Uncategorized

ଅସମ୍ଭାଳ ତାତି: ବରଗଡ଼ରେ ଅଂଶୁଘାତ ନେଲା ୨ ଜୀବନ

ବରଗଡ଼ ଅଫିସ୍‌,୧୨।୬: ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଏ ନେଇ ଜିଲାରେ ବୁଧବାର ଅଂଶୁଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକମାନେ ହେଲେ ବରଗଡ଼ ସଦର…

ଭାରତ ବିରୋଧରେ ଟ୍ରମ୍ପ ମୁହଁ ଖୋଲିଲେ: ଆମେରିକା ମୋଟରସାଇକେଲ ଉପରେ ୫୦% ଟାରିଫ ସ୍ବୀକାର୍ଯ୍ୟ ନୁହେଁ

ଓ୍ବାଶିଂଟନ,୧୨-୬: ଟାରିଫ ବୃଦ୍ଧିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ବିରୋଧରେ ପୁନର୍ବାର ମୁହଁ ଖୋଲି ଚାପ ପକାଇବା ରାଜନୀତି ଆରମ୍ଭ କରିଛନ୍ତି। ଆମେରିକାରୁ ଆସୁଥିବା ମୋଟରସାଇକେଲ ଉପରେ ଭାରତ ଟାରିଫ ହାରକୁ ୧୦୦ରୁ ୫୦ ପ୍ରତିଶତକୁ ହ୍ରାସ…

କେଉଁଠି ପାଳିବେ ରଜ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ପାଖେଇ ଆସିଛି ରଜ। ପୋଡ଼ପିଠାରୁ ଆରମ୍ଭ କରି ରଜ ପାନଖିଆ ଓ ରଜ ଦୋଳି ଖେଳ, ଯାହାର ଅପେକ୍ଷା ରହିଥାଏ ପ୍ରତି ଓଡ଼ିଆ ଘରେ। ପର୍ବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଗଁାଠୁ ସହର, ସବୁଠି ଆରମ୍ଭ ହୋଇଗଲାଣି ସଜବାଜ। କିଏ…

ଗରମରେ ସିଝୁଛି ଓଡ଼ିଶା: ୧୫ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ସମଗ୍ର ରାଜ୍ୟ ଗରମ ଓ ଗୁଳୁଗୁଳିରେ ସିଝୁଛି। ସତେ ଯେପରି ଆକାଶରୁ ଅଗ୍ନି ବର୍ଷୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପରିବେଶକୁ ଉତ୍ତପ୍ତ କରି ଦେଇଛି। ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀ ତ୍ରାହି ତ୍ରାହି ଡାକୁଛନ୍ତି। ଖରା ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଥିବା ବେଳେ…

ବର୍ଷା ପୂର୍ବରୁ କାମ ସାରିବାକୁ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଗାଁ (ଡି.ଏନ.ଏ)/ନୟାଗଡ଼ ଅଫିସ,୧୨।୬- ନୟାଗଡ ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ମଙ୍ଗଳବାର ଅପରାହ୍ନ ୫ଟାରେ ରାଜ୍ୟ କୃଷି, ମତ୍ସ୍ୟ, ପଶୁପାଳନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।…

ସମ୍ପୂର୍ଣ୍ଣାଙ୍କୁ ଗ୍ରହଣ କଲେ ବାଙ୍ଗାଲୋରର ଦମ୍ପତି

ସୋନପୁର,୧୨।୬(ନି.ପ୍ର.)ସୁବର୍ଣ୍ଣପୁରର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର(ସା)ରେ ରହୁଥିବା ଶିଶୁ କନ୍ୟା(ସମ୍ପୂର୍ଣ୍ଣା)ଙ୍କୁ ବାଙ୍ଗାଲୋରରେ ରହୁଥିବା ଦମ୍ପତି ମଙ୍ଗଳବାର ଗ୍ରହଣ କରିଛନ୍ତି। ଏହି ଶିଶୁକୁ ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ନାୟକ ସମ୍ପୃକ୍ତ ଆଇଟି ଇଞ୍ଜିନିୟର ଦମ୍ପତିଙ୍କୁ ପ୍ରଦାନ କରିଥିଲେ।…

ଟ୍ୟାଙ୍କର ପାଣିକୁ ନେଇ ତାଳଚେରବାସୀଙ୍କ ପ୍ରଶ୍ନ: ତଥ୍ୟରେ ବଳକା, ତଥାପି ସଙ୍କଟ କେମିତି

ତାଳଚେର, ୧୨ା୬- ୨୦୧୧ ଜନଗଣନା ଅନୁଯାୟୀ ତାଳଚେର ସହରର ଲୋକସଂଖ୍ୟା ୪୦ ହଜାର ୮୪୧। ବର୍ତ୍ତମାନର ସ୍ଥିତି ଓ ବାହାର ଲୋକଙ୍କୁ ହିସାବକୁ ନେଲେ ଏହା ପ୍ରାୟ ୫୦ ହଜାର ହେବ। ଜନସ୍ବାସ୍ଥ୍ୟ ବିଭାଗର ହିସାବ କହୁଛି ଏହି ପୌରାଞ୍ଚଳବାସୀଙ୍କ ନିମନ୍ତେ…

ପତ୍ର ହଲିଲେ ବିଜୁଳି ଛୁ

ଅନୁଗୋଳ ଅଫିସ, ୧୨।୬- ତତଲା କଡେଇରେ ପରିଣତ ହୋଇଥିବା ଅନୁଗୋଳ ଜିଲାରେ ଘୋର ବିଦ୍ୟୁତ୍‌ ବିଭ୍ରାଟ ଜନଜୀବନକୁ କଲବଲ କରୁଛି। ସହରରେ ଦିନକୁ ୧୦ରୁ ଊର୍ଦ୍ଧ୍ୱ ଥର ବିଦ୍ୟୁତ୍‌ କାଟ ହେଉଥିବାବେଳେ ଗାଁ ଗହଳିରେ ଅବସ୍ଥା ସଙ୍ଗିନ ହୋଇପଡିଛି। ନିର୍ଧୂମ ଖରାରେ…

ଜେଇଙ୍କୁ ଦୁର୍ବ୍ୟବହାର ମାମଲା: ବିଧାୟକଙ୍କ ଗିରଫ ଦାବି

ଢେଙ୍କାନାଳ ଅଫିସ, ୧୨।୬- କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ବଲାଙ୍ଗୀର ଜିଲା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଦୁର୍ବ୍ୟବହାର ଏବଂ ସର୍ବସମ୍ମୁଖରେ ବସ୍‌ଉଠ କରାଇବା ଘଟଣାକୁ ଦୃଢ଼ ନିନ୍ଦା କରିଛି ଢେଙ୍କାନାଳ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବାସଂଘ। ଆଇନ ହାତକୁ ନେଇଥିବା…

ବ୍ୟାଙ୍କ ତଳେ ମଦଦୋକାନ

କାମାକ୍ଷାନଗର, ୧୨।୬(ଡି.ଏନ୍‌.ଏ.)-କୋଠା ଉପରେ ବ୍ୟାଙ୍କ। ଆଉ ଏହାର ଠିକ୍‌ ତଳେ ଖୋଲିଛି ସରକାରୀ ବିଦେଶୀ ମଦ ଦୋକାନ। ମଦ ପିଇ ମାତାଲ ହୋଇ ଗଡୁଛନ୍ତି ମଦ୍ୟପ। ଅଶ୍ଳୀଳ ଇଙ୍ଗିତର ଶିକାର ହେଉଛନ୍ତି ବ୍ୟାଙ୍କକୁ ଆସୁଥିବା ଛାତ୍ରୀ, ଯୁବତୀ, ମହିଳା। ଏଭଳି ବିଚିତ୍ର…

ବାୟୁସେନା ବିମାନ ଭଗ୍ନାବଶେଷ ଠାବ ପରେ ଆଶଙ୍କାରେ ବଳିଆପଲ୍ଲୀବାସୀ

କବିସୂର୍ଯ୍ୟନଗର,୧୨ା୬- ନିଖୋଜ ଭାରତୀୟ ବାୟୁସେନା (ଆଇଏଏଫ୍‌) ବିମାନ ଏଏନ୍‌-୩୨ର ଧ୍ୱଂସାବଶେଷ ମଙ୍ଗଳବାର ଠାବ ହୋଇଛି। ସୋମବାର ଆସାମ ଜୋରହାଟରୁ ବାହାରି ଅରୁଣାଚଳ ପ୍ରଦେଶ ମେଚୁକା ଯାଉଥିବାବେଳେ ଅପରାହ୍ନ ୧୨ଟା ୩୦ରେ କଣ୍ଟ୍ରୋଲ ରୁମ୍‌ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ…

ଅସରାଏ ବର୍ଷାରେ ଜମୁଛି ପାଣି: ରୋଗୀ ହଇରାଣ

ତେଲକୋଇ, ୧୨।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ମୁଖ୍ୟାଳୟରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ଆଉଟଡୋର ସାମ୍ନାରେ ପାଣି ଜମୁଛି। ଅସରାଏ ବର୍ଷା ହେଲେ ଏହି ପ୍ରକାର ପରିସ୍ଥିତି ସୃଷ୍ଟି ହେଉଛି। ଆଗକୁ ବର୍ଷା ଦିନ ଆସୁଥିବାରୁ ରୋଗୀମାନେ ହଇରାଣ ହେବା ଆଶଙ୍କା ଦେଖାଦେଇଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?