Posted inଜାତୀୟ

ତଥ୍ୟ ଦେବାକୁ କେନ୍ଦ୍ର ଅମଙ୍ଗ

ନୂଆଦିଲ୍ଲୀ, ୧୪।୯: ଇସ୍ରାଏଲ କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ର ସ୍ପାଏଓ୍ବେର ପେଗାସସ୍‌କୁ ନେଇ କେନ୍ଦ୍ର ସରକାର ଅଡ଼ୁଆରୁ ମୁକୁଳିପାରୁ ନାହାନ୍ତି। ପେଗାସସ୍‌ ଗୁପ୍ତଚରଗିରି ବିବାଦରେ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିରୋଧୀ ସଂସଦର ମୌସୁମୀ ଅଧିବେଶନରେ ଘେରିଥିବା ବେଳେ ଏବେ ଅଦାଲତରେ ଫସିଛି କେନ୍ଦ୍ର। ସର୍ବୋଚ୍ଚ ଅଦାଲତରେ ସୋମବାର ସଲିସିଟର ଜେନେରାଲଙ୍କ ମାଧ୍ୟମରେ କେନ୍ଦ୍ର ସରକାର ସଫେଇ ଦେଇଛନ୍ତି। ପେଗାସସ୍‌ ସ୍ପାଏଓ୍ବେରକୁ ସରକାର ବ୍ୟବହାର କରିଛନ୍ତି କି ନାହିଁ ସେ ନେଇ ସତ୍ୟପାଠରେ ବିସ୍ତୃତ ଉଲ୍ଲେଖ କରାଗଲେ ଏହା ଆତଙ୍କବାଦୀଙ୍କୁ ସହାୟକ ହେବ ବୋଲି କେନ୍ଦ୍ର ଯୁକ୍ତି ବାଢ଼ିଛି। ଅପରପକ୍ଷରେ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ଏହି ଯୁକ୍ତିକୁ ଗ୍ରହଣ କରିପାରି ନାହାନ୍ତି। ଏହାର ପୁନର୍ବିଚାର ପାଇଁ ୨ ରୁ ୩ଦିନ ସମୟ ଦେଇଛନ୍ତି, ଯାହାକି କେନ୍ଦ୍ର ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ପେଗାସସ୍‌ ସ୍ପାଏଓ୍ବେର ବ୍ୟବହାରରେ କେନ୍ଦ୍ର ସରକାରଙ୍କ ଭୂମିକା ସମ୍ପର୍କରେ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଆଗତ ହୋଇଥିବା ଏକାଧିକ ଆବେଦନର ଶୁଣାଣି ସୋମବାର ହୋଇଛି। ଏ ସମ୍ପର୍କରେ କେନ୍ଦ୍ର ପକ୍ଷରୁ ସତ୍ୟପାଠ ଦାଖଲ କରିବାକୁ ପୂର୍ବରୁ ସର୍ବୋଚ୍ଚ ଅଦାଲତ ସମୟ ଦେଇଥିଲେ। ସୋମବାର ପ୍ରଧାନ ବିଚାରପତି ଏନ୍‌. ଭି. ରମନା, ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ପୀଠରେ ମାମଲାର ଶୁଣାଣି ହୋଇଥିଲା। କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠରେ କହିଥିଲେ, ପେଗାସସ୍‌କୁ କେନ୍ଦ୍ର ସରକାର ବ୍ୟବହାର କରିଛନ୍ତି କି ନାହିଁ ସେନେଇ କୌଣସି ତଥ୍ୟ ସତ୍ୟପାଠ ମାଧ୍ୟମରେ ଉପସ୍ଥାପନ କରିବା ଉଚିତ୍‌ ହେବ ନାହିଁ। ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ। ତେଣୁ ସରକାର ନିରପେକ୍ଷ ବିଶେଷଜ୍ଞଙ୍କୁ ନେଇ ଏକ ବୈଷୟିକ କମିଟି ଗଠନ କରିବାକୁ ଯାଉଛନ୍ତି। ଏହି କମିଟି ଆବେଦନକାରୀଙ୍କ ଫୋନ୍‌ ଏବଂ ଯେଉଁମାନେ ପେଗାସସ୍‌ ଦ୍ୱାରା ପ୍ରଭାବିତ ବା କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଦାବି କରୁଛନ୍ତି, ସେମାନଙ୍କୁ ଯାଞ୍ଚ କରିବ। ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କୌଣସି ବ୍ୟକ୍ତି ବିଶେଷଜ୍ଞ କମିଟିରେ ରହିବେ ନାହିଁ। କମିଟି ତଦନ୍ତ ପରେ ଏହାର ରିପୋର୍ଟ ସର୍ବୋଚ୍ଚ ଅଦାଲତରେ ଦାଖଲ କରିବେ। ଏହା ପରେ ଯଦି କୋର୍ଟ ଚାହିଁବେ, ତେବେ ତାହା ସର୍ବସାଧାରଣରେ ପ୍ରକାଶଯୋଗ୍ୟ ହୋଇପାରିବ। ମେହେଟ୍ଟାଙ୍କ ଏଭଳି ଯୁକ୍ତି ଶୁଣିବା ପରେ ଅଦାଲତ କହିଥିଲେ, ପେଗାସସ୍‌କୁ ନେଇ ଏକ ନିରପେକ୍ଷ ତଦନ୍ତ ପାଇଁ ହୋଇଥିବା ଆବେଦନର କୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେବେ। ତେଣୁ କେନ୍ଦ୍ର ଏହାର ପୁନର୍ବିଚାର କରୁ।
୨ ରୁ ୩ଦିନ ପରେ ଏନେଇ ରାୟ ପ୍ରକାଶ କରାଯିବ। ଖଣ୍ଡପୀଠ ଆହୁରି କହିଛନ୍ତି, ବୁଦା ଚାରିପଟେ ପିଟି ଚାଲିଲେ, କୌଣସି ପ୍ରସଙ୍ଗର ସମାଧାନ ହେବ ନାହିଁ। ଯଦି ବିଶେଷଜ୍ଞ କମିଟି ରିପୋର୍ଟ ଦାଖଲ କରିବ, ତେବେ ଏହା ମଧ୍ୟ ସର୍ବସାଧାରଣରେ ପ୍ରକାଶଯୋଗ୍ୟ ଭଳି ହେବ ବୋଲି ଅଦାଲତ କହିଛନ୍ତି।
ଏହି ମାମଲାର ଶୁଣାଣି ଗତ ୭ତାରିଖରେ ହୋଇଥିଲା। ଏଥିରେ ସଲିସିଟର ଜେନେରାଲ ମେହେଟ୍ଟା ଉପସ୍ଥିତ ହୋଇ ୨ୟ ସତ୍ୟପାଠ ପ୍ରସ୍ତୁତ ହୋଇପାରି ନ ଥିବା ଦର୍ଶାଇଥିଲେ, ଯାହାକୁ ଖଣ୍ଡପୀଠ ଗ୍ରହଣ କରି ସୋମବାରକୁୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଗାସସ୍‌ ଗୁପ୍ତଚରଗିରି ଘଟଣାର ତଦନ୍ତ ଦାବି କରି ହୋଇଥିବା ଆବେଦନରେ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଅନ୍ତରୀଣ ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ ତଦନ୍ତ ନେଇ ହୋଇଥିବା ଆବେଦନଗୁଡ଼ିକ ଅସମ୍ପୂର୍ଣ୍ଣ, ଅଣସଂଗଠିତ ବିଷୟବସ୍ତୁ ଏବଂ ଅବାସ୍ତବ ଗଣମାଧ୍ୟମ ରିପୋର୍ଟ ଉପରେ ଆଧାରିତ ବୋଲି ଉଲ୍ଲେଖ କରାଯାଇଥିଲା। ଏପରି କି ଏହି ପ୍ରସଙ୍ଗରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୃହରେ ସ୍ପଷ୍ଟୀକରଣ ଦେଇ ସାରିଥିବାରୁ ଏନେଇ ଅଧିକ ତଥ୍ୟ ଦେବା ଆବଶ୍ୟକ ନାହିଁ ବୋଲି କହିଥିଲେ।
ସୋମବାର ପେଗାସସ୍‌ ମାମଲାରେ କେନ୍ଦ୍ର ପକ୍ଷରୁ ସର୍ବୋଚ୍ଚ ଅଦାଲତରେ କରାଯାଇଥିବା ଯୁକ୍ତି ଏବଂ ଖଣ୍ଡପୀଠଙ୍କ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜନୈତିକ କାଦୁଅଫିଙ୍ଗା ଆରମ୍ଭ ହୋଇଯାଇଛି। କଂଗ୍ରେସ ନେତା କପିଲ୍‌ ସିବଲ କହିଛନ୍ତି, ଯଦି ପୋଗସସ୍‌ ଗୁପ୍ତଚରୀ ମାମଲାରେ ଜର୍ମାନ ସରକାର ସେଠାକାର ସର୍ବୋଚ୍ଚ ଅଦାଲତରେ ତଥ୍ୟ ଦେବାକୁ ସମ୍ମତି ପ୍ରକାଶ କରିବା ସହ ଏହା ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ ନାହିଁ ବୋଲି କହିଛନ୍ତି, ଏଭଳିସ୍ଥିତିରେ ଭାରତ ସରକାର କାହିଁକି ଅମଙ୍ଗ ହେଉଛନ୍ତି ବୋଲି ସିବଲ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ଏପ୍ରସଙ୍ଗରେ ଭାଜପା ବିରୋଧୀଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିବାକୁ ଆଗେଇ ଆସିଛି। ବିରୋଧୀମାନେ ଷଡ଼ଯନ୍ତ୍ର କରି ଭାରତର ବିକାଶ ପଥକୁ ଅଟକାଇବାକୁ କେବେ ସମର୍ଥ ହୋଇପାରିବେ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?