ଶରଧାବାଲିରେ ୩ ରଥ

ପୁରୀ,୨୮ା୬: ସରିଲା ରଥଟଣା। ଶରଧାବାଲିରେ ପହଞ୍ଚିଛନ୍ତି  ମହାପ୍ରଭୁଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ସୁଭଦ୍ରାଙ୍କ ଦର୍ପଦଳନ ରଥ। ପ୍ରଥମେ ତାଳଧ୍ୱଜ ଏବଂ ଦର୍ପଦଳନ ଶରଧାବାଲିରେ ପହଞ୍ଚିବା ପରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା। ଦର୍ଶନ ପାଇଁ ଶରଧାବାଲିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ ଏବେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପରୂପ ଦୃଶ୍ୟ ଦେଖି ବିମୋହିତ ହୋଇପଡୁଛନ୍ତି।

ଶୁକ୍ରବାର ବଡ଼ଦାଣ୍ଡରେ ନନ୍ଦିଘୋଷ ରଥ ଅଟକି ରହିଥିବାବେଳେ ଶନିବାର ସକାଳେ ଗଡ଼ିଥିଲା ମହାବାହୁଙ୍କ ରଥ। ଘଣ୍ଟ, ହୁଳହୁଳିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇପଡ଼ିଥିଲା।  ଶ୍ରୀଗୁଣ୍ଡିଚାରେ ମହାବାହୁଙ୍କ ରଥ ଅଳ୍ପ ଗଡ଼ି ଅଟକି ରହିଥିଲା। ରାତି ହୋଇଯାଇଥିବାରୁ ରଥଟଣା ବନ୍ଦ କରାଯାଇଥିଲା।

ଅନ୍ୟପଟେ ମହାବାହୁଙ୍କ ରଥ ବିଳମ୍ବରେ ଗଡ଼ିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଭକ୍ତଙ୍କ ସମାଗମ ହୋଇଛି। ଯେଉଁ କାରଣରୁ କର୍ଡନ ଭିତରକୁ ଭକ୍ତମାନେ ପଶିଆସିଥିଳେ। ସେମାନଙ୍କୁ ବାହାର କରାଯିବା ପରେ ରଥ ଟଣାଗଲା।

ଶୁକ୍ରବାର ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଅଘଟଣଶୂନ୍ୟ ଭାବେ ଅନୁଷ୍ଠିତ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପର୍କିତ ସମସ୍ତ ନୀତିକାନ୍ତି ଠିକଣା ସମୟରେ ସମାପନ ପାଇଁ ସମସ୍ତ ସେବକ ନିଯୋଗ, ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ସମସ୍ତ କର୍ମଚାରୀ, ସରକାରଙ୍କ ବିଭିନ୍ନ ଅନୁଷ୍ଠାନ, ଗଣମାଧ୍ୟମ ଅନୁଷ୍ଠାନ ଏବଂ ଲକ୍ଷାଧିକ ଭକ୍ତଙ୍କୁ ମୁଖ୍ୟ ପ୍ରଶାସକ କୃତଜ୍ଞତା ତଥା ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଅନ୍ୟପକ୍ଷରେ ଚଳିତବର୍ଷ ରଥଟଣାରେ ବିଳମ୍ବ ହୋଇଥିବାରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣାରେ ଅତ୍ୟଧିକ ବିଳମ୍ବ ହେବାରୁ ନବୀନ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆମେ ବିଳମ୍ବ ପାଇଁ ପ୍ରଶାସନକୁ ଆଙ୍ଗୁଳି ଦେଖାଉନୁ, ଆମ ରାଜ୍ୟର ସବୁଠାରୁ ପବିତ୍ର ପର୍ବ ସମୟରେ ଏପରି ଘଟଣାକୁ ନେଇ ଚିନ୍ତିତ ଅଛୁ।

ଗତ ବର୍ଷର ଘଟଣା ମଧ୍ୟ ମନେ ପକାଇଛନ୍ତି ନବୀନ। କହିଛନ୍ତି, ଗତବର୍ଷ ଆଡ଼ପ ବିଜେ ପହଣ୍ଡି ସମୟର ଅଘଟଣ ଭୁଲିଯିବା ଆମ ପାଇଁ ବି କଷ୍ଟକର। କାଲି ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ସିଂହଦ୍ୱାରରେ ନନ୍ଦିଘୋଷ ଠିଆ ହୋଇଥିବାର ଦେଖିବାକୁ ପାଇଥିଲୁ। ଦିନ ଶେଷ ହେବା ପୂର୍ବରୁ କେବଳ କିଛି ମିଟର ଆଗକୁ ଗଡ଼ିଥିଲା ରଥ। ବିଶ୍ୱରୁ ଆସିଥିବା ଲକ୍ଷାଧିକ ଭକ୍ତଙ୍କୁ ସମ୍ପୂର୍ଣ୍ଣ ଭାବରେ ହତାଶ ତଥା ଭ୍ରମିତ କରିଛି ବୋଲି ନବୀନ କହିଛନ୍ତି। ସେ କହିଛନ୍ତି, ଭିଡ଼ ପରିଚାଳନାରେ ଅବହେଳା ଯୋଗୁ ଶହଶହ ଭକ୍ତ ଆହତ ମଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଗଞ୍ଜାମ ଜିଲାକୁ ଅରେଞ୍ଜ ଆଲର୍ଟ: ୪ ଦିନ ଅତି ପ୍ରବଳ ବର୍ଷା, ଅଶାନ୍ତ ରହିବ…

ଛତ୍ରପୁର,୧୯ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଆଗାମୀ ୨୧ ତାରିଖରୁ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?