Posted inଜାତୀୟ

ଇତିହାସ ଲିଭାଇବାକୁ କେନ୍ଦ୍ରର ଉଦ୍ୟମ

ନୂଆଦିଲ୍ଲୀ,୧୭ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର) ୧୯୨୯-୩୦ରେ ଜାତୀୟ ରାଜଧାନୀ ଦିଲ୍ଲୀର କେନ୍ଦ୍ରସ୍ଥଳରେ ବ୍ରିଟିଶ୍‌ ଆର୍ମି କମାଣ୍ଡର-ଇନ୍‌-ଚିଫ୍‌ଙ୍କ ବାସଭବନ ପ୍ରତିଷ୍ଠା କରାଯାଇଥିଲା। ସେତେବେଳେ ଏହାର ନାମ ରହିଥିଲା ଫ୍ଲାଗ୍‌ଷ୍ଟାଫ୍‌ ହାଉସ୍‌। ୧୯୪୭ରେ ଦେଶ ସ୍ବାଧୀନ ହେବା ପରେ ୧୯୪୮ରୁ ଏହି ଐତିହାସିକ ପ୍ରାସାଦ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସରକାରୀ ବାସଭବନ ପାଲଟିଥିଲା। ନେହେରୁ ୧୯୬୪ ମେ’ ୨୭ରେ ମୃତ୍ୟୁ ପର୍ଯ୍ୟନ୍ତ ଏଠାରେ ୧୬ ବର୍ଷରୁ ଅଧିକ ସମୟ ଧରି ଅବସ୍ଥାନ କରିଥିଲେ। ନେହେରୁଙ୍କ ପରଲୋକ ପରେ ଏହି ଭବନକୁ ତାଙ୍କ ନାମରେ ନାମିତ କରାଯାଇଥିଲା। ୧୯୬୬ ଏପ୍ରିଲ ୧ରେ ଉକ୍ତ ସ୍ମାରକୀ ଭବନରେ ସଂଗ୍ରହାଳୟ ଓ ପାଠାଗାର ପରିଚାଳନା ନିମନ୍ତେ ନେହେରୁ ମେମୋରିଆଲ ଆଣ୍ଡ ଲାଇବ୍ରେରି ସୋସାଇଟି ନାମରେ ଏକ ସ୍ବୟଂଶାସିତ ସଂସ୍ଥା ଗଠନ କରାଯାଇଥିଲା। ତିନ୍‌ ମୂର୍ତ୍ତି ଭବନ ପରିସରରେ ଥିବା ଏହି ସୋସାଇଟକୁ କେନ୍ଦ୍ରର ମୋଦି ସରକାର ନୂଆ ନାମ ଦେଇଛନ୍ତି। ଏହା ଏଣିକି ପ୍ରଧାନମନ୍ତ୍ରୀଙ୍କ ମ୍ୟୁଜିୟମ୍‌ ଓ ଲାଇବ୍ରେରି ସୋସାଇଟି ନାମରେ ପରିଚିତ ହେବ। ପ୍ରାୟ ୯୦ ବର୍ଷ ପୂର୍ବେ ନିର୍ମିତ ତିନ୍‌ ମୂର୍ତ୍ତି ଭବନ ପରିସରରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଉଦ୍‌ଘାଟନର ପ୍ରାୟ ବର୍ଷକ ପରେ କରାଯାଇଥିବା ଏହି ନାମକରଣକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ପ୍ରତିରକ୍ଷା ମନ୍ତ୍ରୀ
ରାଜନାଥ ସିଂ (ସୋସାଇଟିର ଉପାଧ୍ୟକ୍ଷ) ଗୁରୁବାର ଏକ ସ୍ବତନ୍ତ୍ର ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଉକ୍ତ ବୈଠକରେ ଏନ୍‌ଏମ୍‌ଏମ୍‌ଏଲ୍‌ର ନାମ ପ୍ରାଇମ୍‌ ମିନିଷ୍ଟର୍ସ ମ୍ୟୁଜିୟମ୍‌ ଆଣ୍ଡ ଲାଇବ୍ରେରି ସୋସାଇଟି ରଖାଯିବା ନେଇ ନିଷ୍ପତ୍ତି ହୋଇଛି। ୨୦୧୬ରେ ଦେଶର ପ୍ରଧାନମନ୍ତ୍ରୀମାନଙ୍କୁ ଉତ୍ସର୍ଗୀକୃତ ତିନ୍‌ ମୂର୍ତ୍ତି ଭବନରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରିବା ପାଇଁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା କରିଥିଲେ। ୨୦୧୬ ନଭେମ୍ବର ୨୫ରେ ଏନ୍‌ଏମ୍‌ଏମ୍‌ଏଲ୍‌ ଏକ୍‌ଜିକ୍ୟୁଟିଭ୍‌ କାଉନ୍‌ସିଲ ତିନ୍‌ ମୂର୍ତ୍ତି ଇଷ୍ଟେଟ୍‌ରେ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମ୍ୟୁଜିୟମ୍‌ ନିର୍ମାଣକୁ ଅନୁମୋଦନ କରିଥିଲା। ପ୍ରକଳ୍ପ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ୨୦୨୨ ଏପ୍ରିଲ ୨୧ରେ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା। ଭାରତୀୟ ଗଣତନ୍ତ୍ର ପ୍ରତି ସବୁ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସ୍ବୀକୃତି ପ୍ରଦାନ ପୂର୍ବକ ଏହି ପଦକ୍ଷେପ ନିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଉକ୍ତ ସୋସାଇଟିର ଅଧ୍ୟକ୍ଷ ଥିବାବେଳେ କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହା, ନିର୍ମଳା ସୀତାରାମନ୍‌, ଧର୍ମେନ୍ଦ୍ର ପ୍ରଧାନ, ଜି. କିଷନ୍‌ ରେଡ୍ଡୀ, ଅନୁରାଗ ଠାକୁରଙ୍କ ସମେତ ୨୯ ଜଣ ସଦସ୍ୟ ରହିଛନ୍ତି। ଏନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ଯାହାଙ୍କ ନିଜସ୍ବ ଇତିହାସ ନାହିଁ, ସେମାନେ ଅନ୍ୟମାନଙ୍କ ଇତିହାସ ଲିଭାଇବାକୁ ଯାଉଛନ୍ତି। ନେହେରୁ ମେମୋରିଆଲ ମ୍ୟୁଜିୟମ୍‌ ଆଣ୍ଡ ଲାଇବ୍ରେରିରେ ନାମ ପରିବର୍ତ୍ତନର କୁତ୍ସିତ ପ୍ରୟାସରୁ ଆଧୁନିକ ଭାରତର ସ୍ଥପତି ଓ ଗଣତନ୍ତ୍ରର ନିର୍ଭୀକ ପ୍ରହରୀ ପଣ୍ଡିତ ନେହେରୁଙ୍କ ବ୍ୟକ୍ତିତ୍ୱକୁ ନୂ୍ୟନ କରାଯାଇପାରିବ ନାହିଁ। ଏଥିରୁ ଭାଜପା ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ହୀନ ମାନସିକତା ଓ ଏକଚ୍ଛତ୍ରବାଦୀ ମନୋଭାବ ପ୍ରତିଫଳିତ ହେଉଛି। ମୋଦି ସରକାରଙ୍କ ବାମନ ବିଚାର ଭାରତ ପ୍ରତି ‘ହିନ୍ଦର ହବାହାର’ଙ୍କ ବିପୁଳ ଅବଦାନକୁ ହ୍ରାସ କରିପାରିବ ନାହିଁ ବୋଲି ଖାର୍ଗେ ଟୁଇଟ୍‌ କରିଛନ୍ତି। କଂଗ୍ରେସ ମୁଖପାତ୍ର ଜୟରାମ ରମେଶଙ୍କ ମତରେ ସଂକୀର୍ଣ୍ଣତାର ଦ୍ୱିତୀୟ ନାମ ହେଉଛି ମୋଦି। ୫୯ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ନେହେରୁ ସ୍ମାରକୀ ସଂଗ୍ରହାଳୟ ଓ ପୁସ୍ତକାଳୟ ଏକ ବୈଶ୍ୱିକ ଇତିହାସସ୍ଥଳ ରହିଆସିଛି। ଏହା ହେଉଛି ପୁସ୍ତକ ତଥା ଅଭିଲେଖଗୁଡ଼ିକର ଭଣ୍ଡାର। ଏବେଠୁ ଏହାକୁ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍‌ ଓ ସୋସାଇଟି କୁହାଯିବ। ଭାରତୀୟ ରାଷ୍ଟ୍ର-ରାଜ୍ୟର ସ୍ଥପତିଙ୍କ ନାମ ଓ ଲିଗାସିକୁ ବିକୃତ କରିବା, ନୂ୍ୟନ ଦେଖାଇବା ଏବଂ ନଷ୍ଟ କରିବା ପାଇଁ କ’ଣ ନ କରିବେ। ନିଜ ଅସୁରକ୍ଷାର ବୋଝ ତଳେ ଚାପିହୋଇ ରହିଥିବା ଜଣେ ସ୍ବଳ୍ପ ଉଚ୍ଚତାର ବ୍ୟକ୍ତି ଆମତ୍ଘୋଷିତ ବିଶ୍ୱଗୁରୁ ପାଲଟିଯାଇଛନ୍ତି। ଅନ୍ୟପକ୍ଷେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏହାର ଜବାବ ଦେଇଛନ୍ତି। ନଡ୍ଡା ଟୁଇଟ୍‌ କରି କହିଛନ୍ତି, ଏହା ହେଉଛି ରାଜନୈତିକ ଅଜୀର୍ଣ୍ଣର ସର୍ବୋତ୍କୃଷ୍ଟ ଉଦାହରଣ। ଆମ ରାଷ୍ଟ୍ର ନିର୍ମାଣରେ ନିୟୋଜିତ ଥିବା ନେତାମାନେ ଗୋଟିଏ ପରିବାରର ନୁହନ୍ତି। ଏହାକୁ ଗ୍ରହଣ କରିବାକୁ ଅସମର୍ଥ ଥିବା ଲୋକେ ବାସ୍ତବତାକୁ ସ୍ବୀକାର କରିପାରୁ ନାହାନ୍ତି। ପିଏମ୍‌ ସଂଗ୍ରହାଳୟ ରାଜନୀତି ଉର୍ଦ୍ଧ୍ୱରେ ରହିଛି। ଏହାକୁ ହୃଦୟଙ୍ଗମ କରିବା ଦୂରଦୃଷ୍ଟି କଂଗ୍ରେସର ନାହିଁ। ସେହିପରି ଭାଜପା ଏମ୍‌ପି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ ଶେଖର କହିଛନ୍ତି, କଂଗ୍ରେସ କେବେହେଲେ ଗୋଟିଏ ପରିବାରକୁ ବାଦ୍‌ ଦେଇ କିଛି ଚିନ୍ତା କରିପାରିନାହିଁ। ମୋ ବାପା ଚନ୍ଦ୍ରଶେଖରଜୀ ସବୁବେଳେ ଜାତୀୟ ସ୍ବାର୍ଥ ପାଇଁ କାର୍ଯ୍ୟ କରୁଥିଲେ। ଏପରି କି ସେ କଂଗ୍ରେସରେ ମଧ୍ୟ ଥିବାବେଳେ ଗୋଟିଏ ପରିବାରକୁ ଦେଖି ନ ଥିଲେ। ବର୍ତ୍ତମାନ ମୋଦି ଦଳ ନିର୍ବିଶେଷରେ ସବୁ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରୁଥିବାବେଳେ କଂଗ୍ରେସ ବିଦ୍ରୋହୀ ହୋଇଉଠୁଛି। ଏହା ଏକ ଭୟଙ୍କର ଚିନ୍ତାଧାରା ବୋଲି ନୀରଜ ଶେଖର ଟୁଇଟ୍‌ କରିଛନ୍ତି। ଭାଜପା ମୁଖପାତ୍ର ତଥା ରାଜ୍ୟ ସଭା ସଦସ୍ୟ ସୁଧାଂଶୁ ତ୍ରିବେଦୀ କହିଛନ୍ତି, ତିନ୍‌ ମୂର୍ତ୍ତି ଭବନରେ ଉନ୍ନତ ଟେକ୍ନୋଲୋଜି ବ୍ୟବହାର କରି ନେହେରୁଙ୍କ ଅବଦାନ ଓ ସଫଳତାକୁ କିପରି ପ୍ରଦର୍ଶିତ କରାଯାଇଛି ତାହା ଦେଖିବା ପାଇଁ କଂଗ୍ରେସ ନେତାମାନେ କେବେ ସେଠାକୁ ଯାଇନାହାନ୍ତି। ଏହାସତ୍ତ୍ୱେ ସେମାନେ ଅଭିଯୋଗ ଆଣୁଛନ୍ତି। ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ନେହେରୁଙ୍କ ୧୨୫ତମ ଜୟନ୍ତୀକୁ କିପରି ପାଳନ କରାଯାଇଥିଲା ତାହା କଂଗ୍ରେସ ସ୍ମରଣ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?