ଅସମ୍ଭାଳ ତାତି: ବରଗଡ଼ରେ ଅଂଶୁଘାତ ନେଲା ୨ ଜୀବନ

ବରଗଡ଼ ଅଫିସ୍‌,୧୨।୬: ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଏ ନେଇ ଜିଲାରେ ବୁଧବାର ଅଂଶୁଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକମାନେ ହେଲେ ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମର ଗ୍ରନ୍ଥ ପ୍ରଧାନ(୫୮) ଏବଂ ଗାଇସିଲେଟ୍‌ ଥାନା ଟେଙ୍ଗନାପାଲି ଗ୍ରାମର ସହଦେବ ବରିହା(୮୦) । ଗ୍ରନ୍ଥ ସକାଳୁ କ୍ଷେତକୁ ଯାଇ ସେଠାରେ ଗୁରୁତର ହୋଇ ଘରକୁ ଫେରିଥିଲେ । ଏହାପରେ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ମୃତ ସହଦେବ ମଧ୍ୟ ସକାଳୁ ଧାନଖଳାକୁ ଯାଇଥିଲେ ଏବଂ ସେଠାରେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ମଧ୍ୟ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଅଂଶୁଘାତ ଯୋଗୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେବା ପରେ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଦୁଇ ମୃତଦେହ ବ୍ୟବଚ୍ଛେଦ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri