Posted inଖେଳ

ଐତିହାସିକ ମ୍ୟାଚ୍‌ରେ ଚହଲଙ୍କ ଶତକ

ଅହମ୍ମଦାବାଦ,୬।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ତାଙ୍କ ପ୍ରଥମ ଓଭରରେ ଦୁଇ ଉଇକେଟ ନେଇ ଏକ ସ୍ବତନ୍ତ୍ର ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ଇନିଂସର ୧୯ତମ ଓଭରରେ ଚହଲ ପ୍ରଥମେ ନିକୋଲାସ ପୁରନ (୧୮) ଓ ତା’ ପରେ କିରନ ପୋଲାର୍ଡ(୦)ଙ୍କୁ ପ୍ୟାଭିଲିଅନ୍‌ ବାଟ ଦେଖାଇଥିଲେ। ଏଥିସହ ଚହଲ ଦିନିକିଆ କ୍ୟାରିୟରରେ ପୂରଣ କରିଛନ୍ତି ୧୦୦ ଉଇକେଟ। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ଭାରତର ୫ମ ଦ୍ରୁତତମ ବୋଲର। ସେ କ୍ୟାରିୟରର ୬୦ ମ୍ୟାଚ୍‌ରେ ଏହି ସଫଳତା ପାଇଛନ୍ତି।

ତେବେ ଦ୍ରୁତତମ ଭାରତୀୟ ଭାବେ ୧୦୦ ଦିନିକିଆ ଉଇକେଟ ନେବା ରେକର୍ଡ ପେସର ମହମ୍ମଦ ଶାମିଙ୍କ ନାମରେ ରହିଛି। ସେ ୫୬ତମ ମ୍ୟାଚ୍‌ରେ ଏହି ମାଇଲଷ୍ଟୋନ ଛୁଇଁଥିଲେ। ଏହି ତାଲିକାରେ ଯଶପ୍ରୀତ ବୁମରା (୫୭ତମ ମ୍ୟାଚ୍‌), କୁଲଦୀପ ଯାଦବ (୫୮) ଓ ଇର୍ଫାନ ପଠାନ (୫୯) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା

ଭୁବନେଶ୍ବର,୩ା୭: ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି…

ବରଗଡ଼ରେ ଠକସଂସ୍ଥା ଠାବ ଘଟଣାର ଫିଟୁଛି ଗୁମର: ପୋଲିସକୁ ଫେରାଦ ହେଲେ ଯୁବତୀଯୁବକ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ):ଚାକିରି ଦେବା ଆଳରେ ଯୁବତୀ, ଯୁବକଙ୍କୁ ଠକେଇ କରି ବରଗଡ଼ ପୋଲିସ ହାତରେ ଧରାପଡ଼ିଥିବା ଠକସଂସ୍ଥାର ଗୁମର ଫିଟିବାରେ ଲାଗିଛି। ଏହି ଠକସଂସ୍ଥା ଦ୍ୱାରା ଶତାଧିକ…

ୟୁକ୍ରେନ୍‌ ଆକ୍ରମଣର ପ୍ରତିଜବାବ, ରୁଷିଆ ଆକ୍ରମଣରେ କିଭ୍‌ରେ ୨୦ ମୃତ

କିଭ୍‌,୩।୭(ପି.ଟି.): ରୁଷିଆ ପକ୍ଷରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୧୧ ଘଣ୍ଟିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି।…

୧୮ ଦଫା ଦାବି ନେଇ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ଠପ୍‌

ବଲାଙ୍ଗୀର, ୩/୭ (ବୀରେନ୍ଦ୍ର କୁମାର ଝାଙ୍କର)- ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ) ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ସିଡ଼ିଏମଓ ଅଫିସ ସମ୍ମୁଖରେ ଧାରଣା ଦିଆଯାଉଥିଲା। ଏଥିରେ…

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri