Posted inଜାତୀୟ

ତଥ୍ୟ ଦେବାକୁ କେନ୍ଦ୍ର ଅମଙ୍ଗ

ନୂଆଦିଲ୍ଲୀ, ୧୪।୯: ଇସ୍ରାଏଲ କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ର ସ୍ପାଏଓ୍ବେର ପେଗାସସ୍‌କୁ ନେଇ କେନ୍ଦ୍ର ସରକାର ଅଡ଼ୁଆରୁ ମୁକୁଳିପାରୁ ନାହାନ୍ତି। ପେଗାସସ୍‌ ଗୁପ୍ତଚରଗିରି ବିବାଦରେ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିରୋଧୀ ସଂସଦର ମୌସୁମୀ ଅଧିବେଶନରେ ଘେରିଥିବା ବେଳେ ଏବେ ଅଦାଲତରେ ଫସିଛି କେନ୍ଦ୍ର। ସର୍ବୋଚ୍ଚ ଅଦାଲତରେ ସୋମବାର ସଲିସିଟର ଜେନେରାଲଙ୍କ ମାଧ୍ୟମରେ କେନ୍ଦ୍ର ସରକାର ସଫେଇ ଦେଇଛନ୍ତି। ପେଗାସସ୍‌ ସ୍ପାଏଓ୍ବେରକୁ ସରକାର ବ୍ୟବହାର କରିଛନ୍ତି କି ନାହିଁ ସେ ନେଇ ସତ୍ୟପାଠରେ ବିସ୍ତୃତ ଉଲ୍ଲେଖ କରାଗଲେ ଏହା ଆତଙ୍କବାଦୀଙ୍କୁ ସହାୟକ ହେବ ବୋଲି କେନ୍ଦ୍ର ଯୁକ୍ତି ବାଢ଼ିଛି। ଅପରପକ୍ଷରେ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ଏହି ଯୁକ୍ତିକୁ ଗ୍ରହଣ କରିପାରି ନାହାନ୍ତି। ଏହାର ପୁନର୍ବିଚାର ପାଇଁ ୨ ରୁ ୩ଦିନ ସମୟ ଦେଇଛନ୍ତି, ଯାହାକି କେନ୍ଦ୍ର ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ପେଗାସସ୍‌ ସ୍ପାଏଓ୍ବେର ବ୍ୟବହାରରେ କେନ୍ଦ୍ର ସରକାରଙ୍କ ଭୂମିକା ସମ୍ପର୍କରେ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଆଗତ ହୋଇଥିବା ଏକାଧିକ ଆବେଦନର ଶୁଣାଣି ସୋମବାର ହୋଇଛି। ଏ ସମ୍ପର୍କରେ କେନ୍ଦ୍ର ପକ୍ଷରୁ ସତ୍ୟପାଠ ଦାଖଲ କରିବାକୁ ପୂର୍ବରୁ ସର୍ବୋଚ୍ଚ ଅଦାଲତ ସମୟ ଦେଇଥିଲେ। ସୋମବାର ପ୍ରଧାନ ବିଚାରପତି ଏନ୍‌. ଭି. ରମନା, ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ପୀଠରେ ମାମଲାର ଶୁଣାଣି ହୋଇଥିଲା। କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠରେ କହିଥିଲେ, ପେଗାସସ୍‌କୁ କେନ୍ଦ୍ର ସରକାର ବ୍ୟବହାର କରିଛନ୍ତି କି ନାହିଁ ସେନେଇ କୌଣସି ତଥ୍ୟ ସତ୍ୟପାଠ ମାଧ୍ୟମରେ ଉପସ୍ଥାପନ କରିବା ଉଚିତ୍‌ ହେବ ନାହିଁ। ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ। ତେଣୁ ସରକାର ନିରପେକ୍ଷ ବିଶେଷଜ୍ଞଙ୍କୁ ନେଇ ଏକ ବୈଷୟିକ କମିଟି ଗଠନ କରିବାକୁ ଯାଉଛନ୍ତି। ଏହି କମିଟି ଆବେଦନକାରୀଙ୍କ ଫୋନ୍‌ ଏବଂ ଯେଉଁମାନେ ପେଗାସସ୍‌ ଦ୍ୱାରା ପ୍ରଭାବିତ ବା କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଦାବି କରୁଛନ୍ତି, ସେମାନଙ୍କୁ ଯାଞ୍ଚ କରିବ। ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କୌଣସି ବ୍ୟକ୍ତି ବିଶେଷଜ୍ଞ କମିଟିରେ ରହିବେ ନାହିଁ। କମିଟି ତଦନ୍ତ ପରେ ଏହାର ରିପୋର୍ଟ ସର୍ବୋଚ୍ଚ ଅଦାଲତରେ ଦାଖଲ କରିବେ। ଏହା ପରେ ଯଦି କୋର୍ଟ ଚାହିଁବେ, ତେବେ ତାହା ସର୍ବସାଧାରଣରେ ପ୍ରକାଶଯୋଗ୍ୟ ହୋଇପାରିବ। ମେହେଟ୍ଟାଙ୍କ ଏଭଳି ଯୁକ୍ତି ଶୁଣିବା ପରେ ଅଦାଲତ କହିଥିଲେ, ପେଗାସସ୍‌କୁ ନେଇ ଏକ ନିରପେକ୍ଷ ତଦନ୍ତ ପାଇଁ ହୋଇଥିବା ଆବେଦନର କୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେବେ। ତେଣୁ କେନ୍ଦ୍ର ଏହାର ପୁନର୍ବିଚାର କରୁ।
