Posted inରାଜ୍ୟ

ସ୍ବଚ୍ଛତାକୁ ଜଳସମ୍ପଦ ବିଭାଗର ଗୁରୁତ୍ୱ, ପ୍ରକଳ୍ପର ବାସ୍ତବତା ନିରୀକ୍ଷଣ କରିବ ‘ଡ୍ରୋନ୍‌’

ଭୁବନେଶ୍ୱର,୧୩।୧୦(ରବିନାରାୟଣ ଜେନା): ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ସହ କାମର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆଗାମୀ ଦିନରେ ଡ୍ରୋନ୍‌ ମାଧ୍ୟମରେ ତଦାରଖ କରାଯିବ । ବିଶେଷକରି ପ୍ରଧାନମନ୍ତ୍ରୀ କୃଷି ଜଳସେଚନ ଯୋଜନା(ପିଏମ୍‌କେଏସ୍‌ୱାଇ)ର ତ୍ୱରିତ ଜଳସେଚନ ସୁବିଧା କାର୍ଯ୍ୟକ୍ରମ(ଏଆଇବିପି) ଅଧୀନରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପର ନିୟମିତ ଡ୍ରୋନ୍‌ ସର୍ଭେ କରିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏସଂକ୍ରାନ୍ତରେ ଜଳସମ୍ପଦ ବିଭାଗ ଅନୁ ସଚିବ ଆରତୀ ମଲ୍ଲିକ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ସେ ଦର୍ଶାଇଛନ୍ତି, ଡ୍ରୋନ୍‌ ବ୍ୟବହାର ଦ୍ୱାରା ପ୍ରକଳ୍ପ ସ୍ଥଳର ବାସ୍ତବ ସ୍ଥିତି, ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ କାମର ଗୁଣବତ୍ତା ଯାଞ୍ଚ କରାଯାଇପାରିବ। କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ପରାମର୍ଶକ୍ରମେ ରାଜ୍ୟ ଜଳସମ୍ପଦ ବିଭାଗ ଏହି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି। ନିଜ ଅଧୀନରେ ଥିବା ଏଆଇବିପି ପ୍ରକଳ୍ପଗୁଡ଼ିକର ପ୍ରମୁଖ ଅଂଶକୁ ଡ୍ରୋନ୍‌ ସର୍ଭେ ପରିସରଭୁକ୍ତ କରାଯିବ।
ସେ ଦର୍ଶାଇଛନ୍ତି, କେନ୍ଦ୍ର ସରକାର ପ୍ରକଳ୍ପଗୁଡ଼ିକର ନିୟମିତ ଡ୍ରୋନ୍‌ ମାଧ୍ୟମରେ ନିରୀକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାଦ୍ୱାରା ପ୍ରକଳ୍ପ ସମ୍ପର୍କିତ ଭୌଗୋଳିକ ଅବସ୍ଥିତି ସହ ସଂଲଗ୍ନ ଫଟୋ ଓ ଭିଡିଓ ରେକର୍ଡ ରଖାଯାଇପାରିବ। ଏଥିସହ ନିର୍ମାଣ କାର୍ଯ୍ୟର ବାସ୍ତବ ସ୍ଥିତିକୁ ନିରୀକ୍ଷଣ କରାଯିବା ସହ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ଅଗ୍ରଗତି ରିପୋର୍ଟର ସତ୍ୟତା ଯାଞ୍ଚ, କାର୍ଯ୍ୟରେ ଦେଖାଦେଉଥିବା ବାଧା ଚିହ୍ନଟ ହୋଇପାରିବ। ବିଶେଷକରି ପ୍ରକଳ୍ପ କାର୍ଯ୍ୟ ନିର୍ମାଣର ମାନ ଯାଞ୍ଚ କରିବାରେ ସହଜସାଧ୍ୟ ହେବ। ଡ୍ରୋନ୍‌ ସର୍ଭେ ମାଧ୍ୟମରେ ସଂଗୃହୀତ ତଥ୍ୟ ପ୍ରକଳ୍ପର ପ୍ରକୃତ ଅଗ୍ରଗତି ଓ ଦାଖଲ ହେଉଥିବା ରିପୋର୍ଟ ମଧ୍ୟରେ ଥିବା ପାର୍ଥକ୍ୟକୁ ଚିହ୍ନଟ କରିବାରେ ସହାୟକ ହେବ। ଫଳରେ କେଉଁଠି କାର୍ଯ୍ୟ ମନ୍ଥର ଗତିରେ ହେଉଛି, କେଉଁଠି ବାଧା ରହିଛି ଏବଂ କେଉଁଠି ଗୁଣବତ୍ତା ନେଇ ସମସ୍ୟା ରହିଛି, ତାହା ଜାଣିବା ସମ୍ଭବ ହୋଇପାରିବ। ବିଭାଗ ପକ୍ଷରୁ ଡ୍ରୋନ୍‌ ସର୍ଭେ ରିପୋର୍ଟ ସହ ଭୌଗୋଳିକ ସ୍ଥାନ ସୂଚିତ ଫଟୋ, ଭିଡିଓ ଏବଂ ନିଆଯାଇଥିବା ପଦକ୍ଷେପର ବିବରଣୀ ଦାଖଲ କରିବାକୁ କୁହାଯାଇଛି। ଆରତୀ ପତ୍ରରେ ଉଲ୍ଲେଖ କରିଛନ୍ତି, ଏହି ରିପୋର୍ଟଗୁଡ଼ିକୁ ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟକୁ ପଠାଯିବ। ଏହି ବ୍ୟବସ୍ଥା ଲାଗୁ ହେଲେ ଜଳସେଚନ ପ୍ରକଳ୍ପର ନିରୀକ୍ଷଣ କେବଳ କାଗଜପତ୍ର ଓ ଦାଖଲ ହେଉଥିବା ରିପୋର୍ଟ ମଧ୍ୟରେ ସୀମିତ ନ ରହି ପ୍ରକଳ୍ପସ୍ଥଳର ବାସ୍ତବ ଚିତ୍ର ଆଧାରରେ ହୋଇପାରିବ। ଏହା ପ୍ରକଳ୍ପର ଗୁଣବତ୍ତା ଓ କାର୍ଯ୍ୟାନ୍ବୟନର ଦକ୍ଷତା ବଢ଼ାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ପତ୍ରରେ ଦର୍ଶାଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା…

କଟକ,୧୩।୧୦(ପ୍ରଭୁକଲ୍ୟାଣ ପାଲ୍): ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମାଟି ତଳେ ଯାଇଥିବା ଘରୋଇ ଗ୍ୟାସ ପାଇପ ଲାଇନ ଲିକ୍ ହେବା ଫଳରେ…

ବିଶ୍ୱବ୍ୟାଙ୍କ ରିପୋର୍ଟରେ ବଡ଼ ଖୁଲାସା, ଧନୀ ଦେଶର ଗରିବଙ୍କ ଆୟ ବି ଭାରତର ଧନୀଙ୍କଠୁ ଅଧିକ!

ନୂଆଦିଲ୍ଲୀ,୧୩।୧୦: ବିଶ୍ୱର ବିକଶିତ ଓ ଉନ୍ନତ ଆର୍ଥିକ ବ୍ୟବସ୍ଥା ଥିବା ଧନୀ ଦେଶଗୁଡ଼ିକର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଆୟ ଭାରତର ସବୁଠାରୁ ଧନୀ ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?