ବନ୍ଧୁକ ଡିଲରଙ୍କ ଠିକଣା ପାଇଲା ଏସ୍‌ଟିଏଫ୍‌: ଦୁଇ ବେପାରୀଙ୍କୁ ଧରି ଓଡ଼ିଶା ସୀମାକୁ ଗଲା ଟିମ୍‌

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡାରେ ବନ୍ଧୁକ ବିକ୍ରି କରୁଥିବାବେଳେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଥିଲେ ଛାଡ଼ଖଣ୍ଡର ବିବିଏ ଛାତ୍ର ସାନୁ ପାଦର ଓ ଖଣ୍ଡଗିରିର ସୁରେଶ ପାଣିଗ୍ରାହୀ। ଉଭୟଙ୍କୁ ଏସ୍‌ଟିଏଫ୍‌ ଶୁକ୍ରବାରଠାରୁ ୪ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ଦୁଇ ବନ୍ଧୁକ ବେପାରୀଙ୍କୁ ଏସ୍‌ଟିଏଫ୍‌ ଡିଆଇଜି ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଥିଲେ। ଜେରାବେଳେ ଏସ୍‌ଟିଏଫ୍‌କୁ ଏକ ବଡ଼ ସୁରାକ ମିଳିଛି। ଦୁଇ ଅଭିଯୁକ୍ତ ବନ୍ଧୁକ ଆଣୁଥିବା ଡିଲରଙ୍କ ଠିକଣା ଏସ୍‌ଟିଏଫ୍‌ ହାତରେ ଲାଗିଛି। ଏହି ଆଧାରରେ ଏକ ଟିମ୍‌ ସେମାନଙ୍କୁ ଧରି ବନ୍ଧୁକ ଡିଲର ଓ ଅନ୍ୟଜଣେ ବନ୍ଧୁକ ବେପାରୀଙ୍କୁ ଧରିବାକୁ ଯୋଜନା ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଏହି ଟିମ୍‌ ଉଭୟଙ୍କୁ ଓଡ଼ିଶା ଏବଂ ଛତିଶଗଡ଼ ସୀମାକୁ ନେବେ। ସୀମାରେ ଜଣେ ଡିଲର ସାନୁଙ୍କୁ ବନ୍ଧୁକ ଦେଇଥାନ୍ତି। ସାନୁ ଉକ୍ତ ବନ୍ଧୁକ ଓଡ଼ିଶା ଆଣି ବିକ୍ରି କରିଥାନ୍ତି। ତେଣୁ ଏସ୍‌ଟିଏଫ୍‌ ୨ଜଣଙ୍କୁ ରିମାଣ୍ଡରେ ଆଣିବା ପରେ ସାନୁ ବନ୍ଧୁକ ଆଣୁଥିବା ଡିଲର ସହ ଯୋଗାଯୋଗ କରିଥିଲେ। ଏପରି କି ଏସ୍‌ଟିଏଫ୍‌ ଅନ୍ୟ ଏକ ଫୋନ୍‌ ନମ୍ବର ସାହାଯ୍ୟରେ ଉକ୍ତ ଡିଲରଙ୍କୁ ବନ୍ଧୁକ ଦେବା ପାଇଁ ଡକାଇଛନ୍ତି। ଉକ୍ତ ଡିଲର ଜଣକ ସୋମବାର ବନ୍ଧୁକ ଆଣି ଓଡ଼ିଶା ଛତିଶଗଡ଼ ସୀମାରେ ଦେବେ। ତେଣୁ ଉକ୍ତ ଡିଲରଙ୍କୁ ଧରିବା ପାଇଁ ଏସ୍‌ଟିଏଫର ଏକ ଟିମ୍‌ ଜାଲ ବିଛାଇଛି। ସେଠାରୁ ପୁଣି ଏସ୍‌ଟିଏଫ୍‌ ଟିମ୍‌ ଦୁଇ ଅଭିଯୁକ୍ତଙ୍କୁ ଧରି କୋରାପୁଟ ଯାଇ ସମ୍ପୃକ୍ତ ଅନ୍ୟଜଣଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଯୋଜନା କରିଛି। ଯୋଜନା କାର୍ଯ୍ୟକାରୀ ହେଲେ ଏସ୍‌ଏଫ୍‌କୁ ବଡ ସଫଳତା ମିଳିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri