ଯୁବତୀଙ୍କୁ ଟ୍ରେନ୍‌ରୁ ମୃତ୍ୟୁମୁଖରୁ ବଞ୍ଚାଇବା ଘଟଣା: କଣ୍ଟିଲୋର ସୁବ୍ରତଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା

ଖଣ୍ଡପଡା,୧୮।୨(ସ୍ବ.ପ୍ର.)- ନୟାଗଡ ଜିଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ହାଟମୁଣ୍ଡପାଟଣା ଗ୍ରାମର ସୁବ୍ରତ କୁମାର ମହାରଣା(ସିଲୁ) ତଥା ରେଲୱେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ) ଭୁବନେଶ୍ୱରର କନଷ୍ଟେବଳ ଶନିବାର ସନ୍ଧ୍ୟାରେ ଉପସ୍ଥିତ ବୁଦ୍ଧି ଖଟାଇ ଜଣେ ଯୁବତୀଙ୍କୁ ଯେପରି ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇଲେ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କର ମାନବିକତା କଣ୍ଟିଲୋ ଗ୍ରାମ ତଥା ଜିଲା ପାଇଁ ଗର୍ବ ଆଣିଦେଇଛି । ସୁବ୍ରତଙ୍କୁ ବିଭିନ୍ନ ବ୍ୟକ୍ତିବିଶେଷ ଶୁଭେଚ୍ଛାର ବାର୍ତ୍ତା ପଠାଉଥିବାବେଳେ ସମ୍ବର୍ଦ୍ଧିତ ମଧ୍ୟ କରୁଛନ୍ତି। ସୋମବାର ରେଲୱେ ପୋଷ୍ଟ ଭୁବନେଶ୍ୱରଠାରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ଉପସ୍ଥିତିରେ କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତି ତାଙ୍କୁ ସାକ୍ଷାତ କରି ତାଙ୍କର ମାନବିକତା, ସାହସିକତା ପାଇଁ ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି ପୂର୍ବାହ୍ନରେ ନୀଳମାଧବ ଜୀଉଙ୍କ ଦର୍ଶନରେ ଆସିଥିବା କେତେକ ଯାତ୍ରୀ ତାଙ୍କର କାର୍ଯ୍ୟ ସମ୍ପର୍କରେ ଜାଣି ତାଙ୍କୁ ମନ୍ଦିର ନିକଟରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିବା ଜଣାଯାଇଛି ।

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟା ପ୍ରାୟ ୫ଟାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜନୈକା ଆଇଟି ଅଧ୍ୟାପିକା ନିବେଦିତା ସାହୁ(୨୫) ଏବଂ ତାଙ୍କ ସାନଭାଇ ଢେଙ୍କାନାଳ(ମେରାମଣ୍ଡଳୀ ଷ୍ଟେଶନ) ଯିବା ପାଇଁ ଭୁବନେଶ୍ୱର ରେଳ ଷ୍ଟେଶନରେ ପହଞ୍ଚତ୍ବା ବେଳକୁ ପୁରୀ-ସମ୍ବଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ଟି ପ୍ଲାଟଫର୍ମ ଛାଡୁଥିଲା । ନିବେଦିତାଙ୍କର ନିର୍ବନ୍ଧ ଥିବାରୁ ବ୍ୟସ୍ତତା ମଧ୍ୟରେ ଉଭୟେ ଚଳନ୍ତା ଟ୍ରେନରେ ଚଢିଯାଉଥିବାବେଳେ ନିବେଦିତାଙ୍କ ଗୋଡ ଖସି ଯାଇଥିଲା । ଏହି ସମୟରେ ଉକ୍ତ ପ୍ଳାଟଫର୍ମରେ ଯାଉଥିବା କାର୍ଯ୍ୟରତ କନଷ୍ଟେବଳ ସୁବ୍ରତଙ୍କ ନଜର ତାଙ୍କ ଉପରେ ପଡିବାକ୍ଷଣି ସେ ଉପସ୍ଥିତ ବୁଦ୍ଧି ଖଟାଇ ଦୌଡିଯାଇ ଟ୍ରେନରେ ଓହଳି ଓ ଘୋଷାଡି ହୋଇ ଯାଉଥିବା ନିବେଦିତାଙ୍କୁ ପ୍ଳାଟଫର୍ମ ଆଡକୁ ଟାଣି ଆଣିଥିଲେ । ଫଳରେ ସେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ସୁବ୍ରତଙ୍କ ମଣିଷ ପଣିଆ ଓ ସାହସିକତା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri