ରିଲାଏନ୍ସ ଜିଓକୁ ସିଡିପି କ୍ଲାଇମେଟ୍‌ ଆଓ୍ବାର୍ଡ

ଭୁବନେଶ୍ୱର,୧୪ା୬: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌କୁ ନିକଟରେ ଆଉ ଏକ ସମ୍ମାନ ‘ସିଡିପି କ୍ଲାଇମେଟ୍‌ ଆଓ୍ବାର୍ଡ’ ଦିଆଯାଇଛି। ବିଶେଷକରି କାର୍ବନ ଫୁଟ୍‌ ପ୍ରିଣ୍ଟ ହ୍ରାସ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ଓ ପ୍ରୟାସ ପାଇଁ ରିଲାଏନ୍ସ ଜିଓକୁ ୨୦୨୨-୨୩ ବର୍ଷ ପାଇଁ ସିଡିପି କ୍ଳାଇମେଟ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି କାର୍ବନ ଡିସ୍‌କ୍ଲୋଜର ପ୍ରୋଜେକ୍ଟ ବା ସିଡିପି ପକ୍ଷରୁ ଏହି ପୁରସ୍କାର ଓ ମାନତ୍ୟ ଦିଆଯାଇଥାଏ। ଏପରିକି ରିଲାଏନ୍ସ ଜିଓକୁ ତା’ର ଉଦ୍ୟମ ପାଇଁ ଏଜେନ୍ସି ଏ ରେଟିଂ ପ୍ରଦାନ କରିଛି। ୨୦୧୯ପରଠାରୁ ଜିଓ ପ୍ରଥମ ଥର ପାଇଁ ଏ ରେଟିଂ ପାଇଛି। ଅପରପକ୍ଷରେ ଭାରତୀୟ ଟେଲିକମ୍‌ କ୍ଷେତ୍ରର ୨ୟ ବୃହତ୍ତମ କମ୍ପାନୀ ଭାରତୀ ଏୟାରଟେଲକୁ ମଧ୍ୟ ବି ରେଟିଂ ମିଳିଛି। ଏ ସମ୍ପର୍କରେ ଜିଓ ମୁଖପାତ୍ର କହିଛନ୍ତି, କାର୍ବନ ଫୁଟ୍‌ ପ୍ରିଣ୍ଟ ହ୍ରାସ କରିବାରେ ରିଲାଏନ୍ସ ଜିଓ ନେତୃତ୍ୱର ଦୂରଦୃଷ୍ଟି ଏବଂ ପ୍ରତିବଦ୍ଧତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଏପରିକି ଜିଓକୁ ଦିଆଯାଇଥିବା ଏ ଗ୍ରେଡ୍‌ ସ୍ଥିରତା ଏବଂ ଦାୟିତ୍ୱସମ୍ପନ୍ନ କାର୍ଯ୍ୟଧାରା ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି। ସେହିଭଳି ସିଡିପି ଏ ରେଟିଂ କେବଳ ସେହି କମ୍ପାନୀଗୁଡ଼ିକୁ ଦିଆଯାଇଥାଏ, ଯେଉଁମାନେ ପରିବେଶ କ୍ଷେତ୍ରରେ ନେତୃତ୍ୱ ଦେଖାଇଥାନ୍ତି। ଏପରିକି ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନଷ୍ଟ ହେବା ଏବଂ ଜଳ ନିରାପତ୍ତା ଭଳି ପ୍ରସଙ୍ଗରେ କମ୍ପାନୀକୁ ତା’ର କାର୍ଯ୍ୟ ଏବଂ କାର୍ଯ୍ୟପ୍ରଣାଳୀ ଆଦି ସିଡିପିକୁ ସୂଚିତ କରିବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ବିବାହରେ ଏମିତି କ’ଣ କହିଲେ ନୀତା ଅମ୍ବାନୀ,କାନ୍ଦି ପକାଇଲେ ଲୋକେ…ଦେଖନ୍ତୁ ଭିଡିଓ

ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ରାଧିକା ମର୍ଚ୍ଚାଣ୍ଟକୁ ବିବାହ କରିଛନ୍ତି। ଏହି ବିବାହରେ ବଲିଉଡରୁ ଓଲିଉଡ ପର୍ଯ୍ୟନ୍ତ ସମସ୍ତ ତାରକା ଏବଂ...

ହିସେନ୍ସର ଉଚ୍ଚାଭିଳାଷୀ ଅଭିବୃଦ୍ଧି ରଣନୀତି

ଭୁବନେଶ୍ୱର,୧୭।୭(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା କଞ୍ଜୁମର ଇଲେକ୍‌ଟ୍ରୋନିକ୍ସ ଆଣ୍ଡ ଆପ୍ଲାଏନ୍ସ ଇଣ୍ଡଷ୍ଟ୍ରିର ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ ହିସେନ୍ସ ନିକଟରେ ଏକ ଉଚ୍ଚାଭିଳାଷୀ ଅଭିବୃଦ୍ଧି...

ଡ. ଦେବବ୍ରତ ଦାଶ ଏଏମ୍‌ଏନ୍‌ଏସ୍‌ର ଏଚ୍‌ଆର୍‌ ହେଡ୍‌

ଭୁବନେଶ୍ୱର,୧୭।୭(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଶିଳ୍ପ ପ୍ରତିଷ୍ଠାନ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ ଇଣ୍ଡିଆ(ଏଏମ୍‌ଏନ୍‌ଏସ୍‌)ର ନୂତନ ମାନବ ସମ୍ବଳ ମୁଖ୍ୟ...

ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସମ୍ପ୍ରସାରଣ

ଭୁବନେଶ୍ୱର,୧୭।୭(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ଲିମିଟେଡ୍‌ ପରିସରରେ ବିଶ୍ୱ ଯୁବଦକ୍ଷତା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର କାର୍ଯ୍ୟ...

ଭାରତୀ ଏୟାରଟେଲ୍‌ ସ୍କଲାରଶିପ୍‌ ପ୍ରୋଗ୍ରାମ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୧୭।୭(ଅଭୟ ଦାଶ): ଦେଶର ପ୍ରମୁଖ ସାମାଜିକ ଅନୁଷ୍ଠାନ ତଥା ଭାରତୀ ଏଣ୍ଟରପ୍ରାଇଜେସ୍‌ର ଜନହିତକର ଶାଖା ଭାରତୀ ଏୟାରଟେଲ୍‌ ଫାଉଣ୍ଡେଶନ(ବିଏଏଫ୍‌)ର ୨୫ତମ ପୂର୍ତ୍ତି ଉତ୍ସବ ନିକଟରେ ପାଳିତ...

୨୩ ଷ୍ଟାର୍ଟଅପ୍‌କୁ ରେଳ ମନ୍ତ୍ରଣାଳୟର ପ୍ରୋତ୍ସାହନ

ଭୁବନେଶ୍ୱର,୧୭।୭ (ଅନୁରାଧା ମହାରଣା): ଜାତୀୟ ପରିବହନକାରୀ ଭାରତୀୟ ରେଳପଥ ନବସୃଜନ (ଇନୋଭେଶନ) କ୍ଷେତ୍ରରେ ଷ୍ଟାର୍ଟଅପ୍‌ ଓ ଅନ୍ୟାନ୍ୟ ସଂସ୍ଥାର ସହଯୋଗ ପାଇବା ପାଇଁ ରେଳ ମନ୍ତ୍ରଣାଳୟ...

ପୁଣି ଏୟାରଟେଲ ୟୁଜର୍ସଙ୍କୁ ବଡ଼ ଝଟ୍‌କା, ଡାଟା ପ୍ୟାକ୍‌ ପାଇଁ ଗଣିବେ ଏତେ ଟଙ୍କା…

ନୂଆଦିଲ୍ଲୀ,୧୬।୭: ପୁଣି ଥରେ ଏୟାରଟେଲ ଗ୍ରାହକଙ୍କ ବଡ଼ ଝଟ୍‌କା । ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ କମ୍ପାନୀ ଏୟାରଟେଲ ପୁଣି ଥରେ ନିଜ ରିଚାର୍ଜ ବଢାଇଛି।...

ଏଭଳି ଥିଲା ଅମ୍ବାନୀ ପରିବାରର ସଂଘର୍ଷମୟ ଜୀବନ, ଦିନେ ବିକୁଥିଲେ…

ମୁମ୍ବାଇ୧୬।୭: ଭାରତୀୟ ବ୍ୟବସାୟଙ୍କ ମଧ୍ୟରେ ଧିରୁଭାଇ ଅମ୍ବାନୀ ଗୋଟିଏ ନାମ ଯିଏ ନିଜ ଶକ୍ତିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଛିଡା କରିଛନ୍ତି। ଧିରୁଭାଇଙ୍କ କାହାଣୀ ହେଉଛି ଏକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri