Posted inଫୁରସତ

ଖପୁରୀ ଭଳି ଦେଖାଯିବାର ନିଶାରେ କାନ କାଟିବାକୁ ପଛାଇଲେନି ଏହି ଯୁବକ, ଏବେ ଚାକିରିରେ ରଖୁନାହାନ୍ତି କେହି

ଜର୍ମାନୀ ଫିନ୍‌ଷ୍ଟରବୋଲ୍ଡେରେ ରହୁଥିବା ସେଣ୍ଡ୍ରୋ ନିଜର ବିଚିତ୍ର ଶରୀରକୁ ନେଇ ଏବେ ଚର୍ଚ୍ଚାରେ। ଏହା ପଛରେ ଥିବା କାରଣ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ସେଣ୍ଡ୍ରୋ ଗତ ୧୩ ବର୍ଷ ମଧ୍ୟରେ ୧୭ ଥର ନିଜର ଶରୀରର ମୋଡିଫିକେଶନ୍‌ କରିଛନ୍ତି। ବିଭିନ୍ନ ପ୍ରକାର ଟାଟୁ ଏବଂ ପିୟର୍ସିଙ୍ଗ କରାଇଛନ୍ତି। ଏପରିକି ସେ ନିଜର କାନ ମଧ୍ୟ କାଟିଦେଇଛନ୍ତି। ତେବେ ମୁଣ୍ଡକୁ ଖପୁରୀ ଭଳି ଦେଖାଯିବା ଲାଗି ସେ ଏପରି କରିଥିବା କୁହନ୍ତି। ଆଜି ବି ନିଜର ରୋଷେଇଘରେ ଏକ ଡବାରେ ସେ ନିଜର କାନକୁ ରଖିଛନ୍ତି। ଘରକୁ କେହି ଅତିଥି ଆସିଲେ ସେ ତାକୁ ଦେଖାନ୍ତି। ଏବେ ସେଣ୍ଡ୍ରୋଙ୍କ କିଛି ଫଟୋ ଭାଇରାଲ ହେଉଛି।

ସେଣ୍ଡ୍ରୋ ଏବେ ବେରୋଜଗାର ଅଛନ୍ତି। ହେଲେ ଶରୀରକୁ ନିଜ ମନଲାଖି ରୂପ ଦେବାକୁ ୫.୮୪ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ମୁଣ୍ଡକୁ ଖପୁରୀ ଭଳି କରିବାକୁ ତାଙ୍କର ସଉକ ରହିଥିଲା। ଏଥିପାଇଁ ସେ ତାଙ୍କର କାନ ମଧ୍ୟ କାଟି ଦେଇଥିଲେ। ତାଙ୍କୁ ଲୋକେ ମିଷ୍ଟର ସ୍କଲ ଫେସ୍‌ ଭାବେ ଜାଣନ୍ତି। ଏପରି କରି ତାଙ୍କର ଆତ୍ମବିଶ୍ୱାସ ବଢ଼ିଥିବା ସେଣ୍ଡ୍ରୋ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ କୁହନ୍ତି।

୨୦୦୭ରେ ପ୍ରଥମ ଥର ପାଇଁ ସେ ନିଜ ଶରୀରର ମୋଡିଫିକେଶନ୍‌ କରିବା ଆରମ୍ଭ କରିଥିଲେ। ଟେଲିଭିଜନରେ ଜଣେ ବ୍ୟକ୍ତିଙ୍କ ସିଙ୍ଗ ଥିବା ଦେଖିବା ପରେ ସେ ମଧ୍ୟ ସେପରି କରିବାକୁ ମନ ବଳାଇଥିଲେ। ଏବେ ସେ ନିଜ ମୁଣ୍ଡ, ହାତ, କହୁଣୀରେ ଚିପ୍ସ ଲଗାଇବା ସହ ଜିଭକୁ ମଝିରୁ କାଟି ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ବହୁତ ପ୍ରଶଂସକ ରହିଛନ୍ତି। ଫଳରେ ସେଠାରୁ ତାଙ୍କର ଆୟ ହେଉଛି। ହେଲେ ଅନ୍ୟ କୌଣସି ସ୍ଥାନରେ ତାଙ୍କୁ କେହି ଚାକିରିରେ ରଖୁ ନାହାନ୍ତି। ଏହା ତାଙ୍କୁ ଦୁଃଖି ମଧ୍ୟ କରୁନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri