ଛାତ୍ରଙ୍କ ପୋଷାକ ଏଣେତେଣେ ଫିଙ୍ଗିଦେଲେ, ଆଦିବାସୀ ଛାତ୍ରାବାସରେ ଛାତ୍ରଙ୍କ ପ୍ରତି ନିର୍ଯ୍ୟାତନା

ଦାରିଙ୍ଗବାଡି, ୨୮।୬ (ଅରୁଣ ସାହୁ): ଜଣେ ଗରିବ ଲୋକର ପାଠ ପଢିବା ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ, ପୋଷାକ କିଣିବା ସମ୍ଭବ ହେଉନଥିବାବେଳେ ତା’ର ପୁଅ ଝିଅଙ୍କୁ ପଢାଇବା ପାଇଁ ସରକାରଙ୍କ ଉପରେ ନିର୍ଭର କରିଥାଏ କିନ୍ତୁ ଅନେକ ସମୟରେ ଅଭିଭାବକ ଠାରୁ ଦୂରରେ ରହୁଥିବା ଛାତ୍ରୀଛାତ୍ରମାନେ କେତେବେଳେ ସହପାଠୀ ତ ଆଉ କେତେବେଳେ ନିଜ ଗୁରୁଙ୍କ ଦ୍ୱାରା ନିଯ୍ୟାତନା ପାଉଥିବା ଦେଖିବାକୁ ମିଳେ। ହେଲେ ଏବେ ଏଭଳି ଘଟଣା ଦେଖିବାକୁ ମିଳିଛି ଖରାଛୁଟିରେ ଛାତ୍ରାବାସ ମରାମତି କରାଯିବା ବେଳେ ଠିକାଦାର ଛାତ୍ରାବାସରେ ଛୁଟିରେ ଯାଇଥିବା ଛାତ୍ରୀଛାତ୍ରଙ୍କ ପୋଷାକ, ପାଠ୍ୟ ପୁସ୍ତକ, ବ୍ୟବହାର ସାମଗ୍ରୀ ଖାତା, ପେନ, ପେନସିଲ, ଖାଇବାକୁ ରଖିଥିବା ଟ୍ରେ, ଗ୍ଲାସ ଆଦିକୁ ଫିଙ୍ଗି ନଷ୍ଟ କରିଦେଇଛନ୍ତି ଯାହାକି ବିଦ୍ୟାଳୟ ଖୋଲିବା ପରେ ଛାତ୍ରୀଛାତ୍ରମାନେ ଆସି ପହଞ୍ଚି ଦେଖିଲା ବେଳେ ତାଙ୍କ ଟ୍ରଙ୍କ ସମେତ ସମସ୍ତ ସାମଗ୍ରୀ ଫିଙ୍ଗି ନଷ୍ଟ କରିଦିଆଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ। ଏବେ ଛାତ୍ରୀଛାତ୍ରମାନେ ତାଙ୍କ ସାମଗ୍ରୀ ଖୋଜୁଥିବା ବେଳେ ମିଳୁନାହିଁ। ସେମାନେ କାନ୍ଦିବା ସହ ତାଙ୍କ ଅଭିଭାବକ ମାନଙ୍କୁ ପୁଣି ସମସ୍ତ ସାମଗ୍ରୀ କିଣିଦେବାକୁ କହିବା ବେଳେ ଅଭିଭାବକଙ୍କ ନିକଟରେ ଅର୍ଥର ଅଭାବ ଯୋଗୁଁ ଅନେକ ସମସ୍ୟା ଦେଖାଯାଉଥିବା ଜଣେ ଭ୍ରମରବାଡ଼ି ଅଞ୍ଚଳର ଅଭିଭାବକ ଅଭିଯୋଗ କରିଛନ୍ତି।

ଆଦିବାସୀ ଅଧ୍ୟୁଷିତ ଏହି ଜିଲାରେ ଆଦିବାସୀ ସମ୍ପ୍ରଦାୟର ଛାତ୍ରୀଛାତ୍ରଙ୍କ ପାଇଁ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ଓ ବାଲିଗୁଡା ଆଦିବାଦୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ପକ୍ଷରୁ ଛାତ୍ରାବାସରେ ମାଗଣା ରହିବା ଖାଇବା, ପାଠ୍ୟ ପୁସ୍ତକ, ପୋଷାକ ଆଦି ଯୋଗାଇଦିଆଯାଉଛି ହେଲେ ଦୈନିକ ଚଳଣି ପାଇଁ ଛାତ୍ରୀଛାତ୍ର ମାନେ ବାଲଟି, ମଗ, ଟ୍ରେ ଓ ଅନ୍ୟାନ୍ୟ ଚଳଣି ଜିନିଷ ନିଜ ନିଜ ଟ୍ରଙ୍କରେ ରଖିଥାନ୍ତି । ଏନେଇ ଆଦିବାସୀ ସମ୍ପ୍ରଦାୟର ଛାତ୍ରୀଛାତ୍ରଙ୍କୁ ର୍ନିଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଏନେଇ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ ଫୋନ ଯୋଗେଯୋଗାଯୋଗ କରାଯାଇଥିଲା ତେବେ ତାଙ୍କ ଫୋନ ସୁଇଚ ଅଫ ରହିଥିବାରୁ ଯୋଗାଯୋଗ ହୋଇପାରିନାହିଁ। ଗତକାଲି ରଥଯାତ୍ରା ଏବଂ ଶନିବାର ଓ ରବିବାର ରହିଥିବାରୁ କୌଣସି ଶିକ୍ଷକ ଉପସ୍ଥିତ ନଥିବା ଅଭିଭାବକ ସୁଦର୍ଶନ ପ୍ରଧାନ ଅଭିଯୋଗ କରିଛନ୍ତି। ତାଙ୍କ ପୁଅ ସପ୍ତମ ପାସ କରି ଅଷ୍ଟମରେ ଏବେ ପଢିବେ କିନ୍ତୁ ତାଙ୍କର ସାମଗ୍ରୀଗୁଡିକ ଫିଙ୍ଗି ଦିଆଯାଇଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ତେବେ କେବଳ ସୁଦର୍ଶନଙ୍କ ପୁଅ ନୁହଁ ଉକ୍ତ ଶ୍ରେଣୀର ସମସ୍ତ ଛାତ୍ରାବାସ ଛାତ୍ରଙ୍କ ସମଦଶା ଘଟିଛି ବୋଲି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍ସର ରୋଗରେ ମୃତ ପରିବାରଙ୍କୁ ଭେଟିଲେ ବିଧାୟକ, ଶେଷ ଦର୍ଶନ ସହ କରିବା ସହ…

