Posted inଖେଳ

କିଏ ଅର୍ଥଶାସ୍ତ୍ରୀ ତ ଆଉ କିଏ ଇଞ୍ଜିନିୟର, ଭାରତୀୟ ଦଳର ଉଚ୍ଚ ଶିକ୍ଷିତ କ୍ରିକେଟର୍‌

ବିଶ୍ୱାସ କରାଯାଏ ଯେ, ଖେଳାଳିମାନେ ପାଠପଢାରେ ସେତେଟା ଉତ୍ତମ ନୁହେଁ। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ କେବଳ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢିଥିବାବେଳେ ବିରେନ୍ଦ୍ର ସେହ୍ବାଗ, ହରଭଜନ ସିଂ, ମହମ୍ମଦ କୈଫଙ୍କ ସମାନ ଅବସ୍ଥା। ବିରାଟ କୋହଲି, ଶିଖର ଧାୱନ, ରୋହିତ ଶର୍ମା ଦ୍ୱାଦଶ ପାସ କରିଛନ୍ତି।

ନିଜ ବ୍ୟାଟିଂ ବ୍ୟାଟିଂ ପାଇଁ ଜଣାଶୁଣା କ୍ରିଷ୍ଣମୋଚାରୀ ଶ୍ରୀକାନ୍ତ ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଡିଗ୍ରୀ କରିଛନ୍ତି।

ପୂର୍ବତନ ଭାରତୀୟ ଅଧିନାୟକ ତଥା ସ୍ପିନର ଅନିଲ କୁମ୍ବଲେ ଜଣେ ମେକାନିକାଲ ଇଞ୍ଜିନିୟର। କୁମ୍ବଲେ ୧୯୯୨ରେ ନ୍ୟାଶନାଲ ସ୍କୁଲ କଲେଜ ଅଫ ଇଞ୍ଜିନିୟରିଂରୁ ମେକାନିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ।

ପୂର୍ବତନ ଭାରତୀୟ ଦ୍ରୁତ ବୋଲର ତଥା ବର୍ତ୍ତମାନର ମ୍ୟାଚ ରେଫରି ଜଭାଗଲ ଶ୍ରୀନାଥ ଇନଷ୍ଟ୍ରୁମେଣ୍ଟାଲ ଟେକ୍ନୋଲୋଜିର ଜଣେ ଇଞ୍ଜିନିୟର ଅଟନ୍ତି। ସେ ଏକଦିବସୀୟରେ ୩୦୦ରୁ ଅଧିକ ଉଇକେଟ ନେଇଥିଲେ। ଶ୍ରୀନାଥ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ ଏବଂ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ।

ସ୍ବିନ୍‌ ବୋଲର୍‌ ଆର୍‌ ଅଶ୍ୱିନ୍‌ ଚେନ୍ନାଇର ଏସଏସଏନ୍‌ କଲେଜ ଅଫ ଇଞ୍ଜିନିୟରିଂରୁ ସୂଚନା ପ୍ରଯୁକ୍ତିବିଦ୍ୟାରେ ବି.ଟେକ କରିଛନ୍ତି। ଅଶ୍ୱିନ କ୍ରିକେଟର ହେବା ପୂର୍ବରୁ ଏକ ବୃହତ ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିଲେ।

ଦ ଓ୍ବାଲ୍‌ ରାହୁଲ ଦ୍ରାବିଡ ଯେତେବେଳେ ସେ ଟିମ ଇଣ୍ଡିଆ ପାଇଁ ମନୋନୀତ ହୋଇଥିଲେ, ସେତେବେଳେ ସେ ଏମବିଏ ପାଇଁ ଅଧ୍ୟୟନ କରୁଥିଲେ। ପୂର୍ବରୁ ଦ୍ରାବିଡ଼ ବାଙ୍ଗାଲୋରର ପ୍ରସିଦ୍ଧ ସେଣ୍ଟ ଜୋସେଫ ସ୍କୁଲରୁ ପାଠ ପଢିଥିଲେ। ପରେ ବାଣିଜ୍ୟରେ ସ୍ନାତକ ହାସଲ କରିଥିଲେ।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଭିଭିଏସ୍‌. ଲକ୍ଷ୍ମଣ ଜଣେ ଡାକ୍ତର ପରିବାରୁ ଆସିଥିଲେ। ତାଙ୍କ ମା ଏବଂ ପିତା ଉଭୟ ଡାକ୍ତର। ସେ ନିଜେ ଅଧ୍ୟୟନରେ ବହୁତ ଭଲ ଥିଲେ। କିନ୍ତୁ କ୍ରିକେଟ ପ୍ରତି ଥିବା ଦୁର୍ବଳତା ଯୋଗୁ ସେ ବ୍ୟାଟ୍‌ ଧରିଥିଲେ।

ଦେଶର ଶିକ୍ଷିତ କ୍ରିକେଟରଙ୍କ ମଧ୍ୟରେ ଆଉ ଜଣେ ଦକ୍ଷିଣ ଭାରତୀୟ ଖେଳାଳି ଅଛନ୍ତି। ସେ ହେଉଛନ୍ତି ମୁରଲୀ ବିଜୟ। ୨୦୦୬ରେ ଟିମ ଇଣ୍ଡିଆରେ ଡେବ୍ୟୁ କରିଥିବା ବିଜୟ ଦେଶର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସର୍ବବୃହତ୍‌: ଏଫ୍‌ଆଇଏଚ୍‌

ଭୁବନେଶ୍ୱର,୧୫।୧(ସ୍ପୋଟର୍‌ସ ବ୍ୟୁରୋ): ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ବିଶ୍ୱର ସର୍ବବୃହତ୍‌ ହକି ଷ୍ଟାଡିୟମ ଭାବରେ ସ୍ବୀକୃତି ପ୍ରଦାନ କରିଛି ଅନ୍ତର୍ଜାତୀୟ ହକି ଫେଡେରେଶନ୍‌(ଆଇଏଚ୍‌ଏଫ୍‌)। ସ୍ବୀକୃତି...

ପଡିଆରେ ଧୋନୀଙ୍କ ଭଳି ହେବାକୁ ଚାହୁଁଛନ୍ତି ଏହି ଖେଳାଳି

ଦୁବାଇ,୧୫।୯: ମହେନ୍ଦ୍ର ସିଂ ଧୋନୀଙ୍କ ମ୍ୟାଚ ଜିତିବାର କୌଶଳ ଶିଖିବାକୁ ଚାହୁଁଛନ୍ତି ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର। ଚାପର ସମ୍ମୁଖୀନ ହୋଇଥିଲେ ମଧ୍ୟ ଧୋନୀ ଶାନ୍ତ...

ଏସିଆନ କ୍ୱାଲିଫାୟର୍ସ ଫାଇନାଲରେ ବିକାଶ

ଅମାନ (ଜୋର୍ଡାନ),୧୦।୩- ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିସାରିଥିବା ବିକାଶ କ୍ରିଷ୍ଣନ ଏଠାରେ ଚାଲିଥିବା ଏସିଆନ କ୍ୱାଲିଫାୟର୍ସ ଫାଇନାଲରେ ପ୍ରବେଶ କିରଛନ୍ତି। କିନ୍ତୁ ୫୨ କେଜି ଓଜନ...

ସମ୍ବିତଙ୍କୁ ଦ୍ୱିତୀୟ ଆଇଏମ୍‌ ନର୍ମ

ଭୁବନେଶ୍ୱର, ୬।୯ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଚେସ୍‌ ତାରକା ସମ୍ବିତ ପଣ୍ଡା ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ଟାଇଟଲ ହାସଲ ଦିଗରେ ଆଉ ଏକପାଦ ଆଗକୁ ବଢ଼ିଛନ୍ତି।...

ମନର ଯନ୍ତ୍ରଣା ପ୍ରକାଶ କଲେ ଏହି କ୍ରିକେଟର୍‌

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଫ୍ଲପ ହୋଇଥିବା ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥ ଏହି ସମୟରେ ଚର୍ଚ୍ଚାର ବିଷୟ...

ଧୋନୀ-ରୋହିତ ପ୍ଲେ-ଅଫ୍‌ ଦୌଡ଼ରୁ ବାହାର ! ଟପ୍‌-୪ ଦୌଡ଼ରେ…

ମୁମ୍ବାଇ,୫।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)୨୦୨୨ରେ ଏଯାବତ ୪୯ ମ୍ୟାଚ୍‌ ଖେଳା ସରିଛି। ଦଳଗୁଡ଼ିକର ପ୍ରଦର୍ଶନ ଅନୁଯାୟୀ ପ୍ଲେ ଅଫ୍‌ ପାଇଁ ୮ ଦଳ ମଧ୍ୟରେ କଡ଼ା...

ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟା କରୋନା ପଜିଟିଭ

ନୂଆଦିଲ୍ଲୀ,୫।୧୧(ପି.ଟି.): ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ସାଧାରଣ ସମ୍ପାଦକ ରାଜୀବ ମେହେଟା କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଛି। ଗତ ସପ୍ତାହରେ ଜ୍ୱର ଅନୁଭବ କରିବାରୁ...

ବିସିସିଆଇରୁ ବିଦାୟ ନେବେ ଗାଙ୍ଗୁଲି, ଜାଣନ୍ତୁ ତାଙ୍କ ସ୍ଥାନରେ କିଏ ଅଛନ୍ତି ପ୍ରମୁଖ ଦାବିଦାର…

ମୁମ୍ବାଇ,୭।୧୦: ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆସନ୍ତା ସପ୍ତାହରେ ବୋର୍ଡରୁ ବିଦାୟ ଦେଇପାରନ୍ତି। ଗାଙ୍ଗୁଲି ତାଙ୍କ କାର୍ଯ୍ୟକାଳ ମଧ୍ୟରେ...

Advertisement
Archives

Model This Week