‘ଗରିବ ମାରଣ ନୀତି ବନ୍ଦ କରନ୍ତୁ କେନ୍ଦ୍ର ସରକାର’

ପାଟଣା,୧୬ା୨(ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ୩.୨୫କୋଟି ଗରିବ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କିଗ୍ରା ଚାଉଳ ଯୋଗାଣରୁ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୋଧରେ ଗୁରୁବାର କେନ୍ଦୁଝର ଜିଲା ପାଟଣା ବ୍ଲକ ଓ ସାହାରପଡ଼ା ବ୍ଲକ ସମ୍ମୁଖରେରେ ଶତାଧିକ ବିଜେଡି ନେତା ଓ କର୍ମୀ ଧାରଣା ଦେଇଥିଲେ। ପାଟଣା ବ୍ଲକ ସମ୍ମୁଖରେ ଆୟୋଜିତ ଧାରଣାରେ ବିଜେଡି ବରିଷ୍ଠ ନେତା ମିତ୍ରଭାନୁ ମହାନ୍ତଙ୍କ ସଂଯୋଜନାରେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଯୋଗ ଦେଇ କେନ୍ଦ୍ର ନରେନ୍ଦ୍ର ମୋଦି ସରକାରଙ୍କ ଗରିବ ମାରଣ ନୀତି ବିରୋଧରେ ତୀବ୍ର ସମାଲୋଚନା କରିବା ସହ ଏହା ଉପରେ କେନ୍ଦ୍ର ପୁନର୍ବିଚାର ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ। ଏହି ଧାରଣାରେ ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି , ଜିଲା ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଭଞ୍ଜ, ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ବ୍ଲକ ଉପାଧ୍ୟକ୍ଷା ବୀଣାପାଣି ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ,୨୧ ନମ୍ବର ଜିଲା ପରିଷଦ ପ୍ରଫୁଲ ନାୟକ, ୨୨ ନମ୍ବର ଜିଲା ପରିଷଦ ସୌଭାଗ୍ୟ ମଞ୍ଜରୀ ନାୟକ, ୨୩ ନମ୍ବର ରୁନୁ ମହାନ୍ତ, ବିଜେଡି ନେତ୍ରୀ ବିନତି ବାନରା, ଭାମାମଣି ଦାସ, କନକ ଲତା ନାଏକ, ସାହାରପଡ଼ାରେ ବିଧାୟକଙ୍କ ସହ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ମହାନ୍ତ, ଉପାଧ୍ୟକ୍ଷା ଛବିରାଣୀ ସେଠୀ, ୩୦ ନମ୍ବର ଜିଲା ପରିଷଦ ସଦସ୍ୟ ଚମ୍ପା ବତୀ ଟୁଡୁ, ୨୯ ନମ୍ବରର ବୁଦ୍ଧଦେବ ମହାକୁଡ଼,ବିଜେଡି କୃଷକ ଜନତା ଦଳ ଜିଲା ସଭାପତି ଦୀପକ ରାଜ, ବିଜେଡି ନେତା ବିଜୁ ଖାଟୁଆ, କୃଷ୍ଣଚନ୍ଦ୍ର ମହାପାତ୍ର, କିରଣବାଳା ସିଂ ପ୍ରମୁଖ ସାମିଲ ହୋଇଥିଲେ। ପାଟଣାରେ ବିଡିଓଙ୍କ ଅନୁପସ୍ଥିତିରେ ଅମଲା ବିଦୁ ନାୟକ ଓ ସାହାରପଡ଼ାରେ ଏ ବିଡିଓ କୁସୁମ ଲତା ସାହୁଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?