Posted inTrending, ଖେଳ

ରୋହିତ-ବିରାଟଙ୍କ ମଧ୍ୟରୁ ନ୍ୟୁଜିଲାଣ୍ଡ ମାଟିରେ କିଏ କରିବେ ଶତକର ବର୍ଷା? ହଇଚଇ ସୃଷ୍ଟି କଲା ପୂଜାରାଙ୍କ ଭବିଷ୍ୟବାଣୀ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ ପାର୍କରେ ପ୍ରଥମ ମ୍ୟାଚ ଖେଳାଯିବ। ସମସ୍ତଙ୍କ ନଜର ରହିଛି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ। ଉଭୟ ଖେଳାଳି ଜବରଦସ୍ତ ଫର୍ମରେ ଫେରିବା ସହ ୫ଟି ଯାକ ମ୍ୟାଚରେ ଧମାକାଦାର ପ୍ରଦର୍ଶନ କରିବେ ବୋଲି ଆଶା ରହିଛି। ନ୍ୟୁଜିଲାଣ୍ଡ ମାଟିରେ ବିରାଟଙ୍କ ରେକର୍ଡ ମଧ୍ୟ ବେଶ ଭଲ ରହିଛି। ସେହିପରି ରୋହିତ ମଧ୍ୟ ଜବରଦସ୍ତ ଫର୍ମରେ ଅଛନ୍ତି।

ତେବେ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତର ପୂର୍ବତନ କ୍ରିକେଟର ଚେତେଶ୍ୱର ପୂଜାରା ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ରୋହିତ ଓ ବିରାଟଙ୍କ ମଧ୍ୟରୁ ନ୍ୟୁଜିଲାଣ୍ଡ ମାଟିରେ କିଏ ଅଧିକ ଶତକ ହାସଲ କରିବେ, ସେନେଇ ସେ ନିଜର ମତ ରଖିଛନ୍ତି।

ଜିଓଷ୍ଟାରରେ ଭାରତ-ନ୍ୟୁଜିଲାଣ୍ଡ ସିରିଜକୁ ନେଇ ଆଲୋଚନା କରିବା ସମୟରେ ପୂଜାରା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରଦର୍ଶନ ସମ୍ପର୍କରେ ମତ ଦେଇଥିଲେ। ତାଙ୍କ କହିବା ଅନୁସାରେ, ରୋହିତଙ୍କ ତୁଳନାରେ ବିରାଟ ଅଧିକ ଶତକ ହାସଲ କରିପାରନ୍ତି।

ପୂଜାରା କହିଛନ୍ତି, ପାୱାରପ୍ଲେରେ ଦଳକୁ ଭଲ ଆରମ୍ଭ ଦେବାର ଦାୟିତ୍ୱ ରୋହିତ ଶର୍ମାଙ୍କ ଉପରେ ରହିଥାଏ। ଯଦି ନ୍ୟୁଜିଲାଣ୍ଡରେ ତାଙ୍କର ଏହି ଭୂମିକାରେ ପରିବର୍ତ୍ତନ ହୁଏ, ତେବେ ସେ ଶତକ ହାସଲ କରିପାରିବେ। କିନ୍ତୁ ବିରାଟ କୋହଲିଙ୍କ ପାଖରେ ଶତକ ମାରିବାର ସମ୍ଭାବନା ଟିକେ ଅଧିକ ରହିଛି। ସେ ୩ ନମ୍ବରରେ ବ୍ୟାଟିଂ କରନ୍ତି। ଇନିଂସକୁ ମଜଭୁତ କରିବା ତାଙ୍କର ଦାୟିତ୍ୱ। ଦିନିକିଆରେ ୩ ନମ୍ବରରେ ବ୍ୟାଟିଂ କରୁଥିବା ଖେଳାଳିଙ୍କ ପାଖରେ ଶତକ ହାସଲ କରିବାର ପୂରା ସୁଯୋଗ ରହିଥାଏ। ସେମାନଙ୍କ ପାଇଁ ପରିସ୍ଥିତି ମଧ୍ୟ ଟିକେ ସହଜ ରହେ। ମୋ ମତରେ ନ୍ୟୁଜିଲାଣ୍ଡରେ ରୋହିତଙ୍କ ତୁଳନାରେ ବିରାଟ ଅଧିକ ଶତକ ହାସଲ କରିବାର ସମ୍ଭାବନା ରହିଛି।

ଏହି ଦିନିକିଆ ସିରିଜରେ ଫଳାଫଳକୁ ନେଇ ମଧ୍ୟ ପୂଜାରା ଭବିଷ୍ୟବାଣୀ କରିଛନ୍ତି। ତାଙ୍କ ମତରେ, ୫ ମ୍ୟାଚ ବିଶିଷ୍ଟ ସିରିଜ ୨-୨ରେ ରହିପାରେ। ଏହା ସହ ବର୍ଷା ଯୋଗୁ ଗୋଟିଏ ମ୍ୟାଚ ବାତିଲ ହେବାର ମଧ୍ୟ ସମ୍ଭାବନା ରହିଛି।

ପୂଜାରା କହିଛନ୍ତି, ଦିନିକିଆ ସିରିଜ ୨-୨ରେ ରହିପାରେ। ଭାରତ ଦୁଇଟି ଭିନ୍ନ ଦଳ ସହ ଖେଳିବ। ପ୍ରଥମ ୩ଟି ମ୍ୟାଚରେ ଦଳ ଅଲଗା ରହିବ। ଏହାପରେ ଶେଷ ୨ଟି ମ୍ୟାଚରେ ମଧ୍ୟ ପରିବର୍ତ୍ତନ ହେବ। ମୋ ମତରେ ଏହା ନ୍ୟୁଜିଲାଣ୍ଡକୁ ଫାଇଦା ଦେବ। ପ୍ରଥମ ୩ଟି ମ୍ୟାଚରେ ଭାରତର ଦବଦବା ଦେଖିବାକୁ ମିଳିବ। କିନ୍ତୁ ଶେଷ ୨ଟି ମ୍ୟାଚରେ ଟିମ ଇଣ୍ଡିଆକୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ। ନ୍ୟୁଜିଲାଣ୍ଡରେ ଯେକୌଣସି ସମୟରେ ବର୍ଷା ହୋଇପାରେ। ତେଣୁ ଗୋଟିଏ ମ୍ୟାଚ ବାତିଲ ହେବାର ସମ୍ଭାବନା ମଧ୍ୟ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୫୫ ବଲରେ ଶତକ ପରେ ସରଫରାଜଙ୍କ ଚାଞ୍ଚଲ୍ୟକର ବୟାନ: ଟିମ ଇଣ୍ଡିଆ ମ୍ୟାନେଜମେଣ୍ଟକୁ ନେଇ କହିଦେଲେ ସାଂଘାତିକ କଥା

ନୂଆଦିଲ୍ଲୀ, ୨।୧୧: ଗତ କିଛି ବର୍ଷ ଧରି ଘରୋଇ କ୍ରିକେଟରେ ରନର ପାହାଡ଼ ଛିଡ଼ା କରୁଥିବା ସରଫରାଜ ଖାନ ୨୦୨୬ ରଣଜୀ ଟ୍ରଫିରେ ମାତ୍ର ୫୫ଟି ବଲରେ…

ରାଜ୍ୟ ସଭାର ସବୁଠୁ ଧନୀ ସାଂସଦଙ୍କ ତାଲିକା ଜାରି: ପ୍ରଥମ ତାଲିକାରେ ଏହି ନେତା, ଓଡ଼ିଶାର…

ନୂଆଦିଲ୍ଲୀ, ୨।୧୧: ରାଜ୍ୟ ସଭାର ସବୁଠୁ ଧନୀ ସାଂସଦଙ୍କ ସମ୍ପତ୍ତି ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି। ADRର ରିପୋର୍ଟରେ ଏହି ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ, ୧୦୪…

ପୁଣି ବାତ୍ୟା ଓ ବନ୍ୟା ଆଶଙ୍କା, ପ୍ରଶାସନର ଜୋରଦାର ପ୍ରସ୍ତୁତି ୧୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର

ପୁରୁଷୋତ୍ତମପୁର, ୨/୧୧ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ତିକ୍ତ ଅନୁଭୂତି ଏବେ ବି ଲୋକଙ୍କ ମନରୁ ଲିଭିନାହିଁ କି ଅନେକ…

ବଣୁଆ ହାତୀଙ୍କ ଉପଦ୍ରବ, ଭାଙ୍ଗିଲା ଘରଦ୍ୱାର:, ସମ୍ପର୍କୀୟଙ୍କ ଘରେ ନେଲେ ଆଶ୍ରୟ

ତୁମୁଡ଼ିବନ୍ଧ, (ଦୀପକ କୁମାର ପରାସେଠ): କନ୍ଧମାଳ ଜିMkତୁମୁଡ଼ିବନ୍ଧ ବ୍ଲକ୍‌ର ବେଲଘର ବନାଞ୍ଚଳରେ ଦୀର୍ଘଦିନ ହେଲା ବଣୁଆ ହାତୀଙ୍କ ଉପଦ୍ରବ ଲାଗି ରହିଛି। କେତେବେଳେ ହାତୀପଲ ଫସଲ ନଷ୍ଟ…

ଲୋକଙ୍କୁ ସହାନୁଭୂତି ଦେଖାଅ, ସହାୟତା ଯୋଗାଅ: ଅଧିକାରୀଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

ଭଞ୍ଜନଗର, ୨।୧୧ (ବାବୁଲା ପ୍ରଧାନ): ଗୋଟିଏ ବାତ୍ୟାର ଦୁଃଖ ନ ଲିଭୁଣୁ ପୁଣି ଆଉ ଏକ ବାତ୍ୟାର ଆଶଙ୍କା ଦେଖାଦେଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିପନ୍ନ ଲୋକଙ୍କ…

ଜନ୍ମଦିନରେ ପ୍ରଶଂସକଙ୍କ ଇଚ୍ଛା ପୂରଣ କଲେ ଶାହରୁଖ, ଦେଲେ ଏଭଳି ସରପ୍ରାଇଜ୍‌ , ସମସ୍ତେ ଚକିତ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ନଭେମ୍ବର ୨ ତାରିଖରେ ନିଜ ଜନ୍ମଦିନ ପାଳନ କରୁଛନ୍ତି। ପ୍ରତିବର୍ଷ ଶାହରୁଖ ନିଜ ବଙ୍ଗଳା ‘ମନ୍ନତ’ର ବାଲକୋନିକୁ ଆସି ପ୍ରଶଂସକଙ୍କୁ…

ଡକାୟତି ମାମଲା: ଜାମିନ ଖାରଜ, ଜେଲ  ଗଲେ  …   

ଦିଗପହଣ୍ଡି,୨|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ଚାଞ୍ଚଡାପଲ୍ଲୀ ଗ୍ରାମର କୃଷ୍ଣ ସ୍ବାଇଁ ଓରଫ କଟିକିଆ ଙ୍କୁ ସୋମବାର ଦିଗପହଣ୍ଡି ପୋଲିସ ଗିରଫ କରି…

ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା: ପ୍ରତିଶୋଧ ନେବେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨।୧୧:ଆଗାମୀ ଏସିସି ରାଇଜିଂ ଷ୍ଟାର୍ସ ଏସିଆ କପ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା କରିଛି ବିସିସିଆଇ। ଦଳର ନେତୃତ୍ୱ ଭାର ତିଳକ ବର୍ମାଙ୍କୁ ଦିଆଯାଇଥିବା ବେଳେ ରଜତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?