ଗଞ୍ଜାମ,୨୭।୫(ବିଦ୍ୟାଧର ସାହୁ ): ଅସହାୟ, ଅବହେଳିତ ହେଉ ଘଟଣା କିମ୍ବା ଦୁର୍ଘଟଣା ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଯାଇଥାନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ।…

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ-୨୦୨୬: ଜିଲା ପ୍ରଶିକ୍ଷଣ ବର୍ଗରେ ଯୋଗଦେଲେ ମନ୍ତ୍ରୀ

ଦାରିଙ୍ଗବାଡି, ୨୭।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ରାଣୀଦୁର୍ଗା ରେସିଡେନ୍ସୀ ପରିସର ମଧ୍ୟରେ ଭାଜପା ପକ୍ଷରୁ ୨ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ -୨୦୨୬…

କାହିିଁକି ଇସ୍ତଫା ଦେବେ ସିଦ୍ଦାରାମାୟା, ଜଣାପଡିଲା ଅସଲ କାରଣ, କଂଗ୍ରେସ ଖେଳିଲା ବଡ଼ ଚାଲ୍‌

ନୂଆଦିଲ୍ଲୀ, ୨୭।୫: କଂଗ୍ରେସ ଦଳ କର୍ନାଟକରେ ଦୀର୍ଘ ଦିନ ଧରି ଚାଲିଥିବା ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ପ୍ରାୟ ସମାଧାନ କରିସାରିଛି। ଦୀର୍ଘ ସମୟ ଧରି ଦୁଇ ଶକ୍ତିଶାଳୀ ନେତା,…

ଆଜି ଢିଙ୍କିଆ ଯିବେ ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଶିଳ୍ପ ଉନ୍ନତିରେ ଏକ ବଡ଼ ପଦକ୍ଷେପ

ଭୁବନେଶ୍ୱର,୨୭।୫:  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ଜଗତସିଂହପୁର ଜିଲାର ଢିଙ୍କିଆ ଗସ୍ତ କରିବେ। ସେଠାରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଇଡି: ୧୨ଟି ସ୍ଥାନରେ ଚଢାଉ

ଥିରୁଭାନନ୍ତପୁରମ,୨୭।୫:କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି। ଏହି ଚଢାଉଗୁଡ଼ିକ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ। ଇଡି ପିନାରାଇ…

ଜୁନ ୧ ତାରିଖରେ ମିଳିବନି ପେଟ୍ରୋଲ-ଡିଜେଲ! ଧର୍ମଘଟ ଘୋଷଣା କଲେ…

ନୂଆଦିଲ୍ଲୀ, ୨୭।୫: ଜୁନ ୧ ତାରିଖରେ ମିଳିବନି ପେଟ୍ରୋଲ-ଡିଜେଲ । ରାଜସ୍ଥାନର ପେଟ୍ରୋଲ ପମ୍ପ ଅପରେଟରମାନେ ଜୁନ ୧ ତାରିଖରେ ରାଜ୍ୟବ୍ୟାପୀ ଧର୍ମଘଟ ଘୋଷଣା କରିଛନ୍ତି। ପେଟ୍ରୋଲିୟମ…

ଇରାନ-ଆମେରିକା ଯୁଦ୍ଧ ସମ୍ପର୍କରେ ପୁଣିଥରେ ଆସିଲା ଅଶୁଭ ସଙ୍କେତ: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ, ୨୭।୫: ବିଶ୍ୱ ପୁଣିଥରେ ଏପରି ଏକ ସନ୍ଧିରେ ପଡ଼ିଥିବା ପରି ମନେ ହେଉଛି ଯେଉଁଠାରେ ଏକ ଛୋଟ ଚିଙ୍ଗାରି ମଧ୍ୟ ସମଗ୍ର ମଧ୍ୟପ୍ରାଚ୍ୟକୁ ଜଳାଇ ପାରେ।…

ରାଜଧାନୀରେ ଏନ୍‌କାଉଣ୍ଟର୍: ଡ୍ରଗ୍ସ ଡିଲ୍‌ ବେଳେ ବାଜିଲା ଗୁଳି , କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ୍ ମାଝୀ ଗୁରୁତର

ଭୁବନେଶ୍ୱର,୨୭।୫:ରାଜଧାନୀରେ ଏନ୍‌କାଉଣ୍ଟର। ସକାଳୁ ସକାଳୁ ବାଜିଲା ଗୁଳି। ରାଜଧାନୀରେ କମିଶନରେଟ୍‌ ପୋଲିସ୍‌ ଓ କୁଖ୍ୟାତ ଡ୍ରଗ୍ସ ମାଫିଆ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଡ୍ରଗ୍ସ ମାଫିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri