ଦ୍ୱାଦଶ ପରୀକ୍ଷା ବିକଳ୍ପ ବିଚାର କରୁଛି ସିବିଏସ୍‌ଇ

ନୂଆଦିଲ୍ଲୀ, ୩୧।୫: ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିକଳ୍ପକୁ ନେଇ ବିଚାର କରୁଛନ୍ତି। ଯଦି ପରୀକ୍ଷା ବାତିଲ ହୁଏ ତେବେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଫଳ ଆଧାରରେ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ମାର୍କ ଦେବା ଲାଗି ପ୍ରସ୍ତାବ ରହିଛି। ଅଧିକାଂଶ ରାଜ୍ୟ ପରୀକ୍ଷାକୁ ସଂକ୍ଷିପ୍ତ କରିବା ସପକ୍ଷରେ ମତ ଦେଇଥିବାବେଳେ ଅନ୍ୟ କେତେକ ରାଜ୍ୟ ଏଥିରେ ରାଜି ନାହାନ୍ତି। ସମସ୍ତ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କୁ କୋଭିଡ୍‌ ଟିକା ଦେବା ପରେ ପରୀକ୍ଷା କରାଇବାକୁ ଅନ୍ୟ କେତେକ ଦାବି କରିଛନ୍ତି। ତେବେ ପରୀକ୍ଷା ସମ୍ପୂର୍ଣ୍ଣ ବାତିଲ କରିବା ପାଇଁ ଛାତ୍ରୀଛାତ୍ର ଅଦାଲତର ଆଶ୍ରୟ ନେଇଥିବାବେଳେ ଟୁଇଟର ଆଦି ସୋସିଆଲ ମିଡିଆରେ ମତ ରଖୁଛନ୍ତି।
ଗତ ୨୧ ତାରିଖରେ ଶିକ୍ଷା ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ସଚିବମାନଙ୍କର ଉଚ୍ଚସ୍ତରୀୟ ବୈଠକ ୨୩ରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତା କରିଥିଲେ। କେବଳ ୧୯ ମୁଖ୍ୟ ବିଷୟ ଉପରେ ପରୀକ୍ଷା କରାଇବା ଏବଂ କମ୍‌ ସମୟ ମଧ୍ୟରେ ସଂକ୍ଷିପ୍ତ ଉତ୍ତରମୂଳକ ପରୀକ୍ଷା କରାଇବା ପାଇଁ ସିବିଏସ୍‌ଇ ପ୍ରସ୍ତାବ ଦେଇଥିଲା। ରାଜ୍ୟଗୁଡ଼ିକଠାରୁ ମେ’ ୨୫ ମଧ୍ୟରେ ମତାମତ ଲୋଡ଼ାଯାଇଥିଲା।

ଆଜି ସୁପ୍ରିମକୋର୍ଟରେ ଶୁଣାଣି
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏବଂ କାଉନସିଲ୍‌ ଫର୍‌ ଇଣ୍ଡିଆନ ସ୍କୁଲ୍‌ ସାର୍ଟିଫିକେଟ ଏକ୍ଜାମିନେଶନ୍ସ (ସିଆଇଏସ୍‌ସିଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ପାଇଁ ସୁପ୍ରିମକୋର୍ଟରେ ଦାଏର ପିଟିଶନ୍‌ର ଶୁଣାଣି ସୋମବାର ଅନୁଷ୍ଠିତ ହେବ। କରୋନା ସ୍ଥିତିକୁ ଦେଖି ଉଭୟ ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ ରଖାଯାଇଥିଲେ ହେଁ ଚୂଡ଼ାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇନାହିଁ। ବିଚାରପତି ଏ.ଏମ୍‌. ଖନ୍‌ଓ୍ବିଲକର ଏବଂ ଦିନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ପିଟିଶନ କପି ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇକୁ ଆଗୁଆ ଦେବା ପାଇଁ ଆବେଦନକାରୀ ଆଇନଜୀବୀ ମମତା ଶର୍ମାଙ୍କୁ ଗତ ୨୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ପକ୍ଷରେ ପରୀକ୍ଷା ବାତିଲ ବିରୋଧରେ କେରଳର ଜଣେ ଶିକ୍ଷକ ଆଉ ଏକ ପିଟିଶନ ଦାଏର କରିଛନ୍ତି। ସୋମବାର ଏହାର ମଧ୍ୟ ଶୁଣାଣି ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘ହାପିନେସ୍‌ କ୍ଲାସ’ରେ ଯୋଗଦେବେ ଆମେରିକାର ପ୍ରଥମ ମହିଳା

ନୂଆଦିଲ୍ଲୀ,୨୦।୨: ଫେବୃୟାରୀ ୨୪ରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଆମେରିକାର ପ୍ରଥମ ମହିଳା ମେଲାନିଆ। ଏହି ଅବସରରେ ସେ ଏକ ସରକାରୀ...

ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କ୍ୟାନସର, ଚିକିତ୍ସା ପାଇଁ ଯିବେ ବିଦେଶ

ମୁମ୍ବାଇ, ୧୨।୮: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର। ସଞ୍ଜୟଙ୍କୁ ଫୁସ୍‌ଫୁସ୍‌ କର୍କଟ (କ୍ୟାନସର) ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ...

‘ଜିଦି ଛାଡ଼ନ୍ତୁ କୃଷକ’

ନୂଆଦିଲ୍ଲୀ, ୧୮।୧: ନୂଆ କୃଷି ଆଇନ ପ୍ରତ୍ୟାହାର ନ କରିବା ଆଭିମୁଖ୍ୟକୁ କେନ୍ଦ୍ର ସରକାର ରବିବାର ପୁଣିଥରେ ଦୋହରାଇଛନ୍ତି। କୃଷକମାନେ ଆଇନ ପ୍ରତ୍ୟାହାର ଜିଦି ଛାଡନ୍ତୁ...

ନେପାଳରେ ରୂପେର ଶୁଭାରମ୍ଭ କଲେ ମୋଦି…

ନୂଆଦିଲ୍ଲୀ, ୨।୪ : ଭାରତ ଏବଂ ନେପାଳର ମଧ୍ୟରେ ଶନିବାର ଏକାଧିକ ଦ୍ୱିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନେପାଳୀ ପ୍ରଧାନମନ୍ତ୍ରୀ...

ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କଲେ ମାୟାବତୀ

ଲକ୍ଷ୍ନୌ,୧୦।୯:ବହୁଜନ ସମାଜ ପାର୍ଟି(ବିଏସପି)ସଭାପତି ମାୟାବତୀ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୟୁପି ବିଧାନସଭା ନିର୍ବାଚନରେ କୌଣସି ମାଫିଆ କିମ୍ବା ବାହୁବଳୀ ନେତା ଟିକେଟ...

ଚାଇନାରେ କରୋନା ସଂକ୍ରମଣ ନେଇ ହାହାକାର, ଅଧାରୁ ଅଧିକ ଜନସଂଖ୍ୟା ସଂକ୍ରମିତ ହେବା ଆଶଙ୍କା…

ବେଜିଂ,୧୯।୧୨ : କରୋନା ସଂକ୍ରମଣ ହେତୁ ଚାଇନାରେ ହାହାକାର ସୃଷ୍ଟି ହୋଇଛି। ଚାଇନାର ଜଣେ ଉଚ୍ଚ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ କରୋନା ସଂକ୍ରମଣର ତିନୋଟି...

ବଢିବ କି ଲକ୍‌ଡାଉନ୍‌… ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅମିତ ଶାହ

ନୂଆଦିଲ୍ଲୀ,୨୯।୫: କରୋନା ଯୋଗୁ ଦେଶରେ ଲାଗୁ କରାଯାଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ ୩୧ରେ ଶେଷ ହେବ। ଆଗକୁ ଏହା ବୃଦ୍ଧି କରାଯିବ କି ନାହିଁ...

ପୁଣି ରାଗିକି ନିଆଁବାଣ ହେଲେ ସିଦ୍ଧୁ

ଚଣ୍ଡିଗଡ,୩।୧୦: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ରବିବାର ପଞ୍ଜାବ ଡିଜିପି ଏବଂ ଏଜିଙ୍କୁ ହଟାଇବାକୁ ଦାବି କରିଛନ୍ତି। ସିଦ୍ଧୁ କହିଛନ୍ତି ଯେ, ଯଦି ଏମାନଙ୍କୁ...

Advertisement
Archives

Model This Week