Posted inରାଜ୍ୟ

ଭଗବାନ ନୀଳମାଧବ ନୋଡାଲ ହାଇସ୍କୁଲ: ଛାତଘର ପାଲଟିଛି ଗୋଦାମ, ଅସୁରକ୍ଷିତ ଟିଣଛାତ ତଳେ ପାଠପଢା

ଖଣ୍ଡପଡ଼ା,୧୦ା୭(ସ୍ବ.ପ୍ର.): ଶିକ୍ଷାର ବିକାଶ ତଥା ବିଦ୍ୟାଳୟ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ମାଗଣା ପୋଷାକ, ସାଇକେଲ, ମଧ୍ୟାହ୍ନ ଭୋଜନ ଆଦି ବ୍ୟବସ୍ଥା କରିଛନ୍ତି। ଭିତ୍ତିଭୂମି ସୁଦୃଢ ପାଇଁ ମଧ୍ୟ ଅନୁଦାନ ବ୍ୟବସ୍ଥା କରାଯାଇଛି। ଏହା ସତ୍ତ୍ୱେ କେତେକ ଶିକ୍ଷାନୁଷ୍ଠାନରେ ଅସୁରକ୍ଷିତ ଅବସ୍ଥାରେ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ପଞ୍ଚାୟତର ଭଗବାନ ନୀଳମାଧବ ନୋଡାଲ ହାଇସ୍କୁଲ ଏଭଳି ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବା ଦେଖିବାକୁ ମିଳିଛି।
ସରକାରଙ୍କ ବିଧିବ୍ୟବସ୍ଥା କ୍ରମେ ଗତବର୍ଷ କଣ୍ଟିଲୋଠାରେ ଗୋଟିଏ ପରିସରରେ ରହିଥିବା ସରକାରୀ ଭଗବାନ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ନୀଳମାଧବ ବିଦ୍ୟାପୀଠକୁ ମିଶାଯାଇ ଏହାର ନାମ ଭଗବାନ ନୀଳମାଧବ ନୋଡାଲ ହାଇସ୍କୁଲ ରଖାଯାଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶିକ୍ଷୟିତ୍ରୀ ଓ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ସେହି ଅନୁସାରେ ଶ୍ରେଣୀଗୃହ ମଧ୍ୟ ରହିଛି। ମାତ୍ର ଦୀର୍ଘବର୍ଷ ପୂର୍ବରୁ ପ୍ରତିଷ୍ଠିତ ଭଗବାନ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟର କେତେକ ଶ୍ରେଣୀଗୃହ ଅସୁରକ୍ଷିତ ରହିଥିବା ବେଳେ ଅବଶିଷ୍ଟ ଗୃହଗୁଡିକର ପୁରୁଣା ଟିଣ ଛାତଗୁଡିକ କଣା ହୋଇଗଲାଣି । ଫଳରେ ବର୍ଷା ସମୟରେ ଟିଣରୁ ପାଣି ଗଳିବା ଦ୍ୱାରା ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଛି। ଦୀର୍ଘବର୍ଷରୁ ବିଦ୍ୟୁତ୍‌ ସଂଯୋଗ ଛିନ୍ନ ହୋଇଯାଇଥିବାରୁ ଏବେ ଅସ୍ଥାୟୀ ଭାବେ ତାର ଟଣାଯାଇ କାମ ଚଳାଯାଉଛି। ହାଇସ୍କୁଲ ମଧ୍ୟରେ ଆବଶ୍ୟକ ଛାତ ଗୃହ ରହିଥିଲେ ମଧ୍ୟ ୨/୩ଟି ଶ୍ରେଣୀଗୃହରେ ପୁରୁଣା ଭଙ୍ଗା କାଠ, ବେଞ୍ଚ ଡେକ୍ସ ଓ ଅନ୍ୟାନ୍ୟ ଅବ୍ୟବହୃତ ସାମଗ୍ରୀ ରହି ତାଲା ପଡିଛି। ଏହାଛଡା ପୁରୁଣା ଶ୍ରେଣୀଗୃହ ମରାମତି ସମୟରେ ସେଠାରୁ ବାହାରିଥିବା ପୁରୁଣା ସେଣି, ବରଗା ଆଦି ଗଦା ହୋଇଥିବାରୁ ସେଥିମଧ୍ୟରେ ସରୀସୃପ ରହିଥିବା ପରିଲକ୍ଷିତ ହେଉଛି। ଏପରିସ୍ଥଳେ ପୁରୁଣା ସାମଗ୍ରୀଗୁଡିକୁ ବିଦ୍ୟୁତ ସଂଯୋଗ ନ ଥିବା ତଥା କଣା ଟିଣଛାତ ଥିବା ଶ୍ରେଣୀ ଗୃହରେ ରଖି ସମ୍ପୃକ୍ତ ଶ୍ରେଣୀଗୃହରେ ପିଲାଙ୍କୁ ବସାଇ ପାଠ ପଢାଗଲେ ସୁଧାର ଆସିପାରନ୍ତା ବୋଲି ମତପ୍ରକାଶ ପାଉଛି। ହେଲେ ପିଲାମାନଙ୍କ ଅସୁବିଧା ଦୃଷ୍ଟିରୁ ପ୍ରଧାନଶିକ୍ଷକ ୮ମ ଶ୍ରେଣୀ ପିଲାଙ୍କୁ ଗୋଟିଏ କୋଠରି ଏବଂ ୫ମ ଓ ୭ମ ଶ୍ରେଣୀ ପିଲାଙ୍କୁ ଅନ୍ୟ ଏକ କୋଠରିରେ ବସି ଅଧ୍ୟୟନ କରିବାକୁ ଏ ବ୍ୟବସ୍ଥା କରିଛନ୍ତି। ଅନ୍ୟ ଶ୍ରେଣୀର ପିଲାମାନେ କିନ୍ତୁ ଅସୁରକ୍ଷିତ କଣା ଟିଣ ଛାତ ତଳେ ବସି ପଢୁଥିବା ପରିଲକ୍ଷିତ ହୋଇଛି। ସାମାନ୍ୟ ବର୍ଷା ହେଲେ ପିଲାମାନେ ସେଠାରେ ପଢିବାରେ ସମସ୍ୟା ଉପୁଜୁଛି। ଏ ସମ୍ପର୍କରେ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ରଥଙ୍କୁ ପଚାରିବାରୁ ସେ କହିଥିଲେ, ଖୁବ୍‌ଶୀଘ୍ର ଅବ୍ୟବହୃତ ସାମଗ୍ରୀକୁ କଣା ଟିଣ ଛାତ ଘରକୁ ସ୍ଥାନାନ୍ତରିତ କରି ବିଦ୍ୟୁତ୍‌ ସଂଯୋଗ ଥିବା ଛାତ ଗୃହରେ ପିଲାମାନଙ୍କୁ ଶିକ୍ଷାଦାନ ଦେବା ବ୍ୟବସ୍ଥା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri