ଧାନର ଅଭାବୀ ବିକ୍ରିକୁ ନେଇ ବିଧାନସଭାରେ ଝଡ଼
ଭୁବନେଶ୍ୱର,୨୨-୧୧(ବ୍ୟୁରୋ):ବଲାଙ୍ଗୀର,ବରଗଡ଼, ସମ୍ବଲପୁର, ସୋନପୁର ଜିଲାରେ ଚାଷୀମାନେ ଧାନ ବିକ୍ରିକୁ ନେଇ ଗତ କିଛିଦିନ ହେବ ଆନ୍ଦୋଳନ ଚଳାଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏଥିଯୋଗୁ ଧାନ ବିକ୍ରିରେ ବାଧା ସୃଷ୍ଟି…
ବିନା ଟୋକନରେ ହେଲା ଧାନକିଣା
ସମ୍ବଲପୁର(ବ୍ୟୁରୋ)/ବରଗଡ଼ ଅଫିସ,୨୨-୧୧:ବରଗଡ଼ ଓ ସମ୍ବଲପୁର ଜିଲାରେ ଚାଷୀ ଆନ୍ଦୋଳନ ପରେ ବଦଳିଛି ନିୟମ। ସମ୍ବଲପୁରରେ ବିନା ଟୋକନରେ ଆରମ୍ଭ ହୋଇଛି ଧାନ କିଣା। ବରଗଡ଼ରେ ବି ଖୋଦ୍ ଜିଲାପାଳ ଏ ନେଇ ପ୍ରତିଶ୍ରୁତି ଦେବା ପରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।…
ମୁଖ୍ୟ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ
ଗଞ୍ଜାମ,୨୨ା୧୧(ଡି.ଏନ.ଏ.)- ଗଞ୍ଜାମ ଏନ୍ଏସିରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିମନ୍ତେ ସ୍ଥାନ ଚିହ୍ନଟ ହୋଇପାରୁ ନ ଥିବାରୁ ସହର ମୁଖ୍ୟରାସ୍ତା କଡ଼ ଡମ୍ପିଂୟାର୍ଡ’ପାଲଟିଛି। ଗଞ୍ଜାମ ଏନ୍ଏସି ଓ ତହସିଲ ଅଧୀନରେ ରହିଛି ହେକ୍ଟର ହେକ୍ଟର ସରକାରୀ ଜାଗା। ହେଲେ ସରକାରୀ ଅଧିକାରୀମାନଙ୍କ ଖାମଖିଆଲ…
ସରିଛି ବାଲିଯାତ୍ରା, ହେଲେ ଭରିନି ମନ
କଟକ ଅଫିସ, ୨୧।୧୧: ସରିଛି ବାଲିଯାତ୍ରା, ହେଲେ ଭରିନି ମନ। ଐତିହାସିକ କଟକ ବାଲିଯାତ୍ରା ବୁଧବାର ଶେଷ ହୋଇଥିଲେ ହେଁ ମହାନଦୀ ପଠା ଚଳଚଞ୍ଚଳ ରହିଛି। ଗୁରୁବାର ବାଲିଯାତ୍ରା ତଳ ପଡ଼ିଆରେ ଗୃହ ଉପକରଣ, ସାଜସଜ୍ଜା ସାମଗ୍ରୀ ଆଦି କିଣିବା ଲାଗି…
ଭୁବନେଶ୍ୱରରେ ହେବ ଆଦର୍ଶ ବିଦ୍ୟାଳୟ: ମନ୍ତ୍ରୀ
ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଭୁବନେଶ୍ୱରରେ ହେବ ଆଦର୍ଶ ବିଦ୍ୟାଳୟ। ଏନେଇ ଗୁରୁବାର ଲୋକସେବା ଭବନରେ ବସିଥିବା ଗଭର୍ଣ୍ଣିଂ ବଡି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟର ୨୧୪ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ…
ମନ୍ତ୍ରୀଙ୍କଠାରୁ ମିଳିଲା ପ୍ରତିଶ୍ରୁତି: ଚାଷୀ ଆନ୍ଦେଳନ ପ୍ରତ୍ୟାହୃତ
ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ପ୍ରତ୍ୟାହୃତ ହେଲା ସମ୍ବଲପୁର ଚାଷୀ ଆନ୍ଦୋଳନ। ଚାଷୀ ପ୍ରତିନିଧି ମିଟିଂରେ ଆଲୋଚନା ପରେ ଆନ୍ଦୋଳନ ପତ୍ୟାହାର ହେବା ନେଇ ଗୁରୁବାର ଆବାହକ ଅଶୋକ ପ୍ରଧାନ ଘୋଷଣା କରିଛନ୍ତି। ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ରୋହିତ ପୂଜାରୀ ପ୍ରତିଶ୍ରୁତି ଦେବା ପରେ…
ଭୁବନେଶ୍ୱରରୁ ରାସ୍-ଅଲ୍-ଖଇମା ମଧ୍ୟରେ ବିମାନସେବା ଦାବି: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଭୁବନେଶ୍ୱର ଏବଂ ୟୁଏଇସ୍ଥିତ ରାସ-ଅଲ୍-ଖଇମା ସହର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ…
ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର ତାତି: ଭୁବନେଶ୍ୱରରେ ଗର୍ଜିଲେ ଚାଷୀ
ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟୋକନ୍ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବା ପରେ ଚାଷୀମାନେ ଏହାକୁ ବିରୋଧ କରୁଛନ୍ତି। ବରଗଡ଼, ସୋନପୁର, ସମ୍ବଲପୁର, ବଲାଙ୍ଗୀର ଜିଲାର ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଭୁବନେଶ୍ୱରରେ ମଧ୍ୟ…
ଥାନାରେ ଆତ୍ମହତ୍ୟା କଲେ ହତ୍ୟା ଅଭିଯୁକ୍ତ
ବଡବିଲ,୨୧।୧୧(ସ୍ବ.ପ୍ର): ବଡବିଲ ଥାନାରେ ଜଣେ ହତ୍ୟା ଅଭିଯୁକ୍ତ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ବଡ଼ବିଲ ସେଡିଂ ବସ୍ତିର ସୁରେଶ ନାଏକ। ସ୍ତ୍ରୀ ବାସନ୍ତୀଙ୍କୁ ହତ୍ୟା ଅଭିଯୋଗରେ ଗତ ୧୮ ତାରିଖ ସାରେ ପୋଲିସ ସୁରେଶଙ୍କୁ ଗିରଫ କରିଥିଲା। ତାଙ୍କ ନାଁରେ…
୨୦୨୦ ମାର୍ଚ୍ଚ ସୁଦ୍ଧା ୩୬ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ
ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଓଡିଶା ଆଦର୍ଶ ବିଦ୍ୟାଳୟର ଗଭର୍ଣ୍ଣିଂ ବଡିର ବୈଠକ ଶେଷ ହୋଇଛି। ଲୋକସେବା ଭବନଠାରେ ବସିଥିବା ଏହି ବୈଠକରେ ମାର୍ଚ୍ଚ ୨୦୨୦ ମାର୍ଚ୍ଚ ସୁଦ୍ଧା ୩୬ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ ବୋଲି ନିଷ୍ପତି ନିଆଯାଇଛି। ଭୁବନେଶ୍ୱର ସମେତ ୩୬ଟି ବ୍ଲକରେ…
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି
ବାରିପଦା ଅଫିସ,୨୧।୧୧:ମୟୁରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଏକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ହୋଇ ଥିବା ଅଭିଯୋଗ ହୋଇଛି। ଗତ ଶୁକ୍ରବାର ଉକ୍ତ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ସ୍ପେଶାଲ କ୍ଲାସ କରିବା ପାଇଁ ସମସ୍ତ ଛାତ୍ରୀଛାତ୍ରଙ୍କୁ ଡାକିଥିଲେ। ଜଣେ ଛାତ୍ରୀଙ୍କୁ…
ଭାଇ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ମୃତଦେହ ଧରି ଥାନାରେ ଆତ୍ମସମର୍ପଣ
ଜଗନ୍ନାଥ ପ୍ରସାଦ,୨୧।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳ ପଟାଧର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀଙ୍କ ଅତ୍ୟାଚାର ସହି ନ ପାରି ଭାଇ ସହ ମିଶି ତାଙ୍କୁ ହତ୍ୟା କରିଛନ୍ତି ସ୍ତ୍ରୀ। ହତ୍ୟା କରିବା ପରେ ଉଭୟ…
Archives


