ଗୋରୁ ହାଟରୁ, ଛେଳି, ମୁଢ଼ି ବେପାରୀଙ୍କୁ ନିଶା ଦେଇ କରୁଥିଲେ ଟାର୍ଗେଟ:  ଲୁଟେରାଙ୍କୁ ଧରିଲା ପୋଲିସ 

ଆନନ୍ଦପୁର,୨୪।୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସକୁ  ବଡ ସଫଳତା ମିଳିଛି। ନିଶାଦିଆ ଲୁଟେରାଙ୍କ କବଳରେ ରହିଆସିଥିବା ଆନନ୍ଦପୁରବାସୀଙ୍କୁ ସାମାନ୍ୟ ଆସ୍ବସ୍ତି ମିଳିଛି। ତଦନ୍ତର ଅଗ୍ରଗତି ପରେ ଘଟଣାର ଗୁମର ଫିଟିବ ବୋଲି ଜଣାପଡିଛି। ସିସିଟିଭି ଫୁଟେଜ ଆଧାରରେ ନିଶାଦିଆ ଲୁଟେରାଙ୍କର ଗତିବିଧି ଲକ୍ଷ କରିବା ଓ ସାଦା ପୋଷାକରେ ବିଭିନ୍ନ ସ୍ଥାନରେ ଯାଞ୍ଚପରେ ସୋମବାର ନିଶାଦିଆ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ଗିରଫ ଲୁଟେରା ଢେଙ୍କାନାଳ ଜିଲା ଭୁବନ ଥାନା ଅଧୀନ ଓଡ଼ଶ ଗ୍ରାମର ବ୍ରଜବନ୍ଧୁ ରଣା । ୫୫ ବର୍ଷୀୟ ବ୍ରଜ ଦୀର୍ଘଦିନ ଧରି ଆନନ୍ଦପୁର ଅଞ୍ଚଳରେ ରହି ବ୍ୟବସାୟୀମାନଙ୍କୁ ନିଶା ଦେଇଲୁଟ କରିବା ବଳବତ୍ତର ରଖିଥିଲେ। ଆନନ୍ଦପୁର ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ଲୁଟେରାଙ୍କର ସ୍କେଚ ଜାରି କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା ଟେର୍‌ ପାଇପାରୁନଥିଲା। ଏପରିକି ଲୁଟେରାଙ୍କର ଫଟୋ ଗଣମାଧ୍ୟମ ଦ୍ୱାରା ପ୍ରସାରଣ ହେବା ପରେ ଲୋକମାନେ ଯଥେଷ୍ଟ ମାତ୍ରାରେ ସଚେତନ ହୋଇଥିବାବେଳେ ଲୁଟେରା ଉପରେ ନଜର ମଧ୍ୟ ରଖିଆସିଥିଲେ।
ତାଙ୍କ ନାମରେ ଆନନ୍ଦପୁର ଥାନାରେ କେସ ନଂ. ୧୫୪/୨୩ରେ ଦଫା ୩୯୨, ୩୨୮, ୩୦୭ରେ ମାମଲା ରୁଜୁ ହୋଇଛି। ଲୁଟେରା ବ୍ରଜ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ  ତାଙ୍କୁ ଭଦ୍ରକ ଜିଲା ପୋଲିସ ନିକଟକୁ ସ୍ଥାନାନ୍ତର କରାଯାଇଛି। ସବିଶେଷ ତଥ୍ୟ  ହାସଲ କରାଯିବା ପରେ ସମସ୍ତ ତଥ୍ୟ ଗଣମାଧ୍ୟମକୁ ପ୍ରେସ୍‌ ମିଟ୍‌ ଜରିଆରେ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଦେବକୀ ନାଇକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଆନନ୍ଦପୁର ପୌରପରିଷଦ ଫକୀରପୁର ସାପ୍ତାହିକ ଗୋରୁ ହାଟରୁ, ବିରିଡିହା ଗ୍ରାମର ଛେଳି ବେପାରୀଙ୍କ ଠାରୁ, ଦୁଇରୁ ତିନି ଜଣ ମୁଢି ବେପାରୀଙ୍କ ଠାରୁ ନିଶାଦେଇ ଲୁଟ୍‌ କରାଯିବା ଏବଂ ଆନନ୍ଦପୁର ବଡଦାଣ୍ଡର ମାଛ ବେପାରୀ ଚକ୍ରଧର ସିଙ୍କୁ ଚା ରେ ନିଶାଦେଇ ଲୁଟ୍‌ କରିବା ଭଳି ଅନେକ ଘଟଣା ଆନନ୍ଦପୁର ପୁଲିସ ନଜରରେ ରହିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?