
ଦାରିଙ୍ଗବାଡି, ୨୮।୬ (ଅରୁଣ ସାହୁ): ଜଣେ ଗରିବ ଲୋକର ପାଠ ପଢିବା ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ, ପୋଷାକ କିଣିବା ସମ୍ଭବ ହେଉନଥିବାବେଳେ ତା’ର ପୁଅ ଝିଅଙ୍କୁ ପଢାଇବା ପାଇଁ ସରକାରଙ୍କ ଉପରେ ନିର୍ଭର କରିଥାଏ କିନ୍ତୁ ଅନେକ ସମୟରେ ଅଭିଭାବକ ଠାରୁ ଦୂରରେ ରହୁଥିବା ଛାତ୍ରୀଛାତ୍ରମାନେ କେତେବେଳେ ସହପାଠୀ ତ ଆଉ କେତେବେଳେ ନିଜ ଗୁରୁଙ୍କ ଦ୍ୱାରା ନିଯ୍ୟାତନା ପାଉଥିବା ଦେଖିବାକୁ ମିଳେ। ହେଲେ ଏବେ ଏଭଳି ଘଟଣା ଦେଖିବାକୁ ମିଳିଛି ଖରାଛୁଟିରେ ଛାତ୍ରାବାସ ମରାମତି କରାଯିବା ବେଳେ ଠିକାଦାର ଛାତ୍ରାବାସରେ ଛୁଟିରେ ଯାଇଥିବା ଛାତ୍ରୀଛାତ୍ରଙ୍କ ପୋଷାକ, ପାଠ୍ୟ ପୁସ୍ତକ, ବ୍ୟବହାର ସାମଗ୍ରୀ ଖାତା, ପେନ, ପେନସିଲ, ଖାଇବାକୁ ରଖିଥିବା ଟ୍ରେ, ଗ୍ଲାସ ଆଦିକୁ ଫିଙ୍ଗି ନଷ୍ଟ କରିଦେଇଛନ୍ତି ଯାହାକି ବିଦ୍ୟାଳୟ ଖୋଲିବା ପରେ ଛାତ୍ରୀଛାତ୍ରମାନେ ଆସି ପହଞ୍ଚି ଦେଖିଲା ବେଳେ ତାଙ୍କ ଟ୍ରଙ୍କ ସମେତ ସମସ୍ତ ସାମଗ୍ରୀ ଫିଙ୍ଗି ନଷ୍ଟ କରିଦିଆଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ। ଏବେ ଛାତ୍ରୀଛାତ୍ରମାନେ ତାଙ୍କ ସାମଗ୍ରୀ ଖୋଜୁଥିବା ବେଳେ ମିଳୁନାହିଁ। ସେମାନେ କାନ୍ଦିବା ସହ ତାଙ୍କ ଅଭିଭାବକ ମାନଙ୍କୁ ପୁଣି ସମସ୍ତ ସାମଗ୍ରୀ କିଣିଦେବାକୁ କହିବା ବେଳେ ଅଭିଭାବକଙ୍କ ନିକଟରେ ଅର୍ଥର ଅଭାବ ଯୋଗୁଁ ଅନେକ ସମସ୍ୟା ଦେଖାଯାଉଥିବା ଜଣେ ଭ୍ରମରବାଡ଼ି ଅଞ୍ଚଳର ଅଭିଭାବକ ଅଭିଯୋଗ କରିଛନ୍ତି।
ଆଦିବାସୀ ଅଧ୍ୟୁଷିତ ଏହି ଜିଲାରେ ଆଦିବାସୀ ସମ୍ପ୍ରଦାୟର ଛାତ୍ରୀଛାତ୍ରଙ୍କ ପାଇଁ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ଓ ବାଲିଗୁଡା ଆଦିବାଦୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ପକ୍ଷରୁ ଛାତ୍ରାବାସରେ ମାଗଣା ରହିବା ଖାଇବା, ପାଠ୍ୟ ପୁସ୍ତକ, ପୋଷାକ ଆଦି ଯୋଗାଇଦିଆଯାଉଛି ହେଲେ ଦୈନିକ ଚଳଣି ପାଇଁ ଛାତ୍ରୀଛାତ୍ର ମାନେ ବାଲଟି, ମଗ, ଟ୍ରେ ଓ ଅନ୍ୟାନ୍ୟ ଚଳଣି ଜିନିଷ ନିଜ ନିଜ ଟ୍ରଙ୍କରେ ରଖିଥାନ୍ତି । ଏନେଇ ଆଦିବାସୀ ସମ୍ପ୍ରଦାୟର ଛାତ୍ରୀଛାତ୍ରଙ୍କୁ ର୍ନିଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଏନେଇ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ ଫୋନ ଯୋଗେଯୋଗାଯୋଗ କରାଯାଇଥିଲା ତେବେ ତାଙ୍କ ଫୋନ ସୁଇଚ ଅଫ ରହିଥିବାରୁ ଯୋଗାଯୋଗ ହୋଇପାରିନାହିଁ। ଗତକାଲି ରଥଯାତ୍ରା ଏବଂ ଶନିବାର ଓ ରବିବାର ରହିଥିବାରୁ କୌଣସି ଶିକ୍ଷକ ଉପସ୍ଥିତ ନଥିବା ଅଭିଭାବକ ସୁଦର୍ଶନ ପ୍ରଧାନ ଅଭିଯୋଗ କରିଛନ୍ତି। ତାଙ୍କ ପୁଅ ସପ୍ତମ ପାସ କରି ଅଷ୍ଟମରେ ଏବେ ପଢିବେ କିନ୍ତୁ ତାଙ୍କର ସାମଗ୍ରୀଗୁଡିକ ଫିଙ୍ଗି ଦିଆଯାଇଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ତେବେ କେବଳ ସୁଦର୍ଶନଙ୍କ ପୁଅ ନୁହଁ ଉକ୍ତ ଶ୍ରେଣୀର ସମସ୍ତ ଛାତ୍ରାବାସ ଛାତ୍ରଙ୍କ ସମଦଶା ଘଟିଛି ବୋଲି ଅଭିଯୋଗ ହୋଇଛି।