ପୁରୀ: ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା: ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୧୦।୭(ବ୍ୟୁରୋ): ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଚାଲିଥିବା ସମୟରେ ବସ୍‌ଷ୍ଟାଣ୍ଡ ଭଳି ଜନଗହଳି ସ୍ଥାନରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରାଯାଇଛି ା ଏହା ପୁରୀ ତଥା ସମଗ୍ର ରାଜ୍ୟକୁ ବିଶ୍ୱ ଦରବାରରେ ନିନ୍ଦିତ କରିଛି। ଏହି ଘଟଣାରେ ବିରୋଧୀ ଦଳଗୁଡିକ ରାଜ୍ୟ ସରକାରଙ୍କୁ ମଙ୍ଗଳବାର କଡା ସମାଲୋଚନା କରିଛନ୍ତି।
ଦଳୀୟ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ପୁରୀ ରଥଯାତ୍ରାକୁ ସୁପରିଚାଳିତ କରିବା ଏବଂ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସରକାର ୧୫୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଛନ୍ତି। ଏହା ସତ୍ତ୍ୱେ ବି ଗୁଣ୍ଡିଚା ମନ୍ଦିର ପାଖରେ ଥିବା ପୁରୀ ବସ୍‌ଷ୍ଟାଣ୍ଡ ଭଳି ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିବା ଅତନ୍ତ୍ୟ ନିନ୍ଦନୀୟ ା ପୁରୀ ସହର ସାରା ପୋଲିସ ଛାଉଣୀ ହୋଇଥିବାବେଳେ ବସ୍‌ଷ୍ଟାଣ୍ଡରେ ଏଭଳି ଘଟଣା ଘଟିବା ସ୍ଥାନୀୟ ପୋଲିସ ସମେତ ରାଜ୍ୟ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମହିଳାଙ୍କ ସୁରକ୍ଷା ଦିଗରେ ରାଜ୍ୟ ସରକାରଙ୍କ କୌଣସି ପ୍ରତିବଦ୍ଧତା ନାହିଁ । ତେଣୁ ମହିଳାଙ୍କୁ ସୁରକ୍ଷା ଏବଂ ସଂରକ୍ଷଣ ଦେବା ନାଁରେ ନବୀନବାବୁ ଲୋକଦେଖାଣିଆ ନାଟକ କରୁଥିବା ଲେଖାଶ୍ରୀ କହିଛନ୍ତି। ସେହିପରି ବଳାତ୍କାର ଘଟଣା ପରେ ପୋଲିସ ପୀଡିତାଙ୍କୁ ରାସ୍ତାରେ ଚଲାଇ ଚଲାଇ ନେବା ଅତନ୍ତ୍ୟ ଲଜ୍ଜାଜନକ ଘଟଣା ବୋଲି କୁହାଯାଇଛି। ସ୍ଥାନୀୟ ଲୋକେ ପୀଡିତାଙ୍କ ଫଟୋ ଏବଂ ଭିଡିଓ ଉଠାଇ ସଂପୃକ୍ତା ନାବାଳିକାଙ୍କ ବ୍ୟକ୍ତିଗତ ଅଧିକାରକୁ କ୍ଷୁଣ୍ଣ କରିଛନ୍ତି। ପୂର୍ବରୁ ବଳାତ୍କାରର ଶିକାର ହୋଇଥିବା ଇତିଶ୍ରୀ, ବେବିନା, ମାଧବୀଲତା, ସସ୍ମିତା ଆଦି ଅନେକ ପୀଡିତା ଏଯାବତ ନ୍ୟାୟ ପାଇନାହାନ୍ତି। ଏହା ପୋଲିସ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତଥାକଥିତ ପାରିବାପଣିଆର ନଗ୍ନ ଉଦାହରଣ ବୋଲି ଲେଖାଶ୍ରୀ କହିଛନ୍ତି। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।
ସେହିପରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ସମୟରେ ବଳାତ୍କାର ବୃଦ୍ଧି ପାଇଛି। ୨୦୧୮ରେ କେବଳ ୨୨୦୦ରୁ ଅଧିକ ବଳାତ୍କାର ଘଟଣା ଘଟିଛି, ସେଥିରୁ ୪୦ ପ୍ରତିଶତ ନାବାଳିକା। ୨୦୧୯ରେ ଏହି ସଂଖ୍ୟା ୨୫୧୩କୁ ବୃଦ୍ଧି ପାଇଛି, ଏଥିରେ ୩୫ ପ୍ରତିଶତ ନାବାଳିକା ଅଛନ୍ତି। ସାରା ରାଜ୍ୟର ପ୍ରଶାସନ ଯେଉଁଠି ରହିଛି, ସେହି ସ୍ଥାନରେ ଆଦିବାସୀ ନାବାଳିକାଟିର ବଳାତ୍କାର ଦୁର୍ଭାଗ୍ୟଜନକ। ଏହାର ତୁରନ୍ତ ନ୍ୟାୟିକ ତଦନ୍ତ କରିବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯଦ୍ଦ୍ବାରା ଭବିଷ୍ୟତରେ ଏପରି ଦୁଃସାହସ କରିବା ପାଇଁ କେହି ଆଗଭର ହେବେ ନାହିଁ ବୋଲି ସୁରେଶ କହିଛନ୍ତି। ବିରୋଧୀଙ୍କ ସମାଲୋଚନା ଏବଂ ଗଣମାଧ୍ୟମରେ ଘଟଣା ନେଇ ଆଲୋଡନ ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ତତ୍ପରତା ପ୍ରକାଶ କରିଛନ୍ତି। ପଦ୍ମନାଭ କହିଛନ୍ତି ଯେ, ଘଟଣାର ତଦନ୍ତ ଆରମ୍ଭ ହୋଇସାରିଛି। ପରିବହନ ବିଭାଗ ପକ୍ଷରୁ ତଦନ୍ତରେ ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପଦ୍ମନାଭ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?