ଆଫଗାନିସ୍ତାନକୁ ୪୭୦ କୋଟିର ଆର୍ଥିକ ସହାୟତା ଦେବ ଆମେରିକା

ୱାଶିଂଟନ,୧୪ ।୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ପରେ ଏବେ ଆମେରିକା ଆଫଗାନିସ୍ତାନର ଲୋକଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛି । ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥାମ୍ପସନ-ଗ୍ରୀନଫିଲ୍ଡ କହିଛନ୍ତି ଆମେରିକା ଆଫଗାନିସ୍ତାନର ଜନତାଙ୍କ ପାଇଁ ୬୪ ମିଲିୟନ ଡଲାର(ପାଖାପାଖି ୪୭୦ କୋଟି ଟଙ୍କା) ମାନବିକ ସହାୟତା ଦେବାକୁ ପ୍ରସ୍ତୁତ ଅଛି । ସେ କହିଛନ୍ତି ଏବେ ଆଫଗାନିସ୍ତାନର ସ୍ଥିତି ଖରାପ ଅଛି । ତେଣୁ ଏଭଳି ସ୍ଥିତିରେ ଆମେରିକା ଆଫଗାନବାସୀଙ୍କୁ ୬୪ ମିଲିୟନ ଡଲାର ସହାୟତା ଦେବାକୁ କଥା ଦେଉଛି । ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥାମ୍ପସନ-ଗ୍ରୀନଫିଲ୍ଡ ଟୁଇଟ୍ କରି ଲେଖିଛନ୍ତି, ମୋତେ ଏହି ଘୋଷଣା କରିବା ସମୟରେ ଗର୍ବ ଲାଗୁଛି କି ଆମେରିକା ଆଫଗାନିସ୍ତାନ ଜନତାଙ୍କ ପାଇଁ ନୂଆ ମାନବିକ ସହାୟତା ପାଇଁ ୬୪ ମିଲିୟନ ଡଲାର ଦେଉଛି । ଏହି ଆର୍ଥିକ ଘୋଷଣା ଜାତିସଂଘ ଓ ଅନ୍ତରାଷ୍ଟ୍ରୀୟ ଏନ୍‌ଜିଓର କାମକୁ ସମର୍ଥନ କରିବ । ଅନ୍ୟ ଦେଶମାନେ ବି ଆଫଗାନିସ୍ତାନବାସୀଙ୍କୁ ସାହଯ୍ୟ କରନ୍ତୁ ବୋଲି ଆମେରିକା କହିଛି । ଆମେରିକା ପୂର୍ବରୁ ଜାତିସଂଘ ମୁଖ୍ୟ, ନ୍ୟୁଜିଲାଣ୍ଡ, ଚାଇନା, ଜର୍ମାନୀ ମଧ୍ୟ ଆଫଗାନିସ୍ତାନକୁ ସହାୟତା ଯୋଗାଇ ଦେବାକୁ ଘୋଷଣା କରି ସାରିଛନ୍ତି । ସୂଚନାଯୋଗ୍ୟ, ଭାରତପକ୍ଷରୁ ଏପର୍ଯ୍ୟନ୍ତ ଏପରି କୌଣସି ଘୋଷଣା କରାଯାଇ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବିଡେନରେ ନାହିଁ ଲକ୍‌ଡାଉନ

ଷ୍ଟକ୍‌ହୋମ,୨୨।୪: ସ୍ବିଡେନ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୭୭୭ରେ ପହଞ୍ଚି ଥିବାବେଳେ ୧,୫୮୦ ଜଣଙ୍କ ଜୀବନ ଯାଇଛି। ତେବେ ଏହାର ମୁକାବିଲା ପାଇଁ ସ୍ବିଡେନରେ ଲକ୍‌ଡାଉନ କଟକଣା...

ବିପଦ ଆସୁଛି ମାଡ଼ି, ପୃଥିବୀ ମୁହାଁ ସୌରଝଡ଼, ଘଣ୍ଟାପ୍ରତି ବେଗ ୧୬ ଲକ୍ଷ କିଲୋମିଟର…

ଓ୍ବାଶିଂଟନ,୧୦।୭: ଗୋଟିଏ ପରେ ଗୋଟିଏ ବିପଦ ପୃଥିବୀ ଉପରେ ଘନେଇ ଆସୁଛି। କରୋନ ମହାମାରୀ ଆତଙ୍କ ଜାରି ରହିଥିବାବେଳେ ଏବେ ମହାକାଶରେ ପୃଥିବୀ ପାଇଁ ବିପଦ...

ଏନ୍‌ଏସ୍‌ଜିରେ ଭାରତର ସଦସ୍ୟତାକୁ ଚାଇନାର ବିରୋଧ

ବେଜିଂ,୨୨ା୬(ପି.ଟି.) : ଆଣବିକ ସାମଗ୍ରୀ ଯୋଗାଣକାରୀ ଗୋଷ୍ଠୀ(ଏନ୍‌ଏସ୍‌ଜି)ରେ ଭାରତକୁ ସାମିଲ କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଚାଇନା କହିବା ସହ ଭାରତର ପ୍ରବେଶକୁ ବିରୋଧ କରିଛି।...

ଲୋରି ଲାଫଲିନ୍‌ଙ୍କୁ ୨ ମାସ ଜେଲ୍‌

ଡୁବ୍‌ଲିନ, ୨୯।୧୨ : କଲେଜରେ ନାମଲେଖା ଦୁର୍ନୀତିରେ ‘ଫୁଲ୍‌ ହାଉସ୍‌’ ଅଭିନେତ୍ରୀ ଲୋରି ଲାଫଲିନ୍‌ ୨ ମାସ ଜେଲ୍‌ରେ ସଜା କାଟିବା ପରେ ମୁକ୍ତ ହୋଇଛନ୍ତି।...

ଅଲଟ୍ରାଭାୟୋଲେଟ୍‌ ଲାଇଟ୍‌ରେ ନଷ୍ଟ ହେବ କରୋନା ଭୂତାଣୁ

ନ୍ୟୁୟର୍କ,୩୦।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଦେଖାଦେଇଛି। କରୋନା ଭୂତାଣୁକୁ ରୋକିବା ପାଇଁ ବହୁ ଗବେଷଣା ମଧ୍ୟ ଜାରି ରହିଛି। ବାୟୁ ମଣ୍ଡଳରେ...

ଆମେରିକାରେ ବିଗୁଡିଛି କରୋନା ସ୍ଥିତି: କାଲିଫର୍ନିଆରେ ମୃତଦେହ ସଂସ୍କାର ପାଇଁ ସ୍ଥାନର ଅଭାବ

କାଲିଫର୍ନିଆ,୩ ।୧: ଆମେରିକାରେ କରୋନାର ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି । କାଲିଫର୍ନିଆରେ ମୃତଦେହ ସଂସ୍କାର କରିବାକୁ ଶ୍ମଶାନରେ ସ୍ଥାନର ଅଭାବ ପରିଲକ୍ଷିତ ହୋଇଥିବା...

ମୋଦିଙ୍କୁ ଖାସ୍‌ ଉପହାର ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ, ୯।୬: ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ମୈତ୍ରିପାଲା ସିରିସେନାଙ୍କୁ ଭେଟିଛନ୍ତି। ମୋଦିଙ୍କୁ ଏକ ଖାସ୍‌ ଉପହାରଟିଏ ଦେଇଥିଲେ ମୈତ୍ରିପାଲା।...

କରୋନା ସଂକ୍ରମିତଙ୍କୁ ଭିଟାମିନ୍‌-ସି: ଚାଇନା-ଆମେରିକାରେ ମିଳିଲା ସଫଳତା !

ବେଜିଂ,ଓ୍ବାଶିଂଟନ,୨୯।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବାରେ କେଉଁ ଔଷଧ ସଫଳ ହେଉ ନ ଥିବାବେଳେ ଏବେ ଭିଟାମିନ୍‌-ସିର...

Advertisement


Archives

Model This Week