ରାଜ୍ୟ

ସଡ଼କ ଦୁର୍ଘଟଣାରେ ଆଖି ବୁଜିଥିଲେ ୨ ଓଡ଼ିଆ ଶ୍ରମିକ, ଏମ୍‌ପି ଅନନ୍ତ ନାୟକଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ଖଜିରାପାଟ ପଞ୍ଚାୟତ ସୁରେନ୍ଦ୍ରପୁର ଗ୍ରାମର ୨ ଜଣ ଶ୍ରମିକ ବେଙ୍ଗାଲୁରୁର ଏକ କମ୍ପାନୀରେ କାମ କରୁଥିଲେ। ଗତ ମେ’ ୧୧ ତାରିଖରେ ସେଠାରେ ଏକ ସଡ଼କ ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା…

ଗାଁ ଦାଣ୍ଡରେ ଖେଳୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା ୨ ପିଲାଙ୍କ ଜୀବନ…

ଧର୍ମଶାଳା,୧୬।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଞ୍ଜିରା ପଂଚାୟତର ବୁରୁସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ଅପରାହ୍ନରେ ବଜ୍ରପାତରେ ଦୁଇଜଣ ପିଲାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଅପରାହ୍ନ ପ୍ରାୟ ୫ଟା ସମୟରେ ବୁରୁସାହି ଗ୍ରାମର…

ବନ୍ଧା ହେବେ ୟୁଟ୍ୟୁବର ଲବ ହାଁସଦା! ପ୍ରେମିକାଙ୍କ ଆତ୍ମହତ୍ୟା…

ଭୁବନେଶ୍ୱର,୧୬ା୫: ବିବାଦରେ ବହୁ ଚର୍ଚ୍ଚିତ ୟୁଟ୍ୟୁର ଲବ ହାଁସଦା । ବେଙ୍ଗାଲୁରୁରେ ତାଙ୍କ ନାଁରେ ଏତଲା ହୋଇଛି । ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା। ବହୁଚର୍ଚ୍ଚିତ ଓଡ଼ିଆ ୟୁଟ୍ୟୁବର ଲବ ହାଁସଦାଙ୍କୁ ନେଇ ଏକ ଗୁରୁତର ବିବାଦ ସାମ୍ନାକୁ ଆସିଛି।…

କାଳବୈଶାଖୀ ତାଣ୍ଡବ: ଉଡିଲା ସ୍କୁଲ ଛପର, ଛଟପଟ ହୋଇମଲେ ୯ ଗୋରୁ

ଖଜୁରିପଡ଼ା,୧୬ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅଞ୍ଚଳରେ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ଘରର ଛପର ଉଡ଼ିଯାଇଥିବା ବେଳେ କିଛି ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା। ଏହି କାଳବୈଶାଖୀରେ ବ୍ରଜପାତ ହେବା ଯୋଗୁ ଅନେକ ଗାଈଙ୍କର…

ବିଡିଓଙ୍କ ନାଁରେ ସଙ୍ଗୀନ ଅଭିଯୋଗ: ଭାଜପା ଏଜେଣ୍ଟ ଭଳି କାମ କରୁଛନ୍ତି କହି …

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଳକ ବିଡିଓ ଭାଜପା ସରକାରଙ୍କ ହାତବାରିସି ସାଜି ଏଜେଣ୍ଟ ଭଳି କାମ କରୁଛନ୍ତି ବୋଲି ଗୁରୁବାର ସାରେ ଭବାନୀପାଟଣାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଭବାନୀପାଟଣା…

କାଳ ସାଜିଲା କାଳବୈଶାଖୀ: ବଜ୍ରପାତରେ ଚାଲିଗଲା ୬ ଜୀବନ

ଭୁବନେଶ୍ୱର,୧୬।୫: କାଳ ସାଜିଲା କାଳବୈଶାଖୀ। ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୬ଜଣଙ୍କ ମୃତ୍ୟୁ ଘଟିଛି। କୋରାପୁଟ ଜିଲାରେ ବଜ୍ରପାତ ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମ ଜିଲାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗଜପତି…

ପ୍ରେମିକଙ୍କ ସହ ମିଶି ମାଙ୍କୁ ମାରିଦେଲେ ଝିଅ, ନାଟକୀୟ ଢଙ୍ଗରେ ଲୁଚାଇଥିଲେ  ପୂରା  ଘଟଣା ପରେ…. 

ଗଜପତି(ଗିରିଧାରୀ ପରିଛା)୧୬।୫: କଥାରେ ଅଛି ସବୁ ଗଛ ଲଗେଇବୁ ହେଲେ ମଣିଷ ଗଛ ନୁହେଁ। ପାଳିପୋଷି ବଡ଼ କରିଥିବା ମା’କୁ ପ୍ରେମିକ ସହ ମିଶି ହତ୍ୟା କରିଛନ୍ତି ନାବାଳିକା ଝିଅ। ଏମିତି ଏକ ଘଟଣା ପ୍ରମାଣିତ ହୋଇଛି ଗଜପତି ଜିଲା ପାରଳାଖେମୁଣ୍ଡିର…

ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେସିଙ୍ଗା,୧୬ା୫(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରରେ ଚାରି ଥାକିଆ ରାସ୍ତା ନିର୍ମାଣ ପାଇଁ କେସିଙ୍ଗା ବାଇପାସ୍‌ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ବୃନ୍ଦ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରଠାରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିବାର ଜଣାପଡ଼ିଛି। ଏହି ଦାବିପତ୍ର ଦେବାର…

ଘରୁ ମିଳିଲା ଏତିକି ସମ୍ପତ୍ତି, ବନ୍ଧାହେଲେ ଅତିରିକ୍ତ ବିଡିଓ

ଧର୍ମଶାଳା,୧୬ା୫(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳାର ଅତିରିକ୍ତ ବିଡିଓ ଅସିତ କୁମାର ପାତ୍ରଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ବେଆଇନ ସମ୍ପତ୍ତି ତାଲିକାରେ ତିନୋଟି ମଲ୍ଟି ଷ୍ଟୋରଡ୍‌ କୋଠା, କଟକରେ…

୭ ଜିଲାକୁ ୨ ଘଣ୍ଟିଆ ରେଡ ଆଲର୍ଟ

ଭୁବନେଶ୍ୱର,୧୬।୫: ଶୁକ୍ରବାର ରାଜ୍ୟର ୧୧ ଜିଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ହେଲେ ୭ ଜିଲାକୁ ୨ ଘଣ୍ଟିଆ ରେଡ ଆଲର୍ଟ ଜାରି କଲା ପାଣିପାଗ…

ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ଏମିତି  କହିଦେଲେ ସୁରେଶ, ଜାଣନ୍ତୁ ପୁରାଘଟଣା 

ଭୁବନେଶ୍ୱର,୧୬।୫: ଆସନ୍ତା ମାସରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ରାଜ୍ୟରେ ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ଓଡ଼ିଶା ଆସିପାରନ୍ତି ବୋଲି ରାଜସ୍ବ ମନ୍ତ୍ରୀ…

ଭଞ୍ଜନଗରରେ ଝଡ଼ବର୍ଷା: ଗଛମୂଳେ ଆଶ୍ରୟ ନେଇଥିଲେ ଯୁବତୀ, ଏହି ସମୟରେ ଦାଉ ସାଧିଲା ଦଇବ…

ଭଞ୍ଜନଗର,୧୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏବଂ ବେଲଗୁଣ୍ଠା ଅଞ୍ଚଳରେ ଶୁକ୍ରବାର ଅପରାହ୍ନ ୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଝଡ଼ ତୋଫାନ ସହ ପ୍ରବଳ ବର୍ଷା ହୋଇଥିଲା। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କେତେକ ଅଞ୍ଚଳରେ ବିଦ୍ୟୁତ୍‌ ସେବା ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?