Posted inଜାତୀୟ

ବିମାନ ଯାତ୍ରା ସମୟରେ ପରଷାଯିବ ଖାଦ୍ୟ

ନୂଆଦିଲ୍ଲୀ,୨୮।୮: କରୋନା କାଳରେ ଘରୋଇ ତଥା ଅନ୍ତର୍ଜାତୀୟ ବିମାନ ଉଡାଣକୁ ନେଇ ଜାରି ହୋଇଥିବା ଏସ୍‌ଓପିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କିଛିଟା ପରିବର୍ତ୍ତନ କରାଯାଇଛି। ଏଥିରେ କେତେକ କଟକଣା କୋହଳ କରାଯାଇଥିବା ବେଳେ ଆଉ କେତେକ କଡ଼ାକଡ଼ି କରାଯାଇଛି। ଏଣିକି ବିମାନ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ଖାଦ୍ୟ ପରଷିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଯାତ୍ରୀଙ୍କୁ ପ୍ୟାକିଂ ହୋଇଥିବା ସ୍ନାକ୍ସ, ମିଲ୍‌ ଓ ପାନୀୟ ଜଳ ଯୋଗାଇଦିଆଯିବ। କ୍ର୍ୟୁ ମେମ୍ବରମାନେ ପ୍ରତ୍ୟେକ ମିଲ୍‌ ଓ ପାନୀୟ ସେବା ପାଇଁ ଏକ ନୂଆ ଗ୍ଲୋଭସ୍‌ ସେଟ୍‌ ପରିଧାରଣ କରିବା ବାଧ୍ୟତାମୂଳକ ରହିବ।

କେବଳ ସେତିକି ନୁହେଁ କରୋନା ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଯାତ୍ରା ସମୟରେ ଯେଉଁ ଯାତ୍ରୀ ମାସ୍କ ପିନ୍ଧିବାକୁ ମନା କରିବେ ସେମାନଙ୍କୁ ବିମାନ କମ୍ପାନୀ ଦ୍ୱାରା ନୋ-ଫ୍ଲାଇ ତାଲିକାଭୁକ୍ତ କରାଯିବ। ଏନେଇ ‘ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ’(ଡିଜିସିଏ)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ଯାତ୍ରୀ ‘ନୋ-ଫ୍ଲାଇ’ ତାଲିକାଭୁକ୍ତ ହେବେ ତାହା କ୍ୟାବିନ କ୍ରୁ’ଙ୍କ ରିପୋର୍ଟକୁ ମୂଲ୍ୟାୟନ କରି ନିର୍ଦ୍ଧାରଣ କରାଯିବ। ଖାଇବା, ପିଇବା କିମ୍ବା ଅନ୍ୟକୌଣସି କାରଣ ଲାଗି ଯଦି ଯାତ୍ରୀମାନେ ମାସ୍କ କାଢ଼ନ୍ତି ତେବେ ତାହା କ୍ଷମଣୀୟ। କିନ୍ତୁ, ଜାଣିଶୁଣି ବିନା କୌଣସି କାରଣରେ ମାସ୍କ ପିନ୍ଧିବାକୁ ମନା କରନ୍ତି, ତେବେ ତାଙ୍କ ବିରୋଧରେ ‘ନୋ-ଫ୍ଲାଇ’ ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍‌ଜିଟ୍‌ ପୋଲ୍‌ରେ ମମତାଙ୍କ ହ୍ୟାଟ୍ରିକ୍‌

ନୂଆଦିଲ୍ଲୀ,୩୦ା୪:ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ହ୍ୟାଟ୍ରିକ୍‌ ବିଜୟ ହାସଲ କରି ପୁଣି ଥରେ ଶାସନ କରିପାରେ। ଏହାସହ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ତୃତୀୟ ଥର...

କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୩।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫,୯୧୦ ନୂଆ...

ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫକୁ ନେଇ ବିରୋଧ ପ୍ରଦର୍ଶନ

ଅମରାବତୀ,୯।୯: ଶନିବାର ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି)...

ମଣିପୁରରେ ସଂଘର୍ଷ: ଚାଲିଗଲା ୨ ଜୀବନ

ଇମ୍ଫାଲ, ୨୮ା୫: ମଣିପୁରର ବିଭିନ୍ନ ସ୍ଥାନରେ ଗୁଳିମାଡ଼ ଏବଂ ଉଗ୍ରପନ୍ଥୀ ଓ ସୁରକ୍ଷା ବଳ ମଧ୍ୟରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ହେବା ସହ...

ସ୍ବାମୀଙ୍କର ଏହି ପଦିଏ କଥାରେ ଭିଡିଓ ପ୍ରସ୍ତୁତ କରି ଜୀବନ ହାରିଲେ ସ୍ତ୍ରୀ

ଅହମ୍ମଦାବାଦ,୨୭।୨: ଅହମ୍ମଦାବାଦର ଆୟେଶା ନାମକ ଜଣେ ମହିଳା ଆତ୍ମହତ୍ୟା ପୂର୍ବରୁ ଭିଡିଓ ଏକ ପ୍ରସ୍ତୁତ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ...

କରୋନା ଲଢେଇରେ ଜିତିଲେ ୮ ଦିନର ଶିଶୁ

ଗାଜିଆବାଦ,୨୯।୪:କଥାରେ ଅଛି ଯିଏ ଜିତେ, ସେ ସିକନ୍ଦର। ଏହି ଉକ୍ତିର ପ୍ରମାଣ କରି ଦେଖାଇଛନ୍ତି ଜଣେ ଆଠ ଦିନର ନିରୀହ ଶିଶୁ। କରୋନା ମହାମାରୀ ସହ...

ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ପାରନ୍ତି ମୋଦି

ନୂଆଦିଲ୍ଲୀ,୫।୬: ଜୁନ୍‌ ୨୧ରେ ପାଳନ ହେବାକୁ ଯାଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏହା ପୂର୍ବରୁ ଶୁକ୍ରବାର ଅନ୍ତରାଷ୍ଟ୍ରୀୟ ଭିଡିଓ ବ୍ଲଗ ପ୍ରତିଯୋଗୀତା ‘ମାଇଁ ଲାଇଫ ମାଇଁ...

ଜମ୍ମୁ-କଶ୍ମୀରରେ ବାଦଲଫଟା ବର୍ଷା: ୫ ଜୀବନ ଗଲା, ୪୦ରୁ ଅଧିକ ନିଖୋଜ

ଶ୍ରୀନଗର,୨୮।୭: ଜମ୍ମୁ-କଶ୍ମୀରରେ ପକୃତି ଦାଉ ସାଜିଛି। ବୁଧବାର ବାଦଲଫଟା ବର୍ଷା ଯୋଗୁ ପ୍ରାୟ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଜଣ ନିଖୋଜ ଅଛନ୍ତି।...

Advertisement
Archives

Model This Week