ବନ୍ଧା ହେଲେ ସିଡିପିଓ

ଲାଞ୍ଜିଗଡ଼/ଭବାନୀପାଟଣା, ୪।୧୦(ଡି.ଏନ୍‌.ଏ./ସ୍ବ.ପ୍ର.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସିଡିପିଓ (ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀ) ମୀନା କୁମାରୀ ପାତ୍ର ଭିଜିଲାନ୍ସ ଦ୍ୱାରା ସୋମବାର ଗିରଫ ହୋଇଛନ୍ତି। ମଙ୍ଗଳବାର ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ସିଡିପିଓ ମୀନା ଲାଞ୍ଜିଗଡ଼ ବ୍ଲକର ୫ଟି ଛତୁଆ ପ୍ରସ୍ତୁତକାରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି ଗ୍ରୁପ୍‌)ର ୧୧ ଲକ୍ଷ ୫୯ ହଜାର ଟଙ୍କାର ବିଲ୍‌ କରାଇଦେବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଏସ୍‌ଏଚ୍‌ଜି ଗ୍ରୁପ୍‌ ସଦସ୍ୟା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ସୋମବାର ସିଡିପିଓ ଅଫିସରେ ଲାଞ୍ଚ ଟଙ୍କା ଗ୍ରହଣ କରିଥିଲେ। ଏହି ସମୟରେ ପୂର୍ବରୁ ଜଗିରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ଦିଆ ୧୬୦ଟି ୫ଶହ ଟଙ୍କିଆ ନୋଟ ଜବତ ହୋଇଛି। ଭବାନୀପାଟଣା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ବିଭାଗର ଟିମ୍‌ ଚଢାଉ କରିଥିଲେ। ବିଶ୍ୱନାଥପୁର କାର୍ଯ୍ୟାଳୟ, ଭବାନୀପାଟଣା ନକଟିଗୁଡା ବାସଭବନ ଓ କୋମନା ପୈତୃକ ଘରେ ଚଢ଼ାଉ ଜାରି ରହିଛି ବୋଲି କଳାହାଣ୍ଡି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗରୋଧ କେନ୍ଦ୍ରରୁ ଲୁଚି ପଳାଉଥିବା ଯୁବକ ଅଟକ

ଖଇରା,୨୦।୫(ଡି.ଏନ.ଏ): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ବଡ ଜୟିପୁର ହାଇସ୍କୁଲର ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ବା ସଙ୍ଗରୋଧ କେନ୍ଦ୍ରରୁ ଲୁଚି ଘରକୁ ପଳାଇ ଯାଉଥିବା...

ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଦେଖିଲେ ଭକ୍ତ

ପୁରୀ ଅଫିସ, ୧୦।୧୧: କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତଥା ପଞ୍ଚୁକର ଦ୍ୱିତୀୟ ଦିବସରେ ଶନିବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଛି । ଏହି...

ଆରପାରିରେ ସାରଦା ପ୍ରସନ୍ନ ନାୟକ

ଭୁବନେଶ୍ୱର,୯।୯(ବ୍ୟୁରୋ)-ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁମୁଖୀ ପ୍ରତିଭା ତଥା ଅଲ୍‌ରାଉଣ୍ଡର ଭାବେ ପରିଚିତ ସାରଦା ପ୍ରସନ୍ନ ନାୟକଙ୍କ ବୁଧବାର ସନ୍ଧ୍ୟାର ପରଲୋକ ଘଟିଛି। ତାଙ୍କୁ ୯୩ ବର୍ଷ...

ବଦଳିଲେ ନୟାଗଡ଼ ଏସ୍‌ପି

ଭୁବନେଶ୍ୱର,୨୩।୧୨(ବ୍ୟୁରୋ)-ବଦଳିଲେ ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର। ପ୍ରତ୍ୟୁଷଙ୍କୁ ଏଆଇଜି ମୁଖ୍ୟାଳୟ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସିଦ୍ଧାର୍ଥ କାଟାରିଆଙ୍କୁ ଅବସ୍ଥାପିତ କରାଯାଇଛି। ଏ ନେଇ...

୨ ଗୋଷ୍ଠୀ ମଧ୍ୟରେ ଆକ୍ରମଣ: ୪ ଅଭିଯୁକ୍ତ ଗିରଫ

ରୂପ୍‌ସା, ୨୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଞ୍ଚଳରେ ୨ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ ମାମଲାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ...

ବଜ୍ରପାତରେ ଜଳିଗଲା ଦୁଇବଖରା : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ମହାକାଳପଡ଼ା,୧୬।୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତସ୍ଥ ସ୍ଥାନୀୟ ବିବି କଲୋନୀ ଗ୍ରାମରେ ବୁଧବାର ହଠାତ୍‌ ବଜ୍ରପାତ ଘଟି ସୁକୁମାର ଦେବନାଥଙ୍କ ଦୁଇ...

୧୪ ଘଣ୍ଟା ବିତିଲା: ହଟି ନାହିଁ ରାସ୍ତା ଅବରୋଧ, ମୃତଦେହ ରଖି ରାସ୍ତାରେ ଆନ୍ଦୋଳନକାରୀ

ବରଗଡ଼ ଅଫିସ,୨୧ା୪:ବରଗଡ଼ ସହରର ଭଟଲି ଛକ ନିକଟରେ ବୁଧବାର ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଟ୍ରକ ଚାପାରେ ଜଣେ ବାଇକ୍‌ ଆରୋହୀ...

ଭୋଜି ସାରି ଫେରୁଥିଲେ ଓଲଟିଲା ଅଟୋ

ସୋରଡ଼ା,୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଞ୍ଚାୟତ କେଶରିପାଟନା ଗ୍ରାମର ଶୁକ୍ରବାର ଏକ ଅଟୋ ଓଲଟି ପଡ଼ିବାରୁ ଗୋଟିଏ ପରିବାରର ୭ ଜଣ...

Advertisement
Archives

Model This Week