କେବଳ ଗ୍ରୀନ୍‌ କାର୍ଡ ପାଇଁ ବିଦେଶୀ ମହିଳାଙ୍କୁ ବିବାହ କରି ଛାଡ଼ିଦେଲେ ଏହି ଅଭିନେତା !

ବମ୍ବେ: ଏକତା କପୁରଙ୍କ ଧାରାବାହିକ ‘କସୌଟି ଜିନ୍ଦେଗୀ କେ’ରେ ନାୟକ ଭୂମିକାରେ ନଜର ଆସିଥିଲେ ଅଭିନେତା ସିଜେନ୍‌ ଖାନ୍‌। ଶ୍ୱେତା ତିଓ୍ବାରୀଙ୍କ ସହ ତାଙ୍କର ଯୋଡ଼ିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏବେ କିନ୍ତୁ ସେ ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇଥିବା ବେଳେ ବ୍ୟକ୍ତିଗତ କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି।

କିଛିଦିନ ତଳେ ସିଜେନ ଡେଟ୍‌ କରୁଥିବା କୁହାଯାଇଥିଲା। ଏପରିକି ସେ ବିବାହ କରିପାରନ୍ତି ବୋଲି ଶୁଣାଯାଉଥିଲା। ହେଲେ ଏସବୁ ମିଥ୍ୟା ବୋଲି ଜଣାପଡ଼ିଛି। ଜଣେ ମହିଳା ଏବେ ସିଜେନଙ୍କ ଉପରେ ପ୍ରତାରଣା ଅଭିଯୋଗ କରିଛନ୍ତି। କେବଳ ଗ୍ରୀନ୍‌ କାର୍ଡ ପାଇଁ ସିଜେନ୍‌ ତାଙ୍କୁ ବିବାହ କରି ଛାଡ଼ି ଦେଇଥିବା ସେ କହିଛନ୍ତି।

ଆଇଶା ପିରାନୀ(୪୭) ନାମକ ଜଣେ ମହିଳା ସିଜେନଙ୍କ ସ୍ତ୍ରୀ ବୋଲି ନିଜକୁ ଦାବି କରିଛନ୍ତି। ୨୦୧୫ରୁ ୧୭ ଯାଏ ଉଭୟ ବିବାହ ବନ୍ଧନରେ ଥିଲେ। କେବଳ ଆମେରିକାରେ ଗ୍ରୀନ୍‌ କାର୍ଡ ପାଇଁ ସିଜେନ ତାଙ୍କୁ ବିବାହ କରିଥିଲେ। ସେ ବିବାହିତ ଥିବା ସତ୍ତ୍ୱେ ତାଙ୍କୁ ମିଛ କହିଥିଲେ। ଯେତେବେଳେ ତାଙ୍କୁ ଗ୍ରୀନ୍‌କାର୍ଡ ମିଳିଯାଇଥିଲା ସେ ଅଲଗା ହୋଇଯାଇଥିଲେ ବୋଲି ସେ ଅଭିଯୋଗ ମଧ୍ୟ କରିଛନ୍ତି।

ପ୍ରଥମ ବିବାହରେ ସମସ୍ୟା କାରଣରୁ ସିଜେନଙ୍କ ସହ ବମ୍ବେରେ ତାଙ୍କର ବନ୍ଧୁତା ସ୍ଥାପନ ହୋଇଥିଲା। ମା’ଙ୍କୁ ନଜଣାଇ ବିବାହ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ସେ ବୟସରେ କମ୍‌ ଥିବା ବୋହୂ ଖୋଜୁଥିଲେ। ଭଲପାଉଥିବା ହେତୁ ସିଜେନ୍‌ଙ୍କ ଏହି କଥାରେ ସେ ହଁ ଭରିଥିଲେ। ହେଲେ ବିବାହର ଦୁଇ ବର୍ଷ ପରେ ସେ ପୂର୍ବ ପ୍ରେମିକାଙ୍କ ସହ କଥା ହୋଇଥିଲେ। ଏହାକୁ ପସନ୍ଦ ନ କରିବା ଯୋଗୁ ଉଭୟଙ୍କର ଝଗଡ଼ା ହୋଇଥିଲା।

ଅପରପକ୍ଷେ ସିଜେନ୍‌ କହିଛନ୍ତି ସେ କେବଳ ତାଙ୍କର ଜଣେ ପ୍ରଶଂସକ। ତାଙ୍କୁ ସେ ବିବାହ କରିନାହାନ୍ତି। ମୋ ସହ ପଙ୍ଗା ନେଇସେ ଲୋକପ୍ରିୟ ହେବାକୁ ଚାହାନ୍ତି। ଫଟୋସପ୍‌ କରି ସେ ସ୍କ୍ରିନ୍‌ଶଟ୍‌ ଦେଖାଉଥିବା ମଧ୍ୟ ଅଭିନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri