ରାଜ୍ୟ

ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଉଚ୍ଛେଦ ପ୍ରକ୍ରିୟା ଜାରି: ଭଙ୍ଗାଗଲା ଘରୋଇ କୋଠା

ପୁରୀ ଅଫିସ୍‌, ୧୭।୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ସୋମବାର ଦୋଳବେଦୀ କୋଣସ୍ଥିତ ଏକ ତିନି ମହଲା ଘରୋଇ କୋଠା ଭଙ୍ଗାଯାଇଥିବାବେଳେ ମଙ୍ଗଳବାର ଗାଣ୍ଡୁଆଚଉରା ଛକରେ ଉଚ୍ଛେଦ ଚାଲିଛି। ଦାମୋଦର ସିଂଘାରୀଙ୍କ ଦୁଇ ମହଲା ବିଶିଷ୍ଟ କୋଠା…

‘ଭାଜପାର ପରାଜୟ ଏକ ରହସ୍ୟ’

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ):୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ ପୂର୍ବାପେକ୍ଷା ଭାଜପା ଭଲ ପ୍ରଦର୍ଶନ କରି ପ୍ରଥମ ଥର ଲାଗି ମୁଖ୍ୟ ବିରୋଧୀ ଦଳ ଆସନ ହାସଲ କରିଛି। ସେହିପରି ଲୋକ ସଭା କ୍ଷେତ୍ରରେ ମଧ୍ୟ ଦଳ ଏଥର ୮ଟି ଆସନରେ ସଫଳତା ପାଇଛି। ବାଲେଶ୍ୱର…

ବମିଖାଲ ଓଭରବ୍ରିଜ୍‌ ତଳେ ଚାଲିଛି ଖୁଲମଖୁଲା ନିଶା କାରବାର: ତାରିଣୀ ମା’ ଡାକିଲେ ମିଳେ ବ୍ରାଉନ ସୁଗାର

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ): ନିଶା କାରବାର ରୋକିବାକୁ ପୋଲିସ ପକ୍ଷରୁ ବିଭିନ୍ନ ଉଦ୍ୟମ ଚଳାଉଥିବାବେଳେ ବେପାରୀମାନେ ମଧ୍ୟ ନୂଆ ନୂଆ ତରିକା ଆପଣାଉଛନ୍ତି। କିଛିଦିନ ବ୍ୟବଧାନ ପରେ ପୁଣି ଏକ ନିଶା ବ୍ୟବସାୟୀ ଠିକଣା ପୋଲିସ ହାତରେ ଲାଗିଛି। ଘର, ଦୋକାନ ପରେ ଏବେ…

ସରିଲା ମିଶନ ଶକ୍ତି ମେଳା:୬ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ): ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ରାଜଧାନୀରେ ଆୟୋଜିତ ‘ମିଶନ ଶକ୍ତି ମେଳା’ ସୋମବାର ଉଦ୍‌ଯାପିତ ହୋଇଯାଇଛି। ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ବିକ୍ରୟ…

କାର୍ଟୁନ ଗୋଦାମରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବାରିପଦା ଅଫିସ,୧୭।୧୨: ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧାସ୍ଥିତ ଏକ କାର୍ଟୁନ ଗୋଦାମରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଗାଡି ଆସି ନିଆଁକୁ ଆୟତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ସମ୍ପତ୍ତି ପୋଡି ଯାଇଥିବା…

ଭିଡ଼, ଜରିମାନାକୁ ଦୂରେଇବ ଫାଷ୍ଟାଗ୍‌ ବ୍ୟବସ୍ଥା

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ): ସାରା ଦେଶର ଜାତୀୟ ରାଜପଥଗୁଡ଼ିକରେ ଥିବା ଟୋଲ୍‌ଗେଟରେ ରବିବାରଠାରୁ ଫାଷ୍ଟାଗ୍‌ ବ୍ୟବସ୍ଥା ଲାଗୁ ହୋଇଛି। ଓଡ଼ିଶା ଦେଇ ଯାଇଥିବା ଜାତୀୟ ରାଜପଥରେ ୧୧ଟି ଟୋଲ୍‌ ଗେଟ୍‌ରେ ଫାଷ୍ଟାଗ୍‌ ବ୍ୟବସ୍ଥା ଲାଗୁ ସହ ପୂର୍ବପରି ମାନୁଆଲ୍‌ ବ୍ୟବସ୍ଥା ମଧ୍ୟ ଚାଲୁ ରହିଛି।…

ଧନଞ୍ଜୟନ୍‌ ଦମ୍ପତିଙ୍କୁ ‘ଭରତମୁନୀ ସମ୍ମାନ’

ଭୁବନେଶ୍ୱର, ,୧୭ା୧୨(ବ୍ୟୁରୋ): ଏକାଦଶ ଭରତମୁନୀ ମହୋତ୍ସବ ସୋମବାର ରବୀନ୍ଦ୍ର ମଣ୍ଡପଠାରେ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ ନାଟ୍ୟଶାସ୍ତ୍ର ପ୍ରଣେତା ଭରତମୁନୀଙ୍କ ଅବଦାନରେ ଗାନ୍ଧର୍ବ କଳା ବିଶ୍ୱମୁଖୀ ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି।…

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର

ଧାମନଗର, ୧୭।୧୨(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ସୋମବାର ଅପରାହ୍ନରେ ଏକ ବିଦ୍ୟାଳୟ ପଛପଟରେ ଜଣେ ଯୁବକ ବଳାତ୍କାର କରିଥିବା ଜଣାପଡିଛି। ଖବର ପାଇ ପୋଲିସ ବିଳମ୍ବିତ ରାତିରେ ଅଭିଯୁକ୍ତଙ୍କୁ…

ମିଶନରେଟ ପୋଲିସକୁ ମହିଳାଙ୍କ ସୁରକ୍ଷା ଚିନ୍ତା: ଛାତ୍ରୀ, ମହିଳା ହେବେ ସ୍ପେଶାଲ ପୋଲିସ ଅଫିସର

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ): ଓଡ଼ିଶା ସମେତ ସାରା ଦେଶରେ ଏବେ ମହିଳାମାନେ ଅସୁରକ୍ଷିତ ହୋଇପଡୁଛନ୍ତି। ବଳାତ୍କାର ଓ ନିର୍ଯାତନା ସୀମା ଟପିଛି। ବିଶେଷକରି ହାଇଦ୍ରାବାଦ ମହିଳା ଡାକ୍ତର ଏବଂ ଉନ୍ନାଓ ଗଣବଳାତ୍କାର ଓ ହତ୍ୟା ଘଟଣା ପରେ ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ଚିନ୍ତା ବଢ଼ିଛି। ପାଠପଢ଼ାଠାରୁ…

ସେଲଫି ହେଲା କାଳ: ନଦୀରେ ଭାସିଯାଇଥିବା ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଯାଜପୁର ଅଫିସ,୧୭।୧୨: ତନ୍ତୀଘାଇ ନଦୀରେ ସେଲଫି ଉଠାଉଥିବାବେଳେ ଭାସିଯାଇଥିବା ଯାଜପୁର ଜିଲା ଏରବାଙ୍କ ଗ୍ରାମର ଛାତ୍ରୀ ସାଇତା ବେଗମ(୧୭)ଙ୍କ ମୃତଦେହକୁ ମଙ୍ଗଳବାର ସକାଳ ୮ଟାରେ ଉଦ୍ଧାର କରାଯାଇଛି। ବରୀ ବ୍ଲକ ବିଞ୍ଝାରପୁର ଥାନା ଅନ୍ତର୍ଗତ ଏରଡା ଗ୍ରାମର ଏକ ପୋଲ ତଳେ…

ହାଇକୋର୍ଟର ନୂଆ ୱେବ୍‌ସାଇଟ୍‌ ଉଦ୍‌ଘାଟିତ

କଟକ ଅଫିସ,,୧୭ା୧୨: ଓଡ଼ିଶା ହାଇକୋର୍ଟର ନୂତନ ୱେବ୍‌ସାଇଟ୍‌ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀ ଅନ୍ୟ ବିଚାରପତିଙ୍କ ଉପସ୍ଥିତିରେ ଏହି ୱେବ୍‌ସାଇଟ୍‌କୁ ଉଦ୍‌ଘାଟନ କରିଥିଲେ। ଏହାର ନାମ ଜଷ୍ଟିସ୍‌ କ୍ଲକ୍‌ ରଖାଯାଇଛି। ୱେବ୍‌ସାଇଟ୍‌ରୁ ହାଇକୋର୍ଟରେ କାର୍ଯ୍ୟରତ…

ପ୍ଲାଷ୍ଟିକ ଦେଇ ‘ଆହାର’ ଖାଇଲେ

ଭୁବନେଶ୍ୱର, ,୧୭ା୧୨ (ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଦେଶର ସ୍ବଚ୍ଛ ସର୍ବେକ୍ଷଣ ତାଲିକାର ଶୀର୍ଷରେ ପହଞ୍ଚାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଉଦ୍ୟମ ଜାରି ରଖିଛି। ଇତିମଧ୍ୟରେ ଅନେକ ବୃହତ୍‌ ଯୋଜନା ହାତକୁ ନିଆଯାଇଥିବାବେଳେ ଏବେ ଆଉଏକ ଅଭିନବ ପ୍ରୟାସ କରିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri