Posted inଜାତୀୟ

ଭାରତରେ କାମ କରିବାକୁ ହେଲେ ଦେଶର ଆଇନକୁ ମାନିବାକୁ ପଡ଼ିବ, ସୋସିଆଲ ମିଡ଼ିଆ କମ୍ପାନୀଙ୍କୁ କେନ୍ଦ୍ରର ତାଗିଦ…

ନୂଆଦିଲ୍ଲୀ, ୨୯।୯ : ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ହ୍ବାଟସ୍‌ଆପ ସମେତ ସମସ୍ତ ସୋସିଆଲ ମିଡିଆ କମ୍ପାନୀକୁ ତାଗିଦ କରିଛନ୍ତସି। କେନ୍ଦ୍ର ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଜଣେ ଭାରତରେ କାମ କରିବାକୁ ଚାହାଁନ୍ତି, ତେବେ ଦେଶର ଆଇନ ଅନୁଯାୟୀ କାମ କରିବାକୁ ହେବ ଏବଂ ଭାରତୀୟ ନାଗରିକଙ୍କ ପ୍ରତି ଭେଦଭାବକୁ ବରଦାସ୍ତ କରାଯାଇପାରିବ ନାହିଁ। ହ୍ବାଟସଆପ ଗୋପନୀୟତା ନୀତି ୨୦୨୧ ବିରୋଧରେ ଆବେଦନ ଉପରେ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚରେ ଶୁଣାଣି ବେଳେ କେନ୍ଦ୍ର ଏଭଳି କହିଛି। ସରକାର କହିଛନ୍ତି ଏହା କେବଳ ହ୍ବାଟସଆପ ନୁହେଁ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ଦେଶର ଆଇନ ଉଲ୍ଲଂଘନ କରାଯାଉଥିବା ନେଇ କେନ୍ଦ୍ର ଉଦବେଗ ପ୍ରକାଶ କରିଛି।

କେନ୍ଦ୍ର ସରକାର କହିଛନ୍ତି ଯେ ଭାରତର ନାଗରିକମାନଙ୍କୁ ଅନ୍ୟ ଦେଶର ନାଗରିକଙ୍କ ଭଳି ଭେଦଭାବ କରାଯାଇପାରିବ ନାହିଁ। ଅନ୍ୟ ଦେଶ ଭଳି ସମାନ ଗୋପନୀୟତା ନୀତି ରହିବା ଉଚିତ। କେନ୍ଦ୍ର କହିଛି ଯେ ଏହି ପ୍ରସଙ୍ଗରେ ନ୍ୟାୟିକ ହସ୍ତକ୍ଷେପର ଆବଶ୍ୟକ ନାହିଁ କିନ୍ତୁ ବିଧେୟକର ହସ୍ତକ୍ଷେପ ଆବଶ୍ୟକ। ଏହି ପ୍ରସଙ୍ଗରେ ଆସନ୍ତା ସଂସଦ ଅଧିବେଶନରେ ଏକ ନୂତନ ବିଲ ଅଣାଯିବ। ସେ ପର୍ଯ୍ୟନ୍ତ ଅପେକ୍ଷା କରାଯିବା ଉଚିତ।

ଆସନ୍ତା ସଂସଦ ଅଧିବେଶନରେ ଡାଟା ସୁରକ୍ଷା ବିଲ ଅଣାଯିବ ବୋଲି କେନ୍ଦ୍ର କହିଛି। କେନ୍ଦ୍ର ସରକାରଙ୍କ ଏହି ଅନୁରୋଧକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। କୋର୍ଟ କହିଛନ୍ତି ଯେ ସରକାର ଡାଟା ସୁରକ୍ଷା ବିଲ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ତେଣୁ ପରବର୍ତ୍ତୀ ସମୟରେ ଏହାର ଶୁଣାଣି ହେବ। ସମ୍ବିଧାନ ବେଞ୍ଚ ବର୍ତ୍ତମାନ ୧୭ ଜାନୁଆରୀ ୨୦୨୩ରେ ହ୍ବାଟସ୍‌ଆପ ଗୋପନୀୟତା ନୀତିର ଶୁଣାଣି କରିବେ। ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ପୂର୍ବ ଆଦେଶରେ ଏହା ଏକ ଡ୍ରାଫ୍ଟ ବିଲ ଅଛି ବୋଲି ଉଲ୍ଲେଖ କରାଯାଇଥିଲା। ସେହି ବିଲ ପ୍ରତ୍ୟାହାର କରାଯାଇଛି ଏବଂ ସଂସଦର ପରବର୍ତ୍ତୀ ଅଧିବେଶନରେ ଏକ ନୂତନ ବିଲ ଆଗତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri