କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବଡ଼ ଖବର: ଏଥର ଆଗୁଆ ମିଳିବ ଦରମା, ଜାଣନ୍ତୁ କାହିିଁକି

ନୂଆଦିଲ୍ଲୀ୨୪।୯: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବଡ଼ ଖବର। ସାଧାରଣତଃ ମାସର ଶେଷ କାର୍ଯ୍ୟଦିବସରେ କର୍ମଚାରୀଙ୍କ ଦରମା ଓ ପେନସନଭୋଗୀଙ୍କ ପେନସନ ଆକାଉଣ୍ଟରେ ଜମା ହୋଇଥାଏ। କିନ୍ତୁ ଚଳିତ ସେପ୍ଟେମ୍ବର ମାସରେ ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ବ୍ୟାଙ୍କ ହଡ଼ତାଳକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ମାସର ଦରମା ଓ ପେନସନ ସେପ୍ଟେମ୍ବର ୨୫ ତାରିଖରେ ହିଁ ପ୍ରଦାନ କରାଯିବ।

ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ଡାକରା ଦିଆଯାଇଛି। ଏହି ସମୟରେ ବ୍ୟାଙ୍କିଂ କାରବାର ପ୍ରଭାବିତ ହେବାର ଆଶଙ୍କା ରହିଛି।

ସେପ୍ଟେମ୍ବର ୩୦ରେ ଛମାସିକ କ୍ଲୋଜିଂ ମଧ୍ୟ ହେବାକୁ ଥିବାରୁ ସରକାର ଆଗୁଆ ଭାବେ ଦରମା ଓ ପେନସନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।
ବିତ୍ତ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବିଭାଗ ଓ ମନ୍ତ୍ରଣାଳୟକୁ ଏନେଇ ପରାମର୍ଶ ଦିଆଯାଇଛି। କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ (CGA) ପକ୍ଷରୁ ଜାରି ଅଫିସ ମେମୋରାଣ୍ଡମ ଅନୁଯାୟୀ, ୨୫ ସେପ୍ଟେମ୍ବର ୨୦୨୬, ଶୁକ୍ରବାର ଦିନ ସେପ୍ଟେମ୍ବର ମାସର ଦରମା ଓ ପେନସନ ପ୍ରଦାନ କରାଯିବ।

ଏହି ନିଷ୍ପତ୍ତିର ଲାଭ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ପାଇପାରିବେ। ଏଥିରେ…

-କେନ୍ଦ୍ର ସରକାରୀ ବିଭାଗର ସମସ୍ତ କର୍ମଚାରୀ
-ପ୍ରତିରକ୍ଷା ବିଭାଗର କର୍ମଚାରୀ
-ଡାକ ବିଭାଗର କର୍ମଚାରୀ
-ଦୂରସଞ୍ଚାର ବିଭାଗର କର୍ମଚାରୀ
-କେନ୍ଦ୍ର ସରକାର ଅଧୀନ ଔଦ୍ୟୋଗିକ ଶ୍ରମିକ
-ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀ

ଏହା ସହିତ କେନ୍ଦ୍ର ସରକାରୀ ପେନସନଭୋଗୀଙ୍କ ପେନସନ ମଧ୍ୟ ୨୫ ସେପ୍ଟେମ୍ବରରେ ବ୍ୟାଙ୍କ ଓ ପେ ଆଣ୍ଡ ଆକାଉଣ୍ଟସ ଅଫିସ (PAO) ମାଧ୍ୟମରେ ଟ୍ରାନ୍ସଫର କରାଯିବ।

ସରକାର ସ୍ପଷ୍ଟ କରିଛି ଯେ ୨୫ ସେପ୍ଟେମ୍ବରରେ ଦିଆଯାଉଥିବା ଦରମାକୁ ଆଡଭାନ୍ସ ପେମେଣ୍ଟ ଭାବେ ଗଣନା କରାଯିବ। ସେପ୍ଟେମ୍ବର ମାସ ଶେଷ ହେବା ପରେ ଯଦି ଦରମା ଓ ଭତ୍ତାର ଅନ୍ତିମ ହିସାବରେ କୌଣସି ପରିବର୍ତ୍ତନ ଆସେ, ତେବେ ତାହାକୁ ଅକ୍ଟୋବର ମାସର ଦରମାରେ ଆଡଜଷ୍ଟ କରାଯିବ।
ଅର୍ଥାତ୍‌ ସେପ୍ଟେମ୍ବର ୨୬ରୁ ୩୦ ମଧ୍ୟରେ ଯଦି କୌଣସି ନୂଆ ଭତ୍ତା, ଏରିଅର୍‌ କିମ୍ବା ଓଭରଟାଇମ ରାଶି ଦେୟ ହୁଏ, ତେବେ ସେହି ଅର୍ଥ ଅକ୍ଟୋବର ମାସର ଦରମା ସହ ଯୋଡ଼ି ଦିଆଯିବ। ଫଳରେ ବ୍ୟାଙ୍କ ହଡ଼ତାଳ ଯୋଗୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଦରମା-ପେନସନ ଦେବାରେ କୌଣସି ବିଳମ୍ବ ହେବ ନାହିଁ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର: ବାଇକ-ସ୍କୁଟି ଉପରେ…

ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଛି ମାଲବୋଝେଇ ଟ୍ରଲର। ଦୁର୍ଘଟଣାରେ…

‘ବୈଭବଙ୍କ ପାଇଁ ମୋ ନିଦ ହଜିଯାଇଥିଲା’, ଏମିତି କାହିଁକି କହିଲେ ଗମ୍ଭୀର? ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏକ ବଡ଼ ଖୁଲାସା କରିଛନ୍ତି। ସଞ୍ଜୁ ସାମସନଙ୍କୁ ଟି-୨୦ ଦଳରୁ ବାଦ ଦେବା ତାଙ୍କ ଏପର୍ଯ୍ୟନ୍ତର…

ସମସ୍ୟ ନେଇ ଏନଏସି କାର୍ଯ୍ୟାଳୟ ଯାଇଥିଲେ ଯୁବଗୋଷ୍ଠୀ: କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ଗଞ୍ଜାମ, ୨୪।୯ (ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମାନସ ଜେନା ସ୍ଥାନୀୟ ଲୋକଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ବାତ୍ୟା ପ୍ରଭାବରେ…

ଗାଁରେ ପଶିଲା ସମୁଦ୍ର ଜୁଆର: ଅପହଞ୍ଚ ସାନ୍ତାଳୀ ଗାଁ ପାଣିଖିଆରେ ଦୁଇଟି ଘାଇ

ମହାକାଳପଡ଼ା, ୨୪।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଏକ…

ଉଚ୍ଚତା ମାତ୍ର ୪ ଫୁଟ ୭ ଇଞ୍ଚ, ୨୧୫ କିଲୋ ଭାର ଉଠାଇ ଚମତ୍କାର କଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୪।୯: ଏସିଆନ ଗେମ୍ସର ୪୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ଭାରତକୁ ରୌପ୍ୟ ପଦକ ମିଳିଛି। ଭାରତୀୟ ଷ୍ଟାର୍‌ ଭାରୋତ୍ତୋଳକ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଥିବା…

ଦେଶରେ ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର! ସରକାର ଦେଲେ ବଡ଼ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ,୨୪।୯: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ହର୍ମୁଜ ସଙ୍କଟ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍‌ ଅଏଲ ଦର ଗତ କିଛି…

ରୋହିତଙ୍କ ସହ ସମ୍ପର୍କକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଗମ୍ଭୀର, କହୁ କହୁ କହିଦେଲେ… ଚାରିଆଡ଼େ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ଖେଳାଳିଙ୍କ ମଧ୍ୟରେ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଥାଏ। ବିଶେଷକରି ଅଧିନାୟକ ଓ କୋଚ୍‌ଙ୍କ ସମ୍ପର୍କ…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ପରିସ୍ଥିତିର ସମୀକ୍ଷା କରିବେ ବିଧାୟକ

କୋରାପୁଟ, ୨୪।୯ (ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କୋରାପୁଟ ଜିଲାରେ ଜାରି ରହିଛି ବର୍ଷା। ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?