ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ପାଇଁ ସଜେଇ ହେଉଛି ଭୁବନେଶ୍ୱର

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ଓଡ଼ିଶା ଆୟୋଜନ କରିବାକୁ ଯାଉଛି ‘ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ’ର ପ୍ରଥମ ସଂସ୍କରଣ। ବିଶ୍ୱବିଦ୍ୟାଳୟସ୍ତରରୁ ପ୍ରତିଭାବାନ୍‌ କ୍ରୀଡ଼ାବିତ୍‌ମାନଙ୍କୁ ଖୋଜି ବାହାର କରିବା ପାଇଁ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହିି କାର୍ଯ୍ୟକ୍ରମ ଫେବୃୟାରୀ ୨୨ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଆୟୋଜିତ ହେବ। ଭୁବନେଶ୍ୱର ଏବଂ କଟକରେ ହେବାକୁ ଥିବା ଏହି ମେଗା ଇଭେଣ୍ଟର ଆୟୋଜନ ପାଇଁ ଓଡ଼ିଶା ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ସଜେଇ ହେଉଛି ଟୁଇନ୍‌ ସିଟି। କ୍ରୀଡ଼ା ହବ୍‌ ଭାବେ ପରିଚିତ ଭୁବନେଶ୍ୱର ସମଗ୍ର ଦେଶର ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛି। ବିମାନବନ୍ଦରରୁ ଆରମ୍ଭ କରି ଖେଳ ପଡ଼ିଆ ପର୍ଯ୍ୟନ୍ତ ସବୁଠାରେ ଚାଲିଛି ପ୍ରସ୍ତୁତି। ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ଏଥିରେ ଅଂଶଗ୍ରହଣ କରୁଥିବାବେଳେ ପ୍ରତିଯୋଗୀ ଏବଂ ଅଫିସିଆଲ୍‌ମାନଙ୍କ ରହଣି, ଯାତାୟାତ ଏବଂ ଖାଦ୍ୟପେୟର ଆଦିରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି।
ନିକଟରେ ଗୁଆହାଟୀରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଶେଷ ହୋଇଥିବାବେଳେ ଏବେ ସମସ୍ତଙ୍କ ନଜର ରହିଛି ଓଡ଼ିଶା ଉପରେ। ଦେଶର ୧୫୯ ବିଶ୍ୱବିଦ୍ୟାଳୟର ୩୩୯୯ ଖେଳାଳି ଏଥିରେ ଅଂଶଗ୍ରହଣ କରିବେ। ପଞ୍ଜାବ ୟୁନିଭର୍ସିଟି, ଚଣ୍ଡିଗଡ଼ ୟୁନିଭର୍ସିଟି, ଗୁରୁ ନାନକ ଦେବ ୟୁନିଭର୍ସିଟି, ଜାମିଆ ମିଲିଆ ଏବଂ ବୀର ନର୍ମଦା ୟୁନିଭର୍ସିଟି ଭଳି କ୍ରୀଡ଼ା କ୍ଷେତ୍ରରେ ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଏଥିରେ ଯୋଗଦେବେ। କ୍ରୀଡ଼ାବିତ୍‌ମାନଙ୍କୁ ସ୍ବାଗତ କରିବା ଲାଗି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରାଯାଇଛି। ପ୍ରଥମଥର ପାଇଁ ଜାତୀୟସ୍ତରରେ ଏଭଳି ଏକ ୟୁନିଭର୍ସିଟି ଗେମ୍ସର ଆୟୋଜନ କରାଯାଉଥିବାରୁ ଏହାକୁ ସଫଳ କରିବାକୁ ଆୟୋଜକ ରାଜ୍ୟ ଭାବେ ଓଡ଼ିଶା ସମସ୍ତ ପ୍ରକାର ପ୍ରସ୍ତୁତି କରିଥିବା କ୍ରୀଡ଼ା ବିଭାଗ ପକ୍ଷରୁ କୁହାଯାଇଛି। ସେହିଭଳି ୧୯ ତାରିଖରୁ କ୍ରୀଡ଼ାବିତ୍‌ମାନେ ଭୁବନେଶ୍ୱର ଆସିବାକୁ ଥିବାବେଳେ ସେମାନଙ୍କ ରହଣି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜଧାନୀର ପ୍ରମୁଖ ହୋଟେଲ ସମେତ କିଟ୍‌ ବିଶ୍ବବିଦ୍ୟାଳୟରେ ଏନେଇ ବ୍ୟବସ୍ଥା ହୋଇଛି। କଳିଙ୍ଗ ଷ୍ଟାଡିୟମ୍‌, କିଟ୍‌ ବିଶ୍ୱବିଦ୍ୟାଳୟ, କଟକସ୍ଥିତ ଜବାହରଲାଲ ନେହେରୁ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ଆଦି ବିଭିନ୍ନ ସ୍ଥାନରେ ଏହା ଅନୁଷ୍ଠିତ ହେବ। ତେଣୁ ଏହାକୁ ସଲଗ୍ନ କରୁଥିବା ରାସ୍ତାର ଉଭୟ ପାର୍ଶ୍ୱରେ ବଡ଼ ବଡ଼ ହୋର୍ଡିଂ ଲଗାଇବାକୁ ସ୍ଥିର ହୋଇଛି। ସେହିଭଳି ଜୟଦେବ ବିହାରଠାରୁ କିଟ୍‌ ପର୍ଯ୍ୟନ୍ତ ରାସ୍ତାର ଡିଭାଇଡରକୁ ସୌନ୍ଦର୍ଯ୍ୟକରଣ କରାଯାଇଛି। କ୍ରୀଡ଼ାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ କରାଯାଇ ସମସ୍ତ କାର୍ଯ୍ୟର ତଦାରଖ କରାଯାଉଥିବା ବେଳେ ସୋମବାର ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଆନ୍ଥେମ୍‌ ମୁକ୍ତିଲାଭ ହୋଇଛି।
ଅନ୍ୟପକ୍ଷରେ ଓଡ଼ିଶାରେ ଏହି ମେଗା ଇଭେଣ୍ଟ ଆୟୋଜନ ହେଉଥିବାରୁ ରାଜ୍ୟର ପ୍ରମୁଖ ବିଶ୍ବବିଦ୍ୟାଳୟ ଯଥା କିଟ୍‌, କିସ୍‌, ଉତ୍କଳ ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ଫକୀର ମୋହନ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପ୍ରଦର୍ଶନ ଉପରେ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri