‘ପାଲା’ ପାଇଁ ପାଗଭିଡ଼ା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଦିନେ ଓଡ଼ିଶାର ଘରେ ଘରେ ପରିଚିତ ଥିବା ପାରମ୍ପରିକ ଲୋକକଳା ‘ପାଲା’ ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଛି। ଧୀରେ ଧୀରେ ଜନମାନସରୁ ଦୂରେଇ ଯାଉଥିବାବେଳେ ପାଲାକୁ ପ୍ରୋତ୍ସାହନ ଦେବାକୁ ପାଗ ଭିଡ଼ିଛନ୍ତି ରାଜ୍ୟ ସରକାର। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ମାଧ୍ୟମରେ ପାଲା କଳାକାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏହାସହ ପାଲାର ପ୍ରଚାର ପ୍ରସାର ପାଇଁ ସରକାରଙ୍କ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମରେ ଏହି କଳାକାରଙ୍କୁ ସାମିଲ୍‌ କରାଯାଉଛି। ରାଜ୍ୟର ମୋଟ ୪୩୩୧ଜଣ ପଞ୍ଜୀକୃତ ପାଲା କଳାକାର ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ତେବେ କଟକ ଜିଲାରେ ସର୍ବାଧିକ ପାଲା କଳାକାର ରହିଥିବାବେଳେ ନବରଙ୍ଗପୁର, ରାୟଗଡ଼ା, ମାଲାକାନଗିରି, କୋରାପୁଟ ଓ ଗଜପତି ଜିଲାରେ ଜଣେ ବି ହେଲେ ପଞ୍ଜୀକୃତ ପାଲା କଳାକାର ନ ଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ୨୦୧୮ ପୂର୍ବରୁ ପ୍ରଚଳିତ ଦୁଃସ୍ଥ କଳାକାର ଭତ୍ତା ଯୋଜନା ଅଧୀନରେ ୩୬୧୬ଜଣ କଳାକାର ଭତ୍ତା ପାଉଥିଲେ। ମାତ୍ର ସେମାନଙ୍କ ତାଲିକା କଳାର ପ୍ରକାରଭେଦ ଅନୁସାରେ ପ୍ରସ୍ତୁତ କରାଯାଇ ନ ଥିଲା। ତେବେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ଅନୁସାରେ କଳାକାରଙ୍କ ପ୍ରକାରଭେଦ କରାଯାଇଥିବାବେଳେ ରାଜ୍ୟରେ ଥିବା ପାଲା କଳାକାରଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ବିଭିନ୍ନ କଳାକାରଙ୍କ ସହ ପାଲା ଗାୟକ, ବାୟକ ଓ ପାଳିଆ (ପାଲା କଳାକାର)ଙ୍କୁ ମଧ୍ୟ ମାସିକ ୧୨୦୦ ଟଙ୍କାର ଆର୍ଥତ୍କ ସହାୟତା ଜିଲା ପ୍ରଶାସନ ମାଧ୍ୟମରେ ପ୍ରଦାନ କରାଯାଉଥିବା ନେଇ ମନ୍ତ୍ରୀ ପାଣିଗ୍ରାହୀ ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି। ସୂଚନା ମୁତାବକ, କଟକ ଜିଲାରେ ସର୍ବାଧିକ ପାଲା କଳାକାର ରହିଥିବାବେଳେ ମୋଟ ୪୯୯ଜଣ ଗାୟକ, ବାୟକ ଏବଂ ପାଳିଆ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଉପକୃତ ହେଉଛନ୍ତି। ଯାଜପୁରରେ ଦ୍ୱିତୀୟ ସର୍ବାଧିକ ୪୯୦ଜଣ ପଞ୍ଜୀକୃତ ପାଲା କଳାକାର ଥିବାବେଳେ ଅନୁଗୋଳରେ ୪୫୫ଜଣ, ବରଗଡ଼ରେ ୩୫୩ ଜଣ, କେନ୍ଦୁଝରରେ ୩୪୭ଜଣ, ଭଦ୍ରକରେ ୨୯୬ଜଣ, ଖୋର୍ଦ୍ଧାରେ ୨୭୭ଜଣ, ବାଲେଶ୍ୱରରେ ୨୧୫ଜଣ, ଢେଙ୍କାନାଳରେ ୧୮୫ଜଣ, ପୁରୀ ଓ ସୁନ୍ଦରଗଡ଼ରେ ୧୭୫ଜଣ ଲେଖାଏ ପାଲା କଳାକାର ରହିଛନ୍ତି।

ସମନ୍ବୟ ରଖୁଥିବା ଲୁପ୍ତପ୍ରାୟ ଲୋକକଳା
ଓଡ଼ିଶାର ଏହି ଲୁପ୍ତପ୍ରାୟ ଲୋକକଳା ‘ପାଲା’ ହିନ୍ଦୁ ଓ ଇସଲାମ ଧର୍ମ ମଧ୍ୟରେ ସମନ୍ବୟ ରକ୍ଷା କରୁଥିବା ବିଶ୍ୱାସ ରହିଛି। ଏଥିରେ ଉଭୟ ସତ୍ୟନାରାୟଣ ଏବଂ ପୀର ବାବାଙ୍କୁ ପୂଜା କରାଯାଉଥିବାରୁ ପାଲାକୁ ସତ୍ୟପୀର ପୂଜା ବୋଲି ମଧ୍ୟ କୁହାଯାଏ। ବାଦୀପାଲା ସର୍ବାଧିକ ଲୋକପ୍ରିୟ ପାଲା ହୋଇଥିବାବେଳେ ପ୍ରାଚୀନ ସମୟରେ ଏହା ଲୋକଙ୍କ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ଥିଲା। କେବଳ ଏତିକି ନୁହେଁ, ସାହିତ୍ୟ, ସଂସ୍କୃତି ଓ କଳା ପ୍ରତି ଏହା ଲୋକଙ୍କୁ ଆକୃଷ୍ଟ କରୁଥିଲା। ସବୁଠାରୁ ବଡ଼କଥା ହେଉଛି, ପାଲା ମାଧ୍ୟମରେ ଓଡ଼ିଶାରେ ଭାଷା ଆନ୍ଦୋଳନ ଘରେ ଘରେ ପହଞ୍ଚତ୍ ପାରିଥିଲା। ସେହିଭଳି ସ୍ବାଧୀନତା ଆନ୍ଦୋଳନ ସମୟରେ ମଧ୍ୟ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କୁହଯାଏ। ତେବେ ଧୀରେ ଧୀରେ ଟେଲିଭିଜନ, ସ୍ମାର୍ଟଫୋନ୍‌ ଓ ଇଣ୍ଟରନେଟ୍‌ ଭଳି ଆଧୁନିକ ମନୋରଞ୍ଜନ ମାଧ୍ୟମ ଆସିବା ପରେ ପାଲା ଧୀରେ ଧୀରେ ନିଜ ସ୍ଥିତି ହରାଇଲା। ବର୍ତ୍ତମାନ ଓଡ଼ିଶାର ଗାଁ ଗହଳିରେ କାଁ ଭାଁ ସ୍ଥାନରେ ପାଲା ପରିବେଷଣ ହେଉଥିବା ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri