‘ସଂଖ୍ୟାଗରିଷ୍ଠ ଥାଇ ଏସ୍‌ଟି,ଏସ୍‌ସି, ଓବିସି ଉପେକ୍ଷିତ’

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ୨୨% ଅନୁସୂଚିତ ଜନଜାତି(ଏସ୍‌ଟି), ୧୭% ଅନୁସୂଚିତ ଜାତି(ଏସ୍‌ସି) ଅଧିବାସୀ ରହିଛନ୍ତି। ଏମାନଙ୍କ ସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୪୦%। ଏଥିସହିତ ଯଦି ୫୨% ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି), ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସ୍‌ଇବିସି)କୁ ଅନ୍ତର୍ଭୁକ୍ତ କରାଯାଏ, ତେବେ ୯୨% ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବିଭାଗର ସାମଗ୍ରିକ ବିକାଶ ହୋଇପାରିନାହିଁ। ଉପରୋକ୍ତ ବର୍ଗର ସାମଗ୍ରିକ ବିକାଶ ହୋଇପାରୁ ନ ଥିବାରୁ ଓଡ଼ିଶାର ବିକାଶ ହୋଇ ନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି। ଏସ୍‌ଟି,ଏସ୍‌ସି, ଓବିସି ଓ ସଂଖ୍ୟାଲଘୁ ବିକାଶ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ଗୁରୁବାର ପ୍ରଦୀପ୍ତ ଏହା କହିଛନ୍ତି।
ପ୍ରଦୀପ୍ତ କହିଥିଲେ ଯେ, ଯାଜପୁର ଜିଲାରେ ଏକମାତ୍ର ନଗଡ଼ା ଦେଖାଦେଇଥିଲା। ହେଲେ କେବିକେ ଅଞ୍ଚଳରେ ଶହ ଶହ ନଗଡ଼ା ରହିଛି। ସୁନ୍ଦରଗଡ଼ ଜିଲା ବଣାଇ ନିର୍ବାଚନମଣ୍ଡଳୀର ମହୁଲକୁଦା ଅଞ୍ଚଳ ନଗଡ଼ାର ଅନ୍ୟରୂପ। ଏହାର ଆଖପାଖ ଅଞ୍ଚଳକୁ ରାସ୍ତା ଖଣ୍ଡେ ନାହିଁ। ଶହୀଦ ରେଣ୍ଡୋ ମାଝିଙ୍କ ଗାଁ ଯିବାକୁ ହେଲେ ଫୁଲବାଣୀ ଦେଇ ଯିବାକୁ ପଡୁଛି। ଆମ୍ବୁଲାନ୍ସ ଅଭାବରୁ ସ୍ତ୍ରୀର ମୃତଦେହ କାନ୍ଧେଇ ଚର୍ଚ୍ଚାକୁ ଆସିଥିବା ଦାନ ମାଝିଙ୍କ ଗାଁକୁ ବି ରାସ୍ତା ହୋଇନାହିଁ। ନିକଟରେ ରାଜ୍ୟ ସରକାରଙ୍କ ଜଣେ ରାଷ୍ଟ୍ରମନ୍ତ୍ରୀ କୌଣସି ଏକ ଗାଁକୁ ଯାଇ ସାମାଜିକ ଗଣମାଧ୍ୟମରେ ଫଟୋଟିଏ ଛାଡ଼ିଥିଲେ। ଏହା ହିଁ ରାଜ୍ୟ ପଛୁଆ ଅଞ୍ଚଳର ବିକାଶ କଥା କହୁଥିବା ପ୍ରଦୀପ୍ତ କହିଛନ୍ତି। ଅଫିସର, ତହସିଲଦାର ଏବଂ ରାଜନେତା ଯଦି ତୃଣମୂଳସ୍ତରକୁ ଯିବେ ନାହିଁ, ତେବେ କିପରି ଉନ୍ନତି ହେବ। ସେହିଭଳି ଏସ୍‌ଟି, ଏସ୍‌ସି ପିଲାମାନଙ୍କୁ ଉପଯୁକ୍ତ ମାନର ଉଚ୍ଚଶିକ୍ଷା ପ୍ରଦାନ କରାଯାଉନାହିଁ। ବାଣିଜ୍ୟ ଏବଂ ବିଜ୍ଞାନ ଏହି ପିଲାମାନଙ୍କର ଫଳାଫଳ ନିମ୍ନଗାମୀ ହେଉଛି। ପୂର୍ବରୁ ଚଳି ଆସିଥିବା ଧାରାରେ ହିଁ କିଛି ଅର୍ଥ ପ୍ରଦାନ କରି ସରକାର ଦାୟିତ୍ୱ ସାରି ଦେଉଛନ୍ତି। ଓବିସି/ଏସ୍‌ଇବିସିଙ୍କ ସଂଖ୍ୟା ୫୨ରୁ ୫୪% ରହିଛି। ମଣ୍ଡଳ କମିଶନ ଅନୁଯାୟୀ ସେମାନେ ୨୭% ସଂରକ୍ଷଣ ପାଇବା କଥା, ମାତ୍ର ସେମାନଙ୍କୁ ତାହା ପ୍ରଦାନ କରାଯାଇନାହିଁ। ଏସ୍‌ଟି ୨୨%, ଏସ୍‌ସିଙ୍କୁ ୧୬% ସଂରକ୍ଷଣ ପରେ ଯଦି ଓବିସିଙ୍କୁ ୨୭% ପ୍ରଦାନ କରାଯାଏ, ତେବେ ଏହା ୬୫% ହେବ। ଅନ୍ୟ ରାଜ୍ୟରେ ଏପରି ସଂରକ୍ଷଣ ନିୟମ ରହିଛି। ତେଣୁ ରାଜ୍ୟର ସାଧାରଣ ବର୍ଗ(୬%)ଙ୍କ ପାଇଁ ୩୫% ବଳକା ରହିବ। ତେଣୁ ସରକାର ମଣ୍ଡଳ କମିଶନ ସୁପାରିସ କାର୍ଯ୍ୟକାରୀ କରନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦାବି କରିଛନ୍ତି। ନବେ ଦଶକରେ ମଣ୍ଡଳ କମିଶନ ସୁପାରିସ କାର୍ଯ୍ୟକାରୀ ନ ହେବା ପଛରେ କଂଗ୍ରେସ ଦଳକୁ ସେ ଦାୟୀ କରିଥିଲେ। ପ୍ରଦୀପ କହିଥିଲେ ଯେ, କଂଗ୍ରେସର ନେତାମାନେ ହିଁ ମଣ୍ଡଳ ସୁପାରିସ ବିରୋଧରେ ଆନ୍ଦୋଳନ କଲେ। ସେ ସମୟରେ ମୁଖ୍ୟମନ୍ତ୍ରୀ ଥିବା ବିଜୁ ପଟ୍ଟନାୟକ ନୀରବ ରହିଥିଲେ। ଏହା ବିରୋଧରେ ସରକାରଙ୍କ ପକ୍ଷରୁ ସେ ସମୟରେ ହାଇକୋର୍ଟରେ ଆଫିଡାଭିଟ୍‌ ଦାଖଲ କରାଯାଇଥିଲା ବୋଲି ପ୍ରଦୀପ୍ତ ଦୋହରାଇଥିଲେ। ବୈଷୟିକ ଶିକ୍ଷା କ୍ଷେତ୍ରରେ ଏସ୍‌ସିଙ୍କୁ ୮%, ଏସ୍‌ଟିଙ୍କୁ ୧୨% ସଂରକ୍ଷଣ ଦିଆଯାଉଛି। ଓବିସିଙ୍କୁ ସଂରକ୍ଷଣ ନାହିଁ କହିଲେ ଚଳେ, ଯଦି ଶିକ୍ଷା ଓ ନିଯୁକ୍ତିରେ ପରିସଂଖ୍ୟାନ ଅନୁଯାୟୀ ସଂରକ୍ଷଣ ଦିଆ ନ ଯିବ, ଏହି ବର୍ଗର କିପରି ବିକାଶ ହେବ ବୋଲି ସେ ପ୍ରଶ୍ନ କରିଥିଲେ।
ଅନୁରୂପ ଭାବେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଖର୍ଚ୍ଚଦାବି ଆଲୋଚନାରେ ତାରା କହିଥିଲେ ଯେ, ଜାଲ୍‌ ସାର୍ଟିଫିକେଟ୍‌ ଦେଇ ପଛୁଆ ଅଞ୍ଚଳରେ ଉପକୂଳ ଓଡ଼ିଶାର ବ୍ୟକ୍ତିମାନେ ଶିକ୍ଷକତା କରୁଛନ୍ତି। ସେମାନେ ସେଠାରେ ନ ରହି କେବଳ ମାସ ଶେଷକୁ ଦରମା ନେଉଛନ୍ତି। ଏସ୍‌ସି,ଏସ୍‌ଟି ଛାତ୍ରୀ ସେମାନଙ୍କ ପାଖରେ ସୁରକ୍ଷିତ ନୁହନ୍ତି, ସେମାନଙ୍କ ସରଳତାର ସୁଯୋଗ ନେଇ ଯୌନ ନିର୍ଯାତନା ଦିଆଯିବା ସହ ଗର୍ଭବତୀ କରାଯାଉଥିବା ତାରା ଅଭିଯୋଗ ଆଣିଥିଲେ। ଆଦିମ ଅଧିବାସୀଙ୍କୁ ତାଙ୍କ ବାସସ୍ଥାନରୁ ହଟାଇ ଦିଆଯାଉଛି। କୋରାପୁଟ ଜିଲାରେ ଶହେ ନଗଡ଼ା, ଆଦିବାସୀଙ୍କୁ ଜମି ପଟ୍ଟା ମିଳୁନାହିଁ। ଉପକୂଳିଆ ବ୍ୟବସାୟୀ କାଠ କାଟି ଜଙ୍ଗଲ ଧ୍ୱଂସ କରୁଛନ୍ତି। କେତେକ ଆଦିବାସୀ ପ୍ରଜାତି ବିଲୁପ୍ତ ହେବାକୁ ବସିଲେଣି। ସେମାନଙ୍କୁ ଦେଖାଇ କେବଳ ଅର୍ଥ ହରିଲୁଟ୍‌ ଚାଲିଥିବା ତାରା କହିଥିଲେ। ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଗତ କରାଯାଇଥିବା ଖର୍ଚ୍ଚଦାବି(୩୮୦୮,୩୫,୮୫,୦୦୦ ଟଙ୍କା)କୁ ଗୃହର ଅନୁମୋଦନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?