ସେବା ଯୋଗାଣ କେନ୍ଦ୍ରରେ ଶୋଷଣ

ରସୁଲପୁର, ୨।୧୦(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ୪୦ରୁ ଊର୍ଦ୍ଧ୍ୱ ଜନସେବା, ମୋ ସେବା ଓ ଆଧାର କେନ୍ଦ୍ର ରହିଛି। ମାତ୍ର ଏସବୁ ସେବାକେନ୍ଦ୍ରଗୁଡ଼ିକ ମଧ୍ୟରୁ ଅନେକ କେନ୍ଦ୍ରରେ ଲୋକଙ୍କୁ ଶୋଷଣ କରାଯାଉଛି। ଧାର୍ଯ୍ୟ ମୂଲ୍ୟଠାରୁ ଏମାନେ ଅଧିକ ଟଙ୍କା ଆଦାୟ କରୁଛନ୍ତି। ଏପରି କି ଗୋଟିଏ ସେବା ପାଇଁ ଉଦ୍ଦିଷ୍ଟ ଦେୟର ୪ରୁ୫ଗୁଣା ଅର୍ଥ ଆଦାୟ ହେଉଥିବା ଲକ୍ଷ୍ୟ କରାଯାଉଛି। ଯେଉଁମାନେ ଅଧିକ ଟଙ୍କା ଦେବାକୁ ବିରୋଧ କରୁଛନ୍ତି ସେମାନଙ୍କ କାର୍ଯ୍ୟ ହୋଇ ପାରୁନାହିଁ ବୋଲି ଅନେକ ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଆଧାର କାର୍ଡ ସହ ମୋବାଇଲ ନମ୍ବର ସଂଯୋଗ ପାଇଁ ଆସୁଥିବା ଲୋକେ ଅଧିକ ଶୋଷଣର ଶିକାର ହେଉଛନ୍ତି। କାରଣ ଚଳିତ ବର୍ଷ ଅଗଷ୍ଟ ୨୬ରୁ କେନ୍ଦ୍ର ସରକାର ଇ-ଶ୍ରମ କାର୍ଡ ପାଇଁ ଅନ୍‌ଲାଇନ୍‌ ଆବେଦନ ଫର୍ମ ଆହ୍ବାନ କରିଛନ୍ତି। ଏହି ସୁବିଧା ପାଇଁ ଆଧାର ସହ ମୋବାଇଲ ନମ୍ବର ସଂଯୋଗ ଅନିବାର୍ଯ୍ୟ ହୋଇଛି। ମାତ୍ର ଗ୍ରାମାଞ୍ଚଳର ବହୁ ଲୋକଙ୍କ ଆଧାର ସହ ମୋବାଇଲ ନମ୍ବର ସଂଯୋଗ ହୋଇନାହିଁ। ଫଳରେ ସେମାନେ ଇ-ଶ୍ରମ କାର୍ଡ ପାଇଁ ଆବେଦନ କରିପାରୁ ନାହାନ୍ତି। ଆବେଦନ ପୂର୍ବରୁ ଆଧାର ସହ ମୋବାଇଲ ନମ୍ବର ସଂଯୋଗ କରିବାକୁ ପଡୁଛି। ଏଥିପାଇଁ ଦୈନିକ ଶତାଧିକ ଲୋକେ ସେବାକେନ୍ଦ୍ରଗୁଡ଼ିକ ସମ୍ମୁଖରେ ଭିଡ଼ ଜମାଉଛନ୍ତି। ଲମ୍ବାଧାଡ଼ିକୁ ଦେଖି ସେବାକେନ୍ଦ୍ରଗୁଡ଼ିକ ସେମାନଙ୍କୁ ଶୋଷଣ କରୁଛନ୍ତି। ସେହିପରି ସରକାରଙ୍କ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନାର ନାମ ପଞ୍ଜୀକରଣ, ଆବେଦନ, ସଂଶୋଧନ ଆଦି ସୁବିଧା ହାସଲ ପାଇଁ ଲୋକେ ସେବାକେନ୍ଦ୍ରଗୁଡିକୁ ଆସୁଛନ୍ତି। ସରକାର ଅନେକ ଯୋଜନାର ପାଉଣା ହିତାଧିକାରୀଙ୍କ ଜମାଖାତାକୁ ଡିବିଟି ଜରିଆରେ ପୈଠ କରୁଛନ୍ତି। ଯେଉଁ ଜମାଖାତା ସହ ଆଧାର ସଂଯୋଗ ରହୁଛି ସେହିସବୁ ଜମାଖାତାରେ ଅର୍ଥ ଉପଲବ୍ଧ ହେଉଛି। ତେଣୁ ଆଧାର କାର୍ଡ ଲୋକଙ୍କ ଲାଗି ଜରୁରୀ ହୋଇପଡୁଛି। ଅନ୍ୟପକ୍ଷରେ ଆଧାର କାର୍ଡ ପଞ୍ଜୀକରଣ ସମୟରେ ନାନା ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୋଇଆସୁଛି। ଉକ୍ତ ତ୍ରୁଟି ସଂଶୋଧନ ପାଇଁ ଜନସାଧାରଣ ଉଦ୍ଦିଷ୍ଟ ବିଭିନ୍ନ କେନ୍ଦ୍ରକୁ ଆସୁଛନ୍ତି। ତେବେ ନୂତନ ଆଧାର କାର୍ଡ ନିଃଶୁଳ୍କ କରାଯାଇଥିବାବେଳେ ଯେକୌଣସି ସଂଶୋଧନ ବାବଦକୁ ୫୦ ଟଙ୍କା ପୈଠ ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜରିଆରେ ଘୋଷଣା କରାଯାଇଛି। କିନ୍ତୁ ସେବାକେନ୍ଦ୍ରରେ ଲୋକେ ଆବଶ୍ୟକତାଠାରୁ ଅଧିକ ଅର୍ଥ ପୈଠ କରି କାମ କରାଉଛନ୍ତି। ଆଧାରରେ ମୋବାଇଲ ନମ୍ବର ସଂଯୋଗ ପାଇଁ କାର୍ଡ ପିଛା ୧୫୦ରୁ୨୦୦ ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଛି ବୋଲି ଗ୍ରାହକ ବିଶ୍ୱରଞ୍ଜନ ଦାସ ଓ ବିକାଶ ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି। ପଞ୍ଜୀକରଣ ସମୟରେ ସେବାକେନ୍ଦ୍ର ପକ୍ଷରୁ ଗୋଟିଏ ଲେଖାଏ ରସିଦ୍‌ ପ୍ରଦାନ କରାଯାଉଛି। ତେବେ ରସିଦ୍‌ ତଳେ ଲେଖାଥିବା ପାଉଣା ସଂଗ୍ରହ ସ୍ତମ୍ଭଟିକୁ ଅଲଗା କରାଯାଇ ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ପ୍ରମାଣ ନଷ୍ଟ ଆଳରେ ଏଭଳି କରାଯାଉଛି ବୋଲି ଅଭିଯୋଗକାରୀ କହିଛନ୍ତି। ମୂଳାପାଳ ଛକରେ ଥିବା ଜନସେବା କେନ୍ଦ୍ରର ପ୍ରୋପ୍ରାଇଟର ଚିନ୍ମୟ ପଣ୍ଡାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, କାହାରିଠାରୁ ଅଧିକ ଟଙ୍କା ନେଉନାହାନ୍ତି। ସେ ବିଭିନ୍ନ ସେବା ଦେଉଛନ୍ତି। ସେଥିପାଇଁ ଲୋକଙ୍କୁ ଅଲଗା ଦେୟ ଦେବାକୁ ପଡ଼ୁଛି। ତେବେ କିଏ କ’ଣ ପାଇଁ କେତେ ନେଇଥିବେ ସେ କହି ପାରିବେ ନାହିଁ। ମାତ୍ର ଅଧିକ ଦେୟ ଆଦାୟ ବନ୍ଦ କରାଯାଉ ବୋଲି ସେ ଦାବି କରିଛନ୍ତି। ଏନେଇ ବିଡିଓ ଉମାକାନ୍ତ ପରିଡ଼ାଙ୍କୁ ପଚାରିବାରୁ ସେ ଏସମ୍ପର୍କରେ ଅବଗତ ନ ଥିବା କହିଛନ୍ତି। ମାତ୍ର ଜନସେବା କେନ୍ଦ୍ରରେ ଲୋକଙ୍କ ଭିଡ଼ ଜମୁଥିବା ଦେଖାଯାଉଛି। ତେଣୁ ଲୋକେ ସେବାକେନ୍ଦ୍ର ଗୁଡ଼ିକରେ କିପରି ଶୋଷଣର ଶିକାର ନ ହେବେ ସେଥିପ୍ରତି ଧ୍ୟାନଦେବେ ବୋଲି ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri