କେଉଁଠି ପାଳିବେ ରଜ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ପାଖେଇ ଆସିଛି ରଜ। ପୋଡ଼ପିଠାରୁ ଆରମ୍ଭ କରି ରଜ ପାନଖିଆ ଓ ରଜ ଦୋଳି ଖେଳ, ଯାହାର ଅପେକ୍ଷା ରହିଥାଏ ପ୍ରତି ଓଡ଼ିଆ ଘରେ। ପର୍ବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଗଁାଠୁ ସହର, ସବୁଠି ଆରମ୍ଭ ହୋଇଗଲାଣି ସଜବାଜ। କିଏ କେଉଁଠିକୁ ଯିବେ, କ’ଣ କରିବେ, ରଜର ମଜା କିଭଳି ଉଠାଇବେ, ସେ ନେଇ ଯୋଜନା ପ୍ରସ୍ତୁତି ସରିଲାଣି। ଏପଟେ ପ୍ରତିବର୍ଷ ଭଳି ଏଥର ମଧ୍ୟ ସହରରେ ଗଁା ରଜର ଅନୁଭୂତି ଦେବାକୁ ବିଭିନ୍ନ ସଙ୍ଗଠନ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ରଜ ମହୋତ୍ସବ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପାରମ୍ପରିକ ରଜକୁ ବଞ୍ଚାଇ ରଖିବା ସହ ସହରବାସୀଙ୍କୁ ପିଠା, ମିଠା, ଦୋଳି, ପାନ ଆଦିର ମଜାଦେବାକୁ ବିଭିନ୍ନ ବ୍ୟବସ୍ଥା ହୋଇଛି।
ପାନ୍ଥନିବାସରେ ରଜ
ପ୍ରତିବର୍ଷ ପରି ଏଥର ମଧ୍ୟ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା ପରିଚାଳିତ ପାନ୍ଥନିବାସଗୁଡ଼ିକରେ ଜାକଜମକରେ ପାଳନ ହେବ ରଜ ମହୋତ୍ସବ। ଭୁବନେଶ୍ୱର ସହ କଟକ, ଚାନ୍ଦିପୁର, ଗୋପାଳପୁର, ସମ୍ବଲପୁର, ରାଉରକେଲା, ବରକୁଳ ଓ ପାରାଦୀପରେ ଥିବା ପାନ୍ଥନିବାସରେ ୧୩ରୁ ୧୬ତାରିଖ ପର୍ଯ୍ୟନ୍ତ ରଜ ମହୋତ୍ସବ ପାଳନ ହେବ। ତେବେ ଫନୀରେ ବ୍ୟାପକ କ୍ଷୟକ୍ଷତି ଯୋଗୁ କୋଣାର୍କ ଏବଂ ପୁରୀ ପାନ୍ଥନିବାସରେ ଚଳିତବର୍ଷ ରଜ ମହୋତ୍ସବ ଆୟୋଜନ ହେବନାହିଁ ବୋଲି ଓଟିଡିସି ପକ୍ଷରୁ ସୂଚନା ଦିଆଯାଇଛି। ଏଥର ମଧ୍ୟ ପୋଡ଼ପିଠା, ମଣ୍ଡା, ଆରିସା, କାକରା, ଚକୁଳି ପିଠା ସାଙ୍ଗକୁ ମୁଗବୁନ୍ଦି, କ୍ଷୀରଗଜା, ଦହିବରା, ଛେନାପୋଡ଼ ପାନ୍ଥନିବାସର ମୁଖ୍ୟ ଆକର୍ଷଣ ରହିବ। ସେହିଭଳି ସମ୍ବଲପୁର ପ୍ରସିଦ୍ଧ ପିଠା ଖୁଦମଣ୍ଡା, କଦମ୍ବା, ମୁଗପାପ୍‌ଚି ସମ୍ବଲପୁର ପାନ୍ଥନିବାସରେ ଉପଲବ୍ଧ ହେବ। ଚଳିତବର୍ଷ ଆଦିବାସୀମାନଙ୍କ ଲୋକପ୍ରିୟ ପିଠା ମହୁଲ ଓ ମାଣ୍ଡିଆରେ ପ୍ରସ୍ତୁତ କରାଯିବ। ଏହାସହ ପର୍ଯ୍ୟଟକ ରଜପାନ ଖାଇ ରଜଦୋଳିର ମଜା ମଧ୍ୟ ଉଠାଇପାରିବେ।
ଏକାମ୍ର ହାଟରେ ରଜର ମଜା
ରଜ ପାଇଁ ଏକାମ୍ର ହାଟରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଏକାମ୍ର ହାଟ ପରିସରରେ ରଜ ୩ଦିନ ‘ପ୍ରୟାସ ରଜ ମହୋତ୍ସବ’ ସିଜିନ-୨ ଅନୁଷ୍ଠିତ ହେବ। ଏହି ଅବସରରେ ପିଲାଙ୍କ ମଧ୍ୟରେ ପୁଚି, ରୁମାଲ ଚୋରି ଭଳି ପାରମ୍ପରିକ ଖେଳ ସହ ନୃତ୍ୟ, ଗୀତ, ମ୍ୟୁଜିକ୍‌ ଚେୟାର ଓ ଫ୍ୟାଶନ ଶୋ ଭଳି ପ୍ରତିଯୋଗିତା କରାଯିବ। ଏହାସହ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ମା’ମାନଙ୍କ ମଧ୍ୟରେ ଏକ ଭିନ୍ନସ୍ବାଦର ପ୍ରତିଯୋଗିତା ସହ ରଜ କୁଇନ୍‌ ପ୍ରତିଯୋଗିତା ଆୟୋଜନ ହେବ। ଯେ କେହି ଚାହିଁଲେ ଏଠାକୁ ଯାଇ ବିନା କୌଣସି ପ୍ରବେଶ ଶୁଳ୍କରେ ଦୋଳି ଖେଳି ରଜ ମହୋତ୍ସବର ମଜା ଉଠାଇପାରିବ। ଏହାବ୍ୟତୀତ ହୋଟେଲ ପେଟ ପୂଜା ପକ୍ଷରୁ ରଜ ସ୍ପେଶାଲ ପିଠା ଓ ମିଠା ବିକ୍ରି କରାଯିବ। ପୋଡ଼ପିଠା ସହ ସୁଜି ମଣ୍ଡା, ସୁଜି କାକରା, କରଞ୍ଜିଆ, ଚନ୍ଦ୍ର କଳା, ସିଝା ମଣ୍ଡା ପିଠା, ମୁଗ ହାଲୁଆ, ଖିର ଗଜା, ଛେନା ଝିଲ୍ଲି, ଛେନା ମାଲପୁଆ ଆଦି ଉପଲବ୍ଧ ହେବ। ୧୨ତାରିଖ ସନ୍ଧ୍ୟାରୁ ୧୭ତାରିଖ ପର୍ଯ୍ୟନ୍ତ ରଜ ସ୍ପେଶାଲ ପୋଡ଼ପିଠା ଲୋକେ ଏଠାରୁ ପାଇପାରିବେ ବୋଲି ଏହାର ମାଲିକ ପ୍ରକାଶ ବେହେରା କହିଛନ୍ତି।
ରବୀନ୍ଦ୍ର ମଣ୍ଡପରେ ରାଜ୍ୟସ୍ତରୀୟ ରଜ ମହୋତ୍ସବ
ମଶାଲ ଅନୁଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜନ ହେବ ରାଜ୍ୟସ୍ତରୀୟ ରଜ ମହୋତ୍ସବ। ୧୫ତାରିଖ ଅପରାହ୍ନରୁ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ। ପ୍ରେକ୍ଷାଳୟ ଭିତରେ ଏବଂ ବାହାରେ ଏକାଧିକ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ସହ ଖାଦ୍ୟପେୟ ଓ ରଜଦୋଳି ଖେଳ ପ୍ରମୁଖ ଆକର୍ଷଣ ରହିବ। ଝୋଟି, ପିଠା, କାନ୍ଦଣା ଓ ପୁଚିଖେଳକୁ ନେଇ ମହିଳାଙ୍କ ମଧ୍ୟରେ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିଭଳି ମୋଗଲ ତାମ୍‌ସା ସହ ନାଟକ ପ୍ରେକ୍ଷାଳୟ ବାହାରେ ପରିବେଷଣ କରାଯିବ। ପ୍ରେକ୍ଷାଳୟ ଭିତରେ ରଜଗୀତ, ସମ୍ବଲପୁରୀ ନାଚ ଆଦି ପରିବେଷଣ କରାଯିବ।
ପାତ୍ରପଡ଼ାରେ ଦୋଳି
ପାତ୍ରପଡ଼ା ଓ ଭଗବାନପୁର ଗ୍ରାମ ପକ୍ଷରୁ ମହାରଜା କ୍ରିକେଟ୍‌ ଆସୋସିଏଶନ ପଡ଼ିଆରେ ୯ମ ରଜମୌଜ ମହୋତ୍ସବ ଅନୁଷ୍ଠିତ ହେବ। ଆସୋସିଏଶନ ପକ୍ଷରୁ ପ୍ରତିବର୍ଷ ବନୀକରଣ କରାଯାଇଥିବା ସ୍ଥାନରେ ୧୦୦ରୁ ୧୫୦ ଦୋଳି ଲାଗୁଥିବା ବେଳେ ଚଳିତବର୍ଷ କିନ୍ତୁ ବାତ୍ୟାରେ ଅଧାରୁ ଅଧିକ ଗଛ ଭାଙ୍ଗିଯାଇଛି। ତେଣୁ କେତେ ଦୋଳି ବନ୍ଧା ହେବ, ତାହା ଏ ପର୍ଯ୍ୟନ୍ତ ଠିକ୍‌ ହୋଇନାହିଁ। ସବୁବର୍ଷ ଭଳି ଏ ବର୍ଷ ଏତେ ସଂଖ୍ୟାରେ ଦୋଳି ବାନ୍ଧିବା ସମ୍ଭବ ନ ଥିବାରୁ ୪୦ରୁ ୫୦ ଦୋଳି ବନ୍ଧାଯିବ ବୋଲି ଆସୋସିଏଶନ ଉପସଭାପତି ରବୀନ୍ଦ୍ର ସାହୁ କହିଛନ୍ତି। ରଜ ଅବସରରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା କରାଯିବ। ପ୍ରଥମ ଦିନରେ ପୁଚି ଖେଳ, ପସାପାଲି, ଚେସ୍‌, ଝୋଟି ଚିତା ଆଦି ପ୍ରତିଯୋଗିତା କରାଯିବ। ଅପରାହ୍ନରେ ପିଠା ତିଆରି, ଶଙ୍ଖ ଫୁଙ୍କା, ହୁଳହୁଳି, ମ୍ୟୁଜିକ୍‌ ଚେୟାର୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହାସହିତ ସର୍ବସାଧାରଣଙ୍କ ପାଇଁ ଫୁଡ୍‌ ଷ୍ଟଲ ଲାଗିବ। ମିନାବଜାରର ମଧ୍ୟ ବ୍ୟବସ୍ଥା କରାଯାଉଛି। ୧୪ତାରିଖରୁ ୪ଦିନ ଧରି ଏଠାରେ ରଜ ଉତ୍ସବ ପାଳନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ସିରିଜ ବିସ୍ଫୋରଣରେ ଥରି ଉଠିଲା ସିରିଆ; ଡାମାସ୍କସରେ ମାକ୍ରନଙ୍କ ହୋଟେଲ ନିକଟରେ ମଧ୍ୟ ବଡ଼ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି

ଡାମାସ୍କସ,୭।୭: ମଙ୍ଗଳବାର ସିରିଆର ରାଜଧାନୀ ଡାମାସ୍କସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବର୍ତ୍ତମାନ ସିରିଆ ଗସ୍ତରେ ଅଛନ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri