Posted inଖେଳ

କିଏ ଅର୍ଥଶାସ୍ତ୍ରୀ ତ ଆଉ କିଏ ଇଞ୍ଜିନିୟର, ଭାରତୀୟ ଦଳର ଉଚ୍ଚ ଶିକ୍ଷିତ କ୍ରିକେଟର୍‌

ବିଶ୍ୱାସ କରାଯାଏ ଯେ, ଖେଳାଳିମାନେ ପାଠପଢାରେ ସେତେଟା ଉତ୍ତମ ନୁହେଁ। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ କେବଳ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢିଥିବାବେଳେ ବିରେନ୍ଦ୍ର ସେହ୍ବାଗ, ହରଭଜନ ସିଂ, ମହମ୍ମଦ କୈଫଙ୍କ ସମାନ ଅବସ୍ଥା। ବିରାଟ କୋହଲି, ଶିଖର ଧାୱନ, ରୋହିତ ଶର୍ମା ଦ୍ୱାଦଶ ପାସ କରିଛନ୍ତି।

ନିଜ ବ୍ୟାଟିଂ ବ୍ୟାଟିଂ ପାଇଁ ଜଣାଶୁଣା କ୍ରିଷ୍ଣମୋଚାରୀ ଶ୍ରୀକାନ୍ତ ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଡିଗ୍ରୀ କରିଛନ୍ତି।

ପୂର୍ବତନ ଭାରତୀୟ ଅଧିନାୟକ ତଥା ସ୍ପିନର ଅନିଲ କୁମ୍ବଲେ ଜଣେ ମେକାନିକାଲ ଇଞ୍ଜିନିୟର। କୁମ୍ବଲେ ୧୯୯୨ରେ ନ୍ୟାଶନାଲ ସ୍କୁଲ କଲେଜ ଅଫ ଇଞ୍ଜିନିୟରିଂରୁ ମେକାନିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ।

ପୂର୍ବତନ ଭାରତୀୟ ଦ୍ରୁତ ବୋଲର ତଥା ବର୍ତ୍ତମାନର ମ୍ୟାଚ ରେଫରି ଜଭାଗଲ ଶ୍ରୀନାଥ ଇନଷ୍ଟ୍ରୁମେଣ୍ଟାଲ ଟେକ୍ନୋଲୋଜିର ଜଣେ ଇଞ୍ଜିନିୟର ଅଟନ୍ତି। ସେ ଏକଦିବସୀୟରେ ୩୦୦ରୁ ଅଧିକ ଉଇକେଟ ନେଇଥିଲେ। ଶ୍ରୀନାଥ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ ଏବଂ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ।

ସ୍ବିନ୍‌ ବୋଲର୍‌ ଆର୍‌ ଅଶ୍ୱିନ୍‌ ଚେନ୍ନାଇର ଏସଏସଏନ୍‌ କଲେଜ ଅଫ ଇଞ୍ଜିନିୟରିଂରୁ ସୂଚନା ପ୍ରଯୁକ୍ତିବିଦ୍ୟାରେ ବି.ଟେକ କରିଛନ୍ତି। ଅଶ୍ୱିନ କ୍ରିକେଟର ହେବା ପୂର୍ବରୁ ଏକ ବୃହତ ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିଲେ।

ଦ ଓ୍ବାଲ୍‌ ରାହୁଲ ଦ୍ରାବିଡ ଯେତେବେଳେ ସେ ଟିମ ଇଣ୍ଡିଆ ପାଇଁ ମନୋନୀତ ହୋଇଥିଲେ, ସେତେବେଳେ ସେ ଏମବିଏ ପାଇଁ ଅଧ୍ୟୟନ କରୁଥିଲେ। ପୂର୍ବରୁ ଦ୍ରାବିଡ଼ ବାଙ୍ଗାଲୋରର ପ୍ରସିଦ୍ଧ ସେଣ୍ଟ ଜୋସେଫ ସ୍କୁଲରୁ ପାଠ ପଢିଥିଲେ। ପରେ ବାଣିଜ୍ୟରେ ସ୍ନାତକ ହାସଲ କରିଥିଲେ।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଭିଭିଏସ୍‌. ଲକ୍ଷ୍ମଣ ଜଣେ ଡାକ୍ତର ପରିବାରୁ ଆସିଥିଲେ। ତାଙ୍କ ମା ଏବଂ ପିତା ଉଭୟ ଡାକ୍ତର। ସେ ନିଜେ ଅଧ୍ୟୟନରେ ବହୁତ ଭଲ ଥିଲେ। କିନ୍ତୁ କ୍ରିକେଟ ପ୍ରତି ଥିବା ଦୁର୍ବଳତା ଯୋଗୁ ସେ ବ୍ୟାଟ୍‌ ଧରିଥିଲେ।

ଦେଶର ଶିକ୍ଷିତ କ୍ରିକେଟରଙ୍କ ମଧ୍ୟରେ ଆଉ ଜଣେ ଦକ୍ଷିଣ ଭାରତୀୟ ଖେଳାଳି ଅଛନ୍ତି। ସେ ହେଉଛନ୍ତି ମୁରଲୀ ବିଜୟ। ୨୦୦୬ରେ ଟିମ ଇଣ୍ଡିଆରେ ଡେବ୍ୟୁ କରିଥିବା ବିଜୟ ଦେଶର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?