କେବଳ ଗ୍ରୀନ୍‌ କାର୍ଡ ପାଇଁ ବିଦେଶୀ ମହିଳାଙ୍କୁ ବିବାହ କରି ଛାଡ଼ିଦେଲେ ଏହି ଅଭିନେତା !

ବମ୍ବେ: ଏକତା କପୁରଙ୍କ ଧାରାବାହିକ ‘କସୌଟି ଜିନ୍ଦେଗୀ କେ’ରେ ନାୟକ ଭୂମିକାରେ ନଜର ଆସିଥିଲେ ଅଭିନେତା ସିଜେନ୍‌ ଖାନ୍‌। ଶ୍ୱେତା ତିଓ୍ବାରୀଙ୍କ ସହ ତାଙ୍କର ଯୋଡ଼ିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏବେ କିନ୍ତୁ ସେ ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇଥିବା ବେଳେ ବ୍ୟକ୍ତିଗତ କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି।

କିଛିଦିନ ତଳେ ସିଜେନ ଡେଟ୍‌ କରୁଥିବା କୁହାଯାଇଥିଲା। ଏପରିକି ସେ ବିବାହ କରିପାରନ୍ତି ବୋଲି ଶୁଣାଯାଉଥିଲା। ହେଲେ ଏସବୁ ମିଥ୍ୟା ବୋଲି ଜଣାପଡ଼ିଛି। ଜଣେ ମହିଳା ଏବେ ସିଜେନଙ୍କ ଉପରେ ପ୍ରତାରଣା ଅଭିଯୋଗ କରିଛନ୍ତି। କେବଳ ଗ୍ରୀନ୍‌ କାର୍ଡ ପାଇଁ ସିଜେନ୍‌ ତାଙ୍କୁ ବିବାହ କରି ଛାଡ଼ି ଦେଇଥିବା ସେ କହିଛନ୍ତି।

ଆଇଶା ପିରାନୀ(୪୭) ନାମକ ଜଣେ ମହିଳା ସିଜେନଙ୍କ ସ୍ତ୍ରୀ ବୋଲି ନିଜକୁ ଦାବି କରିଛନ୍ତି। ୨୦୧୫ରୁ ୧୭ ଯାଏ ଉଭୟ ବିବାହ ବନ୍ଧନରେ ଥିଲେ। କେବଳ ଆମେରିକାରେ ଗ୍ରୀନ୍‌ କାର୍ଡ ପାଇଁ ସିଜେନ ତାଙ୍କୁ ବିବାହ କରିଥିଲେ। ସେ ବିବାହିତ ଥିବା ସତ୍ତ୍ୱେ ତାଙ୍କୁ ମିଛ କହିଥିଲେ। ଯେତେବେଳେ ତାଙ୍କୁ ଗ୍ରୀନ୍‌କାର୍ଡ ମିଳିଯାଇଥିଲା ସେ ଅଲଗା ହୋଇଯାଇଥିଲେ ବୋଲି ସେ ଅଭିଯୋଗ ମଧ୍ୟ କରିଛନ୍ତି।

ପ୍ରଥମ ବିବାହରେ ସମସ୍ୟା କାରଣରୁ ସିଜେନଙ୍କ ସହ ବମ୍ବେରେ ତାଙ୍କର ବନ୍ଧୁତା ସ୍ଥାପନ ହୋଇଥିଲା। ମା’ଙ୍କୁ ନଜଣାଇ ବିବାହ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ସେ ବୟସରେ କମ୍‌ ଥିବା ବୋହୂ ଖୋଜୁଥିଲେ। ଭଲପାଉଥିବା ହେତୁ ସିଜେନ୍‌ଙ୍କ ଏହି କଥାରେ ସେ ହଁ ଭରିଥିଲେ। ହେଲେ ବିବାହର ଦୁଇ ବର୍ଷ ପରେ ସେ ପୂର୍ବ ପ୍ରେମିକାଙ୍କ ସହ କଥା ହୋଇଥିଲେ। ଏହାକୁ ପସନ୍ଦ ନ କରିବା ଯୋଗୁ ଉଭୟଙ୍କର ଝଗଡ଼ା ହୋଇଥିଲା।

ଅପରପକ୍ଷେ ସିଜେନ୍‌ କହିଛନ୍ତି ସେ କେବଳ ତାଙ୍କର ଜଣେ ପ୍ରଶଂସକ। ତାଙ୍କୁ ସେ ବିବାହ କରିନାହାନ୍ତି। ମୋ ସହ ପଙ୍ଗା ନେଇସେ ଲୋକପ୍ରିୟ ହେବାକୁ ଚାହାନ୍ତି। ଫଟୋସପ୍‌ କରି ସେ ସ୍କ୍ରିନ୍‌ଶଟ୍‌ ଦେଖାଉଥିବା ମଧ୍ୟ ଅଭିନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?