୨ ରୁ ୩ଦିନ ପରେ ଏନେଇ ରାୟ ପ୍ରକାଶ କରାଯିବ। ଖଣ୍ଡପୀଠ ଆହୁରି କହିଛନ୍ତି, ବୁଦା ଚାରିପଟେ ପିଟି ଚାଲିଲେ, କୌଣସି ପ୍ରସଙ୍ଗର ସମାଧାନ ହେବ ନାହିଁ। ଯଦି ବିଶେଷଜ୍ଞ କମିଟି ରିପୋର୍ଟ ଦାଖଲ କରିବ, ତେବେ ଏହା ମଧ୍ୟ ସର୍ବସାଧାରଣରେ ପ୍ରକାଶଯୋଗ୍ୟ ଭଳି ହେବ ବୋଲି ଅଦାଲତ କହିଛନ୍ତି।
ଏହି ମାମଲାର ଶୁଣାଣି ଗତ ୭ତାରିଖରେ ହୋଇଥିଲା। ଏଥିରେ ସଲିସିଟର ଜେନେରାଲ ମେହେଟ୍ଟା ଉପସ୍ଥିତ ହୋଇ ୨ୟ ସତ୍ୟପାଠ ପ୍ରସ୍ତୁତ ହୋଇପାରି ନ ଥିବା ଦର୍ଶାଇଥିଲେ, ଯାହାକୁ ଖଣ୍ଡପୀଠ ଗ୍ରହଣ କରି ସୋମବାରକୁୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଗାସସ୍‌ ଗୁପ୍ତଚରଗିରି ଘଟଣାର ତଦନ୍ତ ଦାବି କରି ହୋଇଥିବା ଆବେଦନରେ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଅନ୍ତରୀଣ ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ ତଦନ୍ତ ନେଇ ହୋଇଥିବା ଆବେଦନଗୁଡ଼ିକ ଅସମ୍ପୂର୍ଣ୍ଣ, ଅଣସଂଗଠିତ ବିଷୟବସ୍ତୁ ଏବଂ ଅବାସ୍ତବ ଗଣମାଧ୍ୟମ ରିପୋର୍ଟ ଉପରେ ଆଧାରିତ ବୋଲି ଉଲ୍ଲେଖ କରାଯାଇଥିଲା। ଏପରି କି ଏହି ପ୍ରସଙ୍ଗରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୃହରେ ସ୍ପଷ୍ଟୀକରଣ ଦେଇ ସାରିଥିବାରୁ ଏନେଇ ଅଧିକ ତଥ୍ୟ ଦେବା ଆବଶ୍ୟକ ନାହିଁ ବୋଲି କହିଥିଲେ।
ସୋମବାର ପେଗାସସ୍‌ ମାମଲାରେ କେନ୍ଦ୍ର ପକ୍ଷରୁ ସର୍ବୋଚ୍ଚ ଅଦାଲତରେ କରାଯାଇଥିବା ଯୁକ୍ତି ଏବଂ ଖଣ୍ଡପୀଠଙ୍କ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜନୈତିକ କାଦୁଅଫିଙ୍ଗା ଆରମ୍ଭ ହୋଇଯାଇଛି। କଂଗ୍ରେସ ନେତା କପିଲ୍‌ ସିବଲ କହିଛନ୍ତି, ଯଦି ପୋଗସସ୍‌ ଗୁପ୍ତଚରୀ ମାମଲାରେ ଜର୍ମାନ ସରକାର ସେଠାକାର ସର୍ବୋଚ୍ଚ ଅଦାଲତରେ ତଥ୍ୟ ଦେବାକୁ ସମ୍ମତି ପ୍ରକାଶ କରିବା ସହ ଏହା ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ ନାହିଁ ବୋଲି କହିଛନ୍ତି, ଏଭଳିସ୍ଥିତିରେ ଭାରତ ସରକାର କାହିଁକି ଅମଙ୍ଗ ହେଉଛନ୍ତି ବୋଲି ସିବଲ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ଏପ୍ରସଙ୍ଗରେ ଭାଜପା ବିରୋଧୀଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିବାକୁ ଆଗେଇ ଆସିଛି। ବିରୋଧୀମାନେ ଷଡ଼ଯନ୍ତ୍ର କରି ଭାରତର ବିକାଶ ପଥକୁ ଅଟକାଇବାକୁ କେବେ ସମର୍ଥ ହୋଇପାରିବେ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri