ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚିଠି: ଉପାନ୍ତ ଅଞ୍ଚଳର ଡାକ୍ତରଙ୍କୁ ସ୍ବତନ୍ତ୍ର ସୁବିଧା ଦେବାକୁ ପରାମର୍ଶ

ଭୁବନେଶ୍ୱର, ୧୦ା୭(ବ୍ୟୁରୋ):  ଉପାନ୍ତ ଅଞ୍ଚଳରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ସ୍ବତନ୍ତ୍ର ସୁବିଧା ସୁଯୋଗ ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କହିଛନ୍ତି। ଉପାନ୍ତ ଅଞ୍ଚଳକୁ ଯାଉଥିବା ଡାକ୍ତରମାନେ ଦୁଇତିନି ବର୍ଷ କାର୍ଯ୍ୟ କରିବା ପରେ ସେମାନଙ୍କୁ ତାଙ୍କ ମନ ପସନ୍ଦର ସ୍ଥାନକୁ ବଦଳି କରାଯାଉ। ଏଥିପାଇଁ ଉପାନ୍ତ ଅଞ୍ଚଳର ନିଯୁକ୍ତିପତ୍ର ସହିତ ପରବର୍ତ୍ତୀ ବଦଳି ଆଦେଶ ଏକ ସଙ୍ଗେ ପ୍ରଦାନ କରାଯିବା ଉଚିତ। ସେମାନଙ୍କୁ ବଜାର ସ୍ଥିତି ଅନୁଯାୟୀ ବେତନ ପ୍ରଦାନ କରାଯାଉ। ଆହୁରି ମଧ୍ୟ ସେହି ଡାକ୍ତରଙ୍କ ଲାଗି ଉପାନ୍ତ ଅଞ୍ଚଳ ଭତ୍ତା ବ୍ୟବସ୍ଥା କରାଗଲେ ସେମାନେ ସେଠାରେ ଭଲ ପ୍ରଦର୍ଶନ କରିବେ। ପ୍ରଦର୍ଶନ ଭିତ୍ତିକ ପ୍ରୋତ୍ସାହନ ରାଶି ବ୍ୟକ୍ତିଗତ ଭାବେ ପ୍ରଦାନ କରାଗଲେ ଡାକ୍ତରମାନେ ଉତ୍ତମ ସେବା ପ୍ରଦାନ ପାଇଁ ଉତ୍ସାହ ଦେଖାଇବେ। ଯେଉଁସବୁ ଅଞ୍ଚଳକୁ ଡାକ୍ତରମାନେ ଯିବା ପାଇଁ ରାଜି ହେଉନାହାନ୍ତି ସେଠାରେ ଡାକ୍ତରଖାନା ପରିସରରେ ବାସଗୃହ ଅଥବା ଖାଦ୍ୟପେୟ ସୁବିଧା ଥିବା ଟ୍ରାନ୍‌ଜିଟି ହାଉସ୍‌ ପ୍ରତିଷ୍ଠା ଲାଗି କୁହାଯାଇଛି। ରାଜ୍ୟରେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ଅଭାବ ଜନିତ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦନ ରାଜ୍ୟ ସରକାରଙ୍କୁ ଲେଖିଥିବା ପତ୍ରରେ ଏଭଳି ପ୍ରସ୍ତାବ ଦିଆଯାଇଛି। ଯେଉଁ ଡାକ୍ତରମାନେ ଦକ୍ଷତା ବିକାଶ ଲାଗି ବିଭିନ୍ନ ସମ୍ମିଳନୀ ଓ କର୍ମଶାଳାରେ ଯୋଗ ଦେଉଛନ୍ତି ସେମାନଙ୍କୁ ସରକାର ଅଗ୍ରିମ ଅର୍ଥ ପ୍ରଦାନ ଲାଗି କେନ୍ଦ୍ର ସରକାର କହିଛନ୍ତି। ସେହିଭଳି ସ୍ନାତକୋତ୍ତର ଡିଗ୍ରୀଧାରୀ ଡାକ୍ତର ଓ ଡିପ୍ଲୋମାଧାରୀଙ୍କ ପାଇଁ ପିଜିଏମ୍‌ଓ କ୍ୟାଡର ପ୍ରତିଷ୍ଠା ସହିତ ସେମାନଙ୍କୁ ଏମ୍‌ବିବିଏସ୍‌ ଡାକ୍ତରଙ୍କ ଭଳି ଉଚ୍ଚ ହାରରେ ବେତନ ପ୍ରଦାନ କରିବା ପାଇଁ କୁହାଯାଇଛି।
ଡାକ୍ତର ନିଯୁକ୍ତି ବ୍ୟବସ୍ଥାରେ ସରଳୀକରଣ ଲାଗି କ୍ୟାମ୍ପସ ନିଯୁକ୍ତି, ସାକ୍ଷାତକାର ଓ ନୂଆ ଧରଣର ବିଜ୍ଞାପନ ସହିତ ଡାକ୍ତରମାନେ କେତେ ପାରିଶ୍ରମିକ ନେବେ ଓ ସରକାର କେତେ ଦେବେ ତାହା ଖୋଲା ଆଲୋଚନା କରିବା ପାଇଁ କେନ୍ଦ୍ର ସରକାର କହିଛନ୍ତି। ଡାକ୍ତର ନିଯୁକ୍ତି ପ୍ରକ୍ରିୟାରେ ବାହାର ସଂସ୍ଥାର ସହାୟତା ପାଇଁ ମଧ୍ୟ କୁହାଯାଇଛି। ଏହାଦ୍ୱାରା ନିଯୁକ୍ତି ପ୍ରକ୍ରିୟା ସରଳ ଓ ତ୍ୱରାନ୍ବିତ ହୋଇପାରିବ। ଏହାବ୍ୟତୀତ ଉପାନ୍ତ ଅଞ୍ଚଳର ଛାତ୍ରୀଛାତ୍ରମାନଙ୍କୁ ନିଜ ଅଞ୍ଚଳରେ କାର୍ଯ୍ୟ କରିବାର ସର୍ତ୍ତରେ ନର୍ସିଂ ପାଠ ପଢ଼ିବାଲାଗି ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ଉକ୍ତ ପତ୍ରରେ ଦର୍ଶାଯାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମାନବ ସମ୍ବଳ ବିକାଶ ଲାଗି ଓଡ଼ିଶା ସମେତ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ପତ୍ର ଜାରି ହୋଇଛି। ଜାତୀୟ ସ୍ବାସ୍ଥ୍ୟ ମିଶନ ସହାୟତାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷ ଓ ପ୍ରତିଶ୍ରୁତିବଦ୍ଧ ମାନବ ସମ୍ବଳ ସୃଷ୍ଟି ଲାଗି ଗୁରୁତ୍ୱଦେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?