ ଆମ୍‌। ସାରା ବିଶ୍ୱରେ ଅମ୍‌ର ଚାହିଦା କାହିଁରେ କେତେ। ଆଘ ଗଁ।ଗଁଲିମାନକେ ଅନେକ କିସମର ଆମ୍‌...

ଜାତୀୟ ଏକତାର ସୁରକ୍ଷା ପାଇଁ ସାମୂହିକ ଶପଥ

ବାଲେଶ୍ୱର ଅଫିସ, ୧।୧୧-ବାଲେଶ୍ୱର ଜିଲା ଭାଜପା ପକ୍ଷରୁ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ପାଳନ କରାଯାଇଛି। ସର୍ଦ୍ଦାର ପଟେଲ ଦେଶକୁ ଏକତା...

ବଚସାରୁ ଭୁଜାଲି ମାଡ଼

ବାରିପଦା ଅଫିସ, ୩ା୫- ମୟୂରଭଞ୍ଜ ଜିଲା ବାରିପଦା ହାଟରେ ରବିବାର ସାମାନ୍ୟ ବଚସାରୁ ଭୁଜାଲି ମାଡ଼ରେ ଜଣେ ବ୍ୟକ୍ତି ଗୁରତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ...

ରଥ ଟଣା ଆରମ୍ଭ: ଗଡ଼ୁଛି ବଡ଼ ଭାଇ ବଳଭଦ୍ରଙ୍କ ରଥ

ପୁରୀ ଅଫିସ, ୯।୭: ମହାପ୍ରଭୁଙ୍କ ରଥ ଟଣା ଆରମ୍ଭ ହୋଇଛି । ମହାବାହୁ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି । ପ୍ରଥମେ ଶରଧାବାଲିରୁ ବଡ...

ଭତ୍ତା ବଣ୍ଟନରେ ଅନିୟମିତତା ଅଭିଯୋଗ: ଖଇରା ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ

ଖଇରା,୪।୧୦(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଖଇରା ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଓ ଭତ୍ତା ବଣ୍ଟନରେ ଅନିୟମିୟତା ଅଭିଯୋଗରେ...

ଝରପଲ୍ଲୀ, ରାଧାମୋହନପୁର ରାସ୍ତା ଶୋଚନୀୟ

ବ୍ରହ୍ମପୁର ଅଫିସ/ଗୋପାଳପୁର,୧୫।୧୨: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ଝରପଲ୍ଲୀଠାରୁ ରାଧାମୋହନପୁର ରାସ୍ତା ଶୋଚନୀୟ ହୋଇପଡ଼ିଛି। ଏହା ଗୋଳନ୍ଥରା ଥାନା ଗୋବିନ୍ଦନଗର ପଞ୍ଚାୟତ ଅନ୍ତର୍ଗତ ଝିଙ୍କିପଦର, ଝରପଲୀ,...

ଡେରାବିଶରେ ୩ କରୋନା ପଜିଟିଭ ଚିହ୍ନଟ, କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଲା

କେନ୍ଦ୍ରାପଡା ଅଫିସ/ଡେରାବିଶ(ସ୍ବ.ପ୍ର.), ୧୮ା୫: ଡେରାବିଶ ବ୍ଲକ ଗୁଆଳସିଂ ପଞ୍ଚାୟତ ସୁଦର୍ଶନ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ୧୫ଜଣ କଲିକତା ଫେରନ୍ତା ବ୍ୟକ୍ତିଙ୍କ ସ୍ବାବ ନମୁନା ସଂଗ୍ରହ ହୋଇଥିଲା।...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଲା ୩ ଜୀବନ

ତାଳଚେର ନି.ପ୍ର./ପବିତ୍ରନଗର,୧୩।୭ (ଡିଏନଏ): ଅନୁଗୋଳ ଜିଲା ସମଲ ଥାନା ବୁରୁକୁନା ପଞ୍ଚାୟତ ନାଇକାନାଳିଠାରେ ଜାତୀୟ ରାଜପଥ ୧୪୯ରେ ଶନିବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।...

Advertisement
Archives

Model This Week