୮୫ ମଣ୍ଡିରେ ପଡିରହିଛି ୨ ଲକ୍ଷରୁ ଊଦ୍ଧର୍‌ବ କୁଇଣ୍ଟାଲ ଧାନ

ଭବାନୀପାଟଣା,୨୮ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହା ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ରବି ଧାନ ଅମଳ କରି ବିକ୍ରି ପାଇଁ ଚାଷୀମାନେ ମଣ୍ଡିରେ ରଖିଛନ୍ତି। ହେଲେ ମଣ୍ଡିରୁ ଧାନ ଠିକ୍‌ ଭାବେ ଉଠୁନାହିଁ। ଫଳରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ବର୍ଷା ପାଣିରେ ଭିଜି ନଷ୍ଟ ହେବାରେ ଲାଗିଛି। ବିଶେଷ କରି ଜିଲାର ଅନେକ ମଣ୍ଡି ଖୋଲା ଆକାଶ ତଳେ ଚାଲିଥିବାରୁ ସେଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଛି। ଆର୍‌ଏମ୍‌ସି ପକ୍ଷରୁ ତାରପୋଲିନ ଦିଆଯାଉଥିଲେ ମଧ୍ୟ ଲଗାଣ ବର୍ଷା ଯୋଗୁ ତଳ ପଟେ ପାଣି ପଶି ଧାନ ଭିଜିଯାଉଛି। ଏଥିଯୋଗୁ ଅନେକ ଚାଷୀଙ୍କ ଧାନ ଗଜା ହୋଇଯାଇଛି। ଧାନ କିଣା ମନ୍ଥର ଯୋଗୁ ଜିଲାର ୮୫ ମଣ୍ଡିରେ ୫ ହଜାର ଟୋକନର ୨ ଲକ୍ଷରୁ ଊଦ୍ଧର୍‌ବ କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡିରହିଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ବୁଧବାର ସୁଦ୍ଧା ୪୨ ହଜାର ୫୭୭ ଚାଷୀଙ୍କ ୩୦ ଲକ୍ଷ ୩ ହଜାର ୬୬୪ କୁଇଣ୍ଟାଲ ଧାନ ଉଠାଣ କରାଯାଇଛି। ସେଥିରୁ ବୁଧବାର ଗୋଟିଏ ଦିନରେ ୭୫୮ ଜଣ ଚାଷୀଙ୍କ ୬୦ ହଜାର ୮୧୫ କୁଇଣ୍ଟାଲ ଧାନ ଉଠାଣ ହୋଇଛି। ଜିଲାରେ ରବି ଧାନ କିଣା ଟାର୍ଗେଟ ବର୍ତ୍ତମାନ ସୁଦ୍ଧା ୩୨ ଲକ୍ଷ ୨୨ ହଜାର ରହିଥିବାବେଳେ ଅବଶିଷ୍ଟ ଧାନ ଏବେ ବିକ୍ରି ନ ହୋଇ ମଣ୍ଡିରେ ପଡିଛି। ସେହିପରି ଚଳିତ ରବି ଧାନ ସଂଗ୍ରହ ପାଇଁ ଜିଲାରେ ୧୪୪ ଧାନ ମଣ୍ଡି ରହିଥିବାବେଳେ ସେଥିରୁ ବର୍ତ୍ତମାନ ୫୯ ମଣ୍ଡିରେ ଧାନ କିଣା ସରିଥିବା ଜଣାପଡିଛି। ପ୍ରକାଶ ଯେ, ଏହି ସମୟରେ ଚାଷୀ ମାନେ ରବି ଧାନ ଅମଳ ପ୍ରକ୍ରିୟା ସାରି ଖରିଫ ଚାଷ ପାଇଁ ସଜବାଜ ହେବା କଥା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ରବି ଧାନ ବିକ୍ରି ଶେଷ ହୋଇ ନାହିଁ। ଗତ ୩ବର୍ଷ ଧରି ଜୁନ ୨୦ ତାରିଖ ସୁଦ୍ଧା ରବି ଧାନ ପ୍ରକ୍ରିୟା ଶେଷ ହେଉଥିବାବେଳେ ଚଳିତ ବର୍ଷ କିନ୍ତୁ ଜୁନ ୨୬ ତାରିଖ ପହଞ୍ଚି ଥିବାବେଳେ ଏହା ଶେଷ ହୋଇ ନାହିଁ। ଫଳରେ ଖରିଫ ଧାନ ଚାଷ ବିଳମ୍ବିତ ହେବ ବୋଲି ଜଣାପଡିଛି। ଏ ନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ସାହୁଙ୍କୁ ପଚାରିବାରୁ ବର୍ଷା ଯୋଗୁ ଧାନ କିଣା ପ୍ରଭାବିତ ହେଉଛି। ଅନେକ ମଣ୍ଡି ଖୋଲା ଆକାଶ ତଳେ ଚାଲିଥିବାରୁ ଧାନ ଭିଜିବା ସ୍ବାଭାଭିକ। ବର୍ଷା ସତ୍ତ୍ୱେ ଚାଷୀଙ୍କ ଧାନ ଉଠାଣ କରାଯାଉଛି। ବର୍ଷା କମିଲେ ଧାନ କିଣା ସ୍ବାଭାଭିକ ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ: ୨୪ ମାମଲାର ଶୁଣାଣି

ବରଗଡ଼, ୨୫।୮(ପ୍ରେମାନନ୍ଦ ଖମାରୀ): ମହିଳାମାନଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଏବଂ ସମସ୍ୟାର ସମାଧାନ ବ୍ୟବସ୍ଥାକୁ ସେମାନଙ୍କ ଦ୍ୱାରଦେଶରେ ପହଞ୍ଚାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ବରଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ…

ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣା: ଆଉ ୬ ଗିରଫ, ମୋଟ ଗିରଫ ସଂଖ୍ୟା ୮କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୫।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗ୍ରାମରେ ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣାରେ ପୋଲିସକୁ ବଡ଼…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ପାଟଣା ବ୍ଲକ୍‌ର ୪୧ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି: ନିଯୁକ୍ତିପତ୍ର ବାଣ୍ଟିଲେ …

ପାଟଣା,୨୫।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ୪୧ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଚତୁର୍ଥ ବର୍ଗରୁ ତୃତୀୟ ବର୍ଗକୁ ପଦୋନ୍ନତି ପାଇଛନ୍ତି।…

କିରିକୁଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ନିଶା ମୁକ୍ତ ଓଡ଼ିଶା’ ଅଭିଯାନ: ଗଞ୍ଜେଇ ଚାଷ-ନିଶାରୁ ଦୂରେଇ ରହିବାକୁ…

ଦାରିଙ୍ଗବାଡ଼ି,୨୫।୮ (ଅରୁଣ ସାହୁ): କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦାରିଙ୍ଗବାଡ଼ି ଥାନା କିରିକୁଟି ସରକାରୀ ଉନ୍ନୀତ ଉଚ୍ଚ…

ସୋନାଲିସା ଓ ମିହିର ରଞ୍ଜନଙ୍କୁ ସମ୍ମାନିତ କଲା ସମ୍ବର୍ଦ୍ଧନା ମଞ୍ଚ

ପାଟଣା,୨୫।୮(ବୀର କିଶୋର ଦାଶ): ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ମଞ୍ଚ, ସ୍ୱାମ ପାଟଣା ପକ୍ଷରୁ ମଙ୍ଗଳବାର ପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଶେଷ ସମ୍ବର୍ଦ୍ଧନା…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri