ହଜି ଯାଉଛି ଅସନପାଟର ପରିଚୟ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)- କେନ୍ଦୁଝର ଜିଲାର କଳା ସଂସ୍କୃତି ନିଆରା। ଏକଦା ଏଠାରେ ସାମରିକ କଳାର ପ୍ରତୀକ ସ୍ବରୂପ ଛଉ ନୃତ୍ୟର ପ୍ରସିଦ୍ଧି ରହିଥିଲା। ଝୁମ୍ପୁରା ବ୍ଲକ ଅଧୀନ ଅସନପାଟ ଗ୍ରାମ ଛଉ ଗ୍ରାମ ଭାବେ ପରିଚୟ ଲାଭ କରିଥିଲା। ଏଡି ପ୍ରାଚୀନ କଳାସଂସ୍କୃତିକୁ ବଜାୟ ରଖି ଆସିଥିବା ଗ୍ରାମର କଳାକାରମାନେ ପ୍ରୋତ୍ସାହନ ଓ ଭତ୍ତା ଭଳି ସରକାରୀ ସହାୟତା ଅଭାବରୁ କ୍ରମେ ଏହି ନୃତ୍ୟକଳା ଉପରୁ ମୁହଁ ଫେରାଇ ନେବାରେ ଲାଗିଛନ୍ତି। ଗାଁରେ ଗଢି ଉଠିଥିବା ନୃତ୍ୟମଣ୍ଡପଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି। ଦାରିଦ୍ର୍ୟ ତଥା ଅଭାବ ଅନଟନରେ ଦିନ ବିତାଉଥିବା କଳାକାରମାନେ ମୁହଁରେ ମାଖି ହେବାଲାଗି ରଙ୍ଗ ଏବଂ ପରିଧାନ ପୋଷାକପତ୍ର ଏବେ କିଣିପାରୁ ନାହାନ୍ତି। ଏଭଳି ଅବସ୍ଥା ଜାରି ରହିଲେ ଏହି ଛଉ ଗ୍ରାମର କଳା ସଂସ୍କୃତି ହଜିଯିବ ବୋଲି ଗ୍ରାମବାସୀ ଆଶଙ୍କା ବ୍ୟକ୍ତ କରିଛନ୍ତି।
କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥଠାରୁ ଅନତି ଦୂରରେ ରହିଛି ଅସନପାଟ ଗାଁ । ଝୁମ୍ପୁରା ବ୍ଲକଠାରୁ ଏହାର ଦୂରତା ୩୦ କି.ମି. । ଏହି ଗାଁରେ ରହିଛି ୬ଟି ସାହି। ପ୍ରତ୍ୟେକ ସାହିରେ ଗୋଟିଏ ଲେଖାଏ ଛଉ ନୃତ୍ୟ ଦଳ ରହିଛି ା ସେଗୁଡିକ ହେଲା ଲକ୍ଷ୍ମୀ ନାରାୟଣ ଛଉ ନାଟ୍ୟ ସଂଘ, ଶିବ ତାଣ୍ଡବ ନାଟ୍ୟ ସଂଘ, କେଦାରଗୌରୀ ନାଟ୍ୟ ସଂଘ, ହରପାର୍ବତୀ ନାଟ୍ୟ ସଂଘ, ଦୁର୍ଗତିନାଶିିନୀ ସଂଘ । ଏସବୁ ନୃତ୍ୟ ଦଳରେ ପାଖାପାଖି ୨୦ ଜଣ ଲେଖାଏ କଳାକାର ରହିଛନ୍ତି। ସେମାନେ ‘ସ୍ବର୍ଣ୍ଣପଦ୍ମା ବସ୍ତ୍ରହରଣ’, କିରାତ ଅର୍ଜୁନ, ଛଦ୍ମବେଶୀ, ଦଶଅବତାର, କାଞ୍ଚି ଅଭିଯାନ, ବଂଶୀ ଚୋରି, ଗରୁଡ ବାହାନ ଓ ‘କାଳି ରକ୍ତ’ ଭଳି ପୌରାଣିକ କାହାଣୀକୁ ନେଇ ଛଉନୃତ୍ୟ ପରିବେଷଣ କରିଥାନ୍ତି। ପ୍ରତ୍ୟେକ ସାହିରେ ନୃତ୍ୟାଭ୍ୟାସ ଓ ପରିବେଷଣ ଲାଗି ସ୍ଥାୟୀ ନୃତ୍ୟମଣ୍ଡପ ରହିଛି। ପ୍ରତିବର୍ଷ ପଣାସଂକ୍ର୍ରାନ୍ତି ସମୟରେ ଗ୍ରାମର ଆରାଧ୍ୟ ଦେବୀ ମା’ ବାସୁଳୀଙ୍କ ପୀଠକୁ ଏସବୁ ନୃତ୍ୟଦଳ ଆସି ପୂଜାପାଠ କରିଥାନ୍ତି। ସେମାନେ ବିଭିନ୍ନ ରଙ୍ଗବେରଙ୍ଗ ପୋଷାକ ପିିନ୍ଧି ପାରମ୍ପରିକ ଛଉନୃତ୍ୟ ପରିବେଷଣ କରିଥାନ୍ତି। ସାରା ରାତି ନୃତ୍ୟ ପରିବେଷଣ ହୋଇଥାଏ। ଆଖପାଖ ଅଞ୍ଚଳର ହଜାର ହଜାର ଦର୍ଶକ ରୁଣ୍ଡ ହୋଇ ନୃତ୍ୟ ଦେଖିଥାନ୍ତି। ତେଲଲୁଣ ସଂସାର ଭିତରେ ଛନ୍ଦି ହୋଇ ରହିଥିବା ଗ୍ରାମର କଳାକାରମାନେ ଏଯାଏ ପାରମ୍ପରିକ କଳାକୁ ବଞ୍ଚାଇ ରଖି ଆସିବାକୁ ଉଦ୍ୟମ କରି ଆସିଛନ୍ତି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ନୃତ୍ୟମଣ୍ଡପସବୁ ନଷ୍ଟ ହୋଇ ଯାଉଥିବାରୁ ଆଉ ନୃତ୍ୟ ପରିବେଷଣ କରିବା ସମ୍ଭବ ହେଉନାହିଁ ା ଅସନପାଟ ଗ୍ରାମକୁ ‘ଛଉ ଗ୍ରାମ’ର ମାନ୍ୟତା ଦେଇ କଳାକାରଙ୍କୁ ପ୍ରୋତ୍ସାହନ ଓ ଅନ୍ୟ ସୁବିଧା ଯୋଗାଇ ଦେବା ଲାଗି ଗ୍ରାମବାସୀ ଦାବିକରି ନିରାଶ ହୋଇଥିବା କହିଛନ୍ତି। ଏଭଳି ସ୍ଥିତିରେ ଯୁବପିଢି ପ୍ରାଚୀନ ନୃତ୍ୟକଳାକୁ ଆଦରିବାକୁ ପସନ୍ଦ କରୁନାହାନ୍ତି ବୋଲି କହିଛନ୍ତି ଗ୍ରାମର ବିରଞ୍ଚି ନାଏକ । ଛଉନୃତ୍ୟ ଲାଗି ଜୀବନର ମଲ୍ୟବାନ ସମୟ ଦାନ କରିଥିବା ବହୁ ପୁରୁଣା କଳାକାର ଓ ନୃତ୍ୟଗୁରୁ ବର୍ତ୍ତମାନ ଅଭାବ ଅନଟନ ମଧ୍ୟରେ ଦିନ ବିତାଉଥିଲେ ମଧ୍ୟ ସେମାନଙ୍କୁ କଳାକାର ଭତ୍ତା ମିଳୁନାହିଁ। ସରକାର ଚାହିଁଲେ ଏହି କଳା ଓ କଳାକାରଙ୍କ ସୁରକ୍ଷା କରାଯାଇ ପାରିବ ବୋଲି ସ୍ଥାନୀୟ ଅଧିବାସୀ ସୁରେନ୍ଦ୍ର ବାରିକ କହିଛନ୍ତି। ନୃତ୍ୟଗୁରୁ ବିଦ୍ୟାଧର ନାଏକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସରକାର କଳା ଓ ସଂସ୍କୃତିର ସୁରକ୍ଷା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଛନ୍ତି। ଅଥଚ ଏହି ପୁରାତନ ନୃତ୍ୟକଳାର ସୁରକ୍ଷା ଲାଗି କୌଣସି ପଦକ୍ଷେପ ନିଆଯାଉ ନାହିଁ । ମୟୂରଭଞ୍ଜ ଜିଲାରେ ଛଉନୃତ୍ୟର ପ୍ରଚାର ପ୍ରସାର ଘଟିଥିବା ବେଳେ କେନ୍ଦୁଝର ଛଉନୃତ୍ୟ ସମ୍ପର୍କରେ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଜିଲାରେ ପାଣ୍ଠିର ଅଭାବ ନ ଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଆନ୍ତରିକତା ଅଭାବ ଯୋଗୁ ଏହି ନୃତ୍ୟକଳାର ବିକାଶ ହୋଇପାରୁନି। ଜିଲାରେ ଖଣିଜ ସମ୍ପଦ ବ୍ୟବହାର କରୁଥିବା ବଡବଡ ଶିଳ୍ପସଂସ୍ଥା ଅସନପାଟ ଛଉଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରି ଛଉକଳାର ବିକାଶ ଦିଗରେ କାର୍ଯ୍ୟ କଲେ ଲୋପ ପାଇବାକୁ ବସିଥିବା ଏହି ନୃତ୍ୟକଳା ସୁରକ୍ଷିତ ରହିପାରିବ ବୋଲି ଗ୍ରାମବାସୀ କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri