କୋରାପୁଟରେ ହେବ ଗୁମ୍ଫା ପର୍ଯ୍ୟଟନର ବିକାଶ

କୋରାପୁଟ,୨୬ା୮(ସ୍ବ.ପ୍ର.): କୋରାପୁଟ ଜିଲାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହି ପ୍ରାକୃତିକ ବିଭବକୁ ଅଧିକ ଆକର୍ଷଣୀୟ କରିବା ଲାଗି କୋରାପୁଟ ଜିଲାରେ ଥିବା ବିଭିନ୍ନ ଗୁମ୍ପାର ବିକାଶ କରାଯିବ। ଆଲୋକୀକରଣ ବ୍ୟବସ୍ଥା ସହ ସେଠାକୁ ଯାତାୟାତ ଲାଗି ଭଲ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଆରମ୍ଭ ହୋଇଥିବା ଜିଲାପାଳ ଅବଦାଲ ଏମ୍‌. ଅଖତାର ଗୁରୁବାର ସୂଚନା ଦେଇଛନ୍ତି। ଜିଲାର ବୈପାରିଗୁଡା ବ୍ଲକର ଗୁପ୍ତେଶ୍ୱରଠାରୁ ଆରମ୍ଭ କରି ଲକ୍ଷ୍ମୀପୁର ବ୍ଲକର କୁଟୁଣିପଦର, ସେମିଳିଗୁଡା ନିକଟସ୍ଥ ପାରୁଆମାଳି, ପଟ୍ଟାଙ୍ଗୀ ବ୍ଲକର ଆମ୍ପାବାଲି ନିକଟସ୍ଥ ପେଦାବାଲଡା ଗୁମ୍ଫା, ନନ୍ଦପୁର ବ୍ଲକରେ ଥିବା ବାଲ୍ମୀକି ଆଶ୍ରମ ନିକଟସ୍ଥ ରାଜ ଗୁମ୍ଫା ଓ ବାଲଡା ନିକଟସ୍ଥ ନାଗେଶ୍ୱରୀ ଗମ୍ଫା ରହିଛି। ଏହି ଗୁମ୍ଫାଗୁଡିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଏହାକୁ ଦୃଷ୍ଟି ରଖି ଗୁମ୍ଫାଗୁଡିକର ଆଲୋକୀକରଣ ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି। ଗମ୍ଫାଗୁଡିକର ପୁନରୁଦ୍ଧାର ହେଲେ ଜିଲାରେ ପର୍ଯ୍ୟଟନର ବିକାଶ ହେବାସହ ସ୍ଥାନୀୟ ଲୋକେ ମଧ୍ୟ ରୋଜଗାରକ୍ଷମ ହୋଇପାରିବେ ବୋଲି ଜିଲାପାଳ କହିଛନ୍ତି। ବର୍ଷାଦିନ ପରେ ସମ୍ପୃକ୍ତ ଗୁମ୍ଫାକୁ ଯାଇଥିବା ରାସ୍ତାର ପିଚୁ କାମ ହେବ। ଅନ୍ୟପକ୍ଷରେ କୋଲାବ ନଦୀ ଉପରେ ଥିବା ଘାଟ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି। ୨୫ ଲକ୍ଷ ଟଙ୍କା ଓଆଇସିସିକୁ ପ୍ରଦାନ କରାଯାଇଛି । ଖୁବ୍‌ ଶୀଘ୍ର ଏ ସମସ୍ତ କାର୍ଯ୍ୟ ଶେଷ କରାଯିବ ବୋଲି ସେ କହିଥିଲେ। ପ୍ରଥମ ପଯର୍‌ୟାୟରେ ବର୍ତ୍ତମାନ ନାଗେଶ୍ୱରୀ ଗୁମ୍ଫାଗୁଡିକୁ ପର୍ଯ୍ୟଟକଙ୍କ ପାଇଁ ପ୍ରାକୃତିକ ଉପାୟରେ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଉଛି । କାର୍ଯ୍ୟ ସୁପରିଚାଳନା ପାଇଁ ଜିଲାପାଳ ଗୁମ୍ଫାଗୁଡିକୁ ପରିଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ ଅବସରରେ ଜିଲା ପଟ୍ଟାଙ୍ଗୀର ପେଦାୱାଲାଡା, ଗୁପ୍ତେଶ୍ୱର ଓ ନାଗେଶ୍ୱରୀ ଗୁମ୍ଫାଠାରୁ ପରବ ଶୁଭାରମ୍ଭ କରାଯାଇଥିଲା। ସେବେଠାରୁ ଜିଲାର ଏହି ପର୍ଯ୍ୟଟନସ୍ଥଳିର ବିକାଶ ନିମନ୍ତେ ଲକ୍ଷ୍ୟ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ: ୭, ୮ରେ ଭାଜପା କରିବ ସାଧାରଣ ସଭା

ଭୁବନେଶ୍ବର,୪ା୯(ବ୍ୟୁରୋ):୨୩ ବର୍ଷର ନିରୁଙ୍କଶ ଶାସନରେ ମଧ୍ୟ ଓଡିଶାର ମହିଳାମାନେ ନ୍ୟାୟ ପାଇବା ସ୍ବପ୍ନ ପାଲଟିଛି। ଏନ୍‌ସିଆର୍‌ବି ରିପୋର୍ଟ-୨୦୨୧ରେ ଏହା ସ୍ପଷ୍ଟ ଉଲ୍ଳେଖ ରହିଛି। ରାଜ୍ୟରେ ମହିଳା...

ଏଏସ୍‌ପି ତ୍ରିନାଥଙ୍କ ସ୍ତ୍ରୀଙ୍କୁ ଆଗୁଆ ଜାମିନ

କଟକ ଅଫିସ,୮ା୩- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ସ୍ତ୍ରୀ ଦୀପ୍ତିମୟୀ ମିଶ୍ରଙ୍କୁ ହାଇକୋର୍ଟ...

ନିଜ ନୀତି ନିଜକୁ ଅଡ଼ୁଆ

ପ୍ରେମାନନ୍ଦ ଖମାରୀ ବରଗଡ଼ ଅଫିସ, ୨୬ା୧୦: ରାଜ୍ୟ ସରକାର ଧାନ ସଂଗ୍ରହ ପାଇଁ ନୀତି ନିର୍ଦ୍ଧାରଣ କରିଥାନ୍ତି। ହେଲେ ସେହି ନୀତି ବେଳେ ବେଳେ ସରକାରଙ୍କ...

‘ଶୁଣାଣିରେ ଭାଗ ନେଇ ନ ଥିଲେ ସତ୍ୟପାଠ ଦାଖଲ କର’

କଟକ ଅଫିସ/କୁଜଙ୍ଗ (ଡି.ଏନ.ଏ.),୧୨ା୩ : ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ବିବାଦ ଜାରି ରହିଛି। ପ୍ରକଳ୍ପକୁ ବିରୋଧ...

ଟିକା ନେବା ସତ୍ତ୍ୱେ ଯୁବ ଡାକ୍ତରଙ୍କ ଜୀବନ ଗଲା

ଭୁବନେଶ୍ୱର, ୧୧ା୪ (ବ୍ୟୁରୋ): ରାଜ୍ୟର ବହୁ ଡାକ୍ତର ଏବେ ସଂକ୍ରମିତ। କେତେଜଣଙ୍କର ମୃତ୍ୟୁ ଘଟିଥିବାବେଳେ ରବିବାର ଆଉଜଣଙ୍କ ଜୀବନ ନେଇଛି କରୋନା। ଭୁବନେଶ୍ୱରର ଏକ ଘରୋଇ...

ନିଲାମ ଧରୁନାହାନ୍ତି ବ୍ୟବସାୟୀ, ଶଢ଼ୁଛି ନଡ଼ିଆ

ଘଟଗାଁ,୧୧ା୯(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ବାସିନୀ ମା’ ତାରିଣୀଙ୍କ ନିକଟକୁ ରାଜ୍ୟର ବିଭିନ୍ନ ଜିଲାରୁ ଦୈନିକ ହଜାର ହଜାର ମାନସିକ ନଡ଼ିଆ ଭକ୍ତ...

ଲୋକସେବା ଦିବସକୁ ଆସିଲେନି ଜନପ୍ରତିନିଧି

କେନ୍ଦୁଝର,୫।୩(ସ୍ବ.ପ୍ର.) ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀକୁ ଲୋକସେବା ଦିବସ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ l ଏନେଇ ପ୍ରଶାସନ ପକ୍ଷରୁ...

ପରିଚାଳନା କ୍ଷେତ୍ରରେ ଦୃଷ୍ଟି ଦେଉନାହାନ୍ତି ଅଧ୍ୟକ୍ଷ, ଉପାଧ୍ୟକ୍ଷ: ଆର୍‌ଏମ୍‌ସି ଦାୟିତ୍ୱ ତୁଲାଉଛନ୍ତି କିରାଣି

ରାହାମା,୬।୧ (ଡି.ଏନ୍‌.ଏ.): ରାହାମା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ପରିଚାଳନାଗତ ତ୍ରୁଟି ଯୋଗୁ ନାନା ଅସୁବିଧା ସୃଷ୍ଟି ହେଉଥିବା...

Advertisement
Archives

Model This Week