ଦୁର୍ଘଟଣାରେ ଚାଲିଗଲା କେନ୍ଦ୍ରୀୟ ଅଧିକାରୀଙ୍କ ଜୀବନ

ଆନନ୍ଦପୁର,୩୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଅଧୀନ ଦରଖଳାଠାରେ ଏକ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିବା ଜଣେ କେନ୍ଦ୍ରୀୟ ଅଧିକାରୀଙ୍କ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ଦିଲ୍ଲୀରୁ ଜାତୀୟ ମାନ ନିର୍ଦ୍ଧାରଣ ଅଧିକାରୀ ଗୁହାର ଚନ୍ଦ ପାନଓ୍ବାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ରାସ୍ତାର ତଦାରଖ କରିବାକୁ କେନ୍ଦୁଝର ଆସିଥିଲେ। ବୁଧବାର କେନ୍ଦୁଝରରେ ସେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ରାସ୍ତାର ତଦାରଖ କରିଥିଲେ। ବୁଧବାର ବିଳମ୍ବିତ ରାତିରେ ଏକ କାର ଯୋଗେ ଭୁବନେଶ୍ୱର ଆସୁଥିଲେ। ସେତିକିବେଳେ କାରଟି ଜାତୀୟ ରାଜପଥର ଦରଖଳାଠାରେ ଛିଡା ହୋଇଥିବା ଏକ ଟ୍ରକ୍‌ ପଛପଟେ ଧକ୍କା ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆବର୍ଜନାମୁକ୍ତ ହେବ ଆଖଣ୍ଡଳମଣି ପୀଠ

ଆରଡ଼ି, ୧୭।୭ (ଡି.ଏନ.ଏ.) – ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠ ସ୍ବଚ୍ଛ ତଥା ଆବର୍ଜନାମୁକ୍ତ ହେବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।...

ବିରୋଧ, ବିକ୍ଷୋଭ

ଭୁବନେଶ୍ୱର,୨୬।୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରି ଭାରତୀୟ କିଷାନ ୟୁନିୟନ, ଅଲ୍‌ ଇଣ୍ଡିଆ କୃଷକ ସଂଗଠନ, ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ବୟ...

ଆଦିବାସୀ ଯୁବକ ନିର୍ମାଣ କଲେ ସ୍ବୟଂଚାଳିତ ପେଟ୍ରୋଲ ପମ୍ପ

କଳିଙ୍ଗନଗର,୨୩ା୧(ଡି.ଏନ୍‌.ଏ.):ମାଟ୍ରିକ ପାସ୍‌ ପରେ ଅର୍ଥ ଅଭାବରୁ ପାଠପଢ଼ା ବନ୍ଦ ହୋଇଯାଇଥିଲା। ତେଣୁ କିଛି ରୋଜଗାର କରିବା ଲକ୍ଷ୍ୟରେ ନିକଟରେ ଥିବା ବ୍ରାହ୍ମଣୀ ପାଳ ବଜାରରେ ପେଟ୍ରୋଲ...

ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଭାରତୀୟ କ୍ରିକେଟ୍‌ ଦଳ କଟକସ୍ଥିତ ବାରବାଟୀରେ ହେଉଥିବା ଦିନିକିଆରେ ବିଜୟୀ ହୋଇଛି। ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଟିମ୍‌...

୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ: ଜଣେ ଗିରଫ

ବାସୁଦେବପୁର, ୧୭।୧୦ (ଡି.ଏନ.ଏ.)- ବାସୁଦେବପୁରସ୍ଥିତ ବଂଶୀପାଟଣା ଗ୍ରାମରେ ଥିବା କଳ୍ପତରୁ ସଂସ୍କୃତ ମହାବିଦ୍ୟାଳୟରେ ଅନାଦି ଚରଣ ବେହେରା ନାମକ ଜଣେ କର୍ମଚାରୀଙ୍କୁ ଚାକିରି ସ୍ଥାୟୀ କରାଇଦେବା...

ନିମ୍ନମାନର ଛତୁଆ ପ୍ରଦାନକୁ ନେଇ ତୀବ୍ର ଅସନ୍ତୋଷ

ପୁରୁଷୋତ୍ତମପୁର,୨୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ବୈଠକ ବିଡିଓ ବିଜୟ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷା ପିଙ୍କି ବେହେରା ପୌରୋହିତ୍ୟ...

ଆକ୍ରମଣ ମାମଲା:ସାନଭାଇଙ୍କୁ ମାଡ଼ ମାରି ବଡ଼ ଗଲେ ଜେଲ

ଦିଗପହଣ୍ଡ,୧୩ା୧(ଡି.ଏନ.ଏ.)-ସାନଭାଇଙ୍କୁ ମାଡ଼ ମାରିବା ଅଭିଯୋଗରେ ସୋମବାର ପୋଲିସ ଦିଗପହଣ୍ଡି ବ୍ଲକ କୁମରଡ଼ା ଗ୍ରାମ ବଡ ସାହିର ସନ୍ତୋଷ ପ୍ରଧାନଙ୍କୁ କୋର୍ଟ ଚାଲାଣ କରିଛି। ମାମଲା ନଂ....

ସୋମବାରଠାରୁ କାମାକ୍ଷାନଗର ଏନ୍‌ଏସି ଶଟ୍‌ଡାଉନ

କାମାକ୍ଷାନଗର,୨।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସିକୁ ଆସନ୍ତାକାଲିଠାରୁ ୫ ତାରିଖ ପର୍ଯ୍ୟନ୍ତ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏନ୍‌ଏସି ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ନିଆଯାଇଥିବା...

Advertisement
Archives

Model This Week