ରାସ୍ତାକଡ଼ରେ ନିମ୍ବ ଚାରା ରୋପଣ

ଭାପୁର,୧୦ା୭(ଡି.ଏନ୍‌.ଏ)-ଭାପୁର ବ୍ଲକ କଇଁଫୁଲିଆ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶା ଓ ଭରସା ଟ୍ରଷ୍ଟ ଓ ଛାତ୍ରୀଛାତ୍ରଙ୍କ ପକ୍ଷରୁ ମଙ୍ଗଳବାର ରାସ୍ତାକଡ଼ରେ ୩ ଶହରୁ ଊର୍ଦ୍ଧ୍ୱ ନିମ୍ବ ଚାରା ରୋପଣ କରାଯାଇଛି। କଇଁଫୁଲିଆ ଓ ରାକମା ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କଡ଼ରେ ଗାତ ଖୋଳି ଏହି ଔଷଧୀୟ ଚାରା ରୋପଣ କରାଯାଇଛି। ଅନୁଷ୍ଠାନର ସଭାପତି ମନୋରଞ୍ଜନ ବାରିକ, ସମ୍ପାଦକ ନିହାର ରଞ୍ଜନ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ତାପସ ମହାରଣା ଓ ଉପସଭାପତି ହେମନ୍ତ କୁମାର ସାହୁଙ୍କ ସହ କଇଁଫୁଲିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ମାଧବ ଚନ୍ଦ୍ର ସ୍ବାଇଁ ଏହି ଚାରାରୋପଣ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଫରେଷ୍ଟର ସନ୍ଧ୍ୟାରାଣୀ ନାୟକ, ଗାର୍ଡ ଛବିରାଣୀ ଦେଈ ଓ ରାଜେଶ୍ୱରୀ ସେଠୀ, ସରପଞ୍ଚ ମମତା ରାଣୀ ବେହେରା, ନାଏବ ସରପଞ୍ଚ ମନୋରଞ୍ଜନ ସାହୁ, ପୂର୍ବତନ ସରପଞ୍ଚ ସୁରେଶ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ବୃକ୍ଷରୋପଣ କରିବାକୁ ଉତ୍ସାହିତ କରିଥିଲେ। ଛାତ୍ରୀଛାତ୍ର ନିମ୍ବ ଚାରା ଲଗାଇ ସମସ୍ତଙ୍କୁ ବୃକ୍ଷ ବୃଦ୍ଧି ଓ ସବୁଜ ବନାନୀ ସୃଷ୍ଟି କରିବାକୁ ସନ୍ଦେଶ ଦେଇଛନ୍ତି।


All Right Reserved By Dharitri.Com

୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ କୋର୍ଟ ଚାଲାଣ

କୋରେଇ,୯ା୭(ସ୍ବ.ପ୍ର)- ପାଣିକୋଇଲି ପୋଲିସ ୧ କୁଇଣ୍ଟାଲ ୭ ଶହ ଗ୍ରାମ୍‌ ଗଞ୍ଜେଇ ଜବତ କରିବା ସହ ମଙ୍ଗଳବାର ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଏଥିସହ...

ଅନ୍ୟ ଜାତିରେ ବାହା ହୋଇଥିବାରୁ ଝିଅକୁ ନେଇଗଲେ ବାପଘର ଲୋକେ

ନୟାଗଡ଼ ଅଫିସ,୧୫ା୬: ଅନ୍ୟ ଜାତିରେ ବିବାହ କରିଥିବାରୁ ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀଙ୍କୁ ତାଙ୍କ ବାପଘର ଲୋକେ ଆସି ନେଇଯାଇଛନ୍ତି। ଏ ନେଇ ସ୍ବାମୀ ଜଣକ ଥାନାରେ...

ମେଧାବୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା ଉତ୍ସବ

ବୋଲଗଡ଼,୧୮ା୭(ଡି.ଏନ୍‌.ଏ.): ବୋଲଗଡ଼ ବ୍ଲକ ଦେଉଳିସ୍ଥିତ ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ଅଧ୍ୟାପିକା/ଅଧ୍ୟାପକ ଓ ଅତିଥି ମାନଙ୍କ ଗହଣରେ କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ୨୦୧୯...

ପୋଲିସ ଧମକକୁ ମାନିଲେନି : ଖଟ ବୁଲାଇ ନିର୍ଦ୍ଦୋଷଙ୍କୁ କଲେ ଦୋଷୀ

ନୟାଗଡ଼ ଅଫିସ,୨୪ା୬: ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ଶନିବାର ଖଟ ବୁଲୁଥିବା ଜଣାପଡ଼ିବା ପରେ ପୋଲିସ ଗ୍ରାମରେ ପହଞ୍ଚତ୍ ଏହାକୁ ବନ୍ଦ କରିଥିଲା।...

ମଦ ଦୋକାନ ବନ୍ଦ ଦାବିରେ ମହିଳାଙ୍କ ରାସ୍ତାରୋକୋ

ରାଜନଗର, ୨୬।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତ୍ରିନାଥ ବଜାରସ୍ଥିତ ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବନ୍ଦ ଦାବିରେ ବୁଧବାର ଶତାଧିକ ମହିଳା ରାସ୍ତାରୋକୋ...

ପାଟକୁରା ବିକାଶ ମୁଁ ନିଜେ ଦେଖିବି: ନବୀନ

ଡେରାବିଶ/ପାଟକୁରା, (ସ୍ବ.ପ୍ର./ ଡି.ଏନ୍‌.ଏ.) ୧୮ା୭: ଆସନ୍ତା ୨୦ ତାରିଖ ଶନିବାର ପାଟକୁରା ବିଧାନସଭା ନିର୍ବାଚନ। ଗୁରୁବାର ସନ୍ଧ୍ୟା ସୁଦ୍ଧା ନିର୍ବାଚନ ପ୍ରଚାର ହେବାକୁ ଥିବା ବେଳେ...

ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟଣା: ବାଳକଙ୍କ ମୃତ୍ୟୁ, ଗୁରୁତରଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପରିବାର ପକ୍ଷରୁ ଦାବି

ଓଡଗାଁ,୨।୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ହାଡାଝୋଳା ଢିପିସାହିରେ ୨୫ ତାରିଖ ରାତିରେ ଗ୍ୟାସଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ରବିବାର ଅଗ୍ନିକାଣ୍ଡ...

ବାରିମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଡେରାବିଶ, ୨୫ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ବାରିମୂଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ...

Leave a comment

Your email address will not be published. Required fields are marked *