ରାଜ୍ୟରେ ୪ ପର୍ଯ୍ୟନ୍ତ ବର୍ଷା : ଗୋଟିଏ ନୁହେଁ ଆସୁଛି ଦୁଇଦୁଇଟି ଲଘୁଚାପ

ଭୁବନେଶ୍ୱର,୨୮।୬: ରାଜ୍ୟରେ ଜୁଲାଇ ୪ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆଉ ୨ଟି ଲଘୁଚାପ ଆସୁଛି। ଏ ନେଇ ରାଜ୍ୟରେ ବର୍ଷା ଲାଗିରହିବ। ସାରା ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରିଛି ପାଣିପାଗ ବିଭାଗ। ଅଧିକ ବର୍ଷା ନେଇ ବହୁ ଜିଲାକୁ ଅରେଞ୍ଜ, ଏବଂ ୟେଲୋ ୱାର୍ନିଂ ଜାରି କରାଯାଇଛି।

ରାଜ୍ୟର ବିଭିନ୍ନ ଅଞ୍ଚଳରେ କିଛିଦିନ ହେବ ବର୍ଷା ଲାଗି ରହିଥିବାବେଳେ ଆଜି ଅର୍ଥାତ୍‌ ଶନିବାର ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଏହି ଜିଲାଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ମୟୂରଭଞ୍ଜ। ଏନେଇ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ତେବେ ବଜ୍ରପାତ ଓ ଝଟ୍‌କା ପବନ ନେଇ ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ତେବେ ଆସନ୍ତାକାଲି ଉତ୍ତର-ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ୩୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଶୁକ୍ରବାର ଭଦ୍ରକରେ ୧୭.୨ ମିମି, ଭବାନୀପାଟଣାରେ ୧୩,୨ ମିମି, ଦାରିଙ୍ଗିବାଡ଼ିରେ ୧୨.୦ ମିମି, ଚାନ୍ଦବାଲିରେ ୮.୯ ମିମି ଏବଂ ଯାଜପୁରରେ ୮.୦ ମିମି ବର୍ଷା ରେକର୍ଡ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପୂର୍ବରୁ ରାଜ୍ୟ ସରକାରଙ୍କ କଡ଼ା ସୁରକ୍ଷା ବ୍ୟବସ୍ଥା: ଜିଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୬ା୭: ବାଲେଶ୍ବର ଫକୀର ମୋହନ (FM) ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ କଂଗ୍ରେସ ଦଳ ଆସନ୍ତାକାଲି (ଜୁଲାଇ ୧୭) ୧୨...

ବାଲେଶ୍ବର FM କଲେଜ ଘଟଣା: ଆହତ ଛାତ୍ର ଜ୍ୟୋତିପ୍ରକାଶଙ୍କୁ ଭେଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ବିଧାୟକ

ଭୁବନେଶ୍ୱର,୧୬।୭: ବାଲେଶ୍ବର ଫକୀର ମୋହନ (FM) ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣା ସମୟରେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ଗୁରୁତର...

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ଏହି ଖ୍ୟାତନାମା କ୍ରିକେଟର, ହଠାତ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୬।୭: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ ଆନ୍ତର୍ଜାତୀୟ ସିରିଜ ପାଇଁ ୧୬ ଜଣିଆ ଦଳ ଘୋଷଣା...

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ: ବାଲେଶ୍ବର FM ଛାତ୍ରୀ ମୃତ୍ୟୁ ଘଟଣା, ବିରୋଧୀଙ୍କ ବନ୍ଦ ଡାକରାକୁ ନେଇ ଆଲୋଚନା

ଭୁବନେଶ୍ୱର,୧୬।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ବୁଧବାର ରାତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭାଜପା ରାଜ୍ୟ ସଭାପତି ମନମୋହନ...

୨୩ ଯାଏ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ୧୫ ଜିଲାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୬ା୭(ଅନୁରାଧା ମହାରଣା)- ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ...

ବାଲେଶ୍ବର FM ଟ୍ରାଜେଡି: ସରକାରଙ୍କଠୁ ଟଙ୍କା ନେଇ ଡିଲ୍‌ କରିବା ଅପପ୍ରଚାର, ଥାନାରେ ଏତଲା

ବାଲେଶ୍ବର,୧୬।୭: ବାଲେଶ୍ବର ଜିଲାର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ (FM କଲେଜ)ର ଜଣେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ...

ରାଜ୍ୟ କ୍ୟାବିନେଟ୍‌ରେ ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ: ଏସବୁ ଯୋଜନାରେ ସୃଷ୍ଟି ହେବ ୪,୧୯୫ ନିଯୁକ୍ତି

ଭୁବନେଶ୍ୱର,୧୬।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୧ଟି ବିଭାଗର ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ସୂଚନା ପ୍ରଦାନ...

କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା: କଳାହାଣ୍ଡିରେ ସମସ୍ତେ ସମର୍ଥନ କରିବାକୁ ନିବେଦନ

ଭବାନୀପାଟଣା,୧୬ା୭(ଉତ୍ତମ କୁମାର ଦାଶ): ବାଲେଶ୍ୱର ଜିଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ପ୍ରତିବାଦର ସ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri