ରାଜଧାନୀରେ ୧ ଲକ୍ଷ ଲୁଟ୍‌, ବ୍ୟବସାୟୀ ଆହତ

ଭୁବନେଶ୍ୱର,୧୮।୨(ବ୍ୟୁରେ): ଗତ ସପ୍ତାହରେ ଖାରବେଳନଗର ଥାନା ଅନ୍ତର୍ଗତ ରେଡ୍‌କ୍ରସ୍‌ ଭବନ ସମ୍ମୁଖରୁ ଜଣେ ପୋଲିସ କର୍ମଚାରୀଙ୍କଠାରୁ ୨ଲକ୍ଷ ଲୁଟ୍‌ ହୋଇଥିଲା। ଏହି ଘଟଣାରେ କମିଶନରେଟ ପୋଲିସ ଅଭିଯୁକ୍ତଙ୍କୁ ଏଯାଏ ଠାବ କରିପାରି ନ ଥିବାବେଳେ ସୋମବାର ଆଉ ଏକ ଘଟଣା ଘଟିଛି। ୟୁନିଟ-୪ ମସ୍‌ଜିଦ ପଛପାର୍ଶ୍ୱ ରାସ୍ତାରେ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଆହତ ବ୍ୟବସାୟୀ ଜଣକ ହେଲେ ତମାଣ୍ଡୋ ଅଞ୍ଚଳର କାର୍ତ୍ତିକଚନ୍ଦ୍ର ଜେନା। ସେ ଶାସ୍ତ୍ରୀନଗରରେ ଘର ଭଡା ନେଇ ଗୁଟ୍‌ଖା ବ୍ୟବସାୟ କରନ୍ତି। ଘଟଣା ସଂକ୍ରାନ୍ତରେ କାର୍ତ୍ତିକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି। ଏହି ଥାନାଞ୍ଚଳରେ ବାରମ୍ବାର ଲୁଟ୍‌ ହେଉଥିବାରୁ ସମାନ ଗ୍ୟାଙ୍କ୍‌ର ସମ୍ପୃକ୍ତି ସନ୍ଦେହ କରି ପୋଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଣି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନାନୁଯାୟୀ, ତମାଣ୍ଡୋରେ କାର୍ତ୍ତିକଙ୍କ ଘର କାମ ଚାଲିଥିବାରୁ ଟଙ୍କା ଆବଶ୍ୟକ ଥିଲା। ତେଣୁ ସେ ସୋମବାର ଅପରାହ୍ନ ପ୍ରାୟ ୨ଟାରେ କେଶରୀ ହଲ୍‌ ନିକଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରୁ ଲକ୍ଷେ ଟଙ୍କା ଉଠାଇବା ପରେ ଏକ ଜରିରେ ବାନ୍ଧି ନିଜ ଅଣ୍ଟାରେ ଖୋସି ସାଇକେଲରେ ରବୀନ୍ଦ୍ରମଣ୍ଡପ ଗଳି ଦେଇ ୟୁନିଟ-୪ ମାର୍କେଟ ଅଭିମୁଖେ ଯାଉଥିଲେ। ଏହି ସମୟରେ ପଛରୁ ଏକ ବାଇକରେ ଦୁଇଜଣ ଲୁଟେରା ତାଙ୍କ ନିକଟତର ହୋଇଥିଲେ। ଗାଡ଼ି ଚଳାଉଥିବା ଲୁଟେରା ଜଣକ ହେଲ୍‌ମେଟ୍‌ ପିନ୍ଧିଥିଲେ। ପଛରେ ବସିଥିବା ଲୁଟେରା ଜଣକ ହଠାତ୍‌ ତାଙ୍କ ସାଇକେଲକୁ ଗୋଇଠା ମାରିବାରୁ କାର୍ତ୍ତିକ ତଳେ ପଡିଯାଇଥିଲେ। ଏହି ସମୟରେ ଗୋଇଠା ମାରିଥିବା ଲୁଟେରା ଗାଡିରୁ ଓହ୍ଲାଇ କାର୍ତ୍ତିକଙ୍କ ଅଣ୍ଟାରୁ ଟଙ୍କା ନେଇ ଚମ୍ପଟ ମାରିଥିଲେ। ସେମାନେ ମାଛ ମାର୍କେଟ ଗଳି ଦେଇ ଭେଙ୍କେଟେଶ୍ୱର ସ୍କୁଲ ଆଡକୁ ପଳାଇଥିଲେ। କାର୍ତ୍ତିକଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ପହଞ୍ଚତ୍ବାବେଳକୁ ଆଉ କିଛି ବାକି ନ ଥିଲା। ପରିବାର ଲୋକେ ଖବର ପାଇ ଆହତ କାର୍ତ୍ତିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସାବଧାନ: ବ୍ୟାଙ୍କ୍‌ରେ ଲୁଚି ବୁଲୁଛନ୍ତି ଲୁଟେରା
ଆପଣ ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ଆଣୁଛନ୍ତି କି? ସାବଧାନ ରୁହନ୍ତୁ। କାରଣ ଲୁଟେରାମାନେ ବ୍ୟାଙ୍କ୍‌ରେ ଲୁଚି ବୁଲୁଛନ୍ତି। ସେମାନେ ଆପଣଙ୍କ ଟଙ୍କା ଉପରେ ନଜର ରଖି ଅଧାବାଟରୁ ଲୁଟି ନେଇପାରନ୍ତି। ମିଳିଥିବା ସୂଚନାନୁସାରେ, କମିଶନରେଟ ପୋଲିସ ଇଲାକାରେ ବି ଲୁଟେରା ବାରମ୍ବାର ଚ୍ୟାଲେଞ୍ଜ କରିଚାଲିଛନ୍ତି। ଏଥିରେ ପୂରା ଗ୍ୟାଙ୍ଗ୍‌ ଯୋଜନାବଦ୍ଧ ଭାବେ ସମ୍ପୃକ୍ତ ରହୁଛି। ବ୍ୟାଙ୍କ୍‌ ଭିତରେ ଗ୍ୟାଙ୍ଗ୍‌ର କେତେଜଣ ସଦସ୍ୟ ଲୁଚି ରହି ଉଠୁଥିବା ଟଙ୍କା ଓ ନେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଲିଡରଙ୍କୁ ସୂଚନା ଦେଇଥାନ୍ତି। ଟଙ୍କା ଉଠାଇବାକୁ ଯାଉଥିବା ଲୋକ କେମିତି, କାହା ସହ ଓ କେମିତି ଆସିଛନ୍ତି, ସବୁକିଛି ତଥ୍ୟ ମିଳିବା ପରେ ଲୁଟ୍‌ ଓ ଖସିବା ପାଇଁ ଯୋଜନା ହୋଇଥାଏ। କାହାକୁ ଆକ୍ରମଣ ତ ଆଉ କାହାକୁ ନାନା ଉପାୟରେ ବୋକା ବନାଇ ଟଙ୍କା ଲୁଟି ଫେରାର ହୋଇଯାଉଛନ୍ତି।

ଦୁଇ ମାମଲାରେ ଗୋଟିଏ ଗ୍ୟାଙ୍ଗ୍‌
ଖାରବେଳନଗର ଥାନା ଅନ୍ତର୍ଗତ ରେଡକ୍ରସ୍‌ ସମ୍ମୁଖରେ ଗତ ସପ୍ତାହରେ ଜଣେ ପୋଲିସ କର୍ମଚାରୀଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟ ହୋଇଥିଲା। ସୋମବାର ସମାନ ଢଙ୍ଗରେ ପୁଣି ଜଣେ ବ୍ୟବସାୟୀଙ୍କଠାରୁ ଲୁଟ ହୋଇଛି। ଏହି ଦୁଇ ଲୁଟ୍‌ ପଛରେ ଗୋଟିଏ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି। ଏହି ର଼୍ୟାକେଟରେ ଜେଲ୍‌ ଫେରନ୍ତା ଅଭିଯୁକ୍ତଙ୍କର ସମ୍ପୃକ୍ତି ଥିବା ନେଇ ପୋଲିସ ସୂଚନା ପାଇଛି। ତେଣୁ ନିକଟରେ ଜେଲ୍‌ରୁ ମୁକୁଳିଥିବା ଲୁଟେରା ଓ ଅନ୍ୟ ଅଭିଯୁକ୍ତଙ୍କର ତାଲିକା ଖୋଜା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବି.ଏନ୍‌. ସେନାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି: ଉପରୁ ଖସିଲା ସିଲିଂ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri