କେଉଁଠି ପାଳିବେ ରଜ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ପାଖେଇ ଆସିଛି ରଜ। ପୋଡ଼ପିଠାରୁ ଆରମ୍ଭ କରି ରଜ ପାନଖିଆ ଓ ରଜ ଦୋଳି ଖେଳ, ଯାହାର ଅପେକ୍ଷା ରହିଥାଏ ପ୍ରତି ଓଡ଼ିଆ ଘରେ। ପର୍ବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଗଁାଠୁ ସହର, ସବୁଠି ଆରମ୍ଭ ହୋଇଗଲାଣି ସଜବାଜ। କିଏ କେଉଁଠିକୁ ଯିବେ, କ’ଣ କରିବେ, ରଜର ମଜା କିଭଳି ଉଠାଇବେ, ସେ ନେଇ ଯୋଜନା ପ୍ରସ୍ତୁତି ସରିଲାଣି। ଏପଟେ ପ୍ରତିବର୍ଷ ଭଳି ଏଥର ମଧ୍ୟ ସହରରେ ଗଁା ରଜର ଅନୁଭୂତି ଦେବାକୁ ବିଭିନ୍ନ ସଙ୍ଗଠନ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ରଜ ମହୋତ୍ସବ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପାରମ୍ପରିକ ରଜକୁ ବଞ୍ଚାଇ ରଖିବା ସହ ସହରବାସୀଙ୍କୁ ପିଠା, ମିଠା, ଦୋଳି, ପାନ ଆଦିର ମଜାଦେବାକୁ ବିଭିନ୍ନ ବ୍ୟବସ୍ଥା ହୋଇଛି।
ପାନ୍ଥନିବାସରେ ରଜ
ପ୍ରତିବର୍ଷ ପରି ଏଥର ମଧ୍ୟ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା ପରିଚାଳିତ ପାନ୍ଥନିବାସଗୁଡ଼ିକରେ ଜାକଜମକରେ ପାଳନ ହେବ ରଜ ମହୋତ୍ସବ। ଭୁବନେଶ୍ୱର ସହ କଟକ, ଚାନ୍ଦିପୁର, ଗୋପାଳପୁର, ସମ୍ବଲପୁର, ରାଉରକେଲା, ବରକୁଳ ଓ ପାରାଦୀପରେ ଥିବା ପାନ୍ଥନିବାସରେ ୧୩ରୁ ୧୬ତାରିଖ ପର୍ଯ୍ୟନ୍ତ ରଜ ମହୋତ୍ସବ ପାଳନ ହେବ। ତେବେ ଫନୀରେ ବ୍ୟାପକ କ୍ଷୟକ୍ଷତି ଯୋଗୁ କୋଣାର୍କ ଏବଂ ପୁରୀ ପାନ୍ଥନିବାସରେ ଚଳିତବର୍ଷ ରଜ ମହୋତ୍ସବ ଆୟୋଜନ ହେବନାହିଁ ବୋଲି ଓଟିଡିସି ପକ୍ଷରୁ ସୂଚନା ଦିଆଯାଇଛି। ଏଥର ମଧ୍ୟ ପୋଡ଼ପିଠା, ମଣ୍ଡା, ଆରିସା, କାକରା, ଚକୁଳି ପିଠା ସାଙ୍ଗକୁ ମୁଗବୁନ୍ଦି, କ୍ଷୀରଗଜା, ଦହିବରା, ଛେନାପୋଡ଼ ପାନ୍ଥନିବାସର ମୁଖ୍ୟ ଆକର୍ଷଣ ରହିବ। ସେହିଭଳି ସମ୍ବଲପୁର ପ୍ରସିଦ୍ଧ ପିଠା ଖୁଦମଣ୍ଡା, କଦମ୍ବା, ମୁଗପାପ୍‌ଚି ସମ୍ବଲପୁର ପାନ୍ଥନିବାସରେ ଉପଲବ୍ଧ ହେବ। ଚଳିତବର୍ଷ ଆଦିବାସୀମାନଙ୍କ ଲୋକପ୍ରିୟ ପିଠା ମହୁଲ ଓ ମାଣ୍ଡିଆରେ ପ୍ରସ୍ତୁତ କରାଯିବ। ଏହାସହ ପର୍ଯ୍ୟଟକ ରଜପାନ ଖାଇ ରଜଦୋଳିର ମଜା ମଧ୍ୟ ଉଠାଇପାରିବେ।
ଏକାମ୍ର ହାଟରେ ରଜର ମଜା
ରଜ ପାଇଁ ଏକାମ୍ର ହାଟରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଏକାମ୍ର ହାଟ ପରିସରରେ ରଜ ୩ଦିନ ‘ପ୍ରୟାସ ରଜ ମହୋତ୍ସବ’ ସିଜିନ-୨ ଅନୁଷ୍ଠିତ ହେବ। ଏହି ଅବସରରେ ପିଲାଙ୍କ ମଧ୍ୟରେ ପୁଚି, ରୁମାଲ ଚୋରି ଭଳି ପାରମ୍ପରିକ ଖେଳ ସହ ନୃତ୍ୟ, ଗୀତ, ମ୍ୟୁଜିକ୍‌ ଚେୟାର ଓ ଫ୍ୟାଶନ ଶୋ ଭଳି ପ୍ରତିଯୋଗିତା କରାଯିବ। ଏହାସହ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ମା’ମାନଙ୍କ ମଧ୍ୟରେ ଏକ ଭିନ୍ନସ୍ବାଦର ପ୍ରତିଯୋଗିତା ସହ ରଜ କୁଇନ୍‌ ପ୍ରତିଯୋଗିତା ଆୟୋଜନ ହେବ। ଯେ କେହି ଚାହିଁଲେ ଏଠାକୁ ଯାଇ ବିନା କୌଣସି ପ୍ରବେଶ ଶୁଳ୍କରେ ଦୋଳି ଖେଳି ରଜ ମହୋତ୍ସବର ମଜା ଉଠାଇପାରିବ। ଏହାବ୍ୟତୀତ ହୋଟେଲ ପେଟ ପୂଜା ପକ୍ଷରୁ ରଜ ସ୍ପେଶାଲ ପିଠା ଓ ମିଠା ବିକ୍ରି କରାଯିବ। ପୋଡ଼ପିଠା ସହ ସୁଜି ମଣ୍ଡା, ସୁଜି କାକରା, କରଞ୍ଜିଆ, ଚନ୍ଦ୍ର କଳା, ସିଝା ମଣ୍ଡା ପିଠା, ମୁଗ ହାଲୁଆ, ଖିର ଗଜା, ଛେନା ଝିଲ୍ଲି, ଛେନା ମାଲପୁଆ ଆଦି ଉପଲବ୍ଧ ହେବ। ୧୨ତାରିଖ ସନ୍ଧ୍ୟାରୁ ୧୭ତାରିଖ ପର୍ଯ୍ୟନ୍ତ ରଜ ସ୍ପେଶାଲ ପୋଡ଼ପିଠା ଲୋକେ ଏଠାରୁ ପାଇପାରିବେ ବୋଲି ଏହାର ମାଲିକ ପ୍ରକାଶ ବେହେରା କହିଛନ୍ତି।
ରବୀନ୍ଦ୍ର ମଣ୍ଡପରେ ରାଜ୍ୟସ୍ତରୀୟ ରଜ ମହୋତ୍ସବ
ମଶାଲ ଅନୁଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜନ ହେବ ରାଜ୍ୟସ୍ତରୀୟ ରଜ ମହୋତ୍ସବ। ୧୫ତାରିଖ ଅପରାହ୍ନରୁ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ। ପ୍ରେକ୍ଷାଳୟ ଭିତରେ ଏବଂ ବାହାରେ ଏକାଧିକ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ସହ ଖାଦ୍ୟପେୟ ଓ ରଜଦୋଳି ଖେଳ ପ୍ରମୁଖ ଆକର୍ଷଣ ରହିବ। ଝୋଟି, ପିଠା, କାନ୍ଦଣା ଓ ପୁଚିଖେଳକୁ ନେଇ ମହିଳାଙ୍କ ମଧ୍ୟରେ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିଭଳି ମୋଗଲ ତାମ୍‌ସା ସହ ନାଟକ ପ୍ରେକ୍ଷାଳୟ ବାହାରେ ପରିବେଷଣ କରାଯିବ। ପ୍ରେକ୍ଷାଳୟ ଭିତରେ ରଜଗୀତ, ସମ୍ବଲପୁରୀ ନାଚ ଆଦି ପରିବେଷଣ କରାଯିବ।
ପାତ୍ରପଡ଼ାରେ ଦୋଳି
ପାତ୍ରପଡ଼ା ଓ ଭଗବାନପୁର ଗ୍ରାମ ପକ୍ଷରୁ ମହାରଜା କ୍ରିକେଟ୍‌ ଆସୋସିଏଶନ ପଡ଼ିଆରେ ୯ମ ରଜମୌଜ ମହୋତ୍ସବ ଅନୁଷ୍ଠିତ ହେବ। ଆସୋସିଏଶନ ପକ୍ଷରୁ ପ୍ରତିବର୍ଷ ବନୀକରଣ କରାଯାଇଥିବା ସ୍ଥାନରେ ୧୦୦ରୁ ୧୫୦ ଦୋଳି ଲାଗୁଥିବା ବେଳେ ଚଳିତବର୍ଷ କିନ୍ତୁ ବାତ୍ୟାରେ ଅଧାରୁ ଅଧିକ ଗଛ ଭାଙ୍ଗିଯାଇଛି। ତେଣୁ କେତେ ଦୋଳି ବନ୍ଧା ହେବ, ତାହା ଏ ପର୍ଯ୍ୟନ୍ତ ଠିକ୍‌ ହୋଇନାହିଁ। ସବୁବର୍ଷ ଭଳି ଏ ବର୍ଷ ଏତେ ସଂଖ୍ୟାରେ ଦୋଳି ବାନ୍ଧିବା ସମ୍ଭବ ନ ଥିବାରୁ ୪୦ରୁ ୫୦ ଦୋଳି ବନ୍ଧାଯିବ ବୋଲି ଆସୋସିଏଶନ ଉପସଭାପତି ରବୀନ୍ଦ୍ର ସାହୁ କହିଛନ୍ତି। ରଜ ଅବସରରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା କରାଯିବ। ପ୍ରଥମ ଦିନରେ ପୁଚି ଖେଳ, ପସାପାଲି, ଚେସ୍‌, ଝୋଟି ଚିତା ଆଦି ପ୍ରତିଯୋଗିତା କରାଯିବ। ଅପରାହ୍ନରେ ପିଠା ତିଆରି, ଶଙ୍ଖ ଫୁଙ୍କା, ହୁଳହୁଳି, ମ୍ୟୁଜିକ୍‌ ଚେୟାର୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହାସହିତ ସର୍ବସାଧାରଣଙ୍କ ପାଇଁ ଫୁଡ୍‌ ଷ୍ଟଲ ଲାଗିବ। ମିନାବଜାରର ମଧ୍ୟ ବ୍ୟବସ୍ଥା କରାଯାଉଛି। ୧୪ତାରିଖରୁ ୪ଦିନ ଧରି ଏଠାରେ ରଜ ଉତ୍ସବ ପାଳନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri