ରାଜ୍ୟ

ଫନୀ ପ୍ରଭାବିତ ଅଞ୍ଚଳରେ କ୍ରିୟାଶୀଳ ହେବାକୁ ‘ଓରେଡ଼ା’କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ବାତ୍ୟା ‘ଫନୀ’ ପ୍ରଭାବିତ ଅଞ୍ଚଳରେ ଅଧିକ କ୍ରିୟାଶୀଳ ହେବାକୁ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ‘ଓରେଡା’କୁ ନିର୍ଦ୍ଦେଶ ଦେଇଛନ୍ତି ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।…

ବଂଶଧାରା ଜଳ ବିବାଦର ଯୁଗ୍ମ ସର୍ଭେକୁ ଓଡ଼ିଶାର ନା: ୩ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କେନ୍ଦ୍ର, ଆନ୍ଧ୍ରକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ଦ୍ୱାରା ବଂଶଧାରା ନଦୀ ଉପରେ ନିର୍ମାଣ ହେଉଥିବା ନେରାଡି ବ୍ୟାରେଜର ମିଳିତ ସର୍ଭେ ନ କରିବାକୁ ଓଡ଼ିଶା ସରକାର କରିଥିବା ଆବେଦନର ଶୁଣାଣି କରିଛନ୍ତି ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍‌। ମଙ୍ଗଳବାର ଜଷ୍ଟିସ ଏମ.କେ ଶର୍ମା, ଜଷ୍ଟିସ ବି.ଏନ…

କସ୍‌ମୋପଲିଟାନ୍‌’ କଭର୍‌ଷ୍ଟୋରିରେ ଦୂତୀ

ଭୁବନେଶ୍ୱର, ୧୦।୭ (ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ ଖ୍ୟାତିଅର୍ଜନ କରିଥିବା ଓଡ଼ିଆ କ୍ରୀଡାବିତ୍‌ ଦୂତୀ ଚାନ୍ଦ ବିଶ୍ୱର ସର୍ବାଧିକ ପ୍ରସାରିତ ଫ୍ୟାଶନ ମାଗାଜିନ୍‌ ‘କସ୍‌ମୋପଲିଟାନ୍‌’ର କଭର୍‌ ଷ୍ଟୋରିରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ବିଶ୍ୱରେ ସର୍ବାଧିକ ବିକ୍ରି ହେଉଥିବା ଏହି ଫ୍ୟାଶନ ଓ…

ପୁରୀ: ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା: ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୧୦।୭(ବ୍ୟୁରୋ): ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଚାଲିଥିବା ସମୟରେ ବସ୍‌ଷ୍ଟାଣ୍ଡ ଭଳି ଜନଗହଳି ସ୍ଥାନରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରାଯାଇଛି ା ଏହା ପୁରୀ ତଥା ସମଗ୍ର ରାଜ୍ୟକୁ ବିଶ୍ୱ ଦରବାରରେ ନିନ୍ଦିତ କରିଛି। ଏହି ଘଟଣାରେ ବିରୋଧୀ ଦଳଗୁଡିକ…

ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚିଠି: ଉପାନ୍ତ ଅଞ୍ଚଳର ଡାକ୍ତରଙ୍କୁ ସ୍ବତନ୍ତ୍ର ସୁବିଧା ଦେବାକୁ ପରାମର୍ଶ

ଭୁବନେଶ୍ୱର, ୧୦ା୭(ବ୍ୟୁରୋ): ଉପାନ୍ତ ଅଞ୍ଚଳରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ସ୍ବତନ୍ତ୍ର ସୁବିଧା ସୁଯୋଗ ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କହିଛନ୍ତି। ଉପାନ୍ତ ଅଞ୍ଚଳକୁ ଯାଉଥିବା ଡାକ୍ତରମାନେ ଦୁଇତିନି ବର୍ଷ କାର୍ଯ୍ୟ କରିବା ପରେ ସେମାନଙ୍କୁ ତାଙ୍କ ମନ ପସନ୍ଦର ସ୍ଥାନକୁ…

ନିଅଣ୍ଟିଆ ବର୍ଷା: ଚିନ୍ତାରେ ଚାଷୀ

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟରେ ବର୍ଷା ସ୍ଥିତି ବେଳକୁ ବେଳ ସଙ୍ଗିନ ହେବାରେ ଲାଗିଛି। କେଉଁଠି ଅସରାଏ ବର୍ଷା ହେଉଛି ତ କେଉଁଠି ଟାଇଁ ଟାଇଁ ଖରା। ଯେତିକି ବର୍ଷିବା କଥା ତାହା ହେଉ ନାହିଁ। ରାଜ୍ୟର ହାତଗଣତି କେତୋଟି ଜିଲାକୁ ବାଦ୍‌ ଦେଲେ…

ଭଗବାନ ନୀଳମାଧବ ନୋଡାଲ ହାଇସ୍କୁଲ: ଛାତଘର ପାଲଟିଛି ଗୋଦାମ, ଅସୁରକ୍ଷିତ ଟିଣଛାତ ତଳେ ପାଠପଢା

ଖଣ୍ଡପଡ଼ା,୧୦ା୭(ସ୍ବ.ପ୍ର.): ଶିକ୍ଷାର ବିକାଶ ତଥା ବିଦ୍ୟାଳୟ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ମାଗଣା ପୋଷାକ, ସାଇକେଲ, ମଧ୍ୟାହ୍ନ ଭୋଜନ ଆଦି ବ୍ୟବସ୍ଥା କରିଛନ୍ତି। ଭିତ୍ତିଭୂମି ସୁଦୃଢ ପାଇଁ ମଧ୍ୟ ଅନୁଦାନ ବ୍ୟବସ୍ଥା କରାଯାଇଛି। ଏହା ସତ୍ତ୍ୱେ କେତେକ ଶିକ୍ଷାନୁଷ୍ଠାନରେ…

ମହାପ୍ରଭୁଙ୍କ ନିର୍ଦ୍ଦେଶ କ୍ରମେ ଦକ୍ଷିଣ ମୋଡ଼ ହେଲା ତିନିରଥ

ରଣପୁର,୧୦ା୭ (ସ୍ବ.ପ୍ର.): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ମଙ୍ଗଳବାର ଷଷ୍ଠ ଦିବସରେ ରଣପୁର ବି.ସି. ହାଇସ୍କୁଲ ଛାତ୍ରମାନେ ରଥଖଳାରେ ଥିବା ତିନିରଥକୁ ଦକ୍ଷିଣ ମୋଡ଼ କରିଛନ୍ତି। ସକାଳ ୯ଟାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ହାଇସ୍କୁଲରୁ ବାହାରି ପଞ୍ଚୁଦୋଳ ପଡିଆସ୍ଥିତ…

ରାସ୍ତାକଡ଼ରେ ନିମ୍ବ ଚାରା ରୋପଣ

ଭାପୁର,୧୦ା୭(ଡି.ଏନ୍‌.ଏ)-ଭାପୁର ବ୍ଲକ କଇଁଫୁଲିଆ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶା ଓ ଭରସା ଟ୍ରଷ୍ଟ ଓ ଛାତ୍ରୀଛାତ୍ରଙ୍କ ପକ୍ଷରୁ ମଙ୍ଗଳବାର ରାସ୍ତାକଡ଼ରେ ୩ ଶହରୁ ଊର୍ଦ୍ଧ୍ୱ ନିମ୍ବ ଚାରା ରୋପଣ କରାଯାଇଛି। କଇଁଫୁଲିଆ ଓ ରାକମା ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କଡ଼ରେ…

କେନାଲରେ ଆସୁନି ପାଣି, ପଛେଇଗଲାଣି ଚାଷ

ବାଲିଆ,୧୦।୭: ଜୁଲାଇ ମାସ ଅଧା ହେଲାଣି, ଅଥଚ ଚାଷଜମିକୁ ପାଣି ପହଞ୍ଚତ୍ପାରିନାହିଁ। ମୁଖ୍ୟ କେନାଲ ସମେତ ଶାଖା କେନାଲରେ ଏ ପର୍ଯ୍ୟନ୍ତ ପାଣି ଆସିନାହିଁ। ଫଳରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିରିଡ଼ି ବ୍ଲକରେ ଚାଷୀମାନେ ମୁଖ୍ୟତଃ ବର୍ଷା ଓ…

ସରକାରୀ ପୋରଛାହନ୍‌ର ଘୋର ଅଭାବ:ବୁଡ଼ିଯାଉଛେ ପାରମ୍ପରିକ ମାଟି କାରିଗରୀ

କଲମପୁର, ୧୦।୭ (ଡି.ଏନ୍‌.ଏ): ସରକାର କୁଟୀର ଶିଳ୍ପର ବିକାଶ ଲାଗି ଅନେକ ଯୋଜନାରେ କାରିଗରମାନକୁ ପୋରଛାହନ୍‌ ଯୁଗେଇ ଦେଉଛନ୍‌। ହେଲେ ଆମର ସମାଜରେ ବି ଅନେକ ପାରମ୍ପରିକ୍‌ କଉଲିକ୍‌ ବୁରତି ଅଛେ। ଯେନ୍‌ଥିରେ ଭିନେ ଭିନେ ସମାଜର କାରିଗରମାନେ ଦିନ୍‌ ରାଏତ୍‌…

ହଜି ଯାଉଛି ଅସନପାଟର ପରିଚୟ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)- କେନ୍ଦୁଝର ଜିଲାର କଳା ସଂସ୍କୃତି ନିଆରା। ଏକଦା ଏଠାରେ ସାମରିକ କଳାର ପ୍ରତୀକ ସ୍ବରୂପ ଛଉ ନୃତ୍ୟର ପ୍ରସିଦ୍ଧି ରହିଥିଲା। ଝୁମ୍ପୁରା ବ୍ଲକ ଅଧୀନ ଅସନପାଟ ଗ୍ରାମ ଛଉ ଗ୍ରାମ ଭାବେ ପରିଚୟ ଲାଭ କରିଥିଲା। ଏଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?