ଉଲ୍ଲଂଘନ ହେଉଛି କଟକଣା: ଶ୍ରୀମନ୍ଦିରରେ ପାନଛେପ ଦେଖି ୫-ଟି ସଚିବ କ୍ଷୁବ୍ଧ

ପୁରୀ ଅଫିସ, ୧୬।୨: ଶ୍ରୀମନ୍ଦିର ଭିତରକୁ ପାନ, ଗୁଟ୍‌ଖା ଉପରେ କଟକଣା ରହିଛି। କେହି ଏସବୁ ଖାଇ କିମ୍ବା ନେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। କୌଣସି ବ୍ୟକ୍ତି ଯଦି ଏହାକୁ ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବାର ବ୍ୟବସ୍ଥା ରହିଛି। ତଥାପି ଅନେକେ ଏଭଳି କଟକଣାକୁ ମାନୁ ନାହାନ୍ତି। ପାନ, ଗୁଟ୍‌ଖା ଇତ୍ୟାଦି ଖାଇ ମନ୍ଦିରକୁ ଯାଉଛନ୍ତି। ଶନିବାର ଶ୍ରୀମନ୍ଦିର ପରିସରରେ ପାନଛେପ ପଡ଼ିିଥିବା ଦେଖି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ଅସନ୍ତୋଷ ବ୍ୟକ୍ତ କରିବା ଘଟଣା ଏହାକୁ ସ୍ପଷ୍ଟ କରିଛି।

ସକାଳେ ୫-ଟି ସଚିବ ପାଣ୍ଡିଆନ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ। ନାଭିକଟା ମଣ୍ଡପ ଓ ଘଣ୍ଟିଦ୍ୱାର ମଧ୍ୟସ୍ଥ ପାହାଚ ଉପରେ ପାନଛେପ ପଡ଼ିଥିବା ଦେଖିଥିଲେ। ଏ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ ପାଖରେ ଥିବା ସୁବେଦାର ଯୋଗେଶ ଚନ୍ଦ୍ର ସ୍ବାଇଁଙ୍କୁ ଡାକି ଦେଖାଇଥିଲେ। ଆଗାମୀ ଦିନରେ ଯେପରି କେହି ବି ପାନ, ଗୁଟ୍‌ଖା ଖାଇ ମନ୍ଦିରକୁ ନ ଏବଂ କୌଣସି ସ୍ଥାନରେ ପାନଛେପ, ଗୁଟ୍‌ଖା ଖୋଳ ଆଦି ନ ପଡ଼େ ସେନେଇ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଦେବା ଲାଗି ଯୋଗେଶଙ୍କୁ କହିଥିଲେ। ପାନଛେପକୁ ନେଇ ପାଣ୍ଡିଆନ ଅସନ୍ତୋଷ ପ୍ରକାଶ କରିବା ଜଣାପଡ଼ିିବା ପରେ ଶ୍ରୀମନ୍ଦିରର ସ୍କ୍ବାଡ୍‌ ବେଢା ପରିସର ବୁଲି ବିଭିନ୍ନ ସ୍ଥାନ ତନ୍ନ ତନ୍ନ କରି ଦେଖିଥିଲେ। ତେବେ ପାନ, ଗୁଟ୍‌ଖା ଉପରେ କଟକଣା ସତ୍ତ୍ବେ କିଏ ଏବଂ କିପରି ଏହାକୁ ଖାଇ ମନ୍ଦିରକୁ ଆସୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭକ୍ତଙ୍କୁ ପ୍ରବେଶ ପଥରେ ଯାଞ୍ଚ କରାଯାଉଛି। କୌଣସି ନିଶାଦ୍ରବ୍ୟ ପାଖରେ ଥିଲେ ତାହାକୁ ଗେଟ୍‌ରେ ରଖି ଦିଆଯାଉଛି। ଏହାସତ୍ତ୍ବେ ମନ୍ଦିର ପରିସରରେ ପାନଛେପ ପଡୁଛି। ତେଣୁ ଶ୍ରୀମନ୍ଦିର ସେବାୟତ ଏବଂ କର୍ମଚାରୀ ପାନ, ଗୁଟ୍‌ଖା ଖାଇ ମନ୍ଦିରକୁ ଯାଉଥିବା ଚର୍ଚ୍ଚା ହେଉଛି। ଶ୍ରୀମନ୍ଦିରକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସେହିପରି ମନ୍ଦିର ଭିତରକୁ ସମସ୍ତେ ଗୋଡ଼, ହାତ, ମୁହଁ ଧୋଇ ଶୁଦ୍ଧପୂତ ଭାବେ ପରିଷ୍କାର ହୋଇ ଯିବାର ବିଧି ରହିଛି। ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ଜୁଲାଇ ୨୯ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। କୌଣସି ସେବକ, ଭକ୍ତ କିମ୍ବା ଶ୍ରୀମନ୍ଦିର କର୍ମଚାରୀ ପାନ, ଗୁଟ୍‌ଖା, ପାନମସଲା ଖାଇ ବା ଏସବୁ ନେଇ ମନ୍ଦିର ଭିତରକୁ ଯାଇପାରିବେ ନାହିଁ। ପ୍ରବେଶ ପଥରେ ଯାଞ୍ଚ ହେବ। ଯଦି ପାନ, ଗୁଟ୍‌ଖା, ପାନମସଲା ଖାଇ କେହି ମନ୍ଦିର ଭିତରକୁ ପ୍ରବେଶ କରି ଧରାପଡ଼ିିବେ ତାଙ୍କଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଚାରିଦ୍ୱାରରେ ଭକ୍ତଙ୍କୁ ସଚେତନ କରିବା ଲାଗି ସୂଚନାଫଳକ ମଧ୍ୟ ଲଗାଯାଇଥିଲା। ଗତବର୍ଷ ଅଗଷ୍ଟ ପହିଲାରୁ ଏହି କଟକଣାକୁ କଡ଼ାକଡ଼ିି କରାଯାଇଥିଲା। ପ୍ରଥମ ଦିନରେ ହିଁ ୪ ଜଣ ଧରାପଡ଼ି ୪୦୦ ଟଙ୍କା ଜରିମାନା ଦେଇଥିଲେ। କିନ୍ତୁ ଏବେ ଏହି କଟକଣାକୁ କେହି ମାନୁ ନ ଥିବା ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ମନ୍ଦିରକୁ ପାନ, ଗୁଟ୍‌ଖା ଖାଇ ପ୍ରବେଶ ଉପରେ କଟକଣା ରହିଛି। ଶନିବାର କେହି ପାନଛେପ ବେଢା ପରିସରରେ ପକାଇଥିଲେ। ଏଣିକି ମନ୍ଦିର ଭିତରକୁ ଯେପରି ଆଦୌ ପାନ, ଗୁଟ୍‌ଖା କେହି ଖାଇ ନ ଯିବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

ଆନ୍ଦୋଳନ ପରେ ରେଗୁଲାର ପିଲାଙ୍କ ପରୀକ୍ଷା ଘଞ୍ଚିଲା

ଭୁବନେଶ୍ୱର, ୨୭।୪(ଅସମାପିକା ସାହୁ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri