ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା, ଆକ୍ରମଣ ବଢୁଛି: ଉଦ୍‌ବେଗ ପ୍ରକାଶ କଲା ସୂଚନା ଅଧିକାର ଅଭିଯାନ

ଭୁବନେଶ୍ୱର, ୧୬।୨(ବ୍ୟୁରୋ): ଦୁର୍ନୀତିର ପର୍ଦ୍ଦାଫାଶ ସହ ଏହା ବିରୋଧରେ ସ୍ବର ଉଠାଉଥିବା ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ଓ ମରଣାନ୍ତକ ଆକ୍ରମଣ ବଢ଼ିଚାଲିଛି। ଗତ ଦୁଇମାସ ଭିତରେ ଦୁଇଜଣ ସୂଚନାଧିକାର କର୍ମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଡିସେମ୍ବର ୧୦ରେ କନ୍ଧମାଳ ଜିଲାର ସୂଚନାଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ଓ ଜାନୁୟାରୀ ୩୧ରେ କେନ୍ଦ୍ରାପଡ଼ା ଜିଲାର ସୂଚନାଧିକାର କର୍ମୀ ରଞ୍ଜନ କୁମାର ଦାସଙ୍କୁ ହତ୍ୟା କରାଯାଇଛି। ଅଭିମନ୍ୟୁ ହତ୍ୟାକାଣ୍ଡରେ ସଂପୃକ୍ତ ସୁପାରିକିଲରଙ୍କ ସହ ୫ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ ମାଷ୍ଟରମାଇଣ୍ଡ ଥିବା ରାଜନେତା, ଠିକାଦାର, ମଦ ମାଫିଆଙ୍କୁ ପୋଲିସ ଗିରଫ କରିପାରିନାହିଁ। ସେହିଭଳି ରଞ୍ଜନ ହତ୍ୟାକାଣ୍ଡକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହତ୍ୟାକାରୀଙ୍କୁ ଗିରଫ କରିପାରିନି। ପୋଲିସ ସହ ହତ୍ୟାକାରୀଙ୍କ ସୁସମ୍ପର୍କ ରହୁଛି। ତେଣୁ ତଦନ୍ତକୁ ପୋଲିସ ବାଟବଣା କରୁଥିବା ନେଇ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଗୁରୁତର ଅଭିଯୋଗ ହୋଇଛି।

ପୁଣି ୩ ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ଧମକ
ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଶନିବାର ଭୁବନେଶ୍ୱର ଲୋହିଆ ଏକାଡେମୀଠାରେ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି, ପୋଲିସର ନିଷ୍କ୍ରିୟତା ପାଇଁ ୩ଜଣ ସୂଚନାଧିକାର କର୍ମୀଙ୍କୁ ହତ୍ୟା ଧମକ ଆସୁଛି। ସେମାନେ ହେଲେ ଗଞ୍ଜାମ ଜିଲାର ସୀମାଞ୍ଚଳ ଜେନା, ମୟୂରଭଞ୍ଜ ଜିଲାର ରାଜକିଶୋର ନାୟକ ଓ ଅନ୍ୟ ଜଣେ ଶ୍ରୀକାନ୍ତ ପାକଳ। ବିଜୁ ପକ୍କାଘର ଯୋଜନା, ଭତ୍ତା ଯୋଜନା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଦୁର୍ନୀତିର ତଦନ୍ତ ପାଇଁ ଲୋକାୟୁକ୍ତଙ୍କ ନିକଟରେ ସେମାନେ ଅଭିଯୋଗ କରିଥିବାରୁ ଏବେ ଦୁର୍ନୀତିଗ୍ରସ୍ତମାନେ ଟାର୍ଗେଟ କରିଛନ୍ତି। ସେମାନେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରୁନାହିଁ। ଏ ନେଇ ଏସ୍‌ପି ଓ ପୋଲିସ ଡିଜିଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି ବୋଲି ପ୍ରଦୀପ କହିଛନ୍ତି।

ରଞ୍ଜନ ହତ୍ୟା ମାମଲା: ଡିଜିପି, କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଲୋକାୟୁକ୍ତଙ୍କ ନୋଟିସ
ଅନ୍ୟପକ୍ଷରେ କେନ୍ଦ୍ରାପଡ଼ାର ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ମାମଲାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ଲୋକାୟୁକ୍ତ। ରଞ୍ଜନ ନିଜ ଗ୍ରାମ ମାଣିକପୁରରେ ହୋଇଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଦୁର୍ନୀତି, ଖେଳପଡିଆ ନିର୍ମାଣରେ ଦୁର୍ନୀତି, ଭିତରକନିକା ଅଭୟାରଣ୍ୟରେ ଓଟିଡିସିର ବେଆଇନ କୋଠା ନିର୍ମାଣ, ବେଆଇନ ଚିଙ୍ଗୁଡ଼ିଘେରି ସଂକ୍ରାନ୍ତରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ପାଟକୁରା ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଦୁର୍ବୃତ୍ତମାନେ ରଞ୍ଜନଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କଲେ। ଏହି ମାମଲାରେ ଲୋକାୟୁକ୍ତ ରାଜ୍ୟ ପୋଲିସ ଡିଜି, କେନ୍ଦ୍ରାପଡା ଏସ୍‌ପି, ଗୃହ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି। ରଞ୍ଜନଙ୍କୁ କିଭଳି ହତ୍ୟା କରାଗଲା ଓ ଏହା ପଛରେ କେଉଁମାନେ ସଂପୃକ୍ତ, ତାହା ତଦନ୍ତ କରି ଜଣାଇବାକୁ କୁହାଯାଇଛି।

ବିଧାନସଭାରେ ପ୍ରସଙ୍ଗ ଉଠାଇବାକୁ ନିବେଦନ
ରଞ୍ଜନ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା, ସୂଚନାଧିକାର କର୍ମୀଙ୍କ ସୁରକ୍ଷା ପାଇଁ ଆଇନ ଆଣିବା, ଦୁର୍ନୀତି ସଂକ୍ରାନ୍ତରେ ସୂଚନାଧିକାର କର୍ମୀମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହାର ତୁରନ୍ତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ଦାବି କରିଛି। ଏପରି କି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ସୂଚନା ଅଧିକାର କର୍ମୀମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?