ଜମ୍ବୁରୁ ତାମିଲନାଡୁକୁ ଗୋ’ ଚାଲାଣ, ସ୍ଥାନୀୟ ଦଲାଲଙ୍କ ସହଯୋଗରେ…

ମହାକାଳପଡ଼ା,୧୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଜମ୍ବୁ-ବାବର ରାସ୍ତା ନିକଟ ଭାଟେଣୀ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଟ୍ରକ୍‌(ନଂ. ଟିଏନ ୩୯-ସିକେ-୧୯୫୯)ରେ ଗୋରୁ ଚାଲାଣ ବେଳେ ସ୍ଥାନୀୟ ଲୋକେ ଅଟକାଇଥିଲେ। ଏହି ସମୟରେ ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌କୁ ଭଙ୍ଗାରୁଜା କରିଥିବା କୁହାଯାଉଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିରେ ଥିବା ୯ଗୋରୁଙ୍କୁ ଉଦ୍ଧାର କରିଛି। ଏଥିସହ ଟ୍ରକ୍‌ ଡ୍ରାଇଭରଙ୍କ ସହ ୨ଜଣଙ୍କୁ ଥାନାକୁ ନେଇ ପୋଲିସ ପଚରାଉଚରା କରିଥିଲା। ଗୁରୁବାର ସେମାନଙ୍କ ଡାକ୍ତରୀ ପରୀକ୍ଷା କରାଯାଇ କୋର୍ଟଚାଲାଣ କରାଯାଇଛି। ଏ ନେଇ ଥାନାରେ ଏକ ମାମଲା(ନଂ.୧୭୬/୨୬) ମାମଲା ରୁଜୁ ହୋଇଛି। ଏହି ଗୋରୁଙ୍କୁ ଜମ୍ବୁରୁ ତାମିଲନାଡୁକୁ ଚାଲାଣ କରାଯାଉଥିବା ଜଣାପଡିଛି। ଅଟକ ଗାଡ଼ି ଡ୍ରାଇଭର ତାମିଲନାଡୁର ବୋଲି କୁହାଯାଉଛି। ଉଦ୍ଧାର ପରେ ଗୋରୁଙ୍କୁ ଜିଲାର ଏକ ଗୋଶାଳାରେ ଛାଡି ଦେବା ବ୍ୟବସ୍ଥା କରାଯାଇଛି। ଏ ସଂକ୍ରାନ୍ତରେ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ଅନିତା ସ୍ବାଇଁଙ୍କୁ ପଚାରିବାରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ୍ ହାରିଲା ଟିମ୍ ଇଣ୍ଡିଆ, କିନ୍ତୁ ଇତିହାସ ରଚିଲେ ଅଲରାଉଣ୍ଡର ଅକ୍ଷର ପଟେଲ

ନୂଆଦିଲ୍ଲୀ,୩୦।୧୦: ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ଟି-୨୦ କ୍ରିକେଟରେ ଏକ ନୂଆ ଇତିହାସ ରଚିଛନ୍ତି। ଟି-୨୦ କ୍ରିକେଟ ଫର୍ମାଟରେ ୩,୦୦୦ ରନ୍ ଏବଂ ୩୦୦ ଉଇକେଟର ‘ଡବଲ୍‌’…

ଜଙ୍ଗଲ ମାଫିଆଙ୍କ ଉପରେ ରହିବ କଡ଼ା ନଜର: ଦାୟିତ୍ୱ ଗ୍ରହଣ କରି ଚେତାବନୀ ଦେଲେ ନୂତନ ବନପାଳ

ପାଟଣା,୩୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଦୁଇଜଣ ବନପାଳଙ୍କ ବଦଳି ହୋଇଥିବା ବେଳେ ନୂତନ ଭାବେ ଦୁଇଜଣ ବନପାଳ ଯୋଗଦେଇଛନ୍ତି। ଏହି ଅବସରରେ ଶୁକ୍ରବାର…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଜଣେ ଗିରଫ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ଧବଳେଶ୍ୱର ପ୍ରଧାନ ଏବଂ ତାଙ୍କ ସାଙ୍ଗ କୃଷ୍ଣ ଗୌଡ଼ ଓରଫ କାଳିଆଙ୍କୁ…

ଧରାଶାୟୀ ହେଲା ରୂପା, ଫିକା ପଡ଼ିଲା ସୁନା ଚମକ: ୧୧ ମାସର ରେକର୍ଡ ଭାଙ୍ଗି ୮୩୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୩୦।୧୦: ସାରା ଦେଶରେ ଅକ୍ଟୋବର ୩୦ ତାରିଖରେ ସୁନା ଓ ରୂପା (ଚାନ୍ଦି) ଦରରେ ଏକ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରାଫା ବଜାରରେ…

ତପ୍ତପାଣି ଘାଟି ରାସ୍ତାରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ତପ୍ତପାଣି ଘାଟି ରାସ୍ତାରେ ଗାଡ଼ି ଚଳାଚଳ ଶୁକ୍ରବାର ସ୍ବାଭାବିକ ହୋଇଛି। ଗଞ୍ଜାମ-ଗଜପତି ସୀମାନ୍ତ ୩୨୬ ନଂ. ଜାତୀୟ ରାଜପଥ ତପ୍ତପାଣି ଘାଟିର ବେଲଗଡ…

ମେରୁଦଣ୍ଡ ଭାଙ୍ଗିଲା ‘ଅର୍ଣ୍ଣବ’: ଜକର ପଞ୍ଚାୟତରେ ଉଜୁଡ଼ିଗଲା ଚାଷଜମି, ବାସହରା ପରିବାର, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ସିଦ୍ଧାନ୍ତ

ଦିଗପହଣ୍ଡି,୩୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଞ୍ଚଳରେ ବାତ୍ୟା ‘ଅର୍ଣ୍ଣବ’ ଜନିତ ଲଗାଣ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଶୁକ୍ରବାର…

ହେଲିକପ୍ଟରରେ ଆସିଲା ରିଲିଫ ସାମଗ୍ରୀ: ଆକାଶମାର୍ଗରୁ ବନ୍ୟା କ୍ଷୟକ୍ଷତି ଆକଳନ କଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର, ୩୦ା୧୦ (ବାବୁଲା ପ୍ରଧାନ: ଶୁକ୍ରବାର ବାୟୁସେନାର ଏକ ହେଲିକପ୍ଟର ଭଞ୍ଜନଗରର ଜିଲୁଣ୍ଡୀ ପଡ଼ିଆରେ ଅବତରଣ କରିଥିଲା। ବନ୍ୟା ପ୍ରଭାବିତଙ୍କ ପାଇଁ ଆଣିଥିବା ରିଲିଫ ସାମଗ୍ରୀ ବଣ୍ଟନ…

ଶେଷ ହେଲା ଅପେକ୍ଷା: ଜାନୁଆରୀ ୨୫ରୁ ଜନଗଣନା; ଉତ୍ତର ପ୍ରଦେଶ-ପଞ୍ଜାବ ସହ ଏସବୁ ରାଜ୍ୟରେ ହେବନି…

ନୂଆଦିଲ୍ଲୀ,୩୦।୧୦: କେନ୍ଦ୍ର ସରକାର ଦେଶରେ ବହୁ ପ୍ରତୀକ୍ଷିତ ଜନଗଣନା କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ବରଫାବୃତ ଅଞ୍ଚଳ ଏବଂ ଆଗାମୀ ନିର୍ବାଚନ ଥିବା ରାଜ୍ୟଗୁଡ଼ିକୁ ଛାଡ଼ି ସାରା ